ମୁଣ୍ଡଳୀ ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ, ବ୍ରିଜ୍ ଉପରେ ରହିଛି ସ୍କୁଟି

କଟକ: ବାରଙ୍ଗ ଥାନା ମୁଣ୍ଡଳୀ ମହାନଦୀ ବ୍ରିଜ୍ ଉପରୁ ଜଣେ ଯୁବତୀଙ୍କ ସ୍କୁଟି ଉଦ୍ଧାର । ସ୍କୁଟି ଥୋଇ ଯୁବତୀ ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ । ଯୁବତୀ ଜଣକ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ଐଶ୍ୱରୀୟା ପରିଜା । ଯୁବତୀ ଜଣକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଗତକାଲି ସନ୍ଧ୍ୟା ୬.୩୦ରେ ଭୁବନେଶ୍ୱର ଆସିଥିଲେ ଯୁବତୀ । ଯୁବତୀ ଜଣକ ମୁଣ୍ଡଳୀ ବ୍ରିଜ୍ ନିକଟରେ ସ୍କୁଟି ଥୋଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଁଚି ଯୁବତୀ ଜଣକ ମହାନଦୀକୁ ଡେଇଛନ୍ତି କି କୁଆଡେ ଚାଲି ଯାଇଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ତନାଘନା ଜାରି ରଖିଛି ।