ନୂଆପଡ଼ା ଗସ୍ତରେ ଭିକେ ପାଣ୍ଡିଆନ୍, ଉନ୍ନୟନ କାର୍ଯ୍ୟର କରିବେ ସମୀକ୍ଷା

1 min read

ନୂଆପଡ଼ା: ନୂଆପଡ଼ା ଲେଖିବ ବିକାଶର ନୂଆ ଅଧ୍ୟାୟ । ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ୍ । ସକାଳ ୭ଟା ୩୦ରେ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିବେ । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ୍ । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବେ । ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ସ୍କୁଲ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେଠାରୁ ସେ ବୋଡେନ ବ୍ଲକ ସଦରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବେ ।

ଏହା ପରେ 5T ସଚିବ ପାତଳଗଙ୍ଗା ମନ୍ଦିର ଗସ୍ତ କରି ଠାକୁରଙ୍କ ଦର୍ଶନ କରିବା ସହ ମନ୍ଦିର ଉନ୍ନତିକରଣ ନେଇ ଲୋକଙ୍କ ସହ ଆଲୋଚନା କରିବେ । ପରେ ସେ ଖରିଆର ବ୍ଲକ ସଦରରେ ଥିବା ଆମ ହସ୍ପିଟାଲ ପରିଦର୍ଶନ କରି ରହିଥିବା କିଛି ସମସ୍ୟାର ଅନୁଧ୍ୟାନ କରିବେ । ଏଠାରେ ରୋଗୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କୋମନା ବ୍ଲକର କୋନାବିରା ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ । ସେଠାରୁ 5T ସଚିବ କୋମନା ବ୍ଲକ ସୁନାବେଡା ଗସ୍ତ କରିବେ  । ସୁନାବେଡାରେ ସୁନା ଦେଇ ମନ୍ଦିର ପରିଦର୍ଶନ କରିବା ସହ ଚୋକଟିଆ-ଭୁଞ୍ଜିଆ ଆଦିମ ଜନଜାତି ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।