spot_img
Home Blog Page 3266

ବଲାଙ୍ଗୀର ଜାଲ ସାର୍ଟିଫିକେଟ୍ ମାମଲା, ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା I ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ I ପୁଣି ଟାଉନ ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ I ଆଜି ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ I ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକକୁ ସାମ୍ନାସାମ୍ନି ଜେରା କରିବ I ତଦନ୍ତ ବେଳେ ୧୪ଟି ରାଜ୍ୟର ୪୧ଟି ଯୁନିଭରସିଟିର କର୍ମଚାରୀଙ୍କ ଲିଙ୍କ ପାଇଛି । କ୍ରାଇମବ୍ରାଞ୍ଚ ଓ ଅଭିଯୁକ୍ତ ମନୋଜ ମିଶ୍ରର ସହଯୋଗୀଙ୍କ ମଧ୍ଯ ଲିଙ୍କ ପାଇଥିବା ସୂଚନାI

କିଛି ମଧ୍ୟସ୍ଥି ଫେରାର୍ ଥିବାବେଳେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଟିମ ଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ସୂଚନା ଦେଇଛନ୍ତିI ନକଲି ସାର୍ଟିଫିକେଟ ଚେର ବହୁ ଦୂରକୁ ଲମ୍ବିଛି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛିI ଜବତ ଡାଏରୀ, ହାର୍ଡଡିସ୍କ ଓ ଲାପଟପରୁ ସୁରାକ୍ ମିଳିଛି ବୋଲି କହିଛନ୍ତି I

ଦୁଇ ଏନଏସିରେ ଚାଲିଛି ନିର୍ବାଚନ, ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରାରେ ଚାଲିଛି ଏନଏସି ନିର୍ବାଚନ । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛୁଛନ୍ତି ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ କରାଯାଇଛି।

ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ୫୦ ଜଣ କାଉନସିଲର ଓ ଅଧ୍ୟକ୍ଷ ପାଇଁ ୩ ଜଣ ପ୍ରାର୍ଥୀ ଅଛନ୍ତି । ସେହିପରି ଅତାବିରା NACରେ ୧୨ଟି ଓ୍ବାର୍ଡ ରହିଛି । ଭୋଟ୍ ଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି ୧୩ ହଜାର ୨୦ ଜଣ ଭୋଟର । ଅତାବିରାରେ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଆସନ୍ତା ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ମାସକୁ ୯ଦିନ ଉଡ଼ିବ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଉଡିବ ବିମାନ। ଏପ୍ରିଲ ମାସର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କଲେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ସପ୍ତାହକୁ ୨ଦିନ ମାସକୁ  ୯ଦିନ ଉଡ଼ିବ ଫ୍ଲାଇଟ୍ । ମାସର ପ୍ରତି ବୁଧବାର ଓ ରବିବାର ଉଡ଼ିବ ବିମାନ ।

ଗତକାଲି ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନବନ୍ଦରକୁ ଉଡିଛି ବିମାନ । ସେହିପରି ଆସନ୍ତା ୫ ତାରିଖ, ୯ତାରିଖ, ୧୨ ତାରିଖ ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଉଡ଼ିବ ଏହି ନନ୍ ସିଡ୍ୟୁଲ୍ଡ ଫ୍ଲାଇଟ୍ । ଭୁବନେଶ୍ବରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ ଭୁବନେଶ୍ବର ଅଭିମୁଖେ ଟେକଅଫ୍ କରିବ । ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ  ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସିବ ବଡ଼ ପୁଞ୍ଜି

ଭୁବନେଶ୍ୱର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ପାଇଁ ଜାପାନ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହିତ ଏକ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ସାମିଲ ହୋଇଛନ୍ତି ।

ଏଥିସହ 5T ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ସାମିଲ ହୋଇଛନ୍ତି । ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପକୁ ନେଇ ଓଡିଶାର ଏକ ବ୍ୟବସାୟ ପ୍ରତିନିଧି ଜାପାନରେ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ । ଏଥିସହ ନିବେଶକଙ୍କ ସହ ବୈଠକ କରି ପୁଞ୍ଜି ନିବେଶ ନେଇ ଆଲୋଚନା କରିବେ ।

ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ। ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ନବୀନ ଆଲୋଚନା କରିବେ ।

ଦୁବାଇରୁ ୨୧ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ ।

ଜଳଭଣ୍ଡାରୁ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରୁ ମୃତଦେହ ଉଦ୍ଧାର। ଗାଁଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପାଡୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ବୁରୁଦିପୁଟ ଗାଁର ନୀଳାମ୍ବର ଖିଲ।

ମୃତଦେହ ଚିହ୍ନଟ ପରେ ପୁଲିସ ପରିବାର ଲୋକଙ୍କୁ ଜଣାଇଛି। କାହିକି ଓ କେମିତି ନୀଳାମ୍ବର ନଦୀରେ ବୁଡ଼ିଲେ, ତାର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କାରଯାଉଛି ।

ହିନ୍ଦୋଳ ଓ ଅତାବିରା NACରେ ଭୋଟିଂ ଆରମ୍ଭ

ହିନ୍ଦୋଳ: ଆଜି ରାଜ୍ୟର ଦୁଇ ଏନଏସିରେ ନିର୍ବାଚନ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରା ପାଇଁ ହେବ ଭୋଟିଂ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ କରାଯିବ। ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛିବେ ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ।  ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତିଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ୨ଟି ପିଙ୍କ୍ ବୁଥ କରାଯାଇଛି।

ସେହିପରି ଅତାବିରା NACରେ ୧୨ଟି ଓ୍ବାର୍ଡ ରହିଛି। ଭୋଟ ଦେଇ ପ୍ରତିନିଧି ବାଛିବେ ୧୩ ହଜାର ୨୦ ଜଣ ଭୋଟର। ଅତାବିରାରେ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବାବେଳେ ସମୁଦାୟ ୩୯ଜଣ କାଉନସିଲର ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତା ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ, ଆଉ ଛୋଟ ଡ୍ରେସ ପିନ୍ଧିବେନି ଉର୍ଫି ଜାବେଦ ! 

ମୁମ୍ବାଇ: ବୋଲ୍ଡ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାବେଦ । ନିଜ ଲୁକକୁ ନେଇ ସବୁବେଳେ ଏକ୍ସପେରିମେଂଟ କରୁଥିବା ଉର୍ଫି ଏବେ ଏକ ବଡ ନିଷ୍ପତି ନେଇଛନ୍ତି। ଆଉ ଛୋଟ ଡ୍ରେସ ପିନ୍ଧିବେନି ଉର୍ଫି । ଉର୍ଫିଙ୍କ ଫ୍ୟାନ୍ସଙ୍କ ପାଇଁ ଏହ ନିଶ୍ଚିତ ଭାବେ ଏକ ବଡ ଖବର। ଅଜବ ଗଜବ ଷ୍ଟାଇଲର ଡ୍ରେସରେ ଆଉ ନଜର ଆସିବେନି ଉର୍ଫି। ନୂଆ ଲୁକରେ ଏବେ ଉର୍ଫି ନଜର ଆସିବେ । ଏକଥା ଆମେ କହୁନୁ ବରଂ ଉର୍ଫି ନିଜେ ଏହି କଥା କହିଛନ୍ତି। ଛୋଟ ଡ୍ରେସ୍ ପିନ୍ଧୁଥିବା ନେଇ ଫ୍ୟାନ୍ସଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି। ସେ ନିଜ ପୋଷାକକୁ ନେଇ ଅନେକଥର ଟ୍ରୋଲର ଶିକାର ହୋଇସାରିଛନ୍ତି । ସର୍ବଦା ନିଜ ଡେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ।

ନିଜର ବୋଲ୍ଡ ଲୁକ୍ ପାଇଁ ଉର୍ଫି ନିଜର କପଡା ସହ ଅନେକ ପରୀକ୍ଷଣ କରିଥାନ୍ତି । ଅଜବଗଜବ ଡ୍ରେସ୍ ପିନ୍ଧି ସମସ୍ତଙ୍କ ନଜରକୁ ଆସିଯାନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ସହ ନିଜର ଫଟୋ, ଭିଡିଓ ମଧ୍ୟ ସେୟାର କରି ଟ୍ରୋଲର ସିକାର ହୋଇଥାନ୍ତି। ତାଙ୍କ ପୋଷାକ ହେତୁ ଉର୍ଫି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କ ଟାର୍ଗେଟରେ ଆସି ସାରିଛନ୍ତି । ଲୋକମାନେ ତାଙ୍କ ଭିଡିଓ ଏବଂ ଫୋଟରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥାନ୍ତି। କେବଳ ସାଧାରଣ ଜନତା ନୁହଁନ୍ତି ବହୁ ପ୍ରସିଦ୍ଧ କଳାକାରମାନେ ମଧ୍ୟ ଉର୍ଫିଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି।

 

