spot_img
Home Blog Page 3354

ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନନ୍ଦ ମୋହନ

ପାଟଣା: ଜେଲରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନନ୍ଦ ମୋହନ । ୧୪ବର୍ଷ ପରେ ଜେଲରୁ ମୁକୁଳିଲେ ପୂର୍ବତନ ସାଂସଦ । ଆଜି ଭୋର ସାଢ଼େ ୪ ଟାରେ ଆନନ୍ଦ ମୋହନଙ୍କୁ ସହରସା ଜେଲ ଚାରିକାନ୍ଥରୁ ମୁକ୍ତି ମିଳିଛି । ସକାଳୁ ସକାଳୁ ଆନନ୍ଦଙ୍କ ସମର୍ଥକ ପୋଷ୍ଟର, ବ୍ୟାନର ଧରି ଜେଲ ଆଗରେ ଭିଡ଼ ଜମାଇଥିଲେ । ମାତ୍ର ଏହାପୂର୍ବରୁ ହିଁ ଆନନ୍ଦଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଥିଲା ।

ସହର ସାରା ଆନନ୍ଦ ମୋହନଙ୍କ ସମର୍ଥନରେ ପୋଷ୍ଟର ଲଗାଯାଇଛି । ୧୯୯୪ ଡିସେମ୍ବର ୪ ତାରିଖରେ ନିଜ ଦଳର ନେତାଙ୍କୁ ହତ୍ୟା ଓ ୫ ତାରିଖରେ ମୁଜଫରପୁରରେ ହିଂସାକୁ ଉକୁସାଇଥିଲେ ଆନନ୍ଦ ମୋହନ ।

ହିଂସା ସମୟରେ ଗୋପାଲଗଞ୍ଜର ତତ୍କାଳୀନ ଜିଲ୍ଲାପାଳ ଜି. କୃଷ୍ଣେୟାଙ୍କୁ ଗାଡ଼ି ଉପରେ ହମଲା ପରେ ତାଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଥିଲା । ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତି ମିଳିଛି । ବିହାର ସରକାର ଜେଲ ମାନୁଆଲ ନିୟମରେ ପରିବର୍ତ୍ତନ କରି ଏକ ବିଜ୍ଞପ୍ତି ଜାରି କରିଥିଲେ। ୧୪ବର୍ଷ ବା ୨୦ବର୍ଷ ଜେଲ କାଟି ସାରିଥିବା ୨୭ କଏଦୀଙ୍କୁ ମୁକ୍ତ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଦେଶରେ ବଢୁଛି କରୋନା ସଂକ୍ରମଣ, ଦିନକରେ ୯ହଜାର ୩୫୫ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୯ହଜାର ୩୫୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ କେସ୍ ୫୭ହଜାର ୪୧୦ ରହିଛି । ଏପଟେ ରାଜ୍ୟରେ ୨୪ ଘଣ୍ଟାରେ ୨୬ଜିଲ୍ଲାରୁ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୧୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୯, ଖୋର୍ଦ୍ଧାରୁ ୩୫, ମୟୂରଭଞ୍ଜରୁ ୨୪, ଅନୁଗୁଳରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସମସ୍ତ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । ମେଡିକାଲକୁ ଯାଉଥିବା ଲୋକ ମାସ୍କ ପିନ୍ଧିବାକୁ କୁହାଯାଇଛି ।

କୋଭିଡ଼ ଲକ୍ଷଣ ଥିଲେ ଲୋକଙ୍କୁ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଭିଡ଼ ସ୍ଥାନକୁ ନଯିବାକୁ ସ୍ବାସ୍ଥ୍ୟ ବିଭାଗ ସତର୍କତା ଜାରି କରିଛି । ପୂର୍ବରୁ ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ଅଧିକ ମନିଟରିଙ୍ଗ କରାଯାଉଛି ।

ଦକ୍ଷତା ବିକାଶ କେନ୍ଦ୍ରରେ 5T ସଚିବ ଭି.କେ ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କ ସହ ସେଲଫି ଉଠାଇଲେ

ପଟ୍ଟାମୁଣ୍ଡାଇ: ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ। ଏହି ଅବସରରେ ଗାଁରେ ଏସଏଚଜି ମହିଳାଙ୍କ ସହ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ପରେ 5T ସଚିବ ପଇଡ ପିଉଥିବା ନଜର ଆସିଛି ।

ଜମଧରରେ ନିୟନ୍ତ୍ରିତ ବଜାର କମିଟିରେ ନିର୍ମାଣାଧିନ 5ଶହ ମେଟ୍ରିକ ଟନ ବିଶିଷ୍ଟ ଶିତଳଭଣ୍ଡାର ବୁଲି ଦେଖିଲେ ଫାଇବ-ଟି ସଚିବ । ଜାତୀୟ କୃଷି ବଜାର, କେନ୍ଦ୍ରାପଡା କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଜଝାଙ୍ଗ କାଇଁଚ ପିଜି ସେଣ୍ଟର ପରିଦର୍ଶନ କଲେ 5T ସଚିବ। ମହିଳାଙ୍କ ହାତ ତିଆରି କାଇଁଚରୁ ପ୍ରସ୍ତୁତ ଜିନିଷର ପ୍ରଶଂସା କରିଛନ୍ତି । ଏହାପରେ ବଡମୂଳବସନ୍ତରେ ମାଛଚାଷ ପ୍ରକଳ୍ପ ବୁଲି ଦେଖିଲେ ଭି.କେ ପାଣ୍ଡିଆନ।

ସଙ୍କଟମୋଚନ ଓ ମା ଶାରଳା ଏସଏଚଜିଙ୍କ ଦ୍ବାରା ଏହି ପ୍ରକଳ୍ପ ହୋଇଛି । ଏହାପରେ ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଛନ୍ତି 5T ସଚିବ  । ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ରର ବୁଲି ଦେଖିବାସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି। 5T ସଚିବ ଭିକେ ପାଣ୍ଡିଆନଙ୍କୁ ପାଖରେ ପାଇଁ ପିଲାମାନେ ଖୁସି ପ୍ରକାଶ କରିବା ସହ ସେଲଫି ମଧ୍ୟ ଉଠାଇଛନ୍ତି ।

ଦିନ ଗୋଟାଏରେ ଗୋଲରାହାଟରେ ପହଞ୍ଚି ମିଶନଶକ୍ତି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରୋଡୋରୀ କାରୁକାର୍ଯ୍ୟ ଦେଖିବା ସହ ଜୀବନ ଜୀବିକା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିଛନ୍ତି। ପରେପରେ ଦଧିବାମନଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ଚର୍ତୁପାର୍ଶ୍ବ ବୁଲି ଦେଖିବେ ପାଣ୍ଡିଆନ୍। ପରବର୍ତ୍ତୀ ସମୟରେ 5T ସଚିବ ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହ ସଂନ୍ଧ୍ୟା ଆଳତି ସମୟରେ ଉପସ୍ଥିତ ରହିବେ ।

କେନ୍ଦ୍ରାପଡାରେ 5T ସଚିବ, ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଶୀତଳଭଣ୍ଡାର ବୁଲି ଦେଖିଲେ

ପଟ୍ଟାମୁଣ୍ଡାଇ: ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଭି.କେ ପାଣ୍ଡିଆନ। ଜମଧରରେ ନିୟନ୍ତ୍ରିତ ବଜାର କମିଟିରେ ନିର୍ମାଣାଧିନ ୫ ଶହ ମେଟ୍ରିକ ଟନ ବିଶିଷ୍ଟ ଶୀତଳଭଣ୍ଡାର ବୁଲି ଦେଖିଲେ 5T ସଚିବ।

ଜାତୀୟ କୃଷି ବଜାର, କେନ୍ଦ୍ରାପଡା କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜଝାଙ୍ଗ କାଇଁଚ ପିଜି ସେଣ୍ଟର ପରିଦର୍ଶନ କଲେ 5T ସଚିବ । ମହିଳାଙ୍କ ହାତ ତିଆରି କାଇଁଚରୁ ପ୍ରସ୍ତୁତ ଜିନିଷର ପ୍ରଶଂସା କରିଛନ୍ତି । ଏହାପରେ ବଡମୂଳବସନ୍ତରେ ମାଛଚାଷ ପ୍ରକଳ୍ପ ବୁଲି ଦେଖିଲେ ଭି.କେ ପାଣ୍ଡିଆନ । ସଙ୍କଟମୋଚନ ଓ ମା ଶାରଳା ଏସଏଚଜିଙ୍କ ଦ୍ବାରା ଏହି ପ୍ରକଳ୍ପ ହୋଇଛି ।

ଏହାପରେ ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଛନ୍ତି 5T ସଚିବ । ନିର୍ମାଣ ହୋଇଥିବା ସ୍କିଲଡେଭଲପମେଣ୍ଟ ସେଣ୍ଟର ବୁଲି ଦେଖିବା ସହ ଇନଡୋର୍ ଷ୍ଟାଡିୟମ ଏବଂ ହଲ ଦେଖି ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ। ଦିନ ଗୋଟାଏରେ ଗୋଲରାହାଟରେ ପହଞ୍ଚି ମିଶନଶକ୍ତି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରୋଡୋରୀ କାରୁକାର୍ଯ୍ୟ ଦେଖିବା ସହ ଜୀବନ ଜୀବିକା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେପରେ ଦଧିବାମନଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ଚର୍ତୁପାର୍ଶ୍ବ ବୁଲି ଦେଖିବେ ପାଣ୍ଡିଆନ୍।

ସେହିପରି ଦିନ ୧ଟା ୧୫ ମିନିଟରେ ଡେରାବିଶର ବ୍ଳକ ଅଫିସ ପରିସରରେ ଥିବା ମିଶନଶକ୍ତି କାଫେରେ ଲଞ୍ଚ କରିବା ସହ ମହିଳା ମାନଙ୍କ ସହ ଭାବ ବିନିମୟ କରିବେ । ପରେ ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହ ସଂନ୍ଧ୍ୟା ଆଳତୀ ସମୟରେ ଉପସ୍ଥିତ ରହିବେ । ସନ୍ଧ୍ୟା ୬ଟା ବେଲେ ସର୍କିଟ ହାଉସ ପରିସରରେ ବିଭିନ୍ନ ଆସୋସିଏସନ, ସାମାଜିକ ସଂଗଠନ ଏବଂ ଜନସାଧାରଣ ପ୍ରତିନିଧି ମାନଙ୍କ ସହ ଜିଲ୍ଲାର ବିକାଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଧାନ ଜଗିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଟାଙ୍ଗୀ: ଧାନ ଜଗିବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା। ମୃତକ ହେଲେ ଟାଙ୍ଗୀ ରଣପୁର ଥାନା ବାନ୍ଧପଲ୍ଲା ଗାଁକ ଜଗବନ୍ଧୁ ଜେନା। ଅଞ୍ଚଳରେ ୧୩ଟିକିଆ ହାତୀପଲ ବିଚରଣ କରୁଥିବା ସୂଚନା ଥିଲା । ହେଲେ ହାତୀ ଦାଉରୁ ନିଜ ଖରାଟିଆ ଧାନ ରକ୍ଷା କରିବାକୁ ଯାଇ ଭାଡ଼ି ବାନ୍ଧି ରହିଥିଲେ। ଏହି ସମୟରେ ହାତୀ ପଲରୁ ଏକ ଦନ୍ତା ଆସି ଭାଡ଼ିରେ ଜଗବନ୍ଧୁଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଭାଡ଼ିରୁ ଖସି ପଡ଼ିଥିବା ଜଗବନ୍ଧୁଙ୍କୁ ଦଳିଦେଲା ଦନ୍ତା।

ସ୍ଥାନୀୟ ଲୋକ ଯାଇ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଦାବି ହୋଇଛି । ଟାଙ୍ଗୀ ରଣପୁର ରେଂଜ୍ ଅଫିସର ଦେବାଶିଷ ଭୋଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଵାର ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ ଟାବଲେଟ୍

ଭୁବନେଶ୍ୱର: ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ ଟାବଲେଟ୍ । ୧୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ଯାଇ ଟ୍ୟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ରଖାଯାଇଛି ।

