ସୁପ୍ରିୟାଙ୍କ ବଡ଼ ଖୁଲାସା, NCPରେ କୌଣସି ଫାଟ ନାହିଁ

ମହାରାଷ୍ଟ୍ର: ଘଡ଼ିକେ ଘୋଡ଼ା ଛୁଟୁଥିବା ମହାରାଷ୍ଟ୍ର ରାଜନୀତି ବୁଝିବା କାଠିକର ପାଠ । କିଏ କେତେବେଳେ କାହା ସହ ମେଣ୍ଟ କରୁଛି ତ ଆଉ କିଏ ଦଳ ଛାଡ଼ୁଛି । ତେବେ କିଛିଦିନ ତଳେ ଏନସିପି ନେତା ଅଜିତ ପାଓ୍ବାର ମହାରାଷ୍ଟ୍ରର ଏକନାଥ ସିନ୍ଧେଙ୍କ ସରକାରରେ ଯୋଗ ଦେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଏନସିପିରେ ଫାଟ ହୋଇଛି ଏବଂ ଦାଦା ଶରଦ ପାଓ୍ବାରଙ୍କୁ ଧୋକା ଦେଇଥିବା ଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ । ପୁଣେରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ କହିଛନ୍ତି କି, ଏନସିପିରେ କୌଣସି ଫାଟ ନାହିଁ । ଅଜିତ ପାଓ୍ବାର ହେଉଛନ୍ତି ଆମ ଦଳର ଜଣେ ବରିଷ୍ଠ ନେତା । ଯିଏକି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।