ଅର୍ଥ ହେରଫେର ମାମଲା, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

1 min read

ରାଞ୍ଚି: ଅର୍ଥ ହେରଫେର ମାମଲା । ବଢ଼ିଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସମନ କରିଛି ଇଡି। ମନି ଲଣ୍ଡରିଂ ମାମଲାରେ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ସୋରେନ । ଗତ ୧୪ ତାରିଖରେ ସୋରେନଙ୍କୁ ସମନ ହୋଇଥିଲେ ବି ସେ ହାଜର ହେବାକୁ ଅଧିକ ସମୟ ମିଗିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସମନ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ଇଡି, ସିବିଆଇ ଭଳି ସଂସ୍ଥା କେନ୍ଦ୍ର ସରକାରଙ୍କ ଇଙ୍ଗୀତରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରାଯାଇ ରାଜନୈତିକ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନିଆଯାଇଛି ବୋଲି କଂଗ୍ରେସ ନେତା ରାକେଶ ସିହ୍ନା କହିଛନ୍ତି । ରାଜନୈତିକ ଫାଇଦା ପାଇଁ ତଦନ୍ତକାରୀ Eସଂସ୍ଥାଗୁଡ଼ିକର ଦୁରୂପଯୋଗ କରାଯାଉଛି ବୋଲି ସିହ୍ନା କହିଛନ୍ତି । ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଗତ ନଭେମ୍ବରରେ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା । ୧ ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଖଣି ଖନନ ହୋଇଥିବା ଇଡି ଅଭିଯୋଗ ହୋଇଛି ।