spot_img
Home Blog Page 3148

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ୟୁଟର୍ଣ୍ଣ, ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ

ଇମ୍ଫାଲ: ମଣିପୁରରେ ହାଇଡ୍ରାମା । ମଣିପୁର ମୁଖ୍ୟମନ୍ତ୍ରୀଙ୍କ ୟୁଟର୍ଣ୍ଣ । ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାନ୍ତେ ଏନ୍. ବିରେନ ସିଂ । କିନ୍ତୁ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ଇସ୍ତଫାକୁ ବିରୋଧ କରିଥିଲେ ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କଠାରୁ ଇସ୍ତଫା ପତ୍ର ଛଡ଼ାଇ ଆଣି ଚିରିଦେଲେ ସମର୍ଥକ । ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବାକୁ ଯାଉଥିଲେ ବିରେନ ସିଂ ।

ଦିନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ। ରାଜ୍ୟପାଳ ଅନସୂୟା ଉସକେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଥିଲେ । କିନ୍ତୁ ସମର୍ଥକମାନେ ଇସ୍ତଫା ପତ୍ର ଚିରି ଦେବା ପରେ ଆଗକୁ କ’ଣ ହେବ ତାହା ଏବେ ଚର୍ଚ୍ଚାର ବିଷୟ । ଗତ ୫୯ ଦିନ ଧରି ମଣିପୁର ଜଳୁଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ହାନି ହୋଇଛି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ସରକାର ଶାନ୍ତି ଫେରାଇ ଆଣିବାରେ ଫେଲ ମାରିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ । ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ବିରୋଧୀ ଦାବି କରିଆସୁଛନ୍ତି ।

ଗୁଳିମାଡ଼ରେ ଗୌରୀ ମିଶ୍ରଙ୍କ ମୃତ୍ୟୁ ଘଟଣା, ଗୁଳିକାଣ୍ଡ ସମ୍ପର୍କରେ ଜାଣିଥିବା ନିଖୋଜ ଯୁବକଙ୍କୁ ହତ୍ୟା

ଗୁଣପୁର: ଗୁଣପୁର ବଂଶଧାରା ବ୍ରିଜ ଉପରେ ଗୁଳିମାଡ଼ରେ ଗୌରୀ ମିଶ୍ରଙ୍କ ମୃତ୍ୟୁ ଘଟଣା । ଗୁଳିକାଣ୍ଡ ସମ୍ପର୍କରେ ଜାଣିଥିବା ନିଖୋଜ ଯୁବକଙ୍କୁ ହତ୍ୟା । ବିଶାଖାପାଟଣାରେ ମାରି ପୋତିଦେଲେ ଅଭିଯୁକ୍ତ । ଗତ ମେ ୧୩ ତାରିଖ ରାତିରେ ଦୁର୍ବୃତ୍ତଙ୍କ ଗୁଳିରେ ଗୌରୀ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଜାଣିଥିବା ଭି. ରାଜେଶ ନାମକ ଯୁବକ ସେବେଠୁ ନିଖୋଜ ହୋଇଯାଇଥିଲେ । ଏନେଇ ଗୁଣୁପୁର ଥାନାରେ ରାଜେଶଙ୍କ ମାଆ ଅଭିଯୋଗ କରିଥିଲେ । କ୍ରିଷ୍ଣା ଓ ଜିକେ ନାମକ ଦୁଇ ଯୁବକଙ୍କୁ ପୋଲିସ ପଚରାଉଚୁରା କରିବା ପରେ ସତ ପଦାକୁ ଆସିଥିଲା । ବିଶାଖାପାଟଣାରେ ରାଜେଶଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତଙ୍କଠୁ ପୋଲିସ ଜାଣିବାକୁ ପାଇଥିଲା । ହତ୍ୟାପରେ ଏକ ଜଙ୍ଗଲରେ ମୃତଦେହକୁ ପୋତିଦେଇଥିଲେ ଦୁର୍ବୃତ୍ତ । ଅଭିଯୁକ୍ତଙ୍କୁ ନେଇ ମୃତଦେହ ପୋତାଯାଇଥିବା ସ୍ଥାନକୁ ଚିହ୍ନଟ କରିଛି ପୋଲିସ ।

ଆନ୍ଧ୍ର ପୋଲିସ ସହାୟତାରେ ଗାତ ଖୋଲି ରାଜେଶର ଶବକୁ ବାହାର କରାଯାଉଛି । ତେବେ ଗୌରୀ ମିଶ୍ରଙ୍କ ହତ୍ୟା ସହିତ ଭି. ରାଜେଶଙ୍କ ମୃତ୍ୟୁର ସମ୍ପର୍କ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜେଶ ଏ ସମ୍ପର୍କରେ ଜାଣିଥିବା ସନ୍ଦେହ କରାଯାଉଛି । ଗୌରୀ ମିଶ୍ରଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ଏବଂ ପରେ ପରେ ରାଜେଶ ନିଖୋଜ ହେବା ଓ ତାଙ୍କୁ ହତ୍ୟା କରି ପୋତିଦେବା ଘଟଣାରୁ ପରଦା ହଟାଇବାକୁ ତନାଘନା ଚଲାଇଛି ପୋଲିସ ।

ଅସଲି ପୋଲିସ କବଜାରେ ନକଲି ପୋଲିସ, ଓ୍ବେବ ସିରିଜ ପାଇଁ ୟୁନିଫର୍ମ କିଣିଥିଲା

ଭୁବନେଶ୍ବର: ଭୁବନେଶ୍ବରରେ ଅଜବ ଘଟଣା। ଏୟାରଫିଲଡ ଥାନାରେ ଦୁଇ ଆଇଆଇସି। ଅସଲି ପୋଲିସ କବଜାରେ ନକଲି ପୋଲିସ। ନକଲି ଥାନାଧିକାରୀ ହେଲେ ରଞ୍ଜନ ଭୂୟାଁ। ପୋଲିସର ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ ନକଲି ଆଇଆଇସି ରଞ୍ଜନ ଭୂୟାଁ। ଓ୍ବେବ ସିରିଜ କରିବାକୁ ନକଲି ଡ୍ରେସ କିଣି ଦେଉଥିଲେ ପୋଲିସର ପରିଚୟ। ଅଭିଯୁକ୍ତ ରଞ୍ଜନ ଭୂୟାଁଙ୍କୁ ଗିରଫ କରିଛି ପୋଲିସ।

କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, କଟାହାତକୁ ପ୍ରିଜର୍ଭ କରି ସଫଳ ଅପରେସନ

କଟକ: ଯୋଡ଼ିହେଲା କଟାହାତ । କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର । କଟାହାତକୁ ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେହି ହାତକୁ ସଫଳତାର ସହ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି । ବାଲେଶ୍ବରର ସଦର ଅଞ୍ଚଳର ପ୍ରକାଶ ଦାସଙ୍କର ବାମ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା । ଗତ ୨୧ ତାରିଖରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା । ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ସହାୟତାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଅପରେସନ କରି ହାତ ଯୋଡ଼ିବାରେ ସଫଳ ହୋଇଛି । ହାତ ଫେରିପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକାଶ ।

ବଢ଼ୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ସମ୍ଭାବ୍ୟ ବନ୍ୟାକୁ ନେଇ ହୋଇଛି ପ୍ରସ୍ତୁତି

ସମ୍ବଲପୁର: ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ହୀରାକୁଦର ଜଳସ୍ତର ବହୁତ କମ୍ ଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ପ୍ରାୟ ୬୦୩.୬ ମିଟର ରହିଛି । ହୀରାକୁଦକୁ ହାରାହାରି ଇନଫ୍ଲୋ ହେଉଛି ପାଖାପାଖି ୮୦ ହଜାର କ୍ୟୁସେକ୍ ଜଳ । ୨୪ ଘଣ୍ଟା ପରେ ଜଳସ୍ତର ୬୦୫.୩ ମିଟର ପାଖାପାଖି ହେବ ।

ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଅଧିକ ଜଳ ଚାହୁଁଛୁ । ବିଦ୍ୟୁତ ଉତ୍ପାଦନ ପାଇଁ ଆମେ ଅଧିକ ଜଳ ଆଶା କରାଯାଉଛି । ଚାଷ କାମ ଆରମ୍ଭ ହେବାରୁ ଜଳସେଚନ ପାଇଁ ମଧ୍ୟ ପାଣି ଦରକାର । ଜୁଲାଇ ୩୧ ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫ ମିଟର ହେବା କଥା । ୬୦୫ ମିଟର ଜଳସ୍ତର ନହେଲେ ଜଳସେଚନ ପାଇଁ ସମସ୍ୟା ହେବ । ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ଘାଇ ଓ ଘଳିଆ ମରାମତି ସରିଛି । ଗତ ବର୍ଷ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସିଥିଲା । ଆମେ ସଫଳ ମୁକାବିଲା କରିଥିଲୁ । ସାମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ସହ କଥା ହେଲେ 5T ସଚିବ ଭି.କେ ପାଣ୍ଡିଆନ

କଟକ: କଟକର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ। ଏହି ସ୍କୁଲ ଫାଇଭ-ଟି ଉପକ୍ରମରେ ରୂପାନ୍ତରଣର ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୯, ୨୦୨୧ରେ ସାମିଲ ହୋଇଥିଲା । ଏବେ ଏଠାରେ ସ୍ମାର୍ଟକ୍ଲାସ ରୁମରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଘରୋଇ ଶିକ୍ଷାନୁଷ୍ଠାନ ଭଳି ସୁବିଧା ଏଠାରେ ଛାତ୍ରଛାତ୍ରୀ ପାଉଛନ୍ତି । ୧୯୫୯ ମସିହାରେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ସ୍ଥାପିତ ହୋଇଥିଲା। ଏଠାରେ ପାଠପଢ଼ି ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶରେ ନାଁ କରିଛନ୍ତି ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ବର୍ଷା। ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ। ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜୁଲାଇ ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।

ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି। ରାଜ୍ୟରେ ତାପମାତ୍ରା କମିଲେ ବି ଅନୁଭୂତ ହେବ ଗୁଳୁଗୁଳି। ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଥିବାରୁ ଆର୍ଦ୍ରତା ଅଧିକ ରହିଛି। ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ରାଜ୍ୟରେ ଏବେ ୧୫୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୧୯୨.୩ ମିଲିମିଟର ତୁଳନାରେ ୧୯ ପ୍ରତିଶତ କମ।

ତେବେ ଦେବଗଡ଼ରେ ସର୍ବାଧିକ  ୩୦୭. ୬ ମିମି, ବର୍ଷା ରେକର୍ଡ ହୋଇଛି, ଯାହା ୮୬ ପ୍ରତିଶତ ଅଧିକ । ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମୌସୁମୀ ବିଳମ୍ବରେ ଆସିଥିଲେ ବି ଆଗାମୀ ଦିନର ବର୍ଷା ସ୍ବାଭାବିକ ରହିବ।

ଥମୁନି ମଣିପୁର ହିଂସା, ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂ

ଇମ୍ଫାଲ୍: କଣ୍ଟ୍ରୋଲ ବାହାରେ ମଣିପୁର। ଆଜି ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ! ଦିନ ୩ଟାରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ। ରାଜ୍ୟପାଳ ଅନସୂୟା ଉସକେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି। ଗତ ୫୯ ଦିନ ଧରି ମଣିପୁର ଜଳୁଥିବା ବେଳେ ଶତାଧିକ ଲୋକଙ୍କ ଜୀବନ ହାନି ହୋଇଛି। ହଜାର ହଜାର ଲୋକ ବାସହରା ହୋଇଛନ୍ତି।

ସରକାର ଶାନ୍ତି ଫେରାଇ ଆଣିବାରେ ଫେଲ୍ ମାରିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିରୋଧୀ। ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପାଇଁ ବିରୋଧୀ ଦାବି କରିଆସୁଛନ୍ତି। କେନ୍ଦ୍ରର ଅଲ୍ଟିମେଟମ ପରେ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି।

ବଦଳିବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ

ଜଗତସିଂହପୁର: ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ। ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି 5T ସଚିବ। ଏହି ଅବସରରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ଆଲୋଚନା କରିଛନ୍ତି। ଏହାପରେ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ଫାଇଭ୍-ଟି ସଚିବ ଯୋଗଦେଇ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ।

ତେବେ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ, ପ୍ରାଣୀମିତ୍ର, କୃଷିମିତ୍ର, ଏମବିକେ, ସିଆରପିମାନେ ଯୋଗଦେଇଥିଲେ । ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀଙ୍କ ସମେତ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ସମସ୍ତଙ୍କର ସମସ୍ୟା ଶୁଣିବା ସହିତ ଖୁବଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ।

ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇ ବୋହୂ ଫେରାର

ଭୁବନେଶ୍ୱର: ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇ ବୋହୂ ଫେରାର। ସୁନା ଅଳଙ୍କାର ସହ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ନବବଧୂ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ବାଘବରାହି ପାଟଣା ଗାଁର ଘଟଣା। ଗତ ୯ ତାରିଖରେ ବିବାହ କରିଥିଲେ ସମୀର ସାହୁ।

ବାହାଘରର ୧୦ଦିନ ପରେ ଉଭୟ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଇଥିଲେ। ସେଠାରୁ ସ୍ତ୍ରୀ କେଉଁଆଡ଼େ ଫେରାର ହୋଇଯାଇଥିଲେ। ଝିଅର ବାପା ଝିଅଙ୍କୁ ଖୋଜି ଆଣିଥିଲେ ମଧ୍ୟ ଶାଶୂଘରକୁ ଯିବାକୁ ସେ ରାଜି ହୋଇନଥିଲେ। ତେବେ ଫେରାର ବୋହୂ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୭୦ ହଜାର ଟଙ୍କା ନେଇ ପଳାଇଥିବା ଅଭିଯୋଗ କରିଛନ୍ତି ସମୀର।