ସାଇବର ଠକଙ୍କ ନୂଆ ତରିକା, ଏମିତି ଠକନ୍ତି ସାଇବର ଲୁଟେରା..

1 min read

ବ୍ୟୁରୋ ରିପୋର୍ଟ: ସାଇବର ଠକଙ୍କ ନୂଆ ତରିକା । ଠକିବାକୁ ବ୍ୟବହାର କରୁଛନ୍ତି ନୂଆ ନୂଆ ପଦ୍ଧତି । ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କ ହାତରେ ମୋବାଇଲ ଆଉ ଦ୍ରୃତ ଇଣ୍ଟରନେଟ । ଯାହାଫଳରେ କି ସହଜ ହେଉଛି ଅନଲାଇନ ପେମେଣ୍ଟ । ସମସ୍ତେ UPI ପେମେଣ୍ଟକୁ ବେଶି ଗୁରୁତ୍ବ ଦେଉଛନ୍ତି । ଗୋଟିଏ କ୍ଲିକରେ ହେଇଯାଉଛି ପେମେଣ୍ଟ । ଆଉ ଏବେ ଏହି UPI ଦେୟ ଠକେଇକୁ ଆହୁରି ସହଜ କରିଛି । ସାଇବର ଠକେଇର ଅନେକ ତରିକା ଆପଣାଉଛନ୍ତି ଠକ । ଏବେ ଠକାମୀର ଆଉ ଏକ ନୂଆ ପଦ୍ଧତି । ଏହି ଠାକାମିରେ ଠକ ଆପଣଙ୍କୁ କୁହନ୍ତି ଯେ ଅନ୍ୟକୁ ଟଙ୍କା ପଠାଇବା ବେଳେ ଭୁଲରେ ଆପଣଙ୍କ ଆକାଉଣ୍ଟକୁ ପଳାଇଛି । ଆପଣଙ୍କ ମଧ୍ୟ ଉକ୍ତ ଠକ ଦ୍ବାରା ପେମଣ୍ଟର ମ୍ୟାସେଜ ଆସିଥାଏ । ବାସ୍ତବରେ ଉକ୍ତ ଏସଏମଏସ ବ୍ୟାଙ୍କ ଦ୍ବରା ପଠାଯାଏ ନାହିଁ ବରଂ ଏହି ଠକ ମାନଙ୍କ ଦ୍ବାରା ନିଜ ନମ୍ବରରୁ ପଠାଯାଇଥାଏ । ପ୍ରାୟତଃ ଲୋକ ଉକ୍ତ ଏସଏମଏସ ଦେଖି ନିଶ୍ଚିତ ହୁଅନ୍ତି ଯେ ଟଙ୍କା ଆସିଛି ଆଉ ଟଙ୍କା ଫେରସ୍ତ କରିବାର ଭୁଲ ମଧ୍ୟ କରନ୍ତି । ଯଦି ଆପଣ ସେମାନଙ୍କୁ ଟଙ୍କା ଟ୍ରାନ୍ସଫର କରୁନାହାଁନ୍ତି ତେବେ ସେମାନେ ଫୋନ କରି ଧମକ ଦିଆନ୍ତି । ପୋଲିସ ନିକଟରେ ଅଭିଯୋଗ କରିବାକୁ ମଧ୍ୟ ଧମକ ଦିଅନ୍ତି । ତେବ ଏଭଳି ଫୋନ କିମ୍ବା ଏସଏମଏସ ଆସିବା ଦ୍ବାରା ସତର୍କ ହେବା ଆବଶ୍ୟକ । ପ୍ରଥମେ ଆପଣଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ ।