spot_img
Home Blog Page 3267

ଆଜି ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ, ନିବେଶକ ସମ୍ମୀଳନୀରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶା ହେବ ଶିଳ୍ପ ସମୃଦ୍ଧ। ରାଜ୍ୟକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବାକୁ ଆଜିଠୁ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସହିତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତ କରୁଛନ୍ତି। ରୋମ, ଦୁବାଇ ପରେ ଜାପାନରେ ନିବେଶକଙ୍କୁ ନିମନ୍ତ୍ରଣ କରିବେ ନବୀନ। ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ।

ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ନବୀନ ଆଲୋଚନା କରିବେ । ଦୁବାଇରୁ ୨୧ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି। ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ ।

ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ । ୨୦୧୮ ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି। ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ

ଭଦ୍ରକ:  ସହରଠୁ ଗଳି, ସବୁଠି ଚର୍ଚ୍ଚା  । ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ । ଜଣେ ମହିଳା ସାମ୍ବାଦିକ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ କରି ଏସଆଇଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଅଭିଯୁକ୍ତ ହେଲେ ଚୂଡ଼ାମଣୀ ମେରାଇନ ଥାନା ଏସଆଇ ତପସ୍ବିନୀ ମହାପାତ୍ର ।

ଅଭିଯୋଗ ଅନୁସାରେ ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ତପସ୍ବିନୀ । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ କରିଥିଲା ପୋଲିସ । ମେଡିକାଲ ଯାଞ୍ଚ ପରେ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ନବୀନ ନିବାସରେ ଆନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ଫେଡେରେସନ୍ ଫାଉଣ୍ଡେସନର ପ୍ରତିନିଧୀ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ଫେଡେରେସନ୍ ଏବଂ ଆନ୍ତର୍ଜାତୀୟ ଟେବୁଲ୍ ଟେନିସ୍ ଫେଡେରେସନ୍ ଫାଉଣ୍ଡେସନର ପ୍ରତିନିଧୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧୀ ଦଳରେ ITTF ସଭାପତି ପେଟ୍ରା ସୋର୍ଲିଙ୍ଗ, ଫାଉଣ୍ଡେସନ ନିର୍ଦ୍ଦେଶକ ଲେଣ୍ଡ୍ରୋ ଓଲଭେଚ, ପ୍ରୋଗ୍ରାମ ମ୍ୟାନେଜର, ସୌରଭ ମିଶ୍ର, ଜୁଲିଆ ଟାପେଣ୍ଡୋର୍ଫ, କାର୍ଯ୍ୟକ୍ରମ ସଂଯୋଜକ, ITTF ଫାଉଣ୍ଡେସନ ଉପସ୍ଥିତ ଥିଲେ । ଏହି ପ୍ରତିନିଧି ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ଦେଶରେ ଟେବୁଲ ଟେନିସକୁ ପ୍ରୋତ୍ସାହିତ କରିବା ପାଇଁ ITTF ର ପ୍ରୟାସକୁ ପ୍ରଶଂସା କରିଛନ୍ତି  ।

ସମସ୍ତ ସହଯୋଗ ପାଇଁ ଆଶ୍ବସନା ଦେଇଛନ୍ତି । ଏହି ପ୍ରତିନିଧୀ ଦଳ ଓଡିଶାରେ ଟେବୁଲ୍ ଟେନିସ ପ୍ରତି ରାଜ୍ୟ ସରକାରଙ୍କ ସମର୍ଥନ କାମନା କରିଛନ୍ତି । ଆଗକୁ ସେମାନେ ପ୍ରତିଯୋଗିତାମୂଳକ ଇଭେଣ୍ଟ ଆୟୋଜନ କରିବେ । ଏଥିସହ ଟେବୁଲ୍ ଟେନିସରେ କୋଚ୍ ଶିକ୍ଷା ପ୍ରଦାନ କରିବେ । ଭୁବନେଶ୍ୱର ଏବଂ କଟକ ଠାରେ ଟେବୁଲ୍ ଟେନିସ୍ ଏକାଡେମୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ଇନଡୋର ହଲରେ ଟେବୁଲ୍ ଟେନିସ୍ ତାଲିମ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ । କୋଚ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଓଡିଶାରେ ଆନ୍ତର୍ଜାତୀୟ ଟିଟି ଇଭେଣ୍ଟ ଆୟୋଜନ କରିବାରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହାଯ୍ୟ ଲୋଡିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ OFCHଙ୍କ ନେତୃତ୍ୱରେ ପ୍ରତିନିଧୀ ଦଳ

