୩ କୋଟି ହେରଫେର କରିଛନ୍ତି DFO ! ରାୟଗଡ଼ା ଓ ଭୁବନେଶ୍ବର ସହ ୭ଟି ସ୍ଥାନରେ ରେଡ୍

1 min read

ରାୟଗଡା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ପୂର୍ବରୁ ତାଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ରାୟଗଡ଼ା, ଭୁବନେଶ୍ବର, କଟକ ଓ ଯାଜପୁରର ୭ଟି ସ୍ଥାନରେ ଚାଲିଛି ମାରାଥନ ରେଡ୍ । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି।

ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ବାର୍ଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ଚାଲିଛି ଚଢ଼ାଉ । ସେହିପରି ଭୁବନେଶ୍ବର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍‌-ଏ ତୃତୀୟ ମହଲାରେ ଚାଲିଛି ଭିଜିଲାନ୍ସ ରେଡ୍ । ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁରେ ଚାଲିଛି ରେଡ୍ ।

ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଛାନବିନ୍ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ରେଡ୍‌ ଚାଲିଛି । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍‌ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍।ଚଢ଼ାଉ ବେଳେ ୮ଡିଏସପି, ୬ ଇନସପେକ୍ଟର ସାମିଲ ଅଛନ୍ତି । ମୁନିଗୁଡା ରେଞ୍ଜରେ 3କୋଟି ଟଙ୍କା ଦୁର୍ନୀତି ସମ୍ପର୍କରରେ ସିବିଆଇ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାମରେ 3କୋଟି ଟଙ୍କାର ହେରଫେରକୁ ଲୋକାୟୁକ୍ତକୁ ଦୃଷ୍ଟି ଆକର୍ଷଣ କରାଯାଇଛି।