spot_img
Home Blog Page 3325

ସିଙ୍ଗଡା ବିକି ଦମ୍ପତି ଲକ୍ଷପତି, ଦିନକୁ ବ୍ୟବସାୟ ୧୨ ଲକ୍ଷ

ବେଙ୍ଗାଲୁରୁ: ସିଙ୍ଗଡା..ଏମିତି ଏକ ଭାରତୀୟ ଜଳଖିଆ ଯେ କେହିବି ଖାଇବାକୁ ପସନ୍ଦ କରିଥାନ୍ତି  । ମାତ୍ର ୫ ଟଙ୍କାରେ ମିଳୁଥିବା ଏହି ଜଳଖିଆ ଦମ୍ପତିଙ୍କ ଭାଗ୍ୟ ବଦଳାଇ ଦେଇଛି । ମୋଟା ଦରମା ଚାକିରି ଛାଡି ଦିନେ ବେଙ୍ଗାଲୁରୁରେ ସିଙ୍ଗଡା ବ୍ୟବସାୟର ନିଷ୍ପତ୍ତି ନେଇଥିଲେ ନିଧି ସିଂ ଓ ପତି ଶିଖର ବୀର ସିଂ । ଆଉ ଚ୍ୟାଲେଞ୍ଜପୂର୍ଣ୍ଣ ନିଷ୍ପତ୍ତି ନେଇ ଆଜି ସଫଳତାର ଶିଖର ଛୁଇଁଛନ୍ତି ନିଧି ଓ ଶିଖର  ।

ଦମ୍ପତିଙ୍କ ସମୋସା ସିଂ ଏବେ ଏକ ଲୋକପ୍ରିୟ ସମୋସା ବ୍ରାଣ୍ଡରେ ପରିଣତ ହୋଇଛି  । ସମଗ୍ର ଦେଶରେ ୪୦ରୁ ଅଧିକ ସମୋସା ସିଂ ଷ୍ଟୋର ରହିଛି  । ପ୍ରତିଦିନ ସିଙ୍ଗଡାରୁ ୧୨ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ଦମ୍ପତି   । ପ୍ରତିମାସ ୩୦ ହଜାରରୁ ଅଧିକ ସିଙ୍ଗଡା ବିକୁଛି ସମୋଶା ସିଂ  । ଯାହାର ବାର୍ଷିକ ଆୟ ରହିଛି ୪୫ କୋଟି ଟଙ୍କା  । ନିଧି ଶିଖରଙ୍କ ବଟର ଚିକେନ ସମୋସା ଓ କଢାଇ ପନିର ସମୋସା ସର୍ବାଧିକ ବିକ୍ରି ହେଉଥିବା ବେଳେ ଲୋକପ୍ରିୟ ଅଟେ  ।

ହରିୟାଣାରେ ବାୟୋଟେକ୍ନୋଲୋଜିରେ ବିଟେକ କରୁଥିବା ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା  । ଏହାପରେ ହାଇଦ୍ରାବାଦରେ ଜୀବ ବିଜ୍ଞାନରେ ପାଠ ପଢିଥିଲେ ଶିଖର  । ପାଠପଢା ପରେ ଅନେକ ଜାଗାରେ ଚାକିରି କରିଥିଲେ ଶିଖର  । ୨୦୧୫ରେ ବାୟୋକନ କମ୍ପାନୀରେ ଶିଖରଙ୍କୁ ମୁଖ୍ୟ ବୈଜ୍ଞାନିକ ଭାବେ ପୋଷ୍ଟିଂ ମିଳିଥିଲା  । ଠିକ ସେତିକିବେଳେ ନିଧି ମଧ୍ୟ ଏକ କମ୍ପାନୀରେ ବାର୍ଷିକ ୩୦ ଲକ୍ଷ ପ୍ୟାକେଜରେ ଚାକିରି କରୁଥିଲେ  । ହେଲେ ଜବ୍‌ ଲାଇଫରେ ସନ୍ତୁଷ୍ଟ ନଥିଲେ ଦମ୍ପତି  । ୨୦୧୬ରେ ଚାକିରି ଛାଡି ସମୋସା ସିଂ ନାମକ ନିଜର ପ୍ରଥମ ସମୋସା ଆଉଟଲେଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ  ।

 

ଉଭୟ ନିଧି ଓ ଶିଖର ସମ୍ଭ୍ରାନ୍ତ ପରିବାରରୁ ଆସିଛନ୍ତି  । ନିଧିଙ୍କ ବାପା ଜଣେ ସୁନାମଧନ୍ୟ ଓକିଲ ଥିବାବେଳେ ଶିଖରଙ୍କ ବାପାଙ୍କର ଚଣ୍ଡିଗଡରେ ଗହଣା ଦୋକାନ ରହିଛି  । କିନ୍ତୁ ଦୁହେଁ ପରିବାରର ବ୍ୟବସାୟକୁ ଆଗକୁ ନ ବଢାଇ ନିଜ ପଇସାରେ କିଛି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ  । ଦମ୍ପତି ନିଜ ସଞ୍ଚୟ ଟଙ୍କାରେ କିଣିଥିବା ଘରକୁ ୮୦ ଲକ୍ଷ ଟଙ୍କାରେ ବିକି ବ୍ୟବସାୟରେ ଲଗାଇଥିଲେ  ।

 

ସମୋସା ସିଂ ଆରମ୍ଭ କରିବା ପାଇଁ ଦମ୍ପତି ପ୍ରଥମେ ନିଜ ସଞ୍ଚୟ ରାଶି ଏଥିରେ ଲଗାଇ ଥିଲେ  । କିନ୍ତୁ ବ୍ୟବସାୟ ବଢାଇବା ପାଇଁ ଯେତେବେଳେ ତାଙ୍କୁ ଫ୍ୟାକ୍ଟ୍ରିର ଆବଶ୍ୟକ ହେଲା ସେତେବେଳେ ନିଜ ନୂଆ ଘର ବି ବିକି ଦେଇଥିଲେ ଦମ୍ପତି  । ଦୁହେଁ ସେହି ନୂଆ ଘରେ କେବଳ ଗୋଟିଏ ଦିନ ରହି ପାରିଥିଲେ  । ବ୍ୟବସାୟ ଆରମ୍ଭରୁ  ଏତେ କଷ୍ଟ ସହିଥିବା ଦମ୍ପତି ଏବେ କିନ୍ତୁ ସମୋସା ବିକି ମାଲାମାଲ୍‌ । ପ୍ରତିଦିନ ସିଙ୍ଗଡାରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଏହି ଦମ୍ପତି ଆଗାମୀ ପିଢି ପାଇଁ ପ୍ରେରଣା ନିଶ୍ଚୟ  ।

 

ଇମ୍ରାନଙ୍କୁ ଅନ୍ତରୀଣ ସୁରକ୍ଷା ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା; ଆସନ୍ତାକାଲି ପର୍ଯ୍ୟନ୍ତ ଗିରଫ କରିପାରିବନି ପୋଲିସ

ଇସଲାମାବାଦ: ଇମ୍ରାନଙ୍କୁ ସାମାନ୍ୟ ଆଶ୍ବସ୍ତି । ମୁଣ୍ଡ ଉପରେ ଗିରଫଦାରୀ ଖଣ୍ଡା ଝୁଲୁଥିବା ବେଳେ କୋର୍ଟରୁ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ସୁପ୍ରିମୋ ଇମ୍ରାନ ଖାନ୍ । ପ୍ରାୟ ୨୪ ଘଣ୍ଟା ଧରି ହାଇଡ୍ରାମା ପରେ ଆସନ୍ତାକାଲି ଦିନ ୧୦ଟା ଯାଏଁ ଇମ୍ରାନଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ଲାହୋର ହାଇକୋର୍ଟ । ୧୬ ମାର୍ଚ୍ଚ ସକାଳ ୧୦ଟା ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ରୋକ ଲଗାଇଛନ୍ତି । ପୋଲିସର ଗିରଫ ପରଓ୍ବାନାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପାକିସ୍ତାନ-ତେହରିକ-ଏ-ଇନସାଫ ନେତା ।

ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଗିରଫ କରିବାକୁ ତାଙ୍କ ଜମାନ ପାର୍କସ୍ଥିତ ବାସଭବନରେ ପହଞ୍ଚିଥିଲା ପୋଲିସ । ପିଟିଆଇ ସମର୍ଥକଙ୍କ ବିକ୍ଷୋଭ ଯୋଗୁ ପୋଲିସ ଲାଠି ଚାର୍ଜ କରିବା ସହ ଓ୍ବାଟର କ୍ୟାନନ ଓ ଲୁହ ବୁହା ଗ୍ୟାସ ମାଡ କରିଥିଲା । ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ସରକାରୀ ତୋଷଖାନାରୁ ଅନେକ ଦାମୀ ଗିଫ୍ଟ କମ୍ ଦାମରେ ବିକ୍ରି କରିଦେଇଥିଲେ । ଗତବର୍ଷ ଏହି ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ସମନରେ ହାଜର ନହେବାରୁ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ ।

ସିନ୍ଦେ ବନାମ ଉଦ୍ଧବ ମାମଲା; ଭଗତ ସିଂ କୋଶ୍ୟାରୀଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାଜ୍ୟପାଳଙ୍କୁ ନିଜ ଶକ୍ତିର ବ୍ୟବହାର ସାବଧାନତାର ସହ କରିବାର ଆବଶ୍ୟକତା । ତାଙ୍କୁ ଏହା ଜଣାରହିବା ଆବଶ୍ୟକ ଯେ ଯଦି ସେ ଆସ୍ଥା ଭୋଟ ପାଇଁ ଡାକୁଛନ୍ତି ତେବେ ଏହାର ଫଳସ୍ୱରୂପ ସରକାର ଭାଙ୍ଗିଯାଇପାରେ । ସୁପ୍ରିମକୋର୍ଟ ଶିବସେନାରେ ଫାଟକୁ ନେଇ ଚାଲିଥିବା ଶୁଣାଣି ସମୟରେ ଏହି କଡ଼ା ଟିପ୍ପଣୀ ଦେଇଛନ୍ତି । କୋର୍ଟ ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ଭୂମିକାକୁ ନେଇ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଏହି କଥାର ଖବର ରହିବା ଆବଶ୍ୟକ ଯେ ଆସ୍ଥା ଭୋଟ ପାଇଁ ଆହ୍ୱାନ ଦେବା ଦ୍ୱାରା ସରକାରଙ୍କ ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇପାରେ ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଧରାଯାଉ ଦଳରେ ନୀତିଗତ ପାର୍ଥକ୍ୟ ଅଛି । ରାଜ୍ୟପାଳ କେବଳ ଏହା କହିପାରିବେ ଯେ ତୁମେ ତୁମର ଟ୍ରଷ୍ଟ ଭୋଟ୍ ପ୍ରମାଣ କରିବା ଉଚିତ୍? ରାଜ୍ୟପାଳ ମଧ୍ୟ ସମାନ ଭାବରେ ସଚେତନ ହେବା ଉଚିତ ଯେ ଟ୍ରଷ୍ଟ ଭୋଟ୍ ଆହ୍ୱାନ ନିଜେ ଏକ ପରିସ୍ଥିତି ହୋଇପାରେ । ଯାହା ସରକାରକୁ ଭାଙ୍ଗିଦେଇପାରେ? ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକନାଥ ସିନ୍ଦେ ଗୋଷ୍ଠୀର ବିଦ୍ରୋହକୁ ନେଇ କହିଛନ୍ତି, ଏମାନେ ତିନି ବର୍ଷର ସମ୍ପର୍କ ଭାଙ୍ଗିଦେଲେ । କଂଗ୍ରେସ, ଏନସିପି ସହ ତାଙ୍କର ମେଣ୍ଟ ସରକାର ଥିଲା ।

ତେବେ ରାତାରାତି ଏମିତି କଣ ହୋଇଥିଲା ଯେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି କରିଥିଲେ? ପ୍ରଧାନ ବିଚାରପତି କହିଛନ୍ତି ଯେ, ରାଜ୍ୟପାଳଙ୍କୁ ଏହି ପ୍ରଶ୍ନ କରିବାର ଥିଲା ଯେ ଆପଣ ତିନି ବର୍ଷ ହେବ କିପରି ସାଙ୍ଗରେ ଥିଲେ । ଯଦି ନିର୍ବାଚନର ଏକ ମାସ ପରେ ମେଣ୍ଟକୁ ନେଇ କୌଣସି ପ୍ରଶ୍ନ ଉଠିଥାନ୍ତା ତେବେ କଥା ତ ବୁଝାପଡିଥାନ୍ତା । କିନ୍ତୁ ତିନି ବର୍ଷ ପର୍ଯ୍ୟନ୍ତ ରହିବା ପରେ ୩୪ ଜଣିଆ ଗ୍ରୁପ କହୁଛନ୍ତି ଯେ ଅସହମତି ରହିଛି ଏବଂ ରାଜ୍ୟପାଳ ଭାବରେ ଆପଣ ଗୋଟେ ଦିନ ଆସ୍ଥା ଭୋଟ ପାଇଁ ଆହ୍ୱାନ ଦେଉଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ଡକାଇବାର କଣ ଆଧାର ଥିଲା ।

ଏହା ଉପରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ପକ୍ଷ ରଖୁଥିବା ସଲିସିଟର ଜେନରାଲ ତୁଷାର ମେହତା କହିଥିଲେ ଯେ ଠାକରେଙ୍କ ଉପରୁ ବିଦ୍ରୋହୀ ବିଧାୟକଙ୍କ ଭରସା ଶେଷ ହୋଇଯାଇଥିଲା । ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ ଏହା ତ ଦଳ ଭିତରର ମତଭେଦ ଥିଲା । କିନ୍ତୁ ଏହାକୁ ନେଇ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ ଆହ୍ୱାନ ଦେବା ଯଥାର୍ଥ ନୁହେଁ ।  ରାଜ୍ୟପାଳଙ୍କୁ ଏହି କଥାକୁ ଅଣଦେଖା ନକରିବା ଆବଶ୍ୟକ ଯେ ଯଦି ତିନି ଦଳର ମେଣ୍ଟ ରହେ ତେବେ କୌଣସି ଗୋଟେ ଦଳ ତ ଅସହମତ ରହିବ ।

ହେଲେ କେବଳ ଏହାକୁ ଆଧାର କରି ସମ୍ପୂର୍ଣ୍ଣ ସରକାର ଭାଙ୍ଗିଦେବା ଭଳି ପଦକ୍ଷେପ ନେବା ଅନୁଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ପ୍ରକାଶଥାଉକି, ଗତ ବର୍ଷ ଜୁନରେ ଏକନାଥ ସିନ୍ଦେଙ୍କ ସହ ମିଶି ବିଜେପି ସରକାର ଗଠନ କରିଥିଲା । ମୁଖ୍ୟମନ୍ତ୍ରୀ ଭାବରେ ଏକନାଥ ସିନ୍ଦେ ରହିଥିବା ବେଳେ ଉପମୁଖ୍ୟନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବୀସ କାର୍ଯ୍ୟ କରୁଛନ୍ତି । କେବଳ ଏତିକି ନୁହେଁ ବିଧାୟକ ଏବଂ ୧୨ରୁ ଅଧିକ ସାଂସଦଙ୍କୁ ନିଜ ସାଙ୍ଗରେ ନେଇଥିବା ଏକନାଥ ସିନ୍ଦେଙ୍କୁ ଶିବସେନାର ନାଁ ଏବଂ ଚିହ୍ନ ବ୍ୟବହାର କରିବାକୁ ଅନୁମତି ମଧ୍ୟ ନିର୍ବାଚନ କମିଶନ ଦେଇଦେଇଛନ୍ତି । ଏବେ ଏହି ବିବାଦ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।

ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳିକଲେ ବିବାହିତ ଯୁବକ

ମୟୁରଭଞ୍ଜ: ମୟୂରଭଞ୍ଜରେ ଚାଞ୍ଚଲ୍ୟ । ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳିକଲେ ବିବାହିତ ଯୁବକ । ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ସମେତ ଦୁଇ ସହଯୋଗୀ । ବିଶୋଇ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଗିରଫମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ଅଁଳାଡୁବା ଗାଁର ସୂରଜ ପଣ୍ଡାଙ୍କ ପୁଅ ଅର୍ଜୁନ ପଣ୍ଡା , ସହଯୋଗୀ ହଳଦୀପୋଖରୀ ଅଞ୍ଚଳର ଏସ.କେ ନାକିମ ଖାନ ଓ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳା । ଦୀର୍ଘ ୩ ବର୍ଷ ଧରି ବିଶୋଇ ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଅର୍ଜୁନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ବର୍ଷେ ତଳେ ଅର୍ଜୁନ ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟ ଜଣକୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ଅର୍ଜୁନ ଯୁବତୀଙ୍କ ସହିତ ପୁଣି ସମ୍ପର୍କ ରଖବାକୁ ବାଧ୍ୟ କରିଥିଲେ । ହେଲେ ଅର୍ଜୁନ ବିବାହ କରିଥିବା ଜାଣି ଯୁବତୀ ଜଣଙ୍କ ସମ୍ପର୍କ ରଖିବାକୁ ସହମତି ହୋଇନଥିଲେ । ଏନେଇ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ଭ୍ୟାନ ଯୋଗେ ବିଶୋଇରୁ ଅପହରଣ କରି ନେଇ ରାଇରଙ୍ଗପୁର ସ୍ଥିତ ଏକ ନଦୀକୂଳରେ ଯୁବତୀଙ୍କ ଗୋଡକୁ ଗୁଳି କରିଥିଲେ । ଘଟଣାଟି ଲୋକ ଲୋଚନକୁ ଆସିବା ଭୟରେ ଅର୍ଜୁନ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ବଡ଼ଝରଣ ସ୍ଥିତ କାଳିଆଗ୍ରାମ ପରେ ଆଉ ଏକ ଭଡାଘରେ ତିନି ଦିନ ଧରି ଲୁଚାଇ ରଖିଥିଲେ ।

ଗତ ସୋମବାର ଆହତ ଯୁବତୀ ମୋବାଇଲ ଫୋନ ଯୋଗେ ନିଜ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ବିଶୋଇ ଥାନାରେ ଅଭିଯୋଗ କରିବା ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ଏନେଇ ଭଡାଘରର ମାଲିକାଣୀ ଅର୍ଜୁନଙ୍କ ଖବର ଦେଇଥିଲେ । ଫଳରେ ଧରାପଡିଯିବା ଭୟରେ ସେଠାରୁ ଯବୁତୀଙ୍କୁ ଧରି ଫେରାର ହୋଇଯାଇଥିଲା ଅର୍ଜୁନ । ରାଇରଙ୍ଗପୁର ନିକଟସ୍ଥ ଭୋରଣ୍ଡିଆ ସ୍ଥିତ ରାସ୍ତା କଡରେ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଥିଲା ।

ଅର୍ଜୁନକୁ ପିଛା କରୁଥିବା ବିଶୋଇ ପୋଲିସ ଯୁବତୀ ଜଣଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଚିକତ୍ସା ପାଇଁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅର୍ଜୁନକୁ ପିଛାକରି ଗିରଫ କରିଥିଲା ପୋଲିସ । ଅର୍ଜୁନଙ୍କୁ ବନ୍ଧୁକ ବିକିଥିବା ଯୁବକ ଏସ.କେ ନାକିମ ଓ ଯୁବତୀଙ୍କୁ ଲୁଚାଇ ରଖିବାରେ ସହଯୋଗ କରୁଥିବା ଭଡାଟିଆ ଘରର ମାଲିକାଣୀକୁ ମଧ୍ୟ ଗିରଫ କରାଯାଇଛି । ଆଜି ସାଇଣ୍ଟିଫିକ ଟିମ ସହାୟତାରେ ବିଶୋଇ ପୋଲିସ ତଦନ୍ତ କରି ଘଟଣାରେ ବ୍ୟବହୃତ ଏକ ଭ୍ୟାନ ,ସ୍କୁଟି , ପଲସର ବାଇକକୁ ଜବତ କରିବା ସହିତ ଏକ ବନ୍ଧୁକ,ଗୁଳି କାଣ୍ଡରେ ବ୍ୟବହୃତ ଖୋକା,୩ ଅଫୁଟା ଗୁଳି ଓ ୪ ଗୋଟି ମୋବାଇଲ ଜବତ କରିଛି ବିଶୋଇ ପୋଲିସ ।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୫୬/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝଟକିବେ କେନ୍ଦୁଝରର ଝିଅ ଝିଲ୍ଲି

