ଗଜପତି : ପାରିବାରିକ କଳହରୁ ଭୟଙ୍କର ସ୍ଥିତି । ଗଜପତି କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡଭା ପଞ୍ଚାୟତ ସାରା ଗ୍ରାମରେ ସ୍ତ୍ରୀ ଉର୍ମିଳା କାର୍ଜୀଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଜୀ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ ହୋଇଛି ।
ପାକିସ୍ତାନରେ ବଢୁଛି ରାଜନୈତିକ ସଙ୍କଟ ; ପିଟିଆଇରୁ ଇସ୍ତଫା ଦେଉଛନ୍ତି ନେତା
ଇସଲାମାବାଦ: ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ଛାଡି଼ବା ଲାଗି ବହୁ ନେତାଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦଳର ନେତା ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବାଧ୍ୟ କରାଯିବାରୁ ସେ ପିଟିଆଇରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ଧରି ହଜାର ହଜାର ଦଳୀୟ କର୍ମୀଙ୍କୁ ଅଟକ ରଖାଯୟାଇଛି ବୋଲି ସେ କହିଛନ୍ତି ।
ନିକଟରେ ଇମ୍ରାନଙ୍କ ପୂର୍ବତନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଇସ୍ତଫା ଦେଇଥିବାବେଳେ ସାଧାରଣ ସମ୍ପାଦକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଆସଦ ଉମର ପିଟିଆଇ ତ୍ୟାଗ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ଏଭଳି ସଙ୍କଟ କେବେ ଉପୁଜି ନ ନଥିଲା ବୋଲି କହିଛନ୍ତି ଇମ୍ରାନ ।
ପାକିସ୍ତାନରେ ପିଟିଆଇକୁ ନିଷିଦ୍ଧ କରିବା ଲାଗି ଯୋଜନା ଚାଲିଥିବାବେଳେ ପିଟିଆଇର କର୍ମୀଙ୍କୁ ଗିରଫ କରିବା ଇମ୍ରାନଙ୍କ ଲାଗି ଚିନ୍ତାର କାରଣ ହୋଇଛି । ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ । ୧୯୬୦ରେ ଜମାତ-ଇ-ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ସରକାର ଏପରି ହୀନ ଉଦ୍ୟମ କରୁଥିବା ଦଳ ପକ୍ଷରୁ କୁହାଯାଇଛି ।
ଇମ୍ରାନଙ୍କୁ ଘେରିବାକୁ ପାକିସ୍ତାନ ସରକାରଙ୍କ ବଡ଼ ରଣନୀତି, ବ୍ୟାନ ହୋଇପାରେ ରାଜନୈତିକ ଦଳ ପିଟିଆଇ
ଇସଲାମାବାଦ: ପାକିସ୍ତାନରେ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ ସମର୍ଥକ ଘଟାଇଥିବା ହିଂସା କାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏପରି କରିବାକୁ ବିଚାର ବିମର୍ଷ କରାଯାଉଛି । ସେପଟେ ରାଜନୈତିକ ଦଳ ବ୍ୟାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ପାକିସ୍ତାନର ବରିଷ୍ଠ ଆଇନଜୀବୀ ଅଲ୍ଲି ଜାଫର । ଯଦି ସରକାର ପିଟିଆଇକୁ ବ୍ୟାନ କରନ୍ତି ଗୋଟିଏ ଦିନ ମଧ୍ୟରେ ଏଭଳି ଘୋଷଣାକୁ ବେଆଇନ ବୋଲି କହିବେ ସୁପ୍ରିମକୋର୍ଟ । କାରଣ ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ ।
୧୯୬୦ରେ ଜମାତ ଇ ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ରାଜନୈତିକ ଦଳ ଗଠନ କରିବା ସମସ୍ତଙ୍କ ଅଧିକାର । ଏହି ଅଧିକାରକୁ କେହି ବ୍ୟାନ କରିପାରିବେ ନାହିଁ । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଏଭଳି କରୁଥିବା ପିଟିଆଇ ସମର୍ଥକ କହିଛନ୍ତି ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି । ୩ଟି ବୃହତ କମ୍ପାନୀ ରାଜ୍ୟରେ ଏକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ୮ ହଜାର ୧୬୪ ଜଣ ନିଯୁକ୍ତି ପାଇଛନ୍ତି । ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ବୁଣାକାରଙ୍କୁ ୫୦ ହଜାର ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କୁ ଋଣ ଯୋଗାଇ ଦିଆଯାଇଛି । ୧୪୪୭ ଜଣଙ୍କୁ ବୁଣାକାର ସହାୟତା ପ୍ରଦାନ କରାଯାଇଛି । ୨୦୦୦ ମସିହାଠାରୁ ୫୭ ହଜାର ୭୨୭ ଜଣ ହସ୍ତଶିଳ୍ପ କାରିଗରଙ୍କୁ ବିଭିନ୍ନ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ଉତ୍ପାଦନ କେନ୍ଦ୍ର ପାଇଁ ୧୩ ହଜାର ୬୧୮ ହସ୍ତଶିଳ୍ପୀ ଲାଭାନ୍ବିତ ହୋଇଛନ୍ତି । ବାସଗୃହ ନିର୍ମାଣ ପାଇଁ କାରିଗରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି ।
ଓଡ଼ିଶା ହସ୍ତ ଶିଳ୍ପ ସଂଗ୍ରହାଲୟ କଳାଭୂମିରେ ୧୫ ଶହ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮ ହଜାର ୮୬୨ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ୯ଟି ଉତ୍ପାଦରେ ଜିଆଇ ଟ୍ୟାଗ ଲାଗିଥିବା ବେଳେ ଆହୁରି ଅଧିକ ଉତ୍ପାଦକୁ କିଭଳି ଜିଆଇ ଟ୍ୟାଗ ହାସଲ କରାଯିବ ସେ ନେଇ ପ୍ରୟାସ ଚାଲିଛି । ବ୍ରହ୍ମପୁର ପାଟ, ବୋମକେଇ ବସ୍ତ୍ରର ଚାହିଦା ରହିଛି ଓ ବୟନିକା ମାଧ୍ୟମରେ ବୁଣାକାରଙ୍କ ଠାରୁ ସଂଗ୍ରହ କରାଯାଉଛି । ସେହିଭଳି ପାରଳାଖେମୁଣ୍ଡିର ସିଙ୍ଘ କାମକୁ କିଭଳି ଜିଆଇ ଟ୍ୟାଗ ମିଳିବ ଓ ଏହାର ଆଧୁନିକୀକରଣ କରାଯାଇପାରିବ ସେଦିଗରେ ମଧ୍ୟ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ ଅରବିନ୍ଦ ପାଢ଼ୀ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ରିତା ସାହୁ।

