ପ୍ରତି ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି କରୁଛି: ବିଜେଡି

1 min read

ଭୁବନେଶ୍ୱର: ମଣିପୁରରେ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଓଡ଼ିଶାରେ ବିଜେପିର କେନ୍ଦ୍ରମନ୍ତ୍ରୀ କରୁଛନ୍ତି ରାଜନୀତି । ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁ ସେଠାରେ ଫସିଥିଲେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀ । ମାତ୍ର ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସେଠାରୁ ଫେରାଇ ଆଣିଥିଲେ । ମାତ୍ର ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଅରୁଚିକର ମନ୍ତବ୍ୟ ଦେଉଛନ୍ତି ତାହାକୁ ନିନ୍ଦା କରିଛି ବିଜେଡି ।

ଆଜି ଏକ ପ୍ରେସମିଟରେ ବିଜେଡି କହିଛି- କରୋନା ସମୟରେ ବି ଉତ୍ତର ପୂର୍ବାଞ୍ଚଳରେ ଅନେକ ଓଡ଼ିଆ ଫସିଥିଲେ । ମାତ୍ର ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ଓଡ଼ିଆମାନଙ୍କୁ ଉଦ୍ଧାର କରିଥିଲେ । ବିଜେପି ତଳସ୍ତରକୁ ଖସିଯାଇ ଅଯଥା ରାଜନୀତି କରୁଛି । ସମସ୍ତ ସମ୍ବେଦନଶୀଳ ଘଟଣାରେ ବିଜେପି ରାଜନୀତି କରୁଛି । ମଣିରୁକକେ ଛାତ୍ରଛାତ୍ରୀ ସାହାଯ୍ୟ ଲୋଡିବାବେଳେ ବିଜେପି କେଉଁଠି ଥିଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ମଣିପୁର ହିଂସା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଚୁପ? କାହିଁକି ଧର୍ମେନ୍ଦ୍ର ମଣିପୁର ଗଲେନି ବୋଲି ବିଜେ଼ଡି ପ୍ରଶ୍ନ କରିଛି । ଏଥିଲାଗି ଓଡ଼ିଶାବାସୀଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ କ୍ଷମାମାଗିବା ଉଚିତ । ନଚେତ ଓଡ଼ିଶାବାସୀ ବିଜେପିକୁ ଜବାବ ଦେବେ ବୋଲି କହିଛନ୍ତି ମୁଖପାତ୍ର ଇପସିତା ସାହୁ । ଓଡ଼ିଶାକୁ ବଦନାମ କରିବା ଲାଗି ବିଜେପି ନେତା ଚାହୁଁଛନ୍ତି ବୋଲି ସେ କହିଛନ୍ତି ।