spot_img
Home Blog Page 2961

ବେଙ୍ଗାଲୁରୁରେ ଡବଲ ମର୍ଡର, ଏମଡି ଓ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟାକଲା ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଚାଞ୍ଚଲ୍ୟ । ଏଠାରେ ଏକ ଟେକ୍ କମ୍ପାନୀର ପୂର୍ବତନ କର୍ମଚାରୀ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଏବଂ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛି । ପୋଲିସ କହିବା ଅନୁଯାୟୀ ଏମଡି ଓ ସିଇଓ ଅଫିସରେ ଥିବା ସମୟରେ ହିଁ ହତ୍ୟାକାଣ୍ଡ ଘଟିଛି । ପୂର୍ବତନ କର୍ମଚାରୀ ଅଫିସରେ ପସି ଦୁଇଜଣଙ୍କୁ ଖଣ୍ଡାରେ ହାଣିଦେଇଥିଲା । କିଛି ସମୟରେ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ଅଧା ବାଟରେ ହିଁ ଦୁହେଁ ମୃତ୍ୟୁବରଣ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ମଧ୍ୟ ଟେକ୍ ସହ ସମ୍ବନ୍ଧିତ ବିଜନେସ୍ ଚଲାଉଥିଲା । ମୃତ୍ୟୁବରଣ କରିଥିବା ଦୁଇ ବ୍ୟକ୍ତି ତାର ବିଜନେସରେ ହସ୍ତକ୍ଷେପ କରୁଥିଲେ ।

ଏହି କାରଣରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । କୁହାଯାଉଛି ଯେ ବେଙ୍ଗାଲୁରୁର ଟେକ୍ କମ୍ପାନୀ ଏୟରୋନିକ୍ସ ଇଣ୍ଟରନେଟ କମ୍ପାନୀର ଏମଡି ଏବଂ ସିଇଓ ଅଫିସରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଅଫିସରେ ପଶି ମ୍ୟାନେଜିଂ ଡାଇରେକ୍ରଟର ଫଣିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ଭିନୁ କୁମାରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ପୂର୍ବତନ କର୍ମଚାରୀ ଫେଲିକ୍ସ ଅଫିସ ଭିତରେ ପଶି ଦୁହିଁଙ୍କୁ ହାଣିଥିଲା । ଘଟଣା ପରେ ଅଫିସରେ ହୋହାଲ୍ଲା ସ୍ଥିତି ଦେଖା ଦେଇଥିଲା । ସଙ୍ଗେସଙ୍ଗେ ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । ସେହିପରି ଅଭିଯୁକ୍ତ ଫେଲିକ୍ସ ବର୍ତ୍ତମାନ ଫେରାର ଅଛି ।

ଓଡ଼ିଶା ବିଜେପି ନେତା ସବୁବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି: ବିଜେଡି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡିର କଡ଼ା ପ୍ରତିକ୍ରିୟା । ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଉଥିବା ବେଳେ ବିଜେପି କେବେ ବି ଓଡ଼ିଶା ପାଇଁ ଚିନ୍ତା କରିନାହିଁ । ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ସହି ନପାରିବା ହୀନ ମାନସିକତା । ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ସବୁବେଳେ ଓଡ଼ିଶାକୁ ନିନ୍ଦିତ କରିଛନ୍ତି । ସମୀର ମହାନ୍ତି ସ୍ମାର୍ଟଫୋନ ଭଲ ଭାବେ ଧରି ଶିଖିନାହାନ୍ତି । ଏଭଳି ସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସମୀର ମହାନ୍ତି କହିବା ହାସ୍ୟାସ୍ପଦ । ସବୁବେଳେ ଅନ୍ୟର ପ୍ରରୋଚନାରେ ସମୀର ମହାନ୍ତି ବିଚିତ୍ର ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବଦଳରେ ଦେଖାଉଥିଲେ ଦାଦାଗିରି, ବିଜେପି ନେତାଙ୍କ ଘର ଖାଲି କଲା ବ୍ୟାଙ୍କ