ଛାତ୍ରଛାତ୍ରୀଙ୍କ ପିଛା ୮ଟି IFA ଟାବଲେଟ ଦିଆଯିବ। ପିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏକ୍ସପାଏରି ଡେଟ ଯାଞ୍ଚ ପରେ ଅଭିଭାବକଙ୍କୁ ହସ୍ତାନ୍ତର ହେବ ଟ୍ୟାବଲେଟ । ଏକ୍ସପାରି ଟ୍ୟାବଲେଟକୁ ନବାଣ୍ଟି ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରାଯିବ ।

ଅଭିଭାବକଙ୍କୁ ଟ୍ୟାବଲେଟ ହସ୍ତାନ୍ତର ପୂର୍ବରୁ ଏହାର ମୋଡାଲିଟି ସଂପର୍କରେ ଅବଗତ କରାଯିବ । ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ IFA ଟ୍ୟାବଲେଟ ଲଞ୍ଚ ବା ଡିନର ଖାଇବା ପରେ ଖାଇବେ । ଚାପରେ ଗୋଟିଏ ଗ୍ଲାସ ପାଣି ପିଇବେ । ଏସବୁ ଅଭିଭାବକଙ୍କ ଉପସ୍ଥିତିରେ କରାଯିବ । ଆବଶ୍ୟକସ୍ଥଳେ ସ୍କୁଲ SMC ଏହାର ତଦାରଖ କରିବ ।

ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା, ମୋବାଇଲ ନମ୍ବର ଜାରି କଲା GRP

ଭୁବନେଶ୍ୱର: ଧାନବାଦ ଏକ୍ସପ୍ରେସରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା। ପରିଚୟ ଜାଣିବା ପାଇଁ ୩ଟି ମୋବାଇଲ ନମ୍ବର ଜାରି କଲା GRP।
ନିଜ ନାମ ଗୋପନ ରଖି ପରିଚୟ ଜଣାଇପାରିବେ ବୋଲି GRP ପକ୍ଷରୁ କୁହାଯାଇଛି। ୩ଟି ନମ୍ବର ହେଲା 9438122528, 9438916892, 7008297947 ।

ପରିଚୟ ପାଇବା ପାଇଁ ୩ଟି ସ୍ପେଶାଲ ଟିମ ତଦନ୍ତ କରୁଛି। ଧାନବାଦ ଓ ଭୁବନେଶ୍ୱର ମଧ୍ୟରେ ସମସ୍ତ ଷ୍ଟେସନରେ ସିସିଟିଭି ଯାଞ୍ଚ କରୁଛି ପୋଲିସ। ମୃତଦେହ ନିକଟରୁ ମିଳିଥିବା ମୋବାଇଲ SFSLକୁ ପଠାଯାଇଛି। S5 ବଗିରେ ଥିବା ସମସ୍ତ ଯାତ୍ରୀଙ୍କୁ ପଚରାଉଚରା ଚାଲିଛି । ପୂର୍ବରୁ ଷ୍ଟେସନ ଓ ଟ୍ରେନ ପରିସରରେ ପୋଷ୍ଟର ମାରିଥିଲା GRP ।

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବାବା ବଦ୍ରିନାଥଙ୍କ ଦ୍ବାର

ଉତ୍ତରାଖଣ୍ଡ: ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବାବା ବଦ୍ରିନାଥଙ୍କ ଦ୍ବାର। ସକାଳ ୭ଟାରେ ରୀତିନୀତି ଅନୁଯାୟୀ ମନ୍ଦିର ଦ୍ବାର ଖୋଲାଯାଇଛି । ଦ୍ବାର ଫିଟା ନୀତି ବେଳକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିରକୁ ୧୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି।

ହେଲିକପ୍ଟର ଯୋଗେ ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପବର୍ଷା ମଧ୍ୟ କରାଯାଇଥିଲା। ଦ୍ବାର ଖୋଲିବା ପରେ ମୁଖ୍ୟ ପୁଜାରୀ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଦକ୍ଷିଣ ଦ୍ବାର ଦେଇ କୁବେର ଜୀଙ୍କ ବିମାନ ମନ୍ଦିରରେ ପ୍ରବେଶ କରିଥିଲା।

ବ୍ରାହ୍ମଣୀରେ ଡ଼ଙ୍ଗା ବୁଡ଼ିବା ଘଟଣା; ନିଖୋଜ ନାବାଳକର ମୃତଦେହ ଉଦ୍ଧାର

ଆଜି: ବ୍ରାହ୍ମଣୀରେ ବୁଡ଼ିଲା ଡ଼ଙ୍ଗା। ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର କରିବାକୁ ଯାଇ ନିଖୋଜ ଥିବା ନାଉରୀର ଏବେବି ପତ୍ତା ମିଳିନି । ପ୍ରତିଦିନ ପରି ଆଜି ସକାଳୁ ପୁଣି ଡଙ୍ଗାରେ ବାହାରିଥିଲେ ୨୦ରୁ ଅଧିକ ଯାତ୍ରା।

କେନ୍ଦ୍ରାପଡା ଆଳି ଏକମାଣିଆରୁ କେରଡ଼ା ଯାଉଥିବା ବେଳେ କୂଳରୁ କିଛିବାଟ ଗଲାପରେ ଭାରସାମ୍ୟ ହରାଇ ଡ଼ଙ୍ଗା ଓଲଟି ପଡ଼ିଥିଲା। ଫଳରେ ଯାତ୍ରୀଙ୍କୁ ଉଦ୍ଧାର କଲା ବେଳେ ନିଖୋଜ ହୋଇଛନ୍ତି ନାଉରୀ। ୨ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ନାବାଳକଙ୍କୁ ଉଦ୍ଧାର କରିବା ବେଳେ ଉଭୟ ନାଉରୀ ଓ ନାବାଳକ ନିଖୋଜ ଥିଲେ। ଏବେ ନାବାଳକର ମୃତଦେହ ଉଦ୍ଧାର ହୋଇଛି।

ଆଜିଠୁ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ

ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ୍ । ଦିନ ୧୧ଟାରେ ସଦର ବ୍ଲକ ଜମଧରରେ ପହଞ୍ଚିବେ ଫାଇଭ-ଟି ସଚିବ । ସେଠାରେ ଆରଏମସି ଅଧୀନରେ ନିର୍ମାଣାଧୀନ କୋଲ୍ଡ ଷ୍ଟୋରେଜର ଅନୁଧ୍ୟାନ କରିବେ । ପରେ ଜଝାଙ୍ଗରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାଇଁଚ କାରିଗରୀ ବୁଲି ଦେଖିବା ସହ ମାଆମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ବଡ଼ମୂଳବସନ୍ତରେ ମାଆମାନଙ୍କ ଦ୍ବାରା କରାଯାଇଥିବା ମତ୍ସ୍ୟ ଚାଷ ସମ୍ପର୍କରେ ଅନୁଧ୍ୟାନ କରି ପଟ୍ଟାମୁଣ୍ଡାଇ ଯିବେ ଫାଇଭ-ଟି ସଚିବ। ସେଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଂଗ ଟେକ୍ନୋଲୋଜି ପରିସରରେ ସମୀକ୍ଷା କରିବେ। ପଟ୍ଟାମୁଣ୍ଡାଇ ଇନଡୋର ଷ୍ଟାଡିୟମ ଓ ଇନଡୋର ହଲରେ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ ପରେ ଗୋଲରାହାଟରେ ଦଧିବାମନଜୀଉ ମନ୍ଦିର ପରିଦର୍ଶନ କରିବେ ।

ଡେରାବିଶ ବ୍ଲକ ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ ପରେ ସଂସ୍କୃତି ଭବନରେ ମିଶନ ଶକ୍ତି ମାଆମାନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ସମୀକ୍ଷା କରିବେ ଫାଇଭ-ଟି ସଚିବ। ଏହାପରେ ରାମନଗରର ରାମଚଣ୍ଡୀ ପୀଠ ପରିଦର୍ଶନ କରି କେନ୍ଦ୍ରାପଡ଼ା ସମଗୁଡ଼ିଆରେ ନବନିର୍ମିତ ୩୦୦ବେଡ ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଆଜି କେନ୍ଦ୍ରାପଡ଼ାରେ ରାତି ରହଣି ପରେ ଆସନ୍ତାକାଲି ମଧ୍ୟ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ-ଟି ସଚିବ।