ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ୍‌ ଟ୍ରାଜେଡି ନେଇ ସିବିଆଇର ତନାଘନା ଜାରି ରହିଛି । ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍‌ କରି ତଦନ୍ତ ଆଗକୁ ବଢ଼ାଇଛି ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ସିଗନାଲ ଜେଇଙ୍କ ବିଷୟରେ ପଚରାଉଚରା କରିଛି ସ୍ବତନ୍ତ୍ର ଟିମ୍ । ତଦନ୍ତରେ ସହଯୋଗ ପାଇଁ ଜେଇଙ୍କ ସମ୍ପର୍କୀୟଙ୍କୁ ଡାକିଛି ତଦନ୍ତକାରୀ ଟିମ୍ । ଅନ୍ୟପକ୍ଷରେ ଟେଣ୍ଟେଇ ସ୍ଥିତ ଦୁର୍ଗାପୁର ରେଲୱେ ଷ୍ଟେସନ ମାଷ୍ଟରଙ୍କ ଘରକୁ ମଧ୍ୟ ଯାଇଛି ସିବିଆଇ । ଘଟଣାକୁ ନେଇ ସେଠାରେ ତନାଘନା କରିଛି । ଗତ ଦୁଇ ତାରିଖରେ ଘଟିଥିଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା । ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଥିଲେ । ଘଟଣା ପାଇଁ ଦାୟୀ କିଏ, ସେନେଇ ସିବିଆଇ ତଦନ୍ତ ଜାରି ରଖିଛି ।