spot_img
Home Blog Page 3070

ରାୟଗଡ଼ାରେ ମାଲ୍ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ରାୟଗଡ଼ା: ପୁଣି ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ । ରାୟଗଡ଼ାରେ ମାଲ୍ ବୋଝେଇ ଟ୍ରେନ ଲାଇଚ୍ୟୁତ ହୋଇଛି । ଅମ୍ବାଦଳା ଷ୍ଟେସନ ନିକଟରେ ବିଶାଖାପାଟଣାରୁ ଆସୁଥିବା ବକ୍ସାଇଟ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବକ୍ସସାଇଟ ନେଇ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିଲା ଟ୍ରେନ । ଅମ୍ବାଦଳା ରେଷ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ ହୋଇଛି । ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧାସୃଷ୍ଟି ହୋଇନାହିଁ ।

ତେବେ ଷ୍ଟେସନରେ ରେଳ ଚଳାଚଳ ସ୍ବାଭାବିକ ରହିଥିବା ସୂଚନା ମିଳିଛି । ଅନ୍ୟ ୩ଟି ଲାଇନରେ ରେଳ ଯାତାୟତ କରୁଛି । ବାରମ୍ବାର ରେଳ ଦୁର୍ଘଟଣା ଏବଂ ଲାଇନଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି । ଗତ କିଛି ମାସ ତଳେ ମଧ୍ୟ ସେହି ସ୍ଥାନରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଲାଇନରୁ ବଗିଗୁଡ଼ିକୁ କାଢ଼ିବାର କାର୍ଯ୍ୟ ଜାରି ରହିଛି ।

ଭୟଙ୍କର ଖରା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଇଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଭୟଙ୍କର ଖରା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଇଲା ଓଡ଼ିଶା ପୋଲିସ । ଛୋଟପିଲା ଓ ପୋଷାପ୍ରାଣୀଙ୍କୁ କାର୍‌ ଭିତରେ ଏକାକୀ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ବାହାର ତାପମାତ୍ରାଠାରୁ ମାତ୍ର ୧୫ ମିନିଟରେ ୨୦ ଡିଗ୍ରୀ ଯାଏଁ ଅଧିକ ହୋଇଯାଏ ପାର୍କିଂରେ ଥିବା କାରର ତାପମାତ୍ରା । ପିଲା ଓ ପେଟ୍‌ଙ୍କ ପାଇଁ ଏହା ହାନିକାରକ ହୋଇପାରେ, ଚାଲିଯାଇପାରେ ଜୀବନ । ଏନେଇ ଟୁଇଟ୍ କରି ସତର୍କ କରାଇଛି ପୋଲିସ । ଯଦି ବାହାର ତାପମାତ୍ରା ୪୦ ଡିଗ୍ରୀ ଅଛି, ତାହା କାରରେ ମାତ୍ର ୧୫ ମିନିଟରେ ୨୦ଡିଗ୍ରୀ ବଢ଼ି ୬୦ ଡିଗ୍ରୀରେ ପହଞ୍ଚିଯାଇଥାଏ । ଯାହା ପିଲା ଓ ପୋଷାପ୍ରାଣୀଙ୍କ ପାଇଁ ବିପଜ୍ଜନକ । ଏଥିରୁ ନିବୃତ୍ତ ରହିବାକୁ ଅଭିଭାବକଙ୍କୁ ଓଡ଼ିଶା ପୋଲିସ ସଚେତନ କରିଛି ।

୬ ମାସ ମଧ୍ୟରେ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍, ଯେଉଁମାନେ ପାଇନାହାନ୍ତି ସେମାନେ ପାଇବେ BSKY କାର୍ଡ

