spot_img
Home Blog Page 3069

ଖୋର୍ଦ୍ଧାରେ ଅପରାଜିତାଙ୍କୁ ଦଳୀୟ କର୍ମୀଙ୍କ ଜୋରଦାର ବିରୋଧ, ଗୋ ବ୍ୟାକ୍ ନାରା ପରେ ବୈଠକସ୍ଥଳ ଛାଡ଼ି ଚାଲିଗଲେ ସାଂସଦ

ଖୋର୍ଦ୍ଧା: ସାଂସଦଙ୍କୁ ଖୋଦ୍ ନିଜ ଦଳରେ ବିରୋଧ । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋରଦାର ବିରୋଧ କରିଛନ୍ତି ଦଳୀୟ କର୍ମୀ । ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଓଳସିଂ ଗ୍ରାମରେ ସାଂସଦ ଅପରାଜିତଙ୍କୁ ବିରୋଧ କରିଛନ୍ତି ବିଜେପି କର୍ମୀ । ଏପରିକି ପଥର ପକାଇ ସାଂସଦଙ୍କ ବାଟ ଓଗାଳିଥିଲେ କର୍ମୀ । ସାଂସଦଙ୍କୁ ବିରୋଧ କରି କର୍ମୀମାନେ ରାସ୍ତା ଉପରେ ବସିବା ସହ ସାଂସଦଙ୍କୁ ବିରୋଧ କରିଥିଲେ । ବିହାରୀ ଅପରାଜିତା ଗୋ ବ୍ୟାକ୍ ନାରା ଦେବା ସହ ସାଂସଦଙ୍କୁ ଜୋରଦାର ବିରୋଧ କରିଥିଲେ କର୍ମୀ ।

କିଛି କର୍ମୀ ବି କହିଥିଲେ- ୪ ବର୍ଷ ପରେ ଆସିଛନ୍ତି କୁଆଡ଼େ? ଦଳୀୟ କର୍ମୀ ମାନଙ୍କୁ ଅଣଦେଖା କରି ଆସିଥିବାରୁ କର୍ମୀମାନେ ସାଂସଦଙ୍କୁ ବିରୋଧ କରିଥିଲେ । ଦଳୀୟ କର୍ମୀଙ୍କ ପ୍ରବଳ ବିରୋଧ ପରେ ଶେଷରେ ବାଧ୍ୟ ହୋଇ ଫେରିଯାଇଥିଲେ ସାଂସଦ ଅପରାଜିତା । ସାଂସଦଙ୍କ ସାଥୀରେ ଥିବା ବିଜେପି ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର ବି ଫେରିଯାଇଥିଲେ ।

ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ରାଞ୍ଚି କୋର୍ଟଙ୍କ ସମନ

ରାଞ୍ଚି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୁସକିଲ କମ୍ ହେବାର ନାଁ ନେଉ ନାହିଁ । ମୋଦି ସରନେମ ମାମଲାରେ ଏବେ ରାଞ୍ଚି କୋର୍ଟ ତାଙ୍କୁ ସମନ କରିଛନ୍ତି । ୪ ଜୁଲାଇରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ପକ୍ଷରୁ କଂଗ୍ରେସ ନେତାଙ୍କୁ ଜାରି ଏହା ଶେଷ ସମନ ଅଟେ । ଏପରି ସ୍ଥିତିରେ ଯଦି ସେ ଏଥର ମଧ୍ୟ ହାଜର ନହୁଅନ୍ତି ତେବେ ତାଙ୍କ ସମସ୍ୟା ଆହୁରି ବଢ଼ିପାରେ । ପ୍ରକାଶଥାଉକି, ଏହି ମାମଲାରେ ପ୍ରଦୀପ ମୋଦି ନାମକ ବ୍ୟକ୍ତି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ, ଯାହା ଉପରେ ଏମପି-ଏମଏଲଏ କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧିଙ୍କୁ ବ୍ୟକ୍ତିଗତ ଭାବେ ହାଜର ନହେବା ପାଇଁ ଦିଆଯାଇଥିବା ଆବେଦନକୁ ପୂର୍ବରୁ ହିଁ ଖାରଜ କରିଦେଇଥିଲେ ।