ଭୁବନେଶ୍ୱର: ବିଜେପି ନେତାଙ୍କ ଚଞ୍ଚକତା । ୬ କୋଟି ବ୍ୟାଙ୍କ ଲୋନ ନେଇ ଟଙ୍କା ପରିଶୋଧ ବଦଳରେ ଦେଖାଉଥିଲେ ଦାଦାଗିରି । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଜେପି ନେତା ଲାଲା ମନୋଜ ରାୟଙ୍କ ପଟିଆ ସ୍ଥିତ ଘରୁ ତାଙ୍କୁ ବେଦଖଲ କରିଛି ପୋଲିସ । ରାଜ୍ୟ ରାଜନୀତିରେ ପତିଆରା ବୃଦ୍ଧି କରି, ନିଜେ ନିଜକୁ ପବ୍ଳିକ୍ ଫିଗର ଦର୍ଶାଇ, ବ୍ୟାଙ୍କରୁ କୋଟି କୋଟି ଟଙ୍କା ରୁଣ ନେଇଥିଲେ ବିଜେପି ନେତା ଲାଲା ମନୋଜ ରାୟ । ପରେ ଲୋନ ଟଙ୍କା ନସୁଝିବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ନୟାଗଡ଼ରୁ ବିଜେପି ବିଧାୟକ ପ୍ରାର୍ଥୀନୀ ଇରାନୀ ରାୟଙ୍କ ସ୍ୱାମୀ ଲାଲାଙ୍କ ପଟିଆ ଘର ପଜେସନ ନେଇଛି ବ୍ୟାଙ୍କ । ୨୦୧୩ ଅଗଷ୍ଟ, ୩୧ ତାରିଖରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏମଆଇଡି କର୍ପୋରେଟ୍ ଶାଖାରୁ ମେସର୍ସ ଟି.ଟି ଟୁର୍ସ ଏଣ୍ଡ ଟ୍ରାନ୍ସପୋର୍ଟ୍ସ ନାମରେ ୬ କୋଟି ୫ ଲକ୍ଷ ଟଙ୍କା ରୁଣ ନେଇଥିଲେ ଲାଲା । ଲୋନରେ ସ୍ତ୍ରୀ ଇରାନୀ ରାୟ ଗ୍ୟାରେଣ୍ଟର ଥିଲେ । ଏଥିପାଇଁ ଉଭୟ ପତିପତ୍ନୀଙ୍କ ନାମରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ପଟିଆ ମୌଜାର ଖାତା ନଂ- ୪୭୩/୩୭୧୧, ପ୍ଳଟ୍ ନଂ- ୫୧୬/୧୭୬୬/୪୬୦୮, ଓ ସତ୍ୟନଗର Amrita palace Apartment ର ଗୋଟିଏ ଫ୍ଲାଟ ବନ୍ଧକ ରଖାଯାଇଥିଲା ।

ଋଣ ଭାର ୫ କୋଟି ୮୮ ଲକ୍ଷ ୬୭ ହଜାର ପରିଶୋଧ ନକରିବାରୁ ପଟିଆ ବିଗବଜାର ନିକଟରେ ଥିବା ଏହି ଆଲିସାନ ବଙ୍ଗଳାକୁ ପଜେସନ ନେଇଛି ବ୍ୟାଙ୍କ । ୨୦୧୩ରେ ପି.ଏନ୍.ବିରୁ ନେଇଥିବା ରୁଣ ଅର୍ଥ ଉଚିତ୍ ସମୟରେ ପୈଠ ନକରିବାରୁ ୧୧ ଡେସିମିଲରେ ଥିବା ଫ୍ଲାଟ୍ ଦଖଲ ପାଇଁ ୧୩ ଏପ୍ରିଲ ୨୦୨୨ ରେ ନୋଟିସ କରାଯାଇଥିଲା । କିନ୍ତୁ ବହୁତଦିନ ଧରି କାଗଜପତ୍ର ଚଂଚକତା କରିବା ନେଇ ଅବଗତ ହେବା ପରେ ସି.ଜି.ଏମ, ଖୋର୍ଦ୍ଧାଙ୍କ ନିର୍ଦ୍ଦେଶରେ ଆଜି ଚଢ଼ାଉ କରାଯାଇଥିଲା ।

ସତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର କୁ ବାହାରେ କାଢି ଫୋପାଡ଼ି ଦେଇଥିଲା ପୋଲିସ। ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଫୋସିଟି ଥାନା କର୍ତ୍ତୃପକ୍ଷଙ୍କ ସହାୟତାରେ ସବୋର୍ଡିନେଟ୍ ଅଫିସର ଆଡଭୋକେଟ ମୁନୀର୍ ବେଗମଙ୍କ ଉପସ୍ଥିତିରେ ଲାଲା ମନୋଜଙ୍କ ପ୍ରତେକ ରୁମରେ ଯଉ ମୁଦ ଦେଇ ତାଲା ପକାଇବା ପରେ ମେନ ଗେଟକୁ ସିଲ କରିଛନ୍ତି କୋର୍ଟ କର୍ତ୍ତୃପକ୍ଷ।

ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ୍ ଟ୍ରାଜେଡ଼ି । ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୫ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିବାବେଳେ ୪ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା । କମିଶନର ଅଫ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା । ଷ୍ଟେସନମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି ହୋଇଛି ।

ଆଜି ଶେଷ ହୋଇଥିଲା ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଶେଷ ପୂର୍ବରୁ ମେଣ୍ଢାଶାଳ ମେଡିକାଲରେ ଅଭିଯୁକ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା ସିବିଆଇ । ତେବେ ଅଧିକ ତଥ୍ୟ ଆଦାୟ ପାଇଁ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିଛି CBI । ପୂର୍ବରୁ 7 ଦିନିଆ ରିମାଣ୍ଡ ମାଗିଥିବା ବେଳେ, କୋର୍ଟ 5 ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଗତକାଲି ସିଗନାଲ ସମ୍ପର୍କିତ ଦୁଇ ଜଣ ରେଳ କର୍ମଚାରୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଥିଲା CBI ।

ଗୁଣାତ୍ମକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ; ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସୃଷ୍ଟି ହେଲା ୯୦୨ ନୂତନ ପଦବୀ

ଭୁବନେଶ୍ୱର: ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍ ।  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି । ୬୪୨ ଶିକ୍ଷକ, ୨୬୦ ଅଣଶିକ୍ଷକ ପଦବୀ ସୃଷ୍ଟି ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ନିଯୁକ୍ତି । ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି । ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ।

୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଡ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି । ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧ୍ୟାନ ଦେଇଆସୁଛନ୍ତି । ବିଦ୍ୟାଳୟଗୁଡିକର ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି ।

ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଏ ସବୁ ବିଦ୍ୟାଳୟରେ ଯୁକ୍ତ-୨ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ-ଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି । ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣ-ଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ।

ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି-ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳିନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମର ସଂପ୍ରସାରଣ ପାଇଁ ମଧ୍ୟ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।

ଚିହ୍ନଟ ହୋଇଥିବା ଆଉ ୧୧୩୮ ଆଦିମ ଜନଜାତି ଗାଁକୁ ଏହି ଯୋଜନା ସଂପ୍ରସାରଣ କରିବାକୁ ଦାବି କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରୁ ଆସନ୍ତା ୭ ବର୍ଷ ପାଇଁ ଏହିସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି । ସେମାନଙ୍କ ଶିକ୍ଷା, ଜୀବିକା ଓ ଅଧିକାରର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାରଙ୍କ ।  ଆଦିବସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୨୩ଟି ଜିଲ୍ଲାର ୧୭୨ ବ୍ଲକକୁ ସଂପ୍ରସାରିତ କରାଯାଇଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଛାତ୍ରାବାସ ଜରିଆରେ ଶିକ୍ଷାଦାନରେ ଓଡିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ବାର୍ଷିକ ପ୍ରାୟ ୬ ଲକ୍ଷ ଆଦାବିସୀ ଛାତ୍ରଛତ୍ରୀ ଏହି ସୁବିଧା ପାଉଛନ୍ତି । ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବାରୁ ଓଡିଶା ସବୁଠୁ ଆଗରେ । ଏଥିସହିତ ନିକଟରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମୋ ଜଙ୍ଗଲ ମୋ ଜମି ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ଗୋଷ୍ଠିଗତ ଭାବେ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ ହୋଇପାରିବ । ଆଦିବାସୀଙ୍କ ଜୀବନଜୀବିକା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ଜରିଆରେ ନିଜସ୍ବ ପାଣ୍ଠିରୁ ୫୦୦ କୋଟି ଙ୍କା ଖର୍ଚ୍ଚ କରୁଛନ୍ତି । ଏହାଦ୍ବାରା ତିନି ବର୍ଷରେ ଦେଢ ଲକ୍ଷ ଆଦିବାସୀ ପରିବାରକୁ ସହାୟତା ମିଳିପାରିବ ।