ଭୁବନେଶ୍ୱର: OFCHଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ନିର୍ଦ୍ଦେଶକ ଆଞ୍ଜେଲିଟା ଟିଓ, ଫ୍ରେଡେରିକ୍ ଜାମୋଲି, ଜେନିଆ କର୍ଗୁଜୋଭା, ଏବଂ ଅଲିମ୍ପିଆନ୍ ଅଭିନଭ ବିନ୍ଦ୍ରା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଆଇଓସିର ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମର୍ଥନକୁ OFCH ସଦସ୍ୟମାନେ ପ୍ରଶଂସା କରିଥିଲେ । ଭାରତରେ OVEP ଲାଗୁ କରିବାରେ ଓଡିଶା ପ୍ରଥମ ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2022 ମସିହା ମେ ମାସରେ ଏହି ପଦକ୍ଷେପ ନେଇଥିଲେ । ସେହି ଦିନଠାରୁ ଭୁବନେଶ୍ୱର ଏବଂ ରାଉରକେଲାର 90 ଟି ବିଦ୍ୟାଳୟରେ 32 ହଜାର 000 ଛୋଟ ପିଲା ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମଟି ଓଡିଶାର 250 ଟି ବିଦ୍ୟାଳୟରେ 1.5 ଲକ୍ଷରୁ ଅଧିକ ସ୍କୁଲ ପିଲା ପ୍ରଭାବିତ ହୋଇଛନ୍ତି । ଚଳିତ ବର୍ଷ 1 ମିଲିୟନରୁ ଅଧିକ ବୃକ୍ଷ ରୋପଣ ମାଧ୍ୟମରେ ଆଇଓସିର ଅଲିମ୍ପିକ୍ ଫରେଷ୍ଟ ନେଟୱାର୍କ କାର୍ଯ୍ୟକ୍ରମକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ୱରରେ ପାଳିଲେ ନୟାଗଡ଼ ଦିବସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନୟାଗଡ ଦିବସ । ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟରେ କର୍ମନିଯୁକ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ୟମରେ ପାଳିତ ହୋଇଛି ନୟାଗଡ ଦିବସ  ।  ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା ନୟାଗଡ଼ ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ପ୍ରେମାନନ୍ଦ ମହାପାତ୍ର, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା, ସମାଜସେବୀ ନିବେଦିତା ଲେଙ୍କା  ।

ସ୍ଥାନୀୟ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ନୟାଗଡ ଜିଲ୍ଲାର ଅନେକ ମହାପୁରୁଷଙ୍କ ସ୍ମୃତି ଚାରଣ କରାଯାଇଥିଲା  । ନୟାଗଡ଼ କଳା-ଐତିହ୍ୟ-ରାଜନୀତିରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି  । ମାଟି ଯୋଗଜନ୍ମା ପୁରୁଷଙ୍କୁ ଜନ୍ମ କରି ଗୌରବାନ୍ୱିତ କରିଛି  । ତେଣୁ କିପରି ସମଗ୍ରିକ ଭାବେ ନୟାଗଡ଼ ଜିଲ୍ଲାର ଉନ୍ନତି ହୋଇପାରିବ , ସେଥିପ୍ରତି ସମସ୍ତେ ନିଜ ନିଜ ପକ୍ଷେ ପ୍ରୟାସ କରିବା  । ପ୍ରତିଟି ବ୍ୟକ୍ତି ମାଟି ମନସ୍କ ହେବାକୁ ଆହ୍ୱାନ ଦେଇଥିଲେ ଉପସ୍ଥିତ ବରେଣ୍ୟ ଅତିଥିବୃନ୍ଦ  ।

କାର୍ଯ୍ୟକ୍ରମକୁ କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅମରେଶ ଚନ୍ଦ୍ର ଦାସ, ସୁବ୍ରତ କୁମାର ନାୟକ, ଅଭିଳାଷ ପଣ୍ଡା, ଆଶିଷ କୁମାର ରଥ, ସତ୍ୟେନ୍ଦୁ ଶେଖର ମିଶ୍ର, ସୁଧାଂଶୁ ଶେଖର ସାହୁ, ରାଜକିଶୋର ଡାକୁଆ ଓ ପ୍ରତ୍ୟୁଷ ଦେବାଶିଷ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ବରରେ ରହୁଥିବା ୫୦ରୁ ଅଧିକ ନୟାଗଡ଼ ବାସିନ୍ଦା ଏହି ଉତ୍ସବରେ ଭାଗ ନେଇଥିଲେ। ଆଗାମୀ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ବରରେ ଦ୍ବିତୀୟ ଛେନାପୋଡ଼ ଦିବସ ପାଳନ ହେବା ପାଇଁ ଆଜିର ଉତ୍ସବରେ ନିଷ୍ପତ୍ତି ନିଆଯାଇଥିଲା।

କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି : ବିଜେଡି

ଭୁବନେଶ୍ୱର: କୋଟିଆ ପ୍ରତି କରିଥିବା ଅବହେଳାକୁ ଘୋଡାଉଛି ବିଜେପି । କୋଟିଆ ପ୍ରସଙ୍ଗରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଦେଇଥିବା ବିବୃତିରୁ ଏହା ଜଳ ଜଳ ହୋଇ ଦିଶୁଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ପୃଥ୍ବୀରାଜ ହରିଚନ୍ଦନଙ୍କ ବାପା ଯେତେବେଳେ ଆନ୍ଧ୍ରର ରାଜ୍ୟପାଳ ଥିଲେ ସେ ଥରୁଟିଏ ବି କେବେ କୋଟିଆ କଥା ଉଠାଇଥିଲେ କି ବୋଲି ପ୍ରଶ୍ନ କରିଛି ବିଜେଡି ।

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବାବେଳେ ବିଶ୍ୱଭୂଷଣ ହରିଚନ୍ଦନ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ । ମାତ୍ର ସେ କେବେ ଏଥିପାଇଁ ଉଦ୍ୟମ କରିଥିଲେ କି ? ତେଣୁ କୋଟିଆକୁ ନେଇ ଶସ୍ତା ରାଜନୀତି କରିବା ଆଗରୁ ହରିଚନ୍ଦନଙ୍କୁ ଲଜ୍ଜା ଲାଗିବା ଉଚିତ୍ । ଓଡିଶା ସରକାର କେବଳ କୋଟିଆ ପଞ୍ଚାୟତରେ ୧୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ।

ରାସ୍ତାଘାଟ, ସ୍କୁଲରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ ସବୁ କାମ କରାଯାଇଛି । ଏହାପରେ ବି ବିଜେପି ନେତାମାନଙ୍କୁ କିଛି ଦେଖାଗଲାନି । ଏଥିରୁ ଜଣାପଡୁଛି ଯେ ରାଜ୍ୟର ବିଜେପିର ନେତାମାନେ ଏବେ ଦୃଷ୍ଟିଦୋଷରେ ପୀଡିତ ବୋଲି ବିଜେଡି କହିଛି । କୋଟିଆ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ନିମ୍ନମାନର ରାଜନୀତି ନକରି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରନ୍ତୁ ବୋଲି ଇପସିତା ସାହୁ କହିଛନ୍ତି ।

ଦଗାବାଜ ତୁର୍କୀ, ପାକିସ୍ତାନକୁ ଦେଲା ଘାତକ ଡ୍ରୋନ

ନୂଆଦିଲ୍ଲୀ: ପାକିସ୍ତାନ ହାତରେ ଏବେ ବିପଦଜନକ ଭାବେ ଆକ୍ରମଣ କରୁଥିବା ଡ୍ରୋନ । ଏହି ଡ୍ରୋନ୍ ପାକିସ୍ତାନକୁ ତୁର୍କୀ ଦେଇଛି। ଏହି ଡ୍ରୋନର ନାମ ରହିଛି ‘ବୈରାକତାର ଆକିଂସି ହେଲ’ ।

ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଡ୍ରୋନ । ଏହି ଡ୍ରୋନ ଅଧିକ ଉଚ୍ଚାରେ ଉଡି ପାରିବ । ଏହା ଶତ୍ରୁ ଉପରେ ତିଖ୍ଣ ନଜର ରଖିବା ସହ ଆକ୍ରମଣ ବି କରିପାରେ । କେବଳ ଏତିକି ନୁହେଁ ଏହା ବମ୍ କିମ୍ବା ମିଶାଇଲକୁ ବି ଉଡାଇପାରେ ।

ହାଲେର ପୂରା ନାଁ ହେଲା ହାଇ ଆଟିଟ୍ୟୁଡ ଲଙ୍ଗ୍ ଏଣ୍ଡସ୍ୟୁରାନ୍ସ  । ଏହି ଡ୍ରୋନ ଏବେ ପାକିସ୍ତାନକୁ ଦେଇଛି ତୁର୍କୀ । ହେଲେ ପ୍ରଥମ ବ୍ୟାଚରେ କେତେ ଡ୍ରୋନ୍ ପାକିସ୍ତାନକୁ ମିଳିଛି ତାହା ଜଣାପଡ଼ିନାହିଁ । କିନ୍ତୁ କୁହାଯାଉଛି ଯେ, ୬ରୁ ୭ଟି ଡ୍ରୋନ୍ ହୋଇପାରେ ।

ଏହି ଡ୍ରୋନକୁ ତୁର୍କୀର ବୈକାର କମ୍ପାନୀ ତିଆରି କରିଛି । ଏହା ପ୍ରଥମଥର ୨୦୧୯ ଡିସେମ୍ବର ୬ରେ ଉଡିଥିଲା । ସେବେଠୁ ଆଜି ଯାଏ ୨୩ ଟି ଡ୍ରୋନ୍ ତିଆରି ହୋଇସାରିଲାଣି । ଏହି ଡ୍ରୋନର ଟେକ୍ ଅଫ କ୍ଷମତା ରହିଛି ୫.୫ ଟନ୍ । ଏହି ଡ୍ରୋନରେ ଦୁଇଟି ଟୋରବୋପୋପ୍ ଇଞ୍ଜିନ ଲାଗିଛି । ଯାହା ଡ୍ରୋନକୁ ୭୫୦ ଏଚପି ଯାଏ ଶକ୍ତି ଦେଇଥାଏ । ଏହା ଆକାଶରେ କ୍ରୁଜ୍ ମିଶାଇଲକୁ ବି ଖସାଇପାରେ ବୋଲି କୁହାଯାଉଛି ।

 

ସାଙ୍ଗ କାଟିଦେଲା ସାଙ୍ଗର ଯୌନାଙ୍ଗ

କେନ୍ଦ୍ରାପଡ଼ା: ରାଜନଗର ପେଣ୍ଠ ବେଳାଭୂମିରେ ଅଭାବନୀୟ । ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ ।  ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡିରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡିକାଲ ରେ ଭର୍ତ୍ତି କରିଛନ୍ତି । ସେପଟେ ଅବସ୍ଥା ବେଳକୁ ବେଳ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏଭଳି ଅଭାବନୀୟ ଘଟଣା ପଛର କାରଣ କିଛି ଜଣାପଡିନାହିଁ  । କାହିଁକି ଓ କେଉଁ କାରଣ ଯୋଗୁଁ ଜଣେ ସାଙ୍ଗ ଏଭଳି ଅପ୍ରିତିକର ପରିସ୍ଥିତି ଭିଆଇଲା ତାହା ଅସ୍ପଷ୍ଟ ରହିଛି  । ସେପଟେ ଏକାକୀ ଗୁରୁତର ଅବସ୍ଥାରେ ପଡିରହିଥିବା ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ   ।

ଠକି ନେଲା 144 କୋଟି ଟଙ୍କା, ପର୍ଦ୍ଦାଫାସ କଲା EOW

ଭୁବନେଶ୍ୱର: ପୁନେ ମଣ୍ଡୁଆ ଥାନା ଅଞ୍ଚଳରୁ ବିଶାଳ ସଖାରାମ ଉତ୍କଲକୁ ଗିରଫ କଲା EOW । ନୟାପଲ୍ଲୀ ଅଞ୍ଚଳର ଦିବ୍ୟଜ୍ୟୋତି କର 1ଲକ୍ଷ 27 ହଜାର ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ । ଅଭିଯୁକ୍ତର ଗୋଟିଏ ଆକାଉଣ୍ଟରୁ 9 କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ସାରା ଦେଶରୁ 144 କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରୁଛି EOW ।

ଓଡିଶାର 100ରୁ ଅଧିକ ଲୋକ ଠକେଇ ର ଶିକାର ହୋଇଥିବା ସୂଚନା ମିଳିଛି । ହାଟ୍ସଆପ ଗ୍ରୁପ ଜରିଆରେ ଲୋକଙ୍କୁ ପ୍ରଭାବିତ କରାଯାଉଥିଲା । ଗେଟ ସୋ ଆପ ଡାଉନଲୋଡ଼ କରି ୟୁପିଆଇ ଲିଙ୍କ ଜରିଆରେ କିମ୍ବା ଅନ୍ୟ ସଦସ୍ୟଙ୍କ ରେଫରାଲ ଲିଙ୍କ ଜରିଆରେ ଟଙ୍କା ଲଗାଇବା ପାଇଁ ପ୍ରବର୍ତ୍ତାଉଥିଲେ ଅଭିଯୁ୍କ୍ତ । କ୍ରିପଟୋ ମାଇନିଙ୍ଗରେ ଟଙ୍କା ଲଗାଇବା ସହ ପ୍ରତିଦିନ 6 ପ୍ରତିଶତ ସୁଧରେ ଟଙ୍କା ମିଳିବ ଏବଂ ଯେ କୌଣସି ସମୟରେ ଟଙ୍କା ଉଠାଣ କରି ପାରିବେ ବୋଲି ଲୋକଙ୍କୁ ଭୁଆଁ ବୁଲାଯାଉଥିଲା ।

ଗେଟ ସୋ ଆପ ବନ୍ଦ ହୋଇଗଲା ପରେ ସତ ସାମ୍ନାକୁ ଆସିଥିଲା । ଅଭିଯୁକ୍ତର ଗୋଟିଏ ଆକାଉଣ୍ଟକୁ ସବୁ ଠକେଇ ଟଙ୍କା ଯାଇଥିବା ଜଣାପଡିଛି ।
ପଞ୍ଜାବ ଓ଼ ଛତିଶଗଡରେ ଅଭିଯୁକ୍ତ ନାଁରେ ମାମଲା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଏପ୍ରିଲ ଫୁଲ କହି ଓଡ଼ିଶାକୁ ଅପମାନିତ କରିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜୁ ଜନତା ଦଳର ପ୍ରତିକ୍ରିୟା  ।  ଉତ୍କଳ ଦିବସକୁ ଅପମାନିତ କରିଛନ୍ତି ଜୟନାରାୟଣ ମିଶ୍ର  । ପୁଣି ଥରେ ଓଡ଼ିଶା ବିରୋଧି ପ୍ରତିକ୍ରିୟା ଦେଇଛନ୍ତି ଜୟ ନାରାୟଣ ମିଶ୍ର  । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓଡ଼ିଶା ପ୍ରତି ନିଜର ନିଚ୍ଚ ମନାର ପରିଚୟ ପୁଣି ଥରେ ଦେଇଛନ୍ତି ।

ଉତ୍କଳ ଦିବସ ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ଟ୍ରେନ ପ୍ରୋଜେକ୍ଟ ଘୋଷଣାକୁ ଏପ୍ରିଲ ଫୁଲ୍‌ କହି ଉତ୍କଳ ଦିବସକୁ ଜୟନାରାୟଣ ମିଶ୍ର ଅପମାନିତ କରିଛନ୍ତି । ଏହାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗତକାଲି ଖୁସିର ସହିତ ଉତ୍କଳ ଦିବସ ପାଳୁଥିଲେ ରାଜ୍ୟବାସୀ । ଏଭଳି ଏକ ଦିନରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଏପ୍ରିଲ ଫୁଲ୍‌ ବୋଲି କହି ଓଡ଼ିଶା ବିରୋଧୀ ନେତାର ପରିଚୟ ଦେଇଛନ୍ତି ଜୟନାରାୟଣ । ଓଡ଼ିଶାକୁ ଅପମାନିତ କରିବାକୁ ବିଜେପି ବ୍ୟାକୁଳ ।

ଲେନିନ ମହାନ୍ତି କହିଛନ୍ତି, ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କରୁଛନ୍ତି ବିଜେପି ନେତା । ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ନୁହନ୍ତି, ବରଂ ଓଡ଼ିଶା ବିରୋଧୀ ନେତା । ମାନସିକ ଭାରସାମ୍ୟ ହରାଇ ସେ ବାଉଳିଚାଉଳି ହେଉଛନ୍ତି । ରାଜ୍ୟ ବିଜେପି ତାଙ୍କୁ ନେଇ ତୁରନ୍ତ ଚିକିତ୍ସା କରାଉ ବୋଲି ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ।