spot_img
Home Blog Page 2894

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଅପଚେଷ୍ଟା କରୁଛି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବର୍ଷିଛି ବିଜେଡି  । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ଓଡ଼ିଶା ସରକାର ପ୍ରାୟ ୮ହଜାର ହାଇସ୍କୁଲକୁ ରୂପାନ୍ତରଣ କରି ଉଚ୍ଚମାନର ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଯେଉଁଥିରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଲଞ୍ଚ ପରେ ଏହାକୁ ସାରା ରାଜ୍ୟରୁ ପ୍ରଶଂସା କରାଯାଇଥିଲା । ଏହା ଦେଶରେ ସ୍ୱତନ୍ତ୍ର ଯୋଜନା ସାବ୍ୟସ୍ତ ହୋଇଥିଲା । କିନ୍ତୁ ଏବେ ପିଜିଆଇ ରାଙ୍କରେ ହ୍ରାସ ନେଇ ପ୍ରଶ୍ନ ଉଠାଇଛି ବିଜେଡି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏହା ଏକ ଉଦ୍ଦେଶ୍ୟମୂଳକ ଉଦ୍ୟମ ଯେଉଁଥିରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନ୍ୟୁନ କରିବାକୁ ଉଦ୍ୟମ ହୋଇଛି ।

ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମିତି ବି ରାଙ୍କ ହ୍ରାସ ହୋଇଚାଲିଛି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜଡିତ ଅଛନ୍ତି । ତେଣୁ ପିଜିଆଇରେ ଓଡ଼ିଶାର ସଦ୍ୟତମ ରାଙ୍କକୁ ଗ୍ରହଣ କରାଯିବନି । ପୂର୍ବରୁ ଗ୍ରାମୀଣ, ଗୃହ ନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଏଭଳି ରାଙ୍କିଂ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

ବିଶ୍ୱ ଶୁଣିବ ଓଡ଼ିଶାରେ ସମବାୟ ସଫଳତାର ଗାଥା, ଶିଖର ସମ୍ମିଳନୀ ପାଇଁ ମନ୍ତ୍ରୀଙ୍କ ଗସ୍ତ

ଭୁବନେଶ୍ୱର: ସାରା ବିଶ୍ୱ ଶୁଣିବ ଓଡ଼ିଶାରେ ସମବାୟ ସଫଳତାର ଗାଥା । ବେଲଜିୟମରେ ଅନ୍ତଜାର୍ତୀୟ ସମବାୟ ଶିଖର ସମ୍ମଳିନୀରେ ଯୋଗଦେବେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ନବୀନ ସରକାରରେ ସମବାୟ ସଂସ୍ଥା ଉପରେ ରହିଛି ଫୋକସ୍ । ରାଜ୍ୟର ସମସ୍ତ ୨୪୯୫ ପ୍ୟାକ୍ସ ଓ ୨୧୫ ଲ୍ୟାମ୍ପସକୁ କରାଯାଇଛି ଡିଜିଟାଇଜ୍ । ଭିତ୍ତିଭୂମି ପାଇଁ ପ୍ରତି ସମବାୟ ସମିତିକୁ ଦିଆଯାଉଛି ୨୫ଲକ୍ଷ ଟଙ୍କା । ଚାଷୀଙ୍କୁ ବିନା ସୁଧରେ ଋଣ ପରିମାଣ ୫୦ ହଜାରରୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରାଯାଇଛି । ୧୩ ଶହ ନୂଆ ପ୍ୟାକ୍ସ ଗଢ଼ାଯାଇ ସମବାୟକୁ ଅଧିକ କରାଯାଉଛି ଲୋକାଭିମୁଖୀ । ଓଡ଼ିଶାରେ ସମବାୟର ସଫଳତା କଥା ଅନ୍ତଜାର୍ତୀୟ ଫୋରମରେ ଉଠିବ । ୧୦ ତାରିଖରେ ବେଲଜିୟମରେ ହେବାକୁ ଥିବା ଅର୍ନ୍ତଜାତୀୟ ସମବାୟ ଶିଖର ସମ୍ମିଳନୀରେ ଯୋଗଦେବାକୁ ସମବାୟ ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଗସ୍ତ କରିଛି ।

କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ସଚିବ ସମବାୟ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବ, ସମବାୟ ସଚିବ ଓ ସମବାୟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛନ୍ତି । ଅର୍ବାନ ବ୍ୟାଙ୍କଗୁଡ଼ିକ ଶାଖା ଖୋଲିପାରିବେ । ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଅନାଦେୟ ଋଣ ରାଶି ପାଇବା ପାଇଁ ସମବାୟ ବ୍ୟାଙ୍କଗୁଡ଼ିକ ଓଟିଏସ୍ ଆପାଣାଇ ପାରିବେ । ସମବାୟ ଦୁଆର ମୁହଁରେ-ଏହାକୁ ବାସ୍ତବ ରୂପ ଦେବାକୁ ଗୃହଋଣ ସୁବିଧା ସହ ରିଅଲ ଇଷ୍ଟେଟ କାରବାର ପାଇଁ ଋଣ ଦେଇପାରିବେ । ସମବାୟ ବ୍ୟାଙ୍କ ଉପରୁ ସରଚାର୍ଜ ଦେୟ ୧୨ ପ୍ରତିଶତରୁ ୭ ପ୍ରତିଶତକୁ  କମାଯାଇଛି । ଆୟକର ଟିକସ ସମସ୍ୟାରୁ ମଧ୍ୟ ତ୍ରାହି ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି ।

ସମବାୟ ବ୍ୟାଙ୍କ ସଶକ୍ତ ଓ ଶକ୍ତିଶାଳୀ ହେଲେ ଚାଷୀ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ କାରବାର ସହଜ ହେବ । ଜାତୀୟକରଣ ବ୍ୟାଙ୍କ ଭଳି ସମବାୟ ବ୍ୟାଙ୍କ ସବୁ ପ୍ରକାର ଗ୍ରାହକଙ୍କୁ ସବୁ ପ୍ରକାର ସେବା ଯୋଗାଇପାରିବ ।

ଗୋଷ୍ଠୀଗତ ଆଦିବାସୀଙ୍କୁ ଅଧିକାର ଦେବାରେ ରେକର୍ଡ କରିବ ଓଡ଼ିଶା, ଶୀଘ୍ର କାର୍ଯ୍ୟକାରୀ ହେବ ’ମୋ ଜଙ୍ଗଲ ଜମି ଯୋଜନା’

ଭୁବନେଶ୍ୱର: ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଓଡ଼ିଶା ଏକ ନମ୍ବର । ହେଲେ ଗୋଷ୍ଠୀଗତ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏଣିକି ଗୋଟିଏ ବର୍ଗ କିମ୍ବା ସମ୍ପ୍ରଦାୟର ଆଦିବାସୀଙ୍କୁ ଜଙ୍ଗଲ ଜମିର ରେକର୍ଡ ଅଫ୍ ରାଇଟ୍ସ ତ୍ୱରାନ୍ୱିତ ହେବ । ଏଥିପାଇଁ ରାଜ୍ୟସ୍ତରରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ଜଙ୍ଗଲ ଜମି ଯୋଜନା’ । ଯାହାକି ଦେଶରେ ପ୍ରଥମ । ଭାରତରେ ୨୦୦୮ ମସିହାରୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇଛି । କିନ୍ତୁ ୧୫ ବର୍ଷ ଭିତରେ ଗୋଟିଏ ବର୍ଗର ଆଦିବାସୀ କିମ୍ବା ଗୋଷ୍ଠୀଗତ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ତହସିଲ ଓ ଜିଲ୍ଲାସ୍ତରରେ ଗଠନ ହେବ ସ୍ୱତନ୍ତ୍ର ସେଲ୍ । ଏହି କାର୍ଯ୍ୟକ୍ରମ ଜରିଆରେ ଆଦିବାସୀଙ୍କ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ କରିବା ସହିତ ଜଙ୍ଗଲ ସଂପଦ ବିନିଯୋଗ ପାଇଁ ଉଦ୍ଦିଷ୍ଟ ଅନୁମତି ହେବ ତ୍ୱରାନ୍ୱିତ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସବୁ ଜିଲ୍ଲାପାଳଙ୍କୁ ସେଲ୍ ଗଠନ ନେଇ ଜାରି କରିଛି ନିର୍ଦ୍ଦେଶନାମା ।

