ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର

ଭୁବନେଶ୍ବର: ଦୁର୍ଘଟଣାରେ ଯୁବ ଡାକ୍ତରଙ୍କ ଦେହାନ୍ତ। ଭୁବନେଶ୍ୱରରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ହୋଇଛି । ବମିଖାଲ ଓଭର ବ୍ରିଜ ପିଲରରେ ପିଟି ହୋଇଥିଲା କାର୍ । ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଥିବା ବେଳେ ଯୁବ ଡାକ୍ତର ଅମିତ ବିଶୋଇ ଗୁରୁତର ଅବସ୍ଥାରେ ଡାକ୍ତରକାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି  । ମୃତ ଅମିତଙ୍କ ଘର ବ୍ରହ୍ମପୁର ଆମ୍ବଗଡ଼ରେ । ସେ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।

ଶନିବାର ରାତି ପ୍ରାୟ ସାଢେ ୧୨ ଟା ବେଳେ କାରରେ ରସୁଲଗଡ଼ ପଟୁ ଦ୍ରୁତଗତିରେ ଆସୁଥିଲେ। ବମିଖାଲ ଓଭରବ୍ରିଜ୍ ତଳେ ଯିବାବେଳେ ଖାଲରେ ପଡି କାର୍‌ଟି ନିୟନ୍ତ୍ରଣ ହରାଇ ଖମ୍ବରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଅମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଅମିତଙ୍କ ମୃତ୍ୟୁ ହୋଇଛି। ଆସନ୍ତା ବର୍ଷ ଫେବୃଆରୀରେ ଅମିତଙ୍କର ବିବାହ ଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।