ଉର୍ଫି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫୋଟ ପୋଷ୍ଟ କରି ଲେଖିଛନ୍ତି, ମୁଁ ପିନ୍ଧୁଥିବା ପୋଷକା ଯୋଗୁଁ ଯଦି କାହା ଭାବନାକୁ ଆଘାତ ପହଞ୍ଚିଛି ତେବେ ସେମାନଙ୍କୁ ମୁଁ କ୍ଷମାପ୍ରାର୍ଥନା କରୁଛି । ଆଜିଠାରୁ, ଆପଣ ଏକ ସମ୍ପୂର୍ଣ୍ଣ ନୂତନ ଉର୍ଫି ଦେଖିବେ । ତାଙ୍କୁ ସଂପୂର୍ଣ୍ଣ ପରିବର୍ତ୍ତିତ ପୋଷାକରେ ଦେଖିବେ ବୋଲି ସେ କହିଛନ୍ତି ।

ଅଭିନେତ୍ରୀଙ୍କ ଏହି କ୍ଷମା ପ୍ରାର୍ଥନା ଅନେକ ପ୍ରଶଂସକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସମସ୍ତେ ଭାବୁଥିଲେ ଯେ ଉର୍ଫି ସଂପୂର୍ଣ୍ଣ ରୂପେ ବଦଳିବାର କାରଣ କଣ ରହିଛି । ଗତକାଲି ପର୍ଯ୍ୟନ୍ତ, ଉର୍ଫି ଯିଏକି ତାଙ୍କ ପୋଷାକ ପାଇଁ ସମସ୍ତଙ୍କୁ କଡା ଜବାବ ଦେଉଥିଲେ ଆଜି ହଠାତ୍ ଏମିତି କଣ ହେଲା ଯେ ସେ କ୍ଷମା ମାଗୁଛନ୍ତି ? ଏହାପରେ ଉର୍ଫିଙ୍କ ନୂଆ ଟ୍ୱିଟ ସବୁ କିଛି ସ୍ପଷ୍ଟ କରିଦେଇଥିଲା। ସେ ଟ୍ୱିଟ୍ ରେ ଏପ୍ରିଲ ଫୁଲ ଲେଖିଛନ୍ତି । ଲୋକମାନେ ତାଙ୍କୁ ଯାହା କୁହନ୍ତୁ ନା କାହିଁକି, ସେ ନିଜକୁ କେବେ ପରିବର୍ତ୍ତନ କରିବେ ନାହିଁ ବୋଲି କହିଛନ୍ତି।

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ, ୫୬ କେନ୍ଦ୍ରରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ଖାତାଦେଖା। ସମେଟିଭ୍-2, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ । ୧୨ ଦିନ ଧରି ମୂଲ୍ୟାୟନ ଚାଲିବ । ଖାତା ମୂଲ୍ୟାୟନରେ 13 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି ।

ମୂଲ୍ୟାୟନ ପାଇଁ କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ଉତ୍ତରଖାତା ଗୁଡ଼ିକୁ ସୁରକ୍ଷାର ସହିତ ମୂଲ୍ୟାୟନ କେନ୍ଦ୍ରରେ ରଖାଯାଇଛି। ଖାତା ଦେଖା ସମୟରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି।

ତେବେ ମୂଲ୍ୟାୟନର ୪୫ ଦିନ ମଧ୍ୟରେ କିମ୍ବା ପରେ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥର ରାଜ୍ୟର ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

ରାଜ୍ୟରେ ପୁଣି ସକ୍ରିୟ ହେଲା ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହେଲା ଆଉ ଏକ ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏଥିପାଇଁ କାଲି ପର୍ଯ୍ୟନ୍ତ ରାଜ୍ୟର ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ । ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।

ଏପ୍ରିଲ ୧୫ ତାରିଖରୁ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଯଦି ପଶ୍ଚିମା ଝଡର ପ୍ରଭାବ କମିଯାଏ ତେବେ ଅସ୍ବାଭାବିକ ଭାବରେ ତାପମାତ୍ରା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

କେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ଡ; ଜଳିଗଲା ୩୦ ଦୋକାନ

କେନ୍ଦୁଝର: କେନ୍ଦୁଝର ସହରରେ ଥିବା ଡେଲି ମାର୍କେଟରେ ଲାଗିଲା ନିଆଁ। ସବୁଠାରୁ ବ୍ୟସ୍ତ ବହୁଳ ରାହସ ଡେଲି ମାର୍କେଟରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ୨୫ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଛୋଟ ଜାଗାରେ ଅନେକ ଦୋକାନ ଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ସ୍ଥାନୀୟ ଦୋକାନୀ ଓ ଲୋକଙ୍କ ସହ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା।