ଅକ୍ଷୟ କୁମାର ଏବଂ ରବିନାଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକଅପ୍?

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ପ୍ରେମ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଫିଲ୍ମ ମୋହରାରୁ ଆରମ୍ଭ ହୋଇଥିବା ଏହି ପ୍ରେମ ବିବାହର ରୂପ ନେବାକୁ ଯାଉଥିଲା । ତେବେ କେଉଁ କାରଣରୁ ସେମାନଙ୍କ ମଧ୍ୟରେ ବ୍ରେକଅପ ହେଲା ଏହାର ଏକ ଗୁମର ଲୁଚି ରହିଛି । ଏମାନଙ୍କ ବିଚ୍ଛେଦ ପଛରେ ଅନ୍ୟଜଣେ ନାୟିକାଙ୍କ ଭୂମିକା ରହିଛି । ଯିଏକି ଅକ୍ଷୟ କୁମାରଙ୍କଠାରୁ ବୟସ୍କ । ବଲିଉଡର ଜଣାଶୁଣା ଅଭିନେତ୍ରୀ ରେଖାଙ୍କ ପାଇଁ ରବିନା ଏବଂ ଅକ୍ଷୟଙ୍କ ଯୋଡ଼ି ଭାଙ୍ଗିଥିବା କୁହାଯାଏ । ଅନସ୍କ୍ରିନ ରୋମାନ୍ସରୁ ଆରମ୍ଭ ହୋଇଥିବା ପ୍ରେମ ବିଚ୍ଛେଦର ମୁଖ୍ୟ କାରଣ ରେଖା ବୋଲି ଏକ ଇଣ୍ଟରଭିୟୁରେ ନିଜେ କହିଛନ୍ତି ରବିନା । ସେ କହିଛନ୍ତି କି, ଆମର ବିବାହ ହେବାକୁ ଯାଉଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଖିଲାଡ଼ି ଓ୍ବୋକା ଖିଲାଡ଼ି ଫିଲ୍ମ ରିଲିଜ ହୋଇଥିଲା । ଏହାପରେ ଏକ ପାର୍ଟିର ଆେୟାଜନ କରିଥିଲା ପ୍ରଯୋଜନା ସଂସ୍ଥା । ଯେଉଁ ପାର୍ଟିରେ ରବିନା ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଅକ୍ଷୟ କୁମାର ଏହି ପାର୍ଟିରେ ରେଖାଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥିଲେ । ପାର୍ଟି ଶେଷ ହେବା ପର୍ଯ୍ୟନ୍ତ ଉଭୟ ଏକାଠି ନଜର ଆସିଥିଲେ । ଯାହାକି ରବିନାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା । ଏମିତିକି ରେଖା ଏବଂ ଅକ୍ଷୟଙ୍କ ମଧ୍ୟରେ ରିଲେସନ ଥିବା ଯୁକ୍ତି ବାଢ଼ିଛନ୍ତି ରବିନା । ଶେଷରେ ରବିନା ଅକ୍ଷୟଙ୍କ ସହ ବ୍ରେକଅପ କରିବା ସହ ୨୦୦୪ ମସହାରେ ଅନୀଲ ଥଣ୍ଡାନିଙ୍କୁ ବିବାହ କରିଥିଲେ ।