spot_img
Home Blog Page 3263

ଅପମିଶ୍ରଣ ଅଟକାଇବାକୁ ବଡ ପ୍ରୟାସ, ସାରା ଦେଶରେ ଦୁଗ୍ଧଜାତ ସାମଗ୍ରୀର ହେବ ଯାଞ୍ଚ

ନୂଆଦିଲ୍ଲୀ: ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ହେବ ଯାଞ୍ଚ । ଫୁଡ ସେଫଟି ଏବଂ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଏହି ଅଭିଯାନ ଆରମ୍ଭ ହେବ । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ଅପମିଶ୍ରଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ସାରା ବିଶ୍ବରେ ଭାରତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସବୁଠୁ ଆଗରେ ଥିବା ବେଳେ ଅପମିଶ୍ରଣ ଚିନ୍ତାର ବିଷୟ ପାଲଟିଛି ।

ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ହେବ । ଖୁଆ, ଛେନା, ପନୀର, ଘିଅ ଭଳି ସାମଗ୍ରୀର ପରୀକ୍ଷା ହେବ । ଦେଶରେ କ୍ଷୀରର ଚାହିଦା ବଢୁଥିବାରୁ ଏଥିରେ ଅପମିଶ୍ରଣ କରାଯାଇ ଚାହିଦା ମେଣ୍ଟାଇବାକୁ ଚେଷ୍ଟା କରାଯାଉଛି ।

ରାଜସ୍ୱ ବିଭାଗର ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼ : ବେଆଇନ ଖଣି ଖନନ ମାମଲାରେ ନୟାଗଡ଼ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜସ୍ବ ବିଭାଗର ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଜିଲ୍ଲାପାଳ । ନିଲମ୍ବିତଙ୍କ ମଧ୍ୟରେ ଅଛନ୍ତି ୨ଜଣ ଆରଆଇ, ୨ଜଣ ସେକ୍ସନ ଅଫିସର, ଜଣେ ସୁପର ଭାଇଜର ଏବଂ ଜଣେ କନିଷ୍ଠ ରାଜସ୍ୱ ସହାୟକ ।

ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଏମଡି ସୁଲତାନ ହକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ ଅରୁଣ କୁମାର ସେଠୀ, ରଣପୁର ତହସିଲର ରାଜସ୍ୱ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ରଣପୁର ତହସିଲର ଚନ୍ଦ୍ରଶେଖର ନନ୍ଦଙ୍କୁ ଆଜି ଜିଲ୍ଲାପାଳ ସସ୍ପେଣ୍ଡ କରିଛନ୍ତି ।

ନୟାଗଡ଼ ରଣପୁର ତହସିଲ ମୟୂରଝଲିଆ ଗାଁ ନିକଟ ମାଙ୍କଡା ଖଣିରେ ବେଆଇନ ଖନନ ମାମଲାରେ ଏମାନଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଏନଜିଟି ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଚିଠି କରାଯିବା ପରେ ରଣପୁର ତହସିଲଦାର ଏମାନଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ ମାମଲା ରୁଜୁ କରିଥିଲେ।

ଆସନ୍ତା ଶିକ୍ଷାବର୍ଷରୁ କଲେଜ ପିଲାଙ୍କୁ ମାଗଣା ଓ୍ବାଇ ଫାଇ

ଭୁବନେଶ୍ୱର :  ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସବୁ କଲେଜ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ଓ ଓ୍ବାନ ଜିବି ଡାଟା। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ଓ୍ବାନ ଜିବି ଡାଟା ଯୋଗାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ। ସେହିପରି ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର।

୨୦୦୦ ମସିହାରେ ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି। ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟସ ପଲିସି ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ନୀତି ଆରମ୍ଭ ହେବ ।

ଉଚ୍ଚଶିକ୍ଷା ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ କଲେଜରେ ଅନ୍ତର୍ଜାତୀୟ ୟୁଥ ଫେଷ୍ଟିଭାଲ କରାଯିବ। ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ନାକ୍ ଗ୍ରେଡ୍ Aପ୍ଲସରୁ Aକୁ ଖସିବା ନେଇ ନାକ୍ ନିକଟରେ ଆପତ୍ତି ଦାଖଲ କରାଯାଇଛି। ସେମାନେ ଏହାକୁ ବିଚାର କରିବେ। କେଉଁ କେଉଁ କ୍ଷେତ୍ରରେ ମାର୍କିଂ କମିଲା, ସେ ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆପତ୍ତି ଉଠାଇଥିବା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ କହିଛନ୍ତି।