ଜଳ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କର ଜନ୍ମଗତ ଅଧିକାର । କିନ୍ତୁ ସେମାନେ ବହୁ ଦିନରୁ ଶୋଷିତ ହେଉଥିଲେ । ଦେଶରେ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠୁ ନବୀନ ସରକାର ଆଇନକୁ କାର୍ଯ୍ୟକାରୀ କରିବା ସହିତ ସେମାନଙ୍କୁ ଚାଷ ଜମି, ଜଙ୍ଗଲ ଅଧିକାର ଦେବାରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଚାହାଁନ୍ତି ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ । ଯେଉଁଥିପାଇଁ ଗଠନ ହୋଇଛି ସ୍ବତନ୍ତ୍ର ବିକାଶ ପରିଷଦ । ନୂଆ ଯୋଜନା ଯୋଗୁ ଆଦିବାସୀଙ୍କୁ ସେମାନଙ୍କ ଜନ୍ମଗତ ଅଧିକାର ମିଳିବା ସହିତ ଅଣ ସର୍ବେକ୍ଷଣ ଜଙ୍ଗଲ ଜମିକୁ ରାଜସ୍ବ ଗ୍ରାମରେ ପରିଣତ କରାଯାଇପାରିବ । ଏହାଦ୍ବାରା ଜନଜାତିଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିବ । ଏପରି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଦିବାସୀ ସମାଜ କୃତଜ୍ଞ ।

ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପ୍ରଦାନ କ୍ଷେତ୍ରରେ ନୂଆ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ଏବେସୁଦ୍ଧା ପ୍ରାୟ ୫ ହଜାର ଜଙ୍ଗଲ ଜମିର ବ୍ୟକ୍ତିଗତ ରେକର୍ଡ ଅଫ୍ ରାଇଟ୍ସ ସହ ମାପଚୁପ କରି ଦଖଲ ଦିଆଯାଇପାରିଛି । ଏବେ ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ଗୋଷ୍ଠୀଗତ ଅଧିକାର ବି ତ୍ବରାନ୍ବିତ ହୋଇପାରିବ । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ବାହାରକୁ ପାନ ଦୋକାନ, ଭିତରେ ରଖାଯାଉଥିଲା ପୂଳା ପୂଳା ଗଞ୍ଜେଇ ସିଗାରେଟ୍

ଭୁବନେଶ୍ୱର: ପାନ ଦୋକାନରେ ଗଞ୍ଜେଇ ବ୍ୟବସାୟ । ବାହାରକୁ ପାନ ଦୋକାନ ଓ ଭିତରେ ରଖାଯାଉଥିଲା ପୂଳା ପୂଳା ଗଞ୍ଜେଇ ସିଗାରେଟ୍ । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ୍ ଭିତରେ ଗଞ୍ଜେଇ ବିକ୍ରି କରାଯାଉଥିବା ଅଭିଯୋଗ ପାଇବା ପରେ ଆକ୍ସନ ନେଇଥିଲା ପୋଲିସ । ମାନସ ସାହୁ ନାମକ ଜଣେ ଯୁବକଙ୍କୁ ଏହି ମାମଲାରେ ଗିରଫ କରିଛି ପୋଲିସ । ସୂଚନା ମୁତାବକ ପ୍ରାୟ ୫ ମାସ ହେବ ଖଣ୍ଡଗିରିର ଏକ ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ମାନସ ଏକ କ୍ୟାବିନରେ ପାନ ଦୋକାନ କରି ବ୍ୟବସାୟ କରୁଥିଲା । ପାନ ଦୋକାନ ଆଳରେ କଲେଜ ପିଲାଙ୍କୁ ଗଞ୍ଜେଇ ବିକ୍ରି କରିବା ଥିଲା ତା’ର ପ୍ରକୃତ ବ୍ୟବସାୟ । ଖବର ପାଇବା ପରେ ଦୋକାନ ଉପରେ ଦୀର୍ଘଦିନ ଧରି ପୋଲିସ ନଜର ରଖିଥିବା ବେଳେ ଆଜି ସକାଳେ ଦୋକାନ ଉପରେ ମାଡ଼ି ବସିଥିଲା । ଦୋକାନ ତଲାସି ସମୟରେ ୨୧ କେଜିର ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହେବ ଓ ୧ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ମାନସକୁ ଖଣ୍ଡଗିରି ଥାନା ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।

ଖେଳିବ କାଚକେନ୍ଦୁ ପାଣି, କଟକର ୧୫ଟି ପରିତ୍ୟକ୍ତ ପୋଖରୀର ଉନ୍ନତିକରଣ ପାଇଁ ପ୍ରସ୍ତାବ

କଟକ: ପୁଣି ଖେଳିବ କାଚକେନ୍ଦୁ ପରି ପାଣି । ସୌନ୍ଦର୍ଯ୍ୟକରଣ ସହ ପୋଖରୀ ପାଇବ ନୂଆ ରୂପ । ଅବସର ବିନୋଦନର ହେବ ପ୍ରମୁଖ ମାଧ୍ୟମ । ନୂଆ ରୂପ ପାଇବ ସହରାଞ୍ଚଳ ଜଳାଶୟ । ଆରମ୍ଭ ହେଲା ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ବୃହତ ଜଳାଶୟଗୁଡ଼ିକର ନବୀକରଣ ହେବ । ଏହି ଯୋଜନାରେ କଟକର ୧୫ଟି ପ୍ରମୁଖ ତଥା ପୁରାତନ ପୋଖରୀ ଏଥିରେ ସ୍ଥାନ ପାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଜଳାଶୟର ଆରମ୍ଭ ହୋଇଛି ପୁନଃରୁଦ୍ଧାର କାର୍ଯ୍ୟ । ଗଙ୍ଗାମନ୍ଦିର ପୋଖରୀ, ମିଶନ ରୋଡ୍ ଖ୍ରୀଷ୍ଟୟାନ ପୋଖରୀ, ନୂଆପଡ଼ା ବାଳାଶ୍ରମ ପୋଖରୀ, ଶିଖରପୁର କୋର ପୋଖରୀ ବିକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ମେୟର ।

ସହରର ଏହି ସବୁ ଜଳାଶୟ ମଶା ଉତ୍ପତିର ପ୍ରମୁଖ କେନ୍ଦ୍ର ଥିଲା । ବହୁଦିନ ଧରି ବ୍ୟବହାର ନ ହେବା କାରଣରୁ ସହରର ପରିବେଶକୁ ଦୂଷିତ କରୁଥିଲା । ତେବେ ଏବେ ସରକାର ଏହି ପୋଖରୀ ଗୁଡିକର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି । ଏହା ସମସ୍ତଙ୍କ ପାଇଁ ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ଅବସର ବିନୋଦନ ପାଇଁ ବେଶ ସହାୟକ ହେବ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ । ଏହି ପୋଖରୀଗୁଡିକର ବିକାଶ କାର୍ଯ୍ୟକ୍ରମ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ସିଏମସି ଯୋଜନା ପ୍ରସ୍ତୁତ କରିଛି ।

ବ୍ରାହ୍ମଣୀ ଛାତିରେ ସେତୁର ସମ୍ଭାର, ଢେଙ୍କାନାଳ ଜିଲ୍ଲାର ବିକାଶରେ ମାଧ୍ୟମ ସାଜିଛି ପାଞ୍ଚଟି ବ୍ରିଜ୍‌

ଢେଙ୍କାନାଳ: ବ୍ରାହ୍ମଣୀ ଛାତିରେ ସେତୁର ସମ୍ଭାର । ଗୋଟିଏ ଜିଲ୍ଲାରେ ଗୋଟିଏ ନଦୀ ଉପରେ ପାଞ୍ଚଟି ସେତୁ । ଅଞ୍ଚଳ ଏବେ ବିକାଶମୁଖୀ । ପର୍ଯ୍ୟଟନର ବିକାଶ କରିବ ମହିମା ସେତୁ । ଯୋରନ୍ଦା ମହିମା ପୀଠକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରିଛନ୍ତି । ଗତ ମାସ ୨୯ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନ ସହିତ ସେତୁ ଉଦଘାଟନ କରିଥିଲେ । ଏହି ସେତୁର ନାଁ ମୁଖ୍ୟମନ୍ତ୍ରୀ ମହିମା ସେତୁ ରଖିଥିବା ବେଳେ ତାଙ୍କ ନିର୍ଦ୍ଦେଶରେ ଏହାକୁ ଲୋକାର୍ପଣ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଲୋକାର୍ପିତ ହେବା ପରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିଛି ମହିମା ସେତୁ । ଅଞ୍ଚଳରେ ବ୍ୟବସାୟ ଅଭିବୃଦ୍ଧିକୁ ଏହା ଉର୍ଜା ଯୋଗାଇଛି । ଆଗକୁ ରାଷ୍ଟ୍ରୀୟ ଜଳ ମାର୍ଗରେ ସାମିଲ ପାଇଁ ସେତୁର ଉଚ୍ଚତା ୬୫ ମିଟର କରାଯାଇଥିବା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