କେନ୍ଦୁଝର: ଆନ୍ତର୍ଜାତିକ ସ୍ତରରେ ଚମକିବେ ଓଡିଆ ଝିଅ । ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝଟକିବେ ଝିଲି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଝଣଝଣା ଗାଁର ଝିଲ୍ଲି ବିରୁଆ । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇ ଅନାଥ ପରିଚୟରେ ଦିନ କାଟି ଆସୁଛନ୍ତି । ଜେଜେମାଙ୍କ ସାହାରାରେ ଜୀବନ ଜିଉଁଥିବା ଝିଲିଙ୍କ ପାଇଁ ଏବେ ଅପେକ୍ଷା କରିଛି ଏକ ଖୁସିର ମୁହୂର୍ତ୍ତ । ମହିଳା ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ଭାବେ ରାଜ୍ୟରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ବାହାର ଦେଶରେ ଦେଖାଇବେ ପ୍ରତିଭା ।

ଭିଓ-୨ ଆନ୍ତର୍ଜାତିକ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାରୁ ୫ ଜଣକ ନାଁ ଚୟନ ପ୍ରକ୍ରିୟା ନିମନ୍ତେ ବଛାଯାଇଛି । ଯେଉଁଥିରେ ରହିଛି ଝିଲ୍ଲୀଙ୍କ ନାଁ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନଥିବା ବେଳେ ଧୂଳିଧୂଷର ହୋଇରହିଛି ଝିଲ୍ଲୀଙ୍କ ଟ୍ରଫି ଓ ମାନପତ୍ର । ଗିରିବୀ କେବେବି ଭିନ୍ନକ୍ଷମ ଝିଲ୍ଲୀଙ୍କୁ ଅଟକାଇ ପାରିନାହିଁ । ତାଙ୍କର ସଫଳତାରେ ଆନନ୍ଦପୁର ଉପଜିଲ୍ଲାପାଳ ସମ୍ବର୍ଦ୍ଧନା ଜଣାଇବା ସହିତ ଭବିଷ୍ୟତ ଉଜ୍ବଳ ନେଇ କାମନା କରିଛନ୍ତି।

ଶୂନ୍ୟକାଳରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର l ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ l ସେମାନେ ବହୁତ ଅସୁବିଧାରେ ଅଛନ୍ତି l ଚଳିବା କଷ୍ଟ ହୋଇଯାଉଛି ବୋଲି ଗୃହରେ କହିଛନ୍ତି ନରସିଂହ ମିଶ୍ର । ନରସିଂହ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ l ପୂର୍ବତନ ବିଧାୟକମାନେ ଦରମା କମ୍ ପାଇଁ ଅସୁବିଧାରେ ଅଛନ୍ତି l  ରିପୋର୍ଟ ଦିଆସରିଛି l ଦିଲ୍ଲୀର ବିଧାୟକମାନଙ୍କ ଦରମା ବୃଦ୍ଧି ହୋଇଛି ବୋଲି କହି ନରସିଂହ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେହିଭଳି ନରସିଂହଙ୍କ ଉଦବେଗକୁ ସମର୍ଥନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରାଯାଇଛି l ଦରମା ବୃଦ୍ଧି ବିଲ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ଗୃହରେ ଆଗତ କରନ୍ତୁ ବୋଲି ଗୃହରେ ଦାବି ରଖିଛନ୍ତି ତାରା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧିକୁ ସମର୍ଥନ କରିଛନ୍ତି l

ଲାଲୁ ଓ ପରିବାରକୁ କୋର୍ଟଙ୍କ ଆଶ୍ୱସ୍ତି, ୫୦ହଜାର ଟଙ୍କା ବଣ୍ଡରେ ଲାଲୁ ଯାଦବ, ରାବଡି ଦେବୀ ଓ ଝିଅ ମିସାଙ୍କୁ ଜାମିନ

