ଭୁବନେଶ୍ୱର: ଭୁବନେଶ୍ବର ସିଆରପି ଛକରେ ଯାତ୍ରୀଙ୍କୁ ଆକ୍ରମଣ । ଗାଡି ସାଇଡ଼ ମରାକୁ ନେଇ ଆକ୍ରମଣ କଲେ ବସ କର୍ମଚାରୀ । ରାସ୍ତା ଉପରେ ବସ ଥୋଇ ଗଣ୍ଡଗୋଳ ଲାଗିଲେ ଯାତ୍ରୀ ଓ ବସ କର୍ମଚାରୀ । ଯାତ୍ରୀଙ୍କୁ ଆକ୍ରମଣ ପରେ ଘଟଣାସ୍ଥଳରେ ପିସିଆର ପହଞ୍ଚିଥିଲା । ନୟାପଲ୍ଲୀ ପୋଲିସ ପହଞ୍ଚି ଦୁଇ ଜଣ ବସ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଗଣ୍ଡଗୋଳ ଯୋଗୁ ଅନେକ ଗାଡ଼ିମୋଟର ଅଟକି ରହିଥିଲା । ଫଳରେ ସିଆରପି ଛକରେ କିଛି ସମୟ ପାଇଁ ରାସ୍ତା ଜାମ୍ ସ୍ଥିତି ଉପୁଜିଥିଲା ।
ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ବର୍ଷାରେ ଲାଗିବନି ବ୍ରେକ୍
ଭୁବନେଶ୍ୱର: ବର୍ଷାରେ ଲାଗିବନି ବ୍ରେକ୍ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବଳ କାଚିବା ପରେ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ୧୨ରେ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୮ ଦଶମିକ ୪ ମିଲିମିଟରର ତୁଳନାରେ ୬୦ପ୍ରତିଶତ କମ୍ ।
ଫେସବୁକରେ ଶ୍ରୀଧରରୁ ଶିବାନୀ ହୋଇ ଠକିଥିଲା ୩୫ ଲକ୍ଷ, ଏବେ ବାନ୍ଧିଲା ସାଇବର ପୋଲିସ
ଭୁବନେଶ୍ୱର: ସାଇବର ଥାନା ପୋଲିସ ହାତରେ ସିଷ୍ଟର ଶିବାନୀ । ଠକେଇ ପାଇଁ ଗାର୍ଲଫ୍ରେଣ୍ଡକୁ ମୋହରା । ଧନ ସୁନା କହୁଥିଲେ, ହେଲେ ଧରା ଦେଉନଥିଲେ। ବାପାଙ୍କ ଦେହ ଖରାପ କହି ବାହାନା କରୁଥିଲେ । ଠକ ଜଣକ ଯୁବତୀ ନଥିଲେ ଥିଲେ ଯୁବକ। ଏଭଳି ଏକ ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ । 35 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ବ୍ରହ୍ମପୁରର ଶ୍ରୀଧର ମହାରଣା । ଫେସବୁକରେ ଶ୍ରୀଧର ବନିଯାଇଥିଲା ଶିବାନୀ ପଣ୍ଡା । ଫେକ ଆଇଡି କରି ସୁନ୍ଦରପଦାର ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ । ଯୁବକ ଜଣକ ନିଜକୁ ଡାକ୍ତରୀ ଛାତ୍ରୀ ବୋଲି ଇଞ୍ଜିନିୟରଙ୍କୁ ପରିଚୟ ଦେଇଥିଲା । ବର୍ଷେ ହେଲା ଯୁବତୀ ପରିଚୟରେ କଥା ହେଉଥିଲା ।
ଦେଖା କରିବାକୁ ଡାକିଲେ ବାହାନା କରି ଦେଖା ଦେଉନଥିଲେ । ନିଜ ଗାର୍ଲଫ୍ରେଣ୍ଡ ଦ୍ବାରା ପ୍ରେମର ଭଏସ ମେସଜ ପଠାଉଥିଲା । ବାହା ହେବା ପାଇଁ ବି କଥା ହୋଇଥିଲା । ବାପା ଆର୍ମିରେ ଥିବା କହିଥିଲା ଠକ ଶ୍ରୀଧର । ମିଛରେ ବାପାଙ୍କ ଦେଖ ଖରାପ କହି ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ଫୋନ ପେରେ 35 ଲକ୍ଷ ଟଙ୍କା ନେଇଥିଲା । ଇଞ୍ଜିନିୟର ଜଣଙ୍କ ଠକେଇର ଶିକାର ହେବ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ କଟକରୁ ଗିରଫ କରିଛି ପୋଲିସ । ଠକେଇ ଟଙ୍କାରେ ବେଟିଂ ଆପରେ ପ୍ରାୟ 28 ଲକ୍ଷ ଟଙ୍କା ବିନିଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସନେଇ ତଦନ୍ତ କରାଯାଉଛି । ଆବଶ୍ୟକ ହେଲେ ଶ୍ରୀଧରକୁ ରିମାଣ୍ଡରେ ଆଣିବ ପୋଲିସ ।
ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ, ଖାଇବା ଦ୍ୱାରା ବଢ଼ିଥାଏ ଶରୀରର ଇମ୍ୟୁନିଟି
ନନ୍ଦିଘୋଷ ବ୍ୟୁରୋ: ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ କନ୍ଦମୂଳ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିଥାଏ। ଏହା ସବୁ ପ୍ରକାରର ପନିପରିବା ଠାରୁ ଲାଭଦାୟକ ହୋଇଥାଏ । କେହି କେହି ଏହାକୁ ସ୍ୱିଟ ପୋଟାଟୋ ମଧ୍ୟ କହନ୍ତି । ଯେମିତି ମିଠା ଏହାର ସ୍ୱାଦ ଥାଏ ସେମିତି ଲାଭଦାୟକ ଶରୀର ପାଇଁ ହୋଇଥାଏ । ତେବେ ଜାଣନ୍ତୁ କନ୍ଦମୂଳ ଖାଇବା ଦ୍ୱାରା କେଉଁ କେଉଁ ରୋଗ ହୋଇନଥାଏ । ଆପଣ ଜାଣନ୍ତି କି, ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ୧୪ ବର୍ଷ ବନବାସ ସମୟରେ କନ୍ଦମୂଳ ଖାଇ ରହିଥିଲେ । କନ୍ଦମୂଳରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ବ୍ୟତିତ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ । ଏଥିପାଇଁ ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ବନାଇବାର କାମ କରିଥାଏ ।
କନ୍ଦମୂଳ ଖାଇବା ଦ୍ୱାରା ରୋଗ ପାଖକୁ ଆସିନଥାଏ । କନ୍ଦମୂଳରେ ଅଧିକାଂଶ ଆଇରନ ଥିବାରୁ ରକ୍ତହୀନତା ହ୍ରାସ ପାଇଥାଏ । ଅସ୍ଥାମାରୁ ରକ୍ଷା କରିଥାଏ କନ୍ଦମୂଳ । ଶରୀରକୁ ଗରମ ରଖିବା ସହ ଏଥିରେ ଥିବା ଭିଟାମିନ ସି ଫୁସଫୁସ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ । କନ୍ଦମୂଳ ଫାଇବର ଯୁକ୍ତ ଭୋଜନ ଅଟେ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ । ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ଭଲ ହୋଇଥାଏ । କନ୍ଦମୂଳ ଖାଇବା ଦ୍ୱାରା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ବ୍ଲଡରେ ଥିବା ଦୂଷିତ କୋଲେଷ୍ଟ୍ରୋଲ କମିବାକୁ ଲାଗିଥାଏ । ଏବଂ ହାଡ ମଜବୁତ କରିଥାଏ ।
ବିଶ୍ୱ ଦରବାରରେ ବଢିଲା ଓଡ଼ିଶାର ଗୌରବ, ଜି୨୦ ସମ୍ମିଳନୀରେ କୋଣାର୍କର ଚାରୁକଳା ଦେଖିଲା ବିଶ୍ୱ
ନୂଆଦିଲ୍ଲୀ: ବିଶ୍ବ ଦରବାରରେ ବଢିଲା ଓଡ଼ିଶାର ଗୌରବ । ଉତ୍କଳୀୟ କଳାର ଅନ୍ୟତମ ପ୍ରାଣକେନ୍ଦ୍ର କୁହାଯାଉଥିବା କୋଣାର୍କର ଚାରୁକଳାକୁ ଦେଖିଛି ବିଶ୍ବ । ନୂଆଦିଲ୍ଲୀରେ ଆୟୋଜିତ ଗ୍ରୁପ ୨୦ ସମ୍ମିଳନୀ ଅବସରରେ କୋଣାର୍କର ଏକ ଚକର ପ୍ରତିକୃତି ବ୍ୟାକଡ୍ରପରେ ବିଶ୍ବ ନେତାଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତାଙ୍କୁ ସେ ସ୍ବାଗତ କରିଛନ୍ତି ।
ଚାରୁକାରୁକଳାର ବିମୁଗ୍ଧ ସଂରଚନା ଦେଖି ଅଭିଭୂତ ହୋଇଥିଲେ ଅତିଥି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ କଳାକୃତି ସମ୍ପର୍କରେ ବୁଝାଇଥିଲେ ମୋଦି । ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପର ଏକ ସ୍ବତନ୍ତ୍ର ସ୍ଥାନରେ ଅବସ୍ଥାପିତ ହୋଇଥିଲା ବିଶ୍ବପ୍ରସିଦ୍ଧ କୋଣାର୍କର ଚକ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବିଶ୍ବପ୍ରସିଦ୍ଧ କୋଣାର୍କକୁ ପ୍ରତିବର୍ଷ ଦେଶବିଦଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ଖୁବ୍ ନିକଟରୁ ପ୍ରସିଦ୍ଧ କଳାର ଝଲକ ଦେଖି ବିମୋହିତ ହୋଇଥିଲେ ବିଶ୍ବନେତା ।