ଏହି ସେତୁ ଦ୍ୱାରା କପିଳାସ ଓ ଯୋରନ୍ଦା ମହିମା ଗାଦି ତଥା ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ସମୟ ଓ ଖର୍ଚ୍ଚ କମିଛି । ଖଣିଜ ପଦାର୍ଥ ଓ ଅନ୍ୟ ସାମଗ୍ରୀ ପରିବହନରେ ସହାୟକ ହୋଇଛି ସେତୁ । ଏହାକୁ ମିଶାଇ ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ଉପରେ ପାଞ୍ଚଟି ସେତୁ ନିର୍ମାଣ ହୋଇଛି । ଢେଙ୍କାନାଳ- ଭୁବନ ମଧ୍ୟରେ ବାଜି ରାଉତ ସେତୁ, ଢେଙ୍କାନାଳ- କାମାକ୍ଷାନଗର ମଧ୍ୟରେ ସାରଙ୍ଗଧର ସେତୁ, ପରଜଙ୍ଗ -ଓଡ଼ାପଡ଼ା ମଧ୍ୟରେ ବଡ଼ କମର ସେତୁ, ପରଜଙ୍ଗରୁ ତାଳଚେର – ଅନୁଗୁଳ ମଧ୍ୟରେ ବହ୍ଲର ସେତୁ ପରେ ଏବେ ମହିମା ସେତୁ ନିର୍ମାଣ ହୋଇଛି ।

ଲୋକଙ୍କ ଦୁଆର ମୁହଁରେ ପାଇପ୍ ପାଣି ପହଞ୍ଚାଇବା ପାଇଁ ’ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍’

କେନ୍ଦୁଝର: ଜନସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗାଁ ଏବଂ ସହରରେ ଲୋକଙ୍କ ଦୁଆର ମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି ।

କେନ୍ଦୁଝର ଏକ ଖଣି ପ୍ରଭାବିତ ଜିଲ୍ଲା । ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଖଣିଜ ଅଂଶ ରହିଥିବାରୁ ତାହା ପିଇବା ଉପଯୋଗୀ ହୋଇନଥାଏ । ତେଣୁ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଲାଗି ଜିଲ୍ଲାର ଉଭୟ ଗାଁ ଓ ସହରାଞ୍ଚଳରେ ମୁଖ୍ୟତଃ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି ।

ଜିଲ୍ଲାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ସୁବିଧା ପାଇଁ ୫ଟି ବୃହତ୍ ଗ୍ରାମ୍ୟ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି । ତା’ ଭିତରୁ ୪ଟି ପ୍ରକଳ୍ପ ଲାଗି ଓମ୍ବାଡସି ପୂର୍ଣ୍ଣ ସହାୟତା ଦେଉଛି । ଅନ୍ୟ ଗୋଟିଏ ପ୍ରକଳ୍ପ ପାଇଁ ଓମ୍ବାଡସି ସହ ଡିଏମଏଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଉଛି।

“ଆଗରୁ ପିଇବା ପାଣି ପାଇବା ଲାଗି ଆମକୁ ବହୁତ ଅସୁବିଧା ହେଉଥିଲା । ଏଥିପାଇଁ ଅନେକ ସମୟରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା । କିନ୍ତୁ ଏବେ ଘର ପାଖରେ ପାଇପ୍ ଯୋଗେ ସୁବିଧାରେ ପାଣି ମିଳୁଛି । ଏଥିରେ ମୁଁ ରୋଷେଇବାସ କରିବା ସହିତ ଅନ୍ୟ ଘରୋଇ କାମରେ ପାଣିକୁ ବ୍ୟବହାର କରିପାରୁଛି । ମୋର ସମୟ ମଧ୍ୟ ବଞ୍ଚୁଥିବାରୁ ଏବେ ମୁଁ ଅନ୍ୟ କାମ କରିପାରୁଛି’ବୋଲି କହିଛନ୍ତି ଜଣେ ଗୃହିଣୀ ।

କେନ୍ଦୁଝରରେ ଚାଲିଥିବା ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ହାଟଡିହି ବ୍ଲକରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ୧୯ଟି ଗାଁର ଲୋକଙ୍କୁ ଦୁଆର ମୁହଁରେ ସୁବିଧାରେ ପିଇବା ପାଣି ମିଳିପାରୁଛି । ଆଗାମୀ ଦିନରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ମୋଟ ୧୫୫୮ଟି ଗାଁର ୨ ଲକ୍ଷ ୮୧ ହଜାରରୁ ଅଧିକ ପରିବାର ବିଶେଷ ଉପକୃତ ହେବେ।

ସହରାଞ୍ଚଳ ବାସିନ୍ଦାଙ୍କୁ ଟ୍ୟାପ୍ ଯୋଗେ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର କରିଛନ୍ତି ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ । ଏହି ଯୋଜନା ଅଧୀନରେ ଜିଲ୍ଲାର କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଆନନ୍ଦପୁର ଓ ଚମ୍ପୁଆ ସହରାଞ୍ଚଳରେ ଓମ୍ବାଡସି ସହାୟତାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି ।

ବର୍ତ୍ତମାନ ଏଥିରୁ କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ୨୪ ହଜାର ୫୨୫ ପରିବାର ଉପକୃତ ହେଉଛନ୍ତି । ସେମାନଙ୍କ ପାଇଁ ପାଣିକୁ ନେଇ ଆଗରୁ ଯେଉଁ ସମସ୍ୟା ଥିଲା, ତାହା ଏବେ ଦୂର ହୋଇପାରିଛି । ତେଣୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜିଲ୍ଲାର ୫ଟି ସହରାଞ୍ଚଳର ମୋଟ ୪୫ ହଜାର ୭୪୫ ଘରକୁ ୨୪ ଘଣ୍ଟା ପାନୀୟ ଜଳ ମିଳିପାରିବ ।

ସହରାଞ୍ଚଳରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ’ ଅଧୀନରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି । ସେମାନେ ଘର ଘର ବୁଲି ମିଟର ରିଡିଂ ଓ ପାଣି ବିଲ୍ ଆଦାୟ କରିବା ସହ ଜଳର ମାନ ପରୀକ୍ଷା କରୁଛନ୍ତି । ଏହାଫଳରେ ସହାରାଞ୍ଚଳ ଲୋକଙ୍କ ପାଣି ସମସ୍ୟା ଦୂର ହେବା ସହିତ ମିଶନ ଶକ୍ତିର ମା’ମାନଙ୍କ ଜୀବିକା ସୁନିଶ୍ଚିତ ହୋଇପାରୁଛି ।

କେନ୍ଦୁଝର ଜିଲ୍ଲା ଦେଇ ଅନେକ ନଦୀ ପ୍ରବାହିତ ହେଉଛି। ଏହି ଜଳ ଉତ୍ସଗୁଡ଼ିକରୁ ଇନଟେକ ୱେଲ ମାଧ୍ୟମରେ ପାଣି ଉଠାଯାଉଛି। ଏହାକୁ ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଆଧୁନିକ ପ୍ରକ୍ରିୟାରେ ବିଶୋଧନ କରାଯାଇ ପାଇପ୍ ଯୋଗେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଯାଇବା ଲାଗି ପ୍ରଶାସନ ପ୍ରାଥମିକତା ଦେଉଛି ।