ନୂଆଦିଲ୍ଲୀ: ଲାଲୁଙ୍କୁ କୋର୍ଟଙ୍କ ଆଶ୍ବସ୍ତି । ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ୫୦ ହଜାର ଟଙ୍କାର ବଣ୍ଡରେ ତିନିଜଣଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ହେବ । ଲ୍ୟାଣ୍ଡ ଫର୍ ଜବ୍ ସ୍କାମ ମାମଲାରେ ଲାଲୁ ଯାଦବ, ରାବଡି ଦେବୀ ଓ ମିସା ଭାରତୀଙ୍କୁ ସମନ କରିଥିଲେ କୋର୍ଟ । ଆଜି ହ୍ବିଲ ଚେୟାରରେ ବସି ଲାଲୁ କୋର୍ଟରେ ପହଞ୍ଚିଥିଲେ । ରାବଡି ଦେବି ଓ ମିସା ଭାରତୀ ମଧ୍ୟ କୋର୍ଟରେ ପହଞ୍ଚିଥିବା ବେଳେ କୋର୍ଟ ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ରାବଡି ଦେବୀ, ଲାଲୁ ଯାଦବ, ମିଶାଙ୍କ ସମେତ ୧୪ ଜଣଙ୍କୁ ଗତ ୨୭ ଫେବୃଆରୀରେ ସମନ ଜାରି କରିଥିଲେ କୋର୍ଟ । କୋର୍ଟରେ ହାଜର ହେବା ପୂର୍ବରୁ ଦିଲ୍ଲୀ ଓ ବିହାରରେ ସିବିଆଇ ଟିମ୍ ରାବଡି ଦେବୀଙ୍କୁ ପଚରାଉଚରା କରିଥିଲା । ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲାଲୁ ରେଳମନ୍ତ୍ରୀ ଥିବା ବେଳେ IRCTCରେ ଚାକିରି ପାଇଁ ସେ ଜମି ନେଇଥିବା ଅଭିଯୋଗ ହୋଇଛି । ଲାଲୁଙ୍କ ପରିବାରକୁ ଏହି ଜମି କମ୍ ଦାମରେ କିମ୍ବା ଗିଫ୍ଟ ଆକାରରେ ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି ।

ସ୍ବାବଲମ୍ବୀ ହେଉଛନ୍ତି ମାଆ, ସହିପାରୁନାହାନ୍ତି ବିରୋଧୀ

ଭୁବନେଶ୍ୱର: ସ୍ୱାବଲମ୍ବୀ ହେଉଛନ୍ତି ମାଆ, ସହିପାରୁନାହାନ୍ତି ବିରୋଧୀ । ମହିଳା ଏସଏଚଜିଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ସହିନପାରି ଟାର୍ଗେଟ୍ କରୁଛନ୍ତି ବିରୋଧୀ । ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି । ହେଲେ ରାଜନୈତିକ ଅସହିଷ୍ଣୁତାର ଶିକାର ହୋଇ ବିରୋଧୀ ମହିଳା ଏସଏଚଜିଙ୍କ ବିରୋଧରେ ଆଣୁଛନ୍ତି ମିଛ ଅଭିଯୋଗ । ଏସଏଚଜି ଗୁଡିକ ଋଣ ନେଇ ସୁଧ କାରବାର କରିବା, ଋଣ ଅର୍ଥ ଫେରସ୍ତ ନକରିବା ଭଳି ବିରୋଧୀ କରୁଥିବା ଅଭିଯୋଗର ଜବାବ ଦେଇଛନ୍ତି ମିଶନ ଶକ୍ତି ମାଆ ।

ରାଜ୍ୟରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସ୍ବାଧିନତା ପରଠାରୁ କୌଣସି ସ୍ବତନ୍ତ୍ର ଯୋଜନା ହୋଇନଥିଲା। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଗଠନ କରିବା ସହ ଋଣ ଓ ବଜାର ସୁବିଧା ଯୋଗାଇ ଦେଉଛନ୍ତି । ଫଳରେ ଆଜି ଗାଁର ମହିଳାମାନେ ଆତ୍ମନିର୍ଭର ହୋଇଛନ୍ତି । ସମାଜରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ସେମାନଙ୍କ ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମହିଳା ସ୍ବୟଂ ସହାୟିକା । ମିଶନ ଶକ୍ତି ମାଆ ମାନଙ୍କ ପ୍ରତି ବିରୋଧୀଙ୍କ ଏଭଳି ଅସୂୟା ମନୋଭାବର ଜବାବ ଆଗାମୀ ଦିନରେ ଭୋଟରେ ଦିଆଯିବ ବୋଲି କହିଛନ୍ତି ।

ଦେଶରେ ଭାଇରାଲ୍ ଭୟ, H3N2, କରୋନା ଓ ସ୍ବାଇନ୍ ଫ୍ଲୁ ବଢାଉଛି ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବଢୁଛି ଭାଇରାଲ୍ ଭୟ । H3N2, କରୋନା ଓ ସ୍ବାଇନ୍ ଫ୍ଲୁ ବଢାଉଛି ସଂକ୍ରମଣ । ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା କେବଳ ସ୍ବାଇନ୍ ଫ୍ଲୁରେ ଦେଶରେ ୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ସର୍ବାଧିକ ୫୪୫ ଜଣ H1N1 ବା ସ୍ବାଇନ୍ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର, ଗୁଜରାଟରେ ୧୭୦ ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ କେରଳ ଓ ପଞ୍ଜାବରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ସେପଟେ ଇନଫ୍ଲୁଏନଜାରେ ଆକ୍ରାନ୍ତ ସଂଖ୍ୟା ବି ବଢୁଛି। ଏପର୍ଯ୍ୟନ୍ତ ୩୫୨ ଜଣ ସଂକ୍ରମିତ ହୋଇଛନ୍ତି ।

H3N2 ସଂକ୍ରମଣକୁ ଆଖିରେ ରଖି ପୁଡୁଚେରୀରେ ଆସନ୍ତାକାଲିଠୁ ୨୬ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ଆଇସିୟୁ, ଆଇସୋଲେସନ୍ ୟୁନିଟ୍ ବଢାଯାଇଛି । ସେପଟେ କରୋନା ସଂକ୍ରମଣର ଗ୍ରାଫ୍ ମଧ୍ୟ ଗତ କିଛି ଦିନ ହେଲା ଉପରମୁହାଁ ହୋଇଛି । ଦୈନିକ କୋଭିଡ୍ ସଂକ୍ରମଣ ଅନେକ ଦିନ ପରେ ୬ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାଇନ୍ ଫ୍ଲୁ, ଇନଫ୍ଲୁଏନଜା ହେଉ କି କରୋନା, ଡ୍ରପଲେଟ୍ ମାଧ୍ୟମରେ ଏସବୁ ସଂକ୍ରମଣ ବ୍ୟାପେ । ତେଣୁ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଜୟନାରାୟଣଙ୍କୁ ଅମର ଶତପଥୀଙ୍କ କଡ଼ା ଜବାବ, କହିଲେ, ବିରୋଧୀଙ୍କୁ ଲାଗିଛି 5T ଭୂତ

ଭୁବନେଶ୍ୱର: 5T ପ୍ରସଙ୍ଗରେ ଜୟନାରାୟଣଙ୍କୁ ବିଜେଡିର କଡ଼ା ଜବାବ । 5T ଏକ ମଡେଲ । ଗଭର୍ଣ୍ଣାନ୍ସକୁ ଚଳଚଞ୍ଚଳ କରିବା ପାଇଁ 5T ବ୍ୟବସ୍ଥା । କେନ୍ଦ୍ର ସରକାର ବି ଓଡ଼ିଶାର ଗଭର୍ଣ୍ଣାନ୍ସ ମଡେଲକୁ ପ୍ରଶଂସା କରିଛନ୍ତି । ତେବେ 5T କଥା ବିରୋଧୀ ଦଳ ନେତାଙ୍କୁ କାହିଁକି ବାଧୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ବିରୋଧୀଙ୍କୁ 5T ଭୂତ ଲାଗିଛି, ସେ ଝାଡି ଦିଅନ୍ତୁ । ଅଯଥା ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ ନକରିବାକୁ ଅମର ଶତପଥୀ କହିଛନ୍ତି ।