spot_img
Home Blog Page 3149

ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର

ପୁରୀ: ଦୈନିକ ସକାଳର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗନମୋହନ ମହାପାତ୍ରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯାଇଛି। ଜଗନମୋହନଙ୍କ ଝିଅ ସୁଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ଶୋକାକୁଳ ପରିବେଶରେ ସମସ୍ତେ ତାଙ୍କୁ ବିଦାୟ ଦେଇଛନ୍ତି। ତାଙ୍କ ବିୟୋଗ ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ଅପୁରଣୀୟ କ୍ଷତି।

ଗତକାଲି ସକାଳେ ହୃଦଘାତରେ ଜଗନମୋହନଙ୍କ ଦେହାନ୍ତ ହୋଇଥିଲା  । ଶେଷକୃତ୍ୟ ସମୟରେ ପୁରୀ ସ୍ବର୍ଗଦ୍ବାରଠାରେ ସକାଳର ସିଇଓ ସୁବ୍ରତ ଦାସ, ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ସକାଳର ଡିଜିଏମ ବିଜୟ ଦାଶ, ଜ୍ୟୋତିର୍ମୟ ପାଣିଗ୍ରାହୀ, ନନ୍ଦିଘୋଷ ଟିଭି ବ୍ରହ୍ମପୁର ପ୍ରତିନିଧି ଦେବହରି ବେହେରାଙ୍କ ସମେତ ବ୍ରହ୍ମପୁରର ବହୁ ସାମ୍ବାଦିକ, ପୁରୀ ଦୈନିକ ସକାଳର ମୁଖ୍ୟ ହେମନ୍ତ ନାୟକ, ଆଲୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ବାହାନଗା ଟ୍ରେନ ଟ୍ରାଜେଡି: ପରିଚୟ ମିଳୁନଥିବା ମୃତଦେହ ଗୁଡିକର ହେବ ସମୂହ ସଂସ୍କାର

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି । ପରିଚୟ ମିଳୁନଥିବା ମୃତଦେହ ଗୁଡିକର ହେବ ସମୂହ ସଂସ୍କାର। ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ଟି ମୃତଦେହ ରହିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସଂରକ୍ଷଣ ପନ୍ଥା ଆପଣାଇ ଶବଗୁଡ଼ିକୁ ଅଧିକ ଦିନ ସଂରକ୍ଷିତ କରି ରଖିଛନ୍ତି ରାଜ୍ୟ ସରକାର। ଏବେ ମୃତଦେହ ଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି। ଏଣୁ ଏଗୁଡ଼ିକୁର ଗଣଦାହ କରାଯିବ। ଏଥିପାଇଁ ଭୁବନେଶ୍ବର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସଂସ୍କାରର ବ୍ୟବସ୍ଥା କରାଯାଇଛି।

ଅପରପକ୍ଷେ ପରିଚୟ ମିଳୁନଥିବା ୮୧ଟି ମୃତଦେହ ମଧରୁ ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି। ତେବେ ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ୨୯ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା। ପରିଚୟ ମିଳିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ।

 

ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର

ଜୁନାଗଡ଼: ମୌସୁମୀ ବର୍ଷା, ଧୋଇଗଲା ଗୁଜରାଟ ମଡେଲ। ପ୍ରବଳ ବର୍ଷା ପରେ ଜଳାର୍ଣ୍ଣବ ହୋଇଛି ଜୁନାଗଡ଼ ସହର। ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ସଡ଼କ ସମୁଦ୍ର ପାଲଟିଛି । ଅହମ୍ମଦାବାଦ, ସୌରାଷ୍ଟ୍ର ଓ ନର୍ଥ ଗୁଜରାଟର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଛି। ଦୁଇ ଦିନର ବର୍ଷାରେ ଗୁଜରାଟ ମଡେଲ ଧୋଇ ଯାଇଥିବା ବେଳେ ଆହୁରି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ନବସାରୀ ଜିଲ୍ଲାରେ ଓ୍ବାଟର ଲଗିଂ ଯୋଗୁ ଅନେକ ଗାଡ଼ିମୋଟର ପାଣିରେ ବୁଡ଼ି ରହିଥିବା ଦେଖାଯାଇଛି। ସେପଟେ ମହାରାଷ୍ଟ୍ରରେ ବି ମୂଷଳଧାରାରେ ବର୍ଷା ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଛି। କୋଙ୍କଣ, ମୁମ୍ବାଇ, ପାଲଘର ଆଦି ସ୍ଥାନରେ ଗତ ୨୪ ଘଣ୍ଟା ଧରି ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ଟ୍ରାଫିକ ସମସ୍ୟା ଦେଖାଯାଇଛି।