ଚାଷୀଙ୍କ ନିଦ ହଜାଇଛି ନିଅଣ୍ଟିଆ ବର୍ଷା, ଗୋରୁଙ୍କ ଚରାଭୂଇଁ ପାଲଟିଛି ଚାଷଜମି

ଆସିକା: ନିଆଣ୍ଟିଆ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି । ଚାଷ ଜମି ଫାଟି ଆଁ କଲାଣି । ତଳି ସବୁ ଜଳି ମରିବାକୁ ବସିଲାଣି । ଏବେ ଧାରକରଜ କରି ଚାଷ କରିଥିବା ଚଷାପୁଅ ମୁଣ୍ଡରେ ହାତଦେଇ ବସିଛି । ମୌସୁମୀ ବର୍ଷାର ଲୁଚକାଳି ଯୋଗୁ ଏବେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ୫୬୬ ହେକ୍ଟର ଚାଷ ଜମିରେ ତଳି ପଡ଼ିବା ନେଇ ଧର୍ଯ୍ୟ କରାଯାଇଥିଲା । ହେଲେ ଆଜି ସୁଦ୍ଧା ୩୧୫ ହେକ୍ଟର ଚାଷ ଜମିରେ ତଳି ପଡ଼ିଛି । ସେହିଭଳି ୧ ହଜାର ୫୫୭ ହେକ୍ଟର ଚାଷ ଜମିରେ ଧାନ ବୁଣା ପାଇଁ ସ୍ଥିର ହୋଇଥିବା ବେଳେ ଆଜି ସୁଦ୍ଧା ୧ ହଜାର ୩୨୩ ହେକ୍ଟର ଚାଷ ଜମିରେ ଧାଣ ବୁଣା ଯାଇଛି  । ଯେତକ ତଳି ବା ବୁଣାଯାଇଛି ତାହା ନିଅଁଣ୍ଟିଆ ବର୍ଷା ପାଇଁ ମରିବାକୁ ବସିଲାଣି ।

ସେପଟେ ନିଅଣ୍ଟିଆ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ବି ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଚାଷ ଜମିରେ ସୁନାର ଫସଲ ଖେଳିବା କଥା ସେହି ଚାଷ ଜମି ଏବେ ଗୋରୁ ଗାଇଙ୍କ ଚରାଭୂଇଁ ପାଲଟିଛି । ଜୁନ ମାସରେ ଏକର ଏକର ଚାଷ ଜମିରେ ଚାଷ କରିଥିଲେ ଚାଷୀ । ହେଲେ ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଯେଉଁ ସମୟ ତଳି ବେଉଷଣ ହେବା କଥା ସେହି ସମୟରେ ଚାଷୀ ହାତ ବାନ୍ଧି ବସିଛି । ଧାରା ଶ୍ରାବଣରେ ମୌସୁମୀର ଲୁଚକାଳି ଏବେ ଚାଷୀଙ୍କୁ ହତାସ କରିଛି । ଧାର କରଜ କରି ଚାଷ କରିଥିବା ଚଷାପୁଅ ଏବେ ହତାସ ହୋଇ ବସିଛି ।

ଖୋର୍ଦ୍ଧା ପାଇକ ବିଦ୍ରୋହକୁ କେନ୍ଦ୍ରର ଅଣଦେଖା, ମିଳୁନି ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା

ଭୁବନେଶ୍ୱର: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର । ବାରମ୍ବାର ଦାବି ପରେ ବି ମିଳୁନି ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା । ଏନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ବିଜେପିକୁ ସମାଲୋଚନା କରିଛି ବିଜେଡି । ପ୍ରେସମିଟରେ ବିଜେଡି କହିଛି ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଦ୍ୱାରା ସଂଗ୍ରାମ ଆରମ୍ଭ ହୋଇଥିଲା । ଯାହାକି ଦେଶ ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ । ପାଇକ ବିଦ୍ରୋହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଭାବେ ଘୋଷଣା ପାଇଁ ଦାବି କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ୨୦୧୭ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା । ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ୧୦ ଏକର ଜାଗା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେଇଛନ୍ତି । ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ହେବ । ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯, ୨୦୨୦, ୨୦୨୧ରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ବିଜେଡି ବିଧାୟକ ମିଳିତ ଭାବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ । ରାଜ୍ୟର ସବୁ ପ୍ରକାର ସହଯୋଗ ପରେ ବି କେନ୍ଦ୍ର ସରକାର ନିଦାବିଷ୍ଣୁ ହୋଇ ବସିଛି । ଏଯାଏ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଓଡ଼ିଶାରୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ୮ ବିଜେପି ସାଂସଦ ଥିଲେ ମଧ୍ୟ ଦିନେ ବି ଏ ସମ୍ପର୍କରେ ସଂସଦରେ ସ୍ବର ଉଠାଇନାହାନ୍ତି । ଭୁବନେଶ୍ବର ସାଂସଦଙ୍କ ନିର୍ବାଚନୀ କ୍ଷେତ୍ର ହୋଇ ବି ପାଇକଙ୍କ ପାଇଁ ଦାବି ଉଠାଇ ନଥିବା ଅଭିଯୋଗ ହୋଇଛି । ପାଇକଙ୍କ ସଂଗ୍ରାମକୁ ସମ୍ମାନ ଦେଇ ତୁରନ୍ତ ୧୮୧୭ ମସିହା ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି ଦୋହରାଇଛି ବିଜେଡି ।

ଚୀନ ଓ ପାକିସ୍ତାନକୁ ଚେକ୍ ଦେବ ଭାରତୀୟ ସେନା, ଏଲଏସିରେ ଯବାନଙ୍କ ଜୋରଦାର ସମରାଭ୍ୟାସ

ନୂଆଦିଲ୍ଲୀ: ସାବଧାନ ଶତ୍ରୁରାଷ୍ଟ୍ର । ଚେକ୍‌ ଦେବ ଭାରତୀୟ ସେନା । ଚୀନ ଓ ପାକିସ୍ତାନକୁ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ଏଥିପାଇଁ ଏଲଏସିରେ ଜୋରଦାର ସମରାଭ୍ୟାସ କରିଛି ସେନା । ଟ୍ୟାଙ୍କ ଓ କମ୍ବାଟର ସୌର୍ଯ୍ୟ ପ୍ରଦର୍ଶନ । ଲଦାଖର ପୂର୍ବାଞ୍ଚଳ ସେକ୍ଟରରେ ଟ୍ୟାଙ୍କର ଡ୍ରିଲ୍ । ଶତ୍ରୁକୁ ଜବାବ ଦେବାକୁ ଜୋରଦାର ଅଭ୍ୟାସ କରିଛି ସେନା । ଭାରତୀୟ ସେନାର BMP ଇନଫ୍ୟାଣ୍ଟ୍ରି କମ୍ବାଟ ଅଭ୍ୟାସ କରିଛି । ପୂର୍ବ ଲଦାଖ ନ୍ୟୋମାରେ ସିନ୍ଧୁ ନଦୀ ପାର କରିଛି । ପୂର୍ବ ଲଦାଖରେ ସୀମାକୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ସବୁ ଟେରେନ ବାହାନ ସଞ୍ଚାଳନ କରୁଛି । ପୂର୍ବ ଲଦାଖ ସେକ୍ଟରରେ ଭାରତୀୟ ସେନାର ନୂଆ ଅସ୍ତ୍ର ନିୟୋଜିତ ହୋଇଛି । ନୂଆ ଯୁଦ୍ଧାସ୍ତ୍ର ମଧ୍ୟରେ ଭାରତରେ ତିଆରି ଧନୁଷ, M4 କୁଇକ୍ ରିଆକ୍ସନ ଫୋର୍ସ ବାହନ ଓ ଟେରେନ ବାହନ ସାମିଲ ହୋଇଛି ।

ଧନୁଷ ୧୫୫ ମିଲିମିଟର ଇନଟୁ ୪୫ କ୍ୟାଲିବରର ମେଡ୍ ଇନ୍ ଇଣ୍ଡିଆ ଯଦ୍ଧାସ୍ତ୍ର । ଜବଲପୁରର ଏକ ଗନ୍ କ୍ୟାରିଜ୍ ଫ୍ୟାକ୍ଟ୍ରିରେ ଏହି ଆଧୁନିକ ଟୁ ସିଷ୍ଟମ ଯୁଦ୍ଧାସ୍ତ୍ର ବର୍ଷେ ତଳେ ତିଆରି ହୋଇଥିଲା । ୪୮ କିଲୋମିଟରରେ ଥିବା ଟାର୍ଗେଟ୍ ହିଟ୍ କରିବାରେ ଏହା ସକ୍ଷମ । ସମୁଦ୍ରରୁ ୪ ହଜାର ମିଟର ଉପର ଯାଏ ଏହା ଲକ୍ଷ୍ୟଭେଦ କରିପାରିବ । ଏଥିରେ ୬ ପ୍ରକାରର ଗୋଳା ବାରୁଦ ରହିଛି । ପ୍ରଥମ ଫାୟାରିଂରେ ୩ ରାଉଣ୍ଡ ଫାୟାର କରିପାରେ । ସେହିପରି ବଫର୍‌ ଟେକନିକକୁ ଏଥିରେ ରଖାଯାଇଛି । ଏନେଇ କ୍ୟାପଟେନ୍ ଭି. ମିଶ୍ରା ସୂଚନା ଦେଇଛନ୍ତି ।