କେନ୍ଦ୍ରକୁ ସୁପ୍ରିମ ଝଟକା, ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବଢ଼ାଇବା ବେଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଆଉ ଏକ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢାଇବାକୁ ସୁ୍ପ୍ରିମକୋର୍ଟ ବେଆଇନ୍‌ ବୋଲି କହିଛନ୍ତି । ଏଥିସହ ଆସନ୍ତା ଜୁଲାଇ ୩୧ରେ ଅବସର ନେବାକୁ ଡେଡଲାଇନ ଦେଇଛନ୍ତି । ଇଡିର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କର ଆସନ୍ତା ନଭେମ୍ବରରେ କାର୍ଯ୍ୟକାଳ ସରିବା କଥା । କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି । ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମର୍ଥନରେ ଯୁକ୍ତି ରଖିଥିଲେ ।

ସଞ୍ଜୟ ମିଶ୍ରା ଦେଶ ତଥା ଦେଶ ବାହାରେ ବେଆଇନ ଅର୍ଥନୈତିକ ଗତିବିଧି ଉପରେ ନଜର ରଖୁଛନ୍ତି । ତାଙ୍କର ଦାୟିତ୍ବ ଦେଶର ସୁରକ୍ଷା ଓ ସ୍ବାର୍ଥକୁ ବହନ କରୁଛି । ଏଥିସହ ସଞ୍ଜୟ ମିଶ୍ରା କୌଣସି ରାଜ୍ୟର ଡିଜିପି ନୁହେଁ ଯେ କୋର୍ଟ ତାଙ୍କ ଉପରେ କିଛି ରାୟ ଦେଇପାରିବେ । ସଞ୍ଜୟ ଦେଶ ପାଇଁ ଜାତିସଂଘରେ ମଧ୍ୟ ମତାମତ ରଖନ୍ତି । ତେଣୁ କୋର୍ଟ ଏହି ମାମଲାରୁ ନିଜକୁ ନିବୃତ କରିବା କଥା ।

କିନ୍ତୁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେତ୍ତାଙ୍କ ଯୁକ୍ତିକୁ ଆଗ୍ରାହ୍ୟ କରିଦେଇଥିଲେ । ନଭେମ୍ବର ୨୦୧୮ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ରେ ସେ ଅବସର ନେବା କଥା । କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ଯାହାକୁ ବିରୋଧ କରିଥିଲେ ବିରୋଧୀ ଦଳ । ଏଥିସହ ଇଡିକୁ ବ୍ୟବହାର କରି ରାଜନୈତିକ ଦଳକୁ ଟାର୍ଟେଟ କରାଯାଉଥିଲା ବୋଲି ରାଜନୈତିକ ଦଳ ଅଭିଯୋଗ କରିଥିଲେ ।

ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ଟାଟା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ମାର୍କେଟରେ ଟାଟାର ଏଣ୍ଟ୍ରି । ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ଟାଟା । ଏନେଇ ଆପଲ ସହ ଟାଟା ଗ୍ରୁପର ଚୁକ୍ତି ସ୍ବାକ୍ଷର ହୋଇଛି । ଖୁବଶୀଘ୍ର ବଜାରରେ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ ଉପଲବ୍ଧ ହେବ । ଟାଟା ଗ୍ରୁପ୍ ଆଇଫୋନ୍ ନିର୍ମାଣ କଲେ ଭାରତୀୟ ବଜାରରେ ଏହାର ମୂଲ୍ୟ କମ୍ ହେବା ସମ୍ଭାବନା ରହିଛି । ଚଳିତବର୍ଷ ଆପଲ ଆଇଫୋନର ୧୫ ତମ ସିରିଜ ଲଞ୍ଚ କରିବାକୁ ଯାଉଛି । ଆଇଫୋନ୍ ୧୫ ଓ ୧୫ ପ୍ଲସର ୫ ପ୍ରତିଶତ ଫୋନ୍ ଟାଟା ନିର୍ମାଣ କରିବ ବୋଲି ଜଣାପଡ଼ିଛି ।