ଏପରି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ଓକିଲ କୋର୍ଟଙ୍କୁ ୧୫ ଦିନର ସମୟ ମାଗିଥିଲେ । ଯାହା ଉପରେ କୋର୍ଟ ରାହୁଲ ଗାନ୍ଧିଙ୍କୁ ଶେଷ ସମନ ଜାରି କରି ୪ ଜୁଲାଇରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମଧ୍ୟ ରାହୁଲଙ୍କ ବିରୋଧରେ ଏହି ସମ୍ବନ୍ଧରେ ମାନହାନି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ସୁରଟ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ଯେଉଁ କାରଣରୁ ଜନପ୍ରତିନିଧି ଆଇନ ଅନୁସାରେ ସାଂସଦ ସଦସ୍ୟତା ରଦ୍ଦ ହୋଇଯାଇଥିଲା ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ କାଉଣ୍ଟର ଆଟାକ

ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ କାଉଣ୍ଟର ଆଟାକ। ମୁଖ୍ୟମନ୍ତ୍ରୀଙ୍କ ୩ଟି ବିକାଶମୂଳକ କାମ ଐତିହ୍ୟ ପରିକ୍ରମା ପ୍ରକଳ୍ପ, ବିଜୁ ସେତୁ ଯୋଜନା ଏବଂ ସ୍କୁଲ ରୂପାନ୍ତରିତ କାମକୁ 5T ସଚିବ ତଦାରଖ କରୁଛନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି। ସେ କେଉଁଠି ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ନଡ଼ିଆ ବାଡେଇ ଶୁଭ ଦେଉନାହାନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କ କାମକୁ ତଦାରଖ କରୁଛନ୍ତି। ଏହା ଦ୍ବାରା ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସାଧାରଣ ଲୋକେ ସଚେତନ ହେଉଛନ୍ତି। ଫଳରେ ଲୋକପ୍ରିୟତା ବୃଦ୍ଧି ପାଉଛି।

ଅପରାଜିତା ନିଜେ ବିଏମସି କମିଶନର ଥିବା ବେଳେ ମେୟରଙ୍କୁ ଅଣଦେଖା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ସପକ୍ଷରେ ପ୍ରଚାର ପ୍ରସାର କରୁଥିଲେ। ପରେ ଚାକିରୀ ଛାତି ଆସି ସାଂସଦ ହୋଇଛନ୍ତି। ଆସନ୍ତା ୨୦୨୪ ରେ ଅପରାଜିତା କେତେ ଲୋକପ୍ରିୟ ତାହା ଲୋକେ ଠିକଣା ଜବାବ ଦେବେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟ କାମ ଐତିହ୍ୟ ସ୍ଥଳ ବିକାଶ କରିବା। ଅପରାଜିତା ଅମଲାତାନ୍ତ୍ରିକ ମନୋଭାବ ରଖି ଯେଉଁ ଅଭିଯୋଗ କରିଛନ୍ତି ତାର ସତ୍ୟତା ନାହିଁ। ବିଜେପି ତଥା ଅପରାଜିତା ଷଡ଼ଙ୍ଗୀ ଯଦି ଓଡିଶା ସ୍ବାର୍ଥ ପାଇଁ ସ୍ବର ଉଠାନ୍ତେ ତାହେଲେ ଆମେ ସାବାସି ଦିଅନ୍ତେ।

ଆନ୍ଧ୍ର ସରକାର ଓଡିଶା ବିରୋଧରେ ଯାଇ ପୋଲାଭରମ୍ ପ୍ରକଳ୍ପ କଲେ। ଯାହା ଦ୍ବାରା ଓଡ଼ିଶାର ୧୦ ହଜାର ଆଦିମ ଆଦିବାସୀଙ୍କର ଜୀବନ ଜୀବିକା ବିପନ୍ନ ହୋଇଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରି ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରିଛନ୍ତି। କାହିଁକି ଅପରାଜିତା ମୁହଁ ଖୋଲୁନାହାନ୍ତି। ଛତିଶଗଡ ସରକାର ଓଡ଼ିଶାର ଗଙ୍ଗା ମହାନଦୀକୁ ଶୁଖେଇ ସାରିଲେଣି। କହିଁକି ଅପରାଜିତା ତା ବିରୋଧରେ ମୁହଁ ଖୋଲିନାହାନ୍ତି। କିନ୍ତୁ ଓଡିଶା ସରକାର ଯେଉଁ ଭଲ କାର୍ଯ୍ୟ କରୁଛନ୍ତି ତା ବିରୋଧରେ ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ସାଂସଦ ଯେଉଁ ପ୍ରୟାସ କରିଛନ୍ତି ଲୋକ ତାହାର ଜବାବ ଦେବେ।

