ଦିଲ୍ଲୀ ମଦ ନୀତି ମାମଲା; ମେ’ ୨୩ ଯାଏ ବଢ଼ିଲା ମନିଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳୁନି ଆଶ୍ବସ୍ତି । ମଦ ନୀତି ମାମଲାରେ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଆସନ୍ତା ମେ ୨୩ ଯାଏ ବଢ଼ାଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ମଦ ନୀତି ମାମଲାରେ ସିସୋଦିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ମାର୍ଚ୍ଚ ୯ ତାରିଖରେ ଗିରଫ କରିଥିଲା ।

ବର୍ତ୍ତମାନ ସିସୋଦିଆ ତିହାଡ଼ ଜେଲରେ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି । ଗିରଫ ହେବା ପରେ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅନ୍ୟାନ୍ୟ ପଦପଦବୀ ତ୍ୟାଗ କରିଥିଲେ । ଅରବିନ୍ଦ କେଜ୍ରିଓ୍ବାଲ ମନ୍ତ୍ରିମଣ୍ଡଳରେ ସିସୋଦିଆ ଶିକ୍ଷା ଓ ଅବକାରୀ ମନ୍ତ୍ରୀ ଦାୟିତ୍ବରେ ଥିଲେ । ବର୍ତ୍ତମାନ ସୁଦ୍ଧା ମଦ ନୀତି ମାମଲାରେ ୧୨ଜଣଙ୍କୁ ଗିରଫ କରିସାରିଛି ଇଡି ।