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି, ରାଜ୍ୟ ବିକାଶ ଦେଖି ହେଉଛନ୍ତି ଇର୍ଷାପରାୟଣ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରିଥିଲେ ଅପରାଜିତା । କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିଥିଲେ । ଏଥିପାଇଁ ନା ଲଜ୍ଜିତ ହୋଇଛନ୍ତି ନା କ୍ଷମା ମାଗିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ପାଟି ଖୋଲିନଥିଲେ ଅପରାଜିତା । ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ । ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ । ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି । ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟଙ୍କର ମହିଳାଙ୍କ ପ୍ରତି ଆକ୍ରମଣ ନେଇ ଅପରାଜିତା ଲଜ୍ଜିତ ହୋଇନାହାନ୍ତି । ଯେବେକି ସାରା ରାଜ୍ୟ ଲଜ୍ଜିତ ଅନୁଭବ କରିଥିଲା । ଲୋକ ନିଜ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଖୁସି ଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ବଦଳରେ ଅପରାଜିତା ଇର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆରେ ପ୍ରଶାସନକୁ ପହଞ୍ଚାଇଛନ୍ତି । ଏହାକୁ ନେଇ ଅପରାଜିତା ଖୁସି ନୁହନ୍ତି । ତା’ର କାରଣ ହେଉଛି, ପ୍ରଶାସନ ଏତେ ପରିମାଣରେ ଲୋକାଭିମୁଖୀ ହୋଇପାରିବ, ସେକଥା ଅପରାଜିତା କେବେ ଭାବି ପାରନ୍ତିନି ।

ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷାରେ ଚାଲିଛି ଭୋଟ୍ ଗଣତି, ଟ୍ରେଣ୍ଡରେ ବମ୍ପର ବିଜୟ ଆଡକୁ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷାରେ ଚାଲିଛି ପଞ୍ଚାୟତ ଭୋଟ ଗଣତି । ୧୦ଟି ସିଟରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ ଶହ ପ୍ଳସ୍ ଆସନରେ ଆଗରେ ରହିଛି ତୃଳମୂଳ କଂଗ୍ରେସ । ବାଙ୍କୁରାରେ ଟିଏମସି ୬୫ ଆସନରେ ଲିଡ୍ କରୁଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗରେ ରହିଛି ।  ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ୧୨୦ ଆସନରେ ଆଗରେ ରହିଛି । ବର୍ଦ୍ଧମାନରେ ବି ତୃଳମୂଳ କଂଗ୍ରେସ ଆଗରେ ରହିଛି । କାଉଣ୍ଟିଂ ବେଳେ ନନ୍ଦିଗ୍ରାମ ଗଣତି କେନ୍ଦ୍ର ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରୋକିବାକୁ ପୋଲିସ ଉଭୟ ପକ୍ଷକୁ ବୁଝାଶୁଝା କରିଛି । ବାରାକପୁର କାଉଣ୍ଟିଂ ସେଣ୍ଟରରେ ପଶି ଗଣ୍ଡଗୋଳ କରୁଥିବା ବିଜେପି ପ୍ରାର୍ଥୀ ବରୁଣ ସରଦାରଙ୍କୁ ପୋଲିସ ହେପାଜତକୁ ନେଇଛି ।

ଗଣତି ସମୟରେ ହିଂସାକୁ ରୋକିବାକୁ ପୋଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି । ଏଥିସହ ନଜର ରଖିଛି ସିସିଟିଭି କ୍ୟାମେରା । ଭୋଟ ଗଣତି କେନ୍ଦ୍ର ଆଗରେ ବୋମା ମାଡ଼ ଶହ ପଥର ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଦକ୍ଷିଣ ଚବିଶି ପ୍ରଗଣା ଜିଲ୍ଲା ଡାଇମଣ୍ଡ ହାରବର ଅଞ୍ଚଳରେ ଥିବା ଫକୀର ଚନ୍ଦ୍ର କଲେଜରେ ଯୁକ୍ତିତର୍କ ହୋଇଛି । ବିଜେପି କର୍ମୀ ସହ କିଛି ଦୁର୍ବୃତ୍ତ ଭୋଟ ଗଣତି କେନ୍ଦ୍ର ଆଗରେ ବୋମାମାଡ଼ କରିଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ଏଯାଏଁ ଗଲାଣି ୩୩ ଜଣଙ୍କ ଜୀବନ । ଭୋଟ ଗ୍ରହଣରେ ହିଂସା ପାଇଁ ଗତକାଲି ୬୯୬ଟି ବୁଥରେ ସାନି ମତଦାନ ହୋଇଥିଲା । ୨୦୧୮ ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିତଶତ ସିଟରେ ବିଜୟୀ ହୋଇଥିଲା ମମତାଙ୍କ ଦଳ ।