ରାଜ୍ୟ ସରକାରଙ୍କ ସହିତ ଅମଲା ସଂଘର ଆଲୋଚନା ସଫଳ, ସୋମବାରଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ

ଭୁବନେଶ୍ୱର: ହଟିଲା ଅମଲା ସଂଘର ଆନ୍ଦୋଳନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ସଫଳ ହୋଇଥିବାବେଳେ ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ । ସଂଘର ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ରିପୋର୍ଟ ଆସିବା ପରେ ଗ୍ରେଡ ପେ ବୃଦ୍ଧି ହେବ । ଖୁବଶୀଘ୍ର ଅମଲା ସଂଘ ଖୁସି ଖବର ପାଇବା ନେଇ 5T ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଛି ସଂଘ । ଆନ୍ଦୋଳନ ଯୋଗୁ ରହିଥିବା ବକେୟା କାମ ଦିନରାତି କାମ କରି ସାରିବୁ ବୋଲି ସଂଘ କହିଛି । ଆଲୋଚନାବେଳେ 5T ସଚିବ ଭି.କେ. ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ସୋନପୁରରେ ସର୍ବାଧିକ ୪୫.୭ ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି କମିବାର ନାଁ ନେଉ ନାହିଁ । ଦିନ ପ୍ରତିଦିନ ରାଜ୍ୟରେ ଗରମ ବଢ଼ିଚାଲିଛି । ଅନ୍ୟପକ୍ଷରେ ମୌସୁମୀ ଆସିଲେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଥିବା ବେଳେ ଏହା ବିଳମ୍ବ ହେଉଛିି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସୋନପୁର । ସୋନପୁରରେ ସର୍ବାଧିକ ୪୫.୭ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ହୀରାକୁଦରେ ୪୫.୧ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ଭୁବନେଶ୍ବରରେ ବି ବର୍ଷିଛି ନିଆଁ । ରାଜଧାନୀ ଭୁବନେଶ୍ବରର ଆଜିର ତାପମାତ୍ରା ରହିଛି ୪୪.୩ ଡିଗ୍ରୀ । ସେହିପରି କଟକରେ ୪୨.୧ ଡିଗ୍ରୀ ତାତି ରୋକର୍ଡ ହୋଇଛି । ରାଜ୍ୟର ୧୦ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୨୮ ସହରର ପାରଦ ।

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା; ମୃତ୍ୟୁ ପୂର୍ବରୁ କାନ୍ଦି କାନ୍ଦି ପ୍ରେମିକାଙ୍କୁ ଏମିତି କିଛି ନିବେଦନ କରିଥିଲେ….

ଭୁବନେଶ୍ୱର: ଭୁବନେଶ୍ବରରେ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡ଼ିଓ । ପ୍ରାଣବାୟୁ ଉଡିବା ପୂର୍ବରୁ ପ୍ରେମିକାକୁ ଆକୁଳ ନିବେଦନ । ଛାତି ଫଟାଇ ଚିତ୍କାର କରି କାନ୍ଦିଥିଲେ ଆଜେକ୍ସ । ମୋ ଜୀବନ ଫେରେଇ ଦିଅ । ତମେ ଉପହାର ଦେଇଥିବା ବ୍ଳାକ ସାର୍ଟ ପିନ୍ଧି ଯାଉଛି । ତମ ସହ ଶେଷ ଦେଖା କରିବାକୁ ଚାହୁଁଛି । ମୋ ଦେହ ଜଳିବା ପୂର୍ବରୁ ଥରେ ମେତେ ଦେଖିବ… ଏଥିଲା ଆଜେକ୍ସଙ୍କ ଶେଷ ଅଡିଓ ଓ ଭିଡିଓ । ଫ୍ୟାନରେ ବେଡସିଟ ଲଗାଇଛନ୍ତି । କାନ୍ଦି କାନ୍ଦି ଭିଡିଓ କରି ପ୍ରେମିକା ଦେଇଥିବା ସାର୍ଟ ପିନ୍ଧି ଝୁଲି ପଡିଛନ୍ତି ।

