ଚନ୍ଦ୍ରଯାନର ସଫଳତାରେ ଦୁଇ ଓଡ଼ିଆ ବୈଜ୍ଞାନିକ, ୧୪ ବର୍ଷରୁ ଅଧିକ ସମୟ ଇସ୍ରୋରେ ଅଛନ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରଯାନର ସଫଳତାରେ ଓଡ଼ିଆ ବୈଜ୍ଞାନିକଙ୍କ କାହାଣୀ । କେନ୍ଦ୍ରାପଡାର ଗୌରବ ପାଲଟିଛନ୍ତି ପଟ୍ଟାମୁଣ୍ଡାଇ ବାଲିଆର ମୂରଲୀଧର ନାୟକଙ୍କ ପୁଅ ସୁଶୀଲ କୁମାର ନାୟକ । ଇସ୍ରୋରେ ଫ୍ଲାଇଙ୍ଗ ଜୋନରେ କାର୍ଯ୍ୟ ଭାର ନେଇଥିଲେ ସୁଶୀଲ । ଚନ୍ଦ୍ରଯାନ-୩ର ସଫଳତା ପରେ କେନ୍ଦ୍ରାପଡ଼ା ତଥା ଓଡିଶାକୁ ଗର୍ବ ଆଣି ଦେଇଛନ୍ତି । ୨୦୦୯ରୁ ଦୀର୍ଘ ୧୪ ବର୍ଷ ଧରି ଇସ୍ରୋ, ଶ୍ରୀହରିକୋଟାରେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ।

ତାଙ୍କର ପ୍ରମୋସନ ପରେ ସେ ଯାନ ତିଆରି ଯୋଜନାରେ ହେଡ୍ ଭାବେ କାର୍ଯ୍ୟ କରୁଛନ୍ତି । ଜଣେ ମଧ୍ୟବିତ ପରିବାରର ସୁଶୀଲ ଆଜି ତାଙ୍କ କାମ ଦ୍ବାରା ସୁନାମ ଅର୍ଜନ କରିଛନ୍ତି ।

ସେହିପରି ବ୍ରହ୍ମପୁର ଗୋଦାବରୀଶ ନଗର ପ୍ରଥମ ଲାଇନର ଦେବାଶିଷ ମହାପାତ୍ର । ଦେବାଶିଷ ଗତ ୨୦୦୬ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ । ୨୦୦୮ ମସିହାରେ ଜଣେ ଭଲ ବୈଜ୍ଞାନିକ ଭାବେ ଇସ୍ରୋ ପକ୍ଷରୁ ସେ ସମ୍ମାନିତ ହୋଇଥିଲେ । ଗତକାଲି ଚନ୍ଦ୍ରଯାନ-୩ ସଫଳତା ହେବା ପରେ ଦେବାଶିଷଙ୍କ ପରିବାର ଲୋକେ ତାଙ୍କ ସହ କଥା ହେବା ସହ ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜ୍ଞାପନ କରିଛନ୍ତି।