ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା; ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ

1 min read

ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ମାମଲାରେ ତନାଘନା । ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇ ଆଣିଛି STF । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ପଠାଯିବ ଅଭିଯୁକ୍ତଙ୍କ ମୋବାଇଲ । ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ଆଇଟି ଏକ୍ସପର୍ଟ । ଏନଆଇଏ ଓ ଗୁଇନ୍ଦା ବିଭାଗକୁ ସମସ୍ତ ତଥ୍ୟ ପ୍ରଦାନ କରିଛି ଏସଟିଏଫ ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଟିଏଫ । ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କ ସହ ରହିଥିଲା ସମ୍ପର୍କ । ତଦନ୍ତ ବେଳେ ଏସଟିଏଫକୁ ମିଳିଛି ସାଙ୍ଘାତିକ ତଥ୍ୟ । କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ । କେବେଠାରୁ ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କରେ ଥିଲେ ଏନେଇ ଚାଲିଛି ତଦନ୍ତ । ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା । ସେପଟେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଲେଖାଯାଇଛି ଚିଠି ।