ଏହି ଏଭିଡିଓ ଦେଖିବା ପରେ ଜନ୍ମ କଲା ମାଆର ଆଖିରି ଲୁହ ଝରି ଆସିଛି । ପୁରୁଣା କଥାକୁ ମନେ ପକାଇ ପୁଅକୁ ଝୁରୁଛନ୍ତି । ବାହୁନି ବାହୁନି କାନ୍ଦୁଛନ୍ତି ଆଜେକ୍ସଙ୍କ ମା’ । ପ୍ରେମିକା ଓ ପୁରୁଷ ବନ୍ଧୁ ପଅକୁ ମିଶି ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ୫ ଭଉଣୀରେ ଗୋଟେ ଭାଇ । ବାଲିଯାତ୍ରା ପଡିଆରେ ପ୍ରେମିକାଙ୍କୁ ବୋହୂ କରିବାକୁ ମାଆକୁ କହିଥିଲେ ଆଜେକ୍ସ । ତାର କିଛି ଦିନ ପରେ ଶ୍ରୀମନ୍ଦିରରେ ଶିନ୍ଦୁର ଦେଇଥିଲେ ପ୍ରେମିକାକୁ ବିବାହ କରିଥିଲେ । ହେଲେ ଆଜେକ୍ସଙ୍କୁ ନୁହଁ ତାଙ୍କ ଟଙ୍କାକୁ ଭଲ ପାଉଥିଲା ପ୍ରେମିକା ବୋଲି ଅଭିଯୋଗ କରିଛନ୍ତି ମା’ ।  ଆସନ୍ତାକାଲି ଆଜେକ୍ସଙ୍କ ମୃତ୍ୟୁ ପୁରିବ ୩ ମାସ । ଆଜେକ୍ସଙ୍କ ଡିଜେ ରୁମ ଧୂଳି ଧୂସର ହୋଇ ପଡିଛି । କାନ୍ଥରେ ଲାଗିଥିବା ଫଟୋର ଫୁଲ ମାଳ ଶୁଖି ଯାଇଛି ।

ଆଜେକ୍ସଙ୍କ ଚେୟାର ବି ଖାଲି ପଡିଛି । ମାଆ ମନ ବୁଝୁନି ମଝିରେ ମଝିରେ ତାଙ୍କ ରୁମକୁ ଯାଇ ଡିଜେ ମେସିନକୁ ଆଣ୍ଡାଳି ଦେଉଛନ୍ତି । ଅଫେରା ରାଇଜକୁ ଚାଲି ଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ଅବୁଝା ମା । ସେପଟେ ପୁଅକୁ ନ୍ୟାୟ ପାଇଁ ପରିବାର ଲୋକ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି । ଆଜେକ୍ସ ମୃତ୍ୟୁ ମାମଲାରେ ଖାରବେଳ ନଗର ଥାନା ପୋଲିସ ହାତରେ ଡିଜିଟାଲ ପ୍ରମାଣ ଲାଗିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦଫା ୩୦୨ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଆଜେକ୍ସଙ୍କ ପ୍ରେମିକା, ପରୁଷବନ୍ଧୁ ଓ ଆଉ ଜଣେ ବାନ୍ଧବୀଙ୍କୁ ପଚରାଉଚରା କରିଛି ପୋଲିସ ।

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଏହି କେନ୍ଦ୍ରକୁ ଏକ ଲେଭେଲ୍ – ୩ ଟ୍ରମା କେୟାର ସେଣ୍ଟର୍ ଭାବେ ବିକଶିତ କରାଯିବ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିୟମାବଳୀ ଅନୁଯାୟୀ ଏଥିରେ ଅତ୍ୟାଧୂନିକ ଚିକିତ୍ସା ଉପକରଣ, ଆଇସିୟୁ ପର୍ଯ୍ୟବେକ୍ଷଣ କକ୍ଷ, ଲ୍ୟାବ୍ ଓ ଇମେଜିଂ ଆଦିର ବ୍ୟବସ୍ଥା ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲମାନଙ୍କରେ ୧୦୬ ଟି ଟ୍ରମା କେୟାର ସେଣ୍ଟର୍ ବ୍ୟବସ୍ଥା କରାଯାଇଛି । ଏସବୁରେ ୧୫୬୦ ଟି ବେଡ୍ ରହିଛି । ଏହାଛଡ଼ା ୧୮ ଟି  ଘରୋଇ ସ୍ପେସାଲିଷ୍ଟ୍ ହସ୍ପିଟାଲର ଟ୍ରମା କେନ୍ଦ୍ରକୁ ମଧ୍ୟ ଟ୍ରମା କେୟାର ଚିକିତ୍ସା ନିମନ୍ତେ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଦୂର୍ଘଟଣାଗ୍ରସ୍ତ ଲୋକଙ୍କୁ ଘରୋଇ ହସ୍ପିଟାଲ୍ ଟ୍ରମା ସେଣ୍ଟର୍ ମାନଙ୍କରେ ଦେୟମୁକ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଟ୍ରମା କେୟାର୍ ଦେୟମୁକ୍ତ ଚିକିତ୍ସା ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ଚିକିତ୍ସା ସୁବିଧାର ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ହେବ ଆମ ହସ୍ପିଟାଲର ମଡେଲ ହସ୍ପିଟାଲ । ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଭି.କେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀଙ୍କ ଚିକିତ୍ସା । ତାହାକୁ ନେଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଥିଲେ । ତାପରେ ପଞ୍ଜିକରଣ କେନ୍ଦ୍ର ଓ ଔଷଧ ବିତରଣ କେନ୍ଦ୍ରର ବ୍ୟବସ୍ଥା ପଚାରି ବୁଝିଥିଲେ । ବିଶ୍ରାମ କକ୍ଷରେ ଥିବା ଆମ ହସ୍ପିଟାଲର ମାଷ୍ଟର ପ୍ଲାନ୍ ଦେଖିବା ସହ ସ୍ବାସ୍ଥ୍ୟ ସଚିଙ୍କ ସହ ଆଲୋଚନା କରିଥିଲେ । ହସ୍ପିଟାଲ ପ୍ରବେଶ ପଥର ଅନୁଧ୍ୟାନ କରିବା ସହ ବହିର୍ବିଭାଗ, ହୃଦରୋଗ ବିଭାଗରେ କିପରି ଚିକିତ୍ସା ଚାଲିଛି ତାହାର ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଅନ୍ୟପଟେ ହୃଦରୋଗ ବିଭାଗରେ ଶୌଚାଳୟ ବ୍ୟବସ୍ଥା କିପରି ରହିଛି ତାହାକୁ ବୁଲି ଦେଖିଛନ୍ତି 5T ସଚିବ । ରୋଗୀ ସେବା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସବିଶେଷ ବିବରଣୀ ପ୍ରଦର୍ଶିତ ହେଉଛି କି ନାହିଁ ତାହାର ମଧ୍ୟ ତଦାରଖ କରିଛନ୍ତି । ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ ହସ୍ପିଟାଲର ରୋଗୀସେବା ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ଆମ ହସ୍ପିଟାଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲକୁ ପରୀକ୍ଷାମୂଳକ ଭାବେ ଉନ୍ନତି କରାଯାଉଛି । ଏହା ସଫଳ ହେଲେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ଏହାକୁ ପାଇଲଟ ଯୋଜନା ଭାବେ ଗ୍ରହଣ କରାଯାଇଛି ।

 

ନିଜର ଅପାରଗତା ଓ ଅବହେଳାକୁ ଲୁଚେଇବାକୁ ବିକାଶ କାର୍ଯ୍ୟକୁ ବିରୋଧ କରୁଛନ୍ତି ଭୁବନେଶ୍ୱର ସାଂସଦ: ଶ୍ରୀମୟୀ

ଭୁବନେଶ୍ୱର:  ଭୁବନେଶ୍ବର ସାଂସଦ ରାଜ୍ୟର ବିକାଶ ଚାହୁଁନାହାନ୍ତି । ବ୍ୟୁରୋକ୍ରାଟିକ ମାଇଣ୍ଡସେଟରୁ ବାହାରିପାରିନାହାନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକଙ୍କୁ ଉତ୍ତମ ସେବା ବିଜେଡିର ଆଭିମୁଖ୍ୟ ବୋଲି କହିଛି ବିଜେଡି । ଆୟୋଜିତ ପ୍ରେସମିଟରେ ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି- ଦୀର୍ଘ ଦିନର ବ୍ଯବଧାନ ପରେ ଭୁବନେଶ୍ବର ସାଂସଦ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ବିନା ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଚାକିରି ଛାଡି ରାଜନୀତିରେ ଯୋଗଦେବା ପରେ ସେ ସାଜିଛନ୍ତି ପଲିଟିକାଲ ଲେଡି । ଲୋକଙ୍କ ବିକାଶ, ରାଜ୍ୟର ବିକାଶ କ୍ଷେତ୍ରରେ ସରକାରଙ୍କ ଉଦ୍ୟମକୁ ଦେଖି ସାଂସଦ ବିଚଳିତ ହୋଇଯାଇଛନ୍ତି ।

ରାଜ୍ୟ ସରକାରଙ୍କ ଗଭର୍ଣ୍ଣାନ୍ସ ଲୋକଙ୍କ ନିକଟରେ ପହଞ୍ଚିପାରିଛି । ନିଜର ଅପାରଗତା, ଅବହେଳାକୁ ଲୁଚାଇବା ଲାଗି ବିକାଶମୂଳକ କାର୍ଯ୍ୟକୁ ସାଂସଦ ବିରୋଧ କରୁଛନ୍ତି । ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପକୁ ନେଇ ହାଇଭୋଲଟେଜ ଡ୍ରାମା କରିଥିଲେ ସାଂସଦ । ବହୁ ଲୋକ ଏହି ଦୁଇ ପ୍ରକଳ୍ପ ଲାଗି ଜମିଦାନ କରିଛନ୍ତି । ହେଲେ ସାଂସଦ ଏହାକୁ ବିରୋଧ କରି ନିଜର ବିକାଶ ବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ । ଏପରିକି ସାଂସଦ ପୁରୀକୁ ପଦଯାତ୍ରା କରି ପ୍ରକଳ୍ପକୁ ବିରୋଧ କରିଥିଲେ । ମଡେଲ ରେଲଓ୍ବେ ଷ୍ଟେସନ ନେଇ ବିଜେପି ବହୁ ବାହାସ୍ଫୋଟ ମାରିଥିଲା । ମାତ୍ର ଏହା କଳ୍ପନାରେ କିପରି ସୀମିତ ରହିଗଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ଜନପ୍ରତିନିଧିଙ୍କ ଆଜେଣ୍ଡା ରହିବା ଦରକାର-ଲୋକଙ୍କ ବିକାଶ । ମାତ୍ର ବାରମ୍ବାର ସାଂସଦଙ୍କ ଆଚରଣ ଓ ଉଚ୍ଚାରଣ ପ୍ରମାଣିତ କରୁଛି ତାଙ୍କ ଜନବିରୋଧୀ ମାନସିକତା । ଗାଁ ଗହଳିରେ ଫାଇଭ-ଟି ସ୍କୁଲ ସରକାରଙ୍କ ବିକାଶର ନମୁନା ପାଲଟିଛି । ସାଂସଦ ଚାକିରିରେ ଥିବାବେଳେ ଏହି କାର୍ଯ୍ୟ କାହିଁକି କରି ନଥିଲେ ବୋଲି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀମୟୀ । ଲୋକମାନେ ସମସ୍ତ ବିଷୟ ଅବଗତ ଅଛନ୍ତି । ସେମାନେ ଚାହାଁନ୍ତି ତାଙ୍କ ଅଞ୍ଚଳର ଉନ୍ନତି ହେଉ, ଐତିହ୍ୟ ସ୍ଥଳର ବିକାଶ ହେଉ । ମହିଳା ଚାହାଁନ୍ତି ସଶକ୍ତ ହେବାକୁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରାଜ୍ୟବାସୀଙ୍କ ଭରସା ରହିଛି । ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଲାଗି ସାଂସଦଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ଶ୍ରୀମୟୀ ।

 

କାର୍‌ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ବରାହୀପୁରରେ ଅଭାବନୀୟ ଘଟଣା । କାର୍‌ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ । ବରାହୀପୁର ଗାଁର ସୁବାସ ଚନ୍ଦ୍ର ସ୍ବାଇଁଙ୍କ ଘର ସମ୍ମୁଖରେ କାର୍‌ ଥିଲା । ସୁବାସଙ୍କ ପାଞ୍ଚ ବର୍ଷର ପୁଅ ସତ୍ୟବ୍ରତ କାର୍‌ ଚାବି ଆଣି ଡୋର୍‌ ଖୋଲି ଗାଡ଼ି ଭିତରେ ପଶିଥିଲା । ଅସହ୍ୟ ଗରମ ହେତୁ ଶିଶୁଟି ସେଇ କାର୍‌ ମଧ୍ୟରେ ପଡ଼ିଯାଇଥିଲା ।

ଘର ଲୋକ ବହୁ ଖୋଜାଖୋଜି ପରେ ଦିନ ପ୍ରାୟ ଦୁଇଟା ସମୟରେ ଶିଶୁଟିକୁ ଅଚେତ ଅବସ୍ଥାରେ କାର୍‌ ମଧ୍ୟରୁ ଉଦ୍ଧାର କରିଥିଲେ । ପିଲାଟିକୁ ତୁରନ୍ତ ମାହାଙ୍ଗା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମାହାଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛି । ଅସାବଧାନତା ହେତୁ ଶିଶୁଟିର ଜୀବନ ଚାଲିଯିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।