ସେହିପରି ସାଉଥ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଜୁନ ୨୯ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ IMD ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ସେପଟେ ବଦ୍ରିନାଥ ହାଇଓ୍ବେରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ହଜାର ହଜାର ପର୍ଯ୍ୟଟକ ଅଟକି ରହିଛନ୍ତି। ଅନ୍ୟପଟେ ପାଗ ଅନୁକୂଳ ନଥିବାରୁ କେଦାରନାଥ ଯାତ୍ରା ମଧ୍ୟ ସ୍ଥଗିତ ରଖାଯାଇଛି ।

ଅଗଷ୍ଟରୁ ଦେଶରେ ଗଡ଼ିବ ଇଥାନଲରେ ଚଳାଚଳ କରୁଥିବା ଯାନବାହନ: ନିତିନ ଗଡକାରୀ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରୁ ଦେଶରେ ଶତ ପ୍ରତିଶତ ଇଥାନଲରେ ଚାଲିବ ଗାଡ଼ି । ଲିଟର ପିଛା ୬୬ଟଙ୍କା ପଡୁଥିବା ଏହି ଇନ୍ଧନରେ ଯାନ ବାହାନ ଚାଲିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକାରୀ କହିଛନ୍ତି । ଇଥାନଲ୍ ଚାଳିତ ଯାନ ଦ୍ବାରା ଦେଶରେ ଏକ ବୈପ୍ଳବିକ ପଦକ୍ଷେପ ହେବ, ଯାହା ପ୍ରଦୂଷଣମୁକ୍ତ ହେବ । ଏହାର ମୂଲ୍ୟ ଲିଟର ପିଛାପ୍ରାୟ ୬୬ ଟଙ୍କା ପାଖାପାଖି ରହିଛି ।

ବର୍ତ୍ତମାନ ବଜାରରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ପ୍ରାୟ ୧୦୮ ଟଙ୍କା ଉପରେ ରହିଛି। ଯଦି ଏହା ହୁଏ ତେବେ ଖୁବ୍‌ଶୀଘ୍ର ଦୁଇଚକିଆ ଯାନ ଏବଂ କାର ଭାରତୀୟ ରାସ୍ତାରେ ଶସ୍ତା ଇନ୍ଧନରେ ଚାଲୁଥିବାର ଦେଖିବାକୁ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଅଗଷ୍ଟରେ ଶତ ପ୍ରତିଶତ ଇଥାନଲ ଦ୍ବାରା ପରିଚାଳିତ ଯାନର ଶୁଭାରମ୍ଭ କରାଯିବ । ପେଟ୍ରୋଲର ବିକଳ୍ପ ଭାବେ ଏହା ବ୍ୟବହାର କରାଯିବ । ଏହାଦ୍ବାରା ବାୟୁ ପ୍ରଦୁଷଣ ମଧ୍ୟ ରୋକାଯାଇପାରିବ ।ବଜାଜ, ଟିଭିଏସ୍ ଏବଂ ହିରୋ ମାେଟରସାଇକେଲ ଶତ ପ୍ରତିଶତ ଇଥାନଲର ଯାନ ନିର୍ମାଣ କରିଛନ୍ତି ।

ଯୁକ୍ତ ଦୁଇ ନାମଲେଖା; ଆଜି ସରୁଛି ଆବେଦନ ଅବଧି

ଭୁବନେଶ୍ୱର: ଯୁକ୍ତ ଦୁଇରେ ପାଠ ପଢିବା ପାଇଁ ଆବେଦନ କରିସାରିଲେଣି କି । ଆଜି ସରୁଛି ନାମଲେଖା ଆବେଦନ ଅବଧି। ପୂର୍ବରୁ ୨ ଥର ଆବେଦନ ଅବଧି ବୃଦ୍ଧି କରାଯାଇଥିବାବେଳେ ଆଜି ଶେଷ ତାରିଖ। ଆସନ୍ତା ୬ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।

ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ୨୦ରୁ ୨୨ତାରିଖ ମଧ୍ୟରେ ନାମଲେଖା ଶେଷ ହେବ। ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ପଟ ଆଡମିଶନ। ଅଗଷ୍ଟ ପହିଲାରୁ ଏକାଦଶ ପାଠପଢା ଆରମ୍ଭ ହେବ। ଏଯାଏ ସାମସ୍ ପୋର୍ଟାଲ ଜରିଆରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ତେବେ ଚଳିତ ବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି।

ଜଗତସିଂହପୁରରେ 5T ସଚିବ, ବଦଳିବ ମନ୍ଦିରର ରୂପରେଖ

ଜଗତସିଂହପୁର: ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ିହେଉଛି ଜଗତସିଂହପୁର। ସକାଳୁ ସକାଳୁ 5T ସଚିବ ଭିକେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା। ସାରଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି 5T ସଚିବ। ସାରଳା ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏହାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ସଚିବ। ଏଥିସହିତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଛନ୍ତି। ପରେ ସ୍ଥାନୀୟ ବାସିନ୍ଦା ଓ ମିଶନ ଶକ୍ତିର ମାଆମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ଜଗତସିଂହପୁରର ବାବା ଗୋରେଖନାଥ ମନ୍ଦିରରେ ପହଞ୍ଚି ସମୀକ୍ଷା କରିଛନ୍ତି 5T ସଚିବ। ସେଠାରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଚାରପାଖ ବୁଲି ଅନୁଧ୍ୟାନ କରିଥିଲେ। ପୀଠର ନବକଳେବର ନେଇ ସ୍ଥାନୀୟବାସିନ୍ଦା, ସେବାୟତ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ। ଖୁବଶୀଘ୍ର ମନ୍ଦିରର ନବକଳେବର ନେଇ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଆସିଲା ୨୯ଟି ମୃତଦେହର DNA ରିପୋର୍ଟ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି, ଆସିଲା DNA ରିପୋର୍ଟ । ପରିଚୟ ମିଳୁନଥିବା ୮୧ ଟି ମୃତଦେହ ମଧରୁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି । ବାହାନଗା ଟ୍ରେନ ଦୁର୍ଘଟଣାରେ କେତେକ ମୃତଦେହର ଏକାଧିକ ଦାବିଦାର ରହିଥିଲେ । ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସରୁ 29ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା । ପରିଚୟ ମିଳିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି ।

ସେପଟେ ଅଣଦାବିଦାର ଶବଗୁଡ଼ିକର ଆଜି ହେବ ସାମୂହିକ ସତ୍କାର । ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ଟି ମୃତଦେହ ରହିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସଂରକ୍ଷଣ ପନ୍ଥା ଆପଣାଇ ଶବଗୁଡ଼ିକୁ ଅଧିକ ଦିନ ସଂରକ୍ଷିତ କରି ରଖିଛନ୍ତି ରାଜ୍ୟ ସରକାର । ଏବେ ମୃତଦେହ ଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି ।ଏଣୁ ଏଗୁଡ଼ିକୁ ଗଣଦାହ କରାଯିବ । ଏଥିପାଇଁ ଭୁବନେଶ୍ବର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସତ୍କାପର ବ୍ୟବସ୍ଥା କରାଯାଇଛି ।

ଅମରନାଥ ଯାତ୍ରାରେ ବାହାରିଲେ ଶ୍ରଦ୍ଧାଳୁ, କାଲିଠୁ ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ

ଶ୍ରୀନଗର: ଅମରନାଥ ଯାତ୍ରା । ବେସ୍ କ୍ୟାମ୍ପରୁ ବାହାରିଲେ ଶ୍ରଦ୍ଧାଳୁ । କାଲିଠୁ ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବ ଦେବ ମହାଦେବ । ବରଫ ଲିଙ୍ଗ ଦର୍ଶନ ପାଇଁ ବିଭିନ୍ନ ବେସ୍ କ୍ୟାମ୍ପରେ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଥିବା ବେଳେ ଆଜି ପ୍ରଥମ ବ୍ୟାଚ୍ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ବୋଲ ବମ୍, ହର ହର ବମ୍ ନାରା ଦେଇ ଅମରନାଥ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଜାମ୍ମୁରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହର ସାରା ସୁରକ୍ଷାକର୍ମୀମାନେ ଅସ୍ଥାୟୀ କ୍ୟାମ୍ପ କରି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଡ୍ରୋନ, ଡଗ୍ ଓ ବମ୍ ସ୍କ୍ବାଡ ଯୋଗେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ସୁଗମ ଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସେନା ଓ ଜିଲ୍ଲା ପ୍ରଶାସନର କ୍ୟାମ୍ପ କରାଯାଇଛି । ଏହାଛଡ଼ା ଅମରନାଥ ଯାତ୍ରୀଙ୍କ ପାଇଁ ତତ୍କାଳ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛି ପ୍ରଶାସନ । ବୈଷ୍ଣବୀ ଧାମ, ମହାଜନ ସଭା, ପଞ୍ଚାୟତ ଘର, ଗୀତା ଭବନ ଓ ରାମ ମନ୍ଦିରରେ ସାଧୁସନ୍ଥଙ୍କ ତତ୍କାଳ ରେଜିଷ୍ଟ୍ରେସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅମରନାଥ ଯାତ୍ରୀଙ୍କୁ ରାସ୍ତାରେ ଖାଦ୍ୟ, ପାନୀୟ, ଶୀତବସ୍ତ୍ର ଆଦି ସାହାଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବେସୁଦ୍ଧା ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ଅନଲାଇନ ଯୋଗେ ପଞ୍ଜିକରଣ କରାଇଥିବା ଜାମ୍ମୁ ପ୍ରଶାସନ ସୂଚନା ଦେଇଛି । ଜୁଲାଇ ୧ରୁ ଅଗଷ୍ଟ ୩୧ଯାଏଁ ଚାଲିବ ଅମରନାଥ ଯାତ୍ରା ।

ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ, ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳି, ବାହାଡ଼ା ମାଳି, ଘାଗଡ଼ା ମାଳି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ମୂଷଳ, ମୁକୁଟ, ସବୁକିଛି ସୁନା । ସୁବର୍ଣ୍ଣ ବିଭୂଷିତ ଦାରୁବ୍ରହ୍ମଙ୍କ ଆଭାରେ ଦାଉ ଦାଉ ଦିଶିଲେ ରଥତ୍ରୟ । ଗତକାଲି ବିଳମ୍ବିତ ରାତି ୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଅପୂର୍ବ ଦର୍ଶନ ସୁଯୋଗ ଲାଭ କଲେ ଭକ୍ତ । ଶାନ୍ତିଶୃଙ୍ଖଳାର ସହିତ ସୁନା ଠାକୁରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅ ପାଣିରେ ପଣା ପ୍ରସ୍ତୁତ ହେବ । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।

ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ ପାଇଥାନ୍ତି ବୋଲି କୁହାଯାଏ ।

ଭାସିଗଲା ବାବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା

କଟକ: ଭାସିଗଲା ଅସ୍ଥାୟୀ ରାସ୍ତା । ବାବା ଧବଳେଶ୍ବରଙ୍କ ପୀଠଙ୍କୁ ଯୋଗାଯୋଗ ବନ୍ଦ । ଝୁଲାପୋଲରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ତାହା ଦୁର୍ବଳ ଥିବା ଜଣାପଡ଼ିବା ପରେ ପ୍ରଶାସନ ଏହାକୁ ବନ୍ଦ ରଖିଛି । ନଦୀ ଭିତରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ଯାତାୟତ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର ନଦୀରେ ପାଣିଆସିବାରୁ ତାହା ଭାସିଯାଇଛି । ଫଳରେ ବାବାଙ୍କ ଦର୍ଶନ କରିବାକୁ ଯାଇପାରୁନାହାନ୍ତି ଶ୍ରଦ୍ଧାଳୁ । ପୀଠକୁ ଏବେ କଂକ୍ରିଟ ପୋଲର ନିର୍ମାଣ କରାଯାଉଛି ।