ତାମିଲନାଡୁରେ ଅମୁଲ-ଆଭିନ ମିଲ୍କ ଓ୍ବାର ; କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ବେଙ୍ଗାଲୁରୁ :  କର୍ଣ୍ଣାଟକରେ ଅମୁଲ-ନନ୍ଦିନୀ ମିଲ୍କ ଓ୍ବାର ନ ଥମୁଣୁ ତାମିଲନାଡୁରେ ସୃଷ୍ଟି ହେଲା ସମ ଧରଣର ବିବାଦ । ତାମିଲନାଡୁରେ ଅମୁଲର ପ୍ରବେଶକୁ କରାଯାଇଛି ବିରୋଧ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ । ତାମିଲନାଡୁ ରାଜ୍ୟ ସମବାୟ ସଂସ୍ଥା  ଆଭିନରୁ ଅମୁଲର ଦୁଗ୍ଧ ସଂଗ୍ରହ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଷ୍ଟାଲିନ ।

ଷ୍ଟାଲିନ କହିଛନ୍ତି- ଅମୁଲର କାଇରା ଜିଲ୍ଲା ସମବାୟ ଦୁଗ୍ଦ ଉତ୍ପାଦକ ସଂଗଠନ ପକ୍ଷରୁ କ୍ରିଷ୍ଣାଗିରି ଜିଲ୍ଲାରେ ଶୀତଳୀକରଣ କେନ୍ଦ୍ର ଓ ପ୍ରକ୍ରିୟାକରଣ କାରଖାନା ପ୍ରତିଷ୍ଠା ଲାଗି ଯୋଜନା କରାଯାଉଛି । ଏହା ସହ କୃଷି ଉତ୍ପାଦକ ସଂଗଠନ ବା ଏଫପିଓ ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଦୁଗ୍ଧ ସଂଗ୍ରହ ଲାଗି ପଦକ୍ଷେପ ନିଆଯାଉଛି । କ୍ରିଷ୍ଣାଗିରି, ଧର୍ମପୁରୀ, ଭେଲୋର, ରାଣୀପେଟ. ତିରୁପଥୁର, କାଞ୍ଚିପୁରମ ଓ ତିରୁଭାଲୁର ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଷ୍ଟାଲିନ । ସେ କହିଛନ୍ତି- ଅମୁଲର ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ହୀନ ପ୍ରତିଯୋଗିତା ସୃଷ୍ଟି କରିବ ।

ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ଉଦଘାଟନ ମାମଲା

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ଉଦଘାଟନ ମାମଲା । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଚାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରି ସଂସଦର ଲୋକସଭା ସଚିବ ସାମ୍ବିଧାନିକ ନିୟମ ଭଙ୍ଗ କରିଛନ୍ତି ।

ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଗତ ଗୁରୁବାର ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଉଦଘାଟନ କରିବାକୁ ନିମନ୍ତ୍ରଣ କରିଥିଲେ । ନୂଆ ସଂସଦ ଭବନକୁ ଆତ୍ମନିର୍ଭରର ପ୍ରତୀକ ବୋଲି ଲୋକସଭା ପ୍ରେସ ରିଲିଜରେ କୁହାଯାଇଛି ।

କେନ୍ଦ୍ର ବିରୋଧରେ ମେଗା ଅଭିଯାନ : ଆଜି ଏନସିପି ସୁପ୍ରିମୋ ପାଓ୍ବାରଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସମ୍ବିଧାନର ସୁରକ୍ଷା ଆହ୍ବାନରେ କିଛି ଦିନ ଧରି ବିରୋଧୀ ଦଳ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ ଏହି ଆଲୋଚନା ଗୁରୁତ୍ବ ବହନ କରୁଛି ।

କେଜ୍ରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମନ୍ ଗତ ବୁଧବାର ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମୁମ୍ବାଇରେ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦିଲ୍ଲୀ ସରକାର ମାମଲାରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରି କେଜ୍ରିଓ୍ବାଲ ସମର୍ଥନ ଗୋଟାଇବାରେ ଲାଗିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ କେଜରିଓ୍ବାଲଙ୍କୁ ସମର୍ଥନ ଜଣାଇଥିଲେ ଉଦ୍ଧବ । ଗତ ୨୩ ତାରିଖରେ କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ସବୁ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

‘ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ନେଇ ନହେଉ ବିବାଦ’ : ବିଜେଡି

ଭୁବନେଶ୍ୱର :  ୨୮ରେ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ଏଥିରେ ସାମିଲ ହେବାକୁ ନେଇ ବିବାଦ କି ରାଜନୀତି ହେବା କଥା ନୁହେଁ ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶର ରାଜନୀତିକୁ ବିଶ୍ଵାସ କରନ୍ତି ।  ସବୁବେଳେ ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ସମର୍ଥନ ଦେଇଆସିଛି  । ପ୍ରସଙ୍ଗ ନେଇ ବିଜେପିକୁ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଥିବା ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି।

ସେପଟେ ବିଜେଡି କାହିଁକି ସମାରୋହରେ ସାମିଲ ହେବ ସେନେଇ ସ୍ପଷ୍ଟ କରିଥିବା ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ଏହା ଏକ ସାମ୍ବିଧାନିକ ଉତ୍ସବ  । ଏଥିରେ ରାଜନୀତି ହେବା ଉଚିତ ନୁହେଁ  । ସମ୍ବିଧାନ ଓ ଲୋକତନ୍ତ୍ରକୁ ସମ୍ମାନ ଦେଉଛି ବିଜେଡି। ସବୁବେଳେ କେଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି ଦଳ  । ପ୍ରସଙ୍ଗ ବିହୀନ କଥାକୁ ପ୍ରସଙ୍ଗ କରାଯାଉଛି  । ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି।

ରାଜଧାନୀରେ ନିଆଁ ବର୍ଷା ; ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ରାଜଧାନୀରେ ନିଆଁ ବର୍ଷା , ଜଳୁଛି ଭୁବନେଶ୍ବର । ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱର ଓ ସମ୍ବଲପୁରର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଝାରସୁଗୁଡାରେ ୩୮.୪ ଡିଗ୍ରୀ, ହୀରାକୁଦରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୫.୬ ଡିଗ୍ରୀ ଓ କେନ୍ଦୁଝରରେ ୩୫ ଡିଗ୍ରୀ ତାପମାତ୍ରା ରହିଛି । ବାଲେଶ୍ୱରରେ ୩୫ ଡିଗ୍ରୀ, ପୁରୀରେ ୩୩ ଡିଗ୍ରୀ, ପାରାଦୀପରେ ୩୩.୪ ଡିଗ୍ରୀ ଓ ଗୋପାଳପୁରରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଛି ।

ପାରିବାରିକ କଳହର ଭୟଙ୍କର ସ୍ଥିତି : ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ

ଗଜପତି :  ପାରିବାରିକ କଳହରୁ ଭୟଙ୍କର ସ୍ଥିତି । ଗଜପତି କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡଭା ପଞ୍ଚାୟତ ସାରା ଗ୍ରାମରେ ସ୍ତ୍ରୀ ଉର୍ମିଳା କାର୍ଜୀଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଜୀ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ ହୋଇଛି ।

ପାକିସ୍ତାନରେ ବଢୁଛି ରାଜନୈତିକ ସଙ୍କଟ ; ପିଟିଆଇରୁ ଇସ୍ତଫା ଦେଉଛନ୍ତି ନେତା

ଇସଲାମାବାଦ:  ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ଛାଡି଼ବା ଲାଗି ବହୁ ନେତାଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦଳର ନେତା ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବାଧ୍ୟ କରାଯିବାରୁ ସେ ପିଟିଆଇରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ଧରି ହଜାର ହଜାର ଦଳୀୟ କର୍ମୀଙ୍କୁ ଅଟକ ରଖାଯୟାଇଛି ବୋଲି ସେ କହିଛନ୍ତି ।

ନିକଟରେ ଇମ୍ରାନଙ୍କ ପୂର୍ବତନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଇସ୍ତଫା ଦେଇଥିବାବେଳେ ସାଧାରଣ ସମ୍ପାଦକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଆସଦ ଉମର ପିଟିଆଇ ତ୍ୟାଗ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ଏଭଳି ସଙ୍କଟ କେବେ ଉପୁଜି ନ ନଥିଲା ବୋଲି କହିଛନ୍ତି ଇମ୍ରାନ ।

ପାକିସ୍ତାନରେ ପିଟିଆଇକୁ ନିଷିଦ୍ଧ କରିବା ଲାଗି ଯୋଜନା ଚାଲିଥିବାବେଳେ ପିଟିଆଇର କର୍ମୀଙ୍କୁ ଗିରଫ କରିବା ଇମ୍ରାନଙ୍କ ଲାଗି ଚିନ୍ତାର କାରଣ ହୋଇଛି । ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ । ୧୯୬୦ରେ ଜମାତ-ଇ-ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ସରକାର ଏପରି ହୀନ ଉଦ୍ୟମ କରୁଥିବା ଦଳ ପକ୍ଷରୁ କୁହାଯାଇଛି ।