କନ୍ଧମାଳ: ଆଉ ୬ ମାସ ଭିତରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଡ୍ରାଇଭ କରିବେ । ଯେଉଁମାନେ ପାଇଁ ନାହାନ୍ତି, ସେମାନେ BSKY କାର୍ଡ ପାଇବେ । ଦାରିଙ୍ଗବାଡି ମିନି ଷ୍ଟାଡିଅମରେ ପହଂଚି ଉପସ୍ଥିତ ଲୋକଙ୍କୁ ଏହି ବଡ଼ ସୂଚନା ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଲୋକଙ୍କ ହାନିଲାଭ ଓ ସୁଖଦୁଃଖ ବୁଝିବା ପାଇଁ ପଠାଇଛନ୍ତି ବୋଲି କହିଛନ୍ତି 5T ସଚିବ । ଯେଉଁସବୁ ଦରଖାସ୍ତ ମିଳିଛି ସେସବୁ ପୂରଣ କରାଯିବ । ଜଳସେଚନ କାମ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଚିବ । ସେହିପରି କମ୍ୟୁନିଟି ସେଣ୍ଟର, ଜଗନ୍ନାଥ ମନ୍ଦିର, ମା ମନ୍ଦିର, ସାଇ ବାବା ମନ୍ଦିର, ହନୁମାନ ମନ୍ଦିର, ଚର୍ଚ୍ଚ, ମସଜିଦର ଉନ୍ନତି ପାଇଁ ଦାବିପତ୍ର ମିଳିଛି । ଏ ଦିଗରେ ଆଉ ୭ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ସେ କହିଛନ୍ତି  । ଅର୍ଥାତ ୨୪ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ ନେଇ ଖୁସି ଖବର ମିଳିବ ।

ଦାରିଙ୍ଗବାଡିର ଘରେ ଘରେ ପାନୀୟ ଜଳ ପହଂଚିବାକୁ ୧୧୨ କୋଟି ମଂଜୁର ହୋଇଛି  । ୬ ମାସ ଭିତରେ ହସ୍ପିଟାଲ ରୂପାନ୍ତର ହେବ । 5T ସ୍କୁଲ ରୂପାନ୍ତର ଆସନ୍ତା ଡିସେମ୍ବର ସୁଦ୍ଧା ସରିବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ତିନୋଟି ସେତୁ ମୁଖ୍ୟମନ୍ତ୍ରୀ ମଂଜୁର କରିବେ । ମୁଖ୍ୟମନ୍ତ୍ରୀ କୁହନ୍ତି ଦାରିଙ୍ଗବାଡି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା । ସେ ଦାରିଙ୍ଗବାଡିକୁ ବହୁତ ଭଲ ପାଆନ୍ତି । ଦାରିଙ୍ଗବାଡି ନାଁ ଶୁଣିଲେ, ସେ ସବୁ କାମ କରି ଦିଅନ୍ତି । ମଧୁବାବୁ ଭତ୍ତା ଏବେ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ଉପସ୍ଥିତ ଜନତାଙ୍କ ସହ ହାତ ମିଳାଇବା ସହ ସେଲ୍ଫି ନେଇଥିଲେ 5T ସଚିବ ।

ବଦଳିବନି ଦର୍ପଦଳନ ରଥର ଅଖ, ସତର୍କତା ପାଇଁ ଲାଗିବ ୟୁ କ୍ଲାମ୍ପ

ପୁରୀ: ବଦଳିବନି ଦର୍ପଦଳନ ରଥର ଅଖ । ଅଖରେ ସେଭଳି କୌଣସି ଗୁରୁତର ଫାଟ ହୋଇନି । ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ଏନେଇ ସ୍ପଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ଦେବୀ ସୁଭଦ୍ରାଙ୍କ ସାନ ଉଛୁଳା ବା ପଛୁଆଣି ଅଖରେ ଫାଟ ପରେ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ହୋଇଥିଲା । ଏହି ବୈଠକରେ ପରିଚାଳନା କମିଟି ସଦସ୍ୟଙ୍କ ସହ ରଥ ଯାଞ୍ଚ ବୈଷୟିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅଖ ପରିବର୍ତନ କରାଯିବ ନାଁ ସେହି ଅଖକୁ କ୍ଲାମ୍ପ ଲଗାଯାଇ ମରାମତି କରାଯିବ, ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।

ପଶ୍ଚିମବଙ୍ଗକୁ ପଶୁ ଅସ୍ଥି ଚାଲାଣ ମାମଲା, ଜବତ ଟ୍ରକ୍‌ ବୋଝେଇ ଅସ୍ଥିକୁ ପୋତିବ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଦେଇ ପଶ୍ଚିମବଙ୍ଗକୁ ପଶୁ ଅସ୍ଥି ଚାଲାଣ ମାମଲା । ଜବତ ଟ୍ରକ୍‌ ବୋଝେଇ ଅସ୍ଥିକୁ ପୋତିବ ପୋଲିସ । ଅସ୍ଥି ପୋତିବା ପାଇଁ ଜେଏମଏଫସି-୧ କୋର୍ଟଙ୍କ ଅନୁମତି ମାଗିଛି ପୋଲିସ । ସରକାରୀ ଜାଗାରେ ପୋତିବା ପାଇଁ ତହସିଲଦାରଙ୍କକୁ ଚିଠି ଲେଖିଛି ତମାଣ୍ଡୋ ଥାନା ପୋଲିସ । ଗତକାଲି ପଶ୍ଚିମବଙ୍ଗକୁ ପଶୁ ଅସ୍ଥି ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ୩ ଜଣଙ୍କଠାରୁ ୯୯୫୦ କେଜି ଅସ୍ଥି ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ୩ ଜଣ ଅଭିଯୁକ୍ତ ଜଟଣୀ ଥାନା ବେଣାପୁରରୁ ପଶୁହାଡ଼ ନେଇ  ଯାଉଥିଲେ । ଏହି ହାଡ଼ରେ ଚିକିତ୍ସା ଉପକରଣ ଓ ପ୍ଲେଟ ତିଆରି ହେଉଥିବା ପୋଲିସ ଆଗରେ କହିଛନ୍ତି ଅଭିଯୁକ୍ତ । ପୂରା ରାକେଟ ବାବଦରେ ଖୋଲତାଡ଼ ପାଇଁ ୩ ଜଣକୁ ରିମାଣ୍ଡରେ ଆଣିବ ପୋଲିସ ।

 

ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର । ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ ସୋହେଲ । କିଡନୀ ଜନିତ ଜଟିଳ ସମସ୍ୟା ଥିବାରୁ ତାଙ୍କର ଅବସ୍ଥା ଗୁରୁତର ଥିଲା । ୧୫ ଦିନ ପରେ ସୋହେଲଙ୍କର ମୃତ୍ୟୁ ହୋଇଛି । ଫଳରେ ଏସସିବିରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ବର୍ତ୍ତମାନ ଏସସିବିରେ ଆଉ ୪୬ ଆହତଙ୍କର ଚିକିତ୍ସା ଚାଲିଛି । ଗତକାଲି ବିହାରର ପ୍ରକାଶଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । କିଛିଦିନ ପୂର୍ବରୁ ବିହାରର ବିଜୟ ପାଶଓ୍ବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଭଣ୍ଡ ତାନ୍ତ୍ରିକ କୈଫ ଖାନ ଗିରଫ ଘଟଣା, କୈଫର ଦାଦା ଅମିନ ଖାନକୁ ଗିରଫ କଲା ପୋଲିସ

କଟକ: କଟକରେ ଭଣ୍ଡ ତାନ୍ତ୍ରିକ କୈଫ ଖାନ ଗିରଫ ଘଟଣା । କୈଫକୁ ତା’ର ଠକେଇ କାରବାରରେ ସହଯୋଗ କରୁଥିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ କୈଫର ଦାଦା ଅମିନ ଖାନକୁ ଗିରଫ କରିଛି । ୬ଟି ଯାକ ମାମଲାରେ ଅମୀର ସଂପୃକ୍ତ । ଧାତୁ ଯୋଗାଡ କରିବା, ପୂଜାପାଠରେ ବକେୟା ଟଙ୍କା ଆଦାୟ କରିବା, ପ୍ରତିକାର ସ୍ଥାନରେ ଗାତ ଖୋଳିବା କାମ କରୁଥିଲା ଅମୀର। ଇମ୍ରାନ ଲୋକ ଯୋଗାଡ଼ କରିବା ସହିତ ବିଭିନ୍ନ ପ୍ରକାର ମେଟାଲ ମଧ୍ୟ ଯୋଗାଡ଼ କରୁଥିଲା । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅମୀରକୁ ମିସାଇ ଗିରଫ ସଂଖ୍ୟା ୩ରେ ପହଂଚିଲା ।

 

ତତଲା ତାଓ୍ବାରେ ସିଝୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତାତି । ସକାଳ ହେଉ ହେଉ ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ । ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ହୋଇଛି । ସମ୍ବଲପୁରରେ ତାପମାତ୍ରା ୪୨.୬ ଡିଗ୍ରୀ ଥିବା ବେଳେ, ହୀରାକୁଦରେ ୪୨.୪, ଭୁବନେଶ୍ବରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, କେନ୍ଦୁଝର ୩୯.୨, ଚାନ୍ଦବାଲି ୩୮.୬, ପୁରୀ ୩୬, ଗୋପାଳପୁର ୩୫.୪, ପାରାଦୀପ ୩୪.୪ ଓ ବାଲେଶ୍ବରରେ ତାପମାତ୍ରା ୩୩.୬ ଡିଗ୍ରୀର ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ବଢ଼ାଉଛି ଗୁଳୁଗୁଳି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ।

ମୁକ୍ତା ଯୋଜନାରେ ଆଉ ୨୨୫.୫୩ କୋଟି ଟଙ୍କା ମଞ୍ଜୁରୀ, ୧୦ ଜିଲ୍ଲାର ୩୬ ପୌରାଞ୍ଚଳ ପାଇଁ ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର: ମୁକ୍ତା ଯୋଜନାରେ ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩-୨୪ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି ।

ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ । ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପ୍ରକଳ୍ପଗୁଡ଼ିକ ଏସଏଚଡି, ଏସଡିଏ ଏବଂ ସ୍ଥାନୀୟ ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ।

ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ 5T ସଚିବ ଭିକେ ପାଣ୍ଡିଆନ ଆଲୋଚନା କରିଥିଲେ । ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ୨୦୨୦ ଏପ୍ରିଲ ୧୮ରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା । ପୂର୍ବରୁ ୪୨ ମ୍ୟୁନିସିପାଲିଟି ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୧୮୩ କୋଟି ୮୧ ଲକ୍ଷ ଟଙ୍କା ଓ ୩୭ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨୩ କୋଟି ୮୭ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ ।

ଧରା ପଡ଼ିଲା ପୋଲିସ ବାବୁଙ୍କ ଚୋରା ପୀରତି

ବଲାଙ୍ଗୀର: ଧରା ପଡ଼ିଲା ପୋଲିସ ବାବୁଙ୍କ ଚୋରା ପୀରତି । ବିବାହିତ କନଷ୍ଟେବଳଙ୍କ ପରକୀୟା ପ୍ରୀତି । ପୋଲିସ ସହିତ ଯାଇ ଯୁବତୀଙ୍କ ସହ ସ୍ବାମୀକୁ ଧରିଛନ୍ତି ପତ୍ନୀ । ବଲାଙ୍ଗୀର ହାତୀଶାଲପଡ଼ାରୁ ପ୍ରେମିକ ପ୍ରବର କନଷ୍ଟେବଳ ଧରାପଡ଼ିଛନ୍ତି । ପ୍ରେମିକାକୁ ଭେଟିବାକୁ ଆସିଥିବା ବେଳେ ପୋଲିସ କନେଷ୍ଟବଳଙ୍କୁ ଧରିଛନ୍ତି ପତ୍ନୀ । ପତ୍ନୀ ପୋଲିସ ସହ ଯାଇ ଧରିଥିଲେ । ସ୍ତ୍ରୀଙ୍କ ଅଭିଯୋଗ, ଦୀର୍ଘ ବର୍ଷ ଧରି ବିବାହ ପରେ ବି ଧୋକା ଦେଇ ଆସୁଥିଲା ସ୍ବାମୀ । ଆଉଜଣେ  ଯୁବତୀଙ୍କ ସହ ଥିଲା ପ୍ରେମ ସମ୍ପର୍କ । ବଲାଙ୍ଗିର ସହର ହାତୀଶାଲ ପଡ଼ାରେ ପୋଲିସ ବାବୁଙ୍କ ପ୍ରେମକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି ।