spot_img
Home Blog Page 2774

ପୁଣି ମହଙ୍ଗା ମାଡ଼; ୧୫ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚସ୍ତରରେ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ଖୁଚୁରା ମୁଦ୍ରୀସ୍ଫୀତି ହାର । ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ୭.୪୪ ପ୍ରତିଶତ ହୋଇଛି । ତେବେ ଏହା ଜୁନରେ ୪.୮୭ ପ୍ରତିଶତ ଥିଲା । ଗତ ୧୫ ମାସରେ ଏହା ସବୁଠୁ ଅଧିକ ବୃଦ୍ଧି ଭାବେ ରେକର୍ଡ ହୋଇଛି । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି । ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ଆରବିଆଇ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ମୁଦ୍ରାସ୍ଫୀତିର ବ୍ୟାଣ୍ଡ ୨ରୁ୬ ପ୍ରତିଶତ ନିୟନ୍ତ୍ରଣ ସୀମାର ବାହାରକୁ ଚାଲିଯାଇଛି । ପରିବା ଖାସକରି ଟମାଟୋ ସମେତ ଖାଇବା ପିଇବା ସାମଗ୍ରୀର ମୂଲ୍ୟରେ ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ଜୁଲାଇ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ୭ ପ୍ରତିଶତ ପାର୍ କରିଛି ବୋଲି ଅର୍ଥନୀତିକ ବିଶେଷଜ୍ଞ କହିଛନ୍ତି ।

ପରିସଂଖ୍ୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ଖାଦ୍ୟ ବସ୍ତୁଗୁଡ଼ିର ମୁଦ୍ରାସ୍ଫୀତି ହାର ରେ ମଧ୍ୟ ଅଧିକ ମାତ୍ରାରେ ବୃଦ୍ଧି ରେକର୍ଡ ହୋଇଛି । ଜୁଲାଇ ମାସରେ ଖୁଚୁରା ମୁଦ୍ରୀସ୍ଫୀତିର ରିଡିଂ ମଇ ୨୦୨୨ ପରେ ସବୁଠୁ ଅଧିକ ବୋଲି ଜଣାଯାଇଛି । ସେ ସମୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତ ରେକର୍ଡ କତରାଯାଇଥିଲା । ଜୁଲାଇ ୨୦୨୩ରେ ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ ହାର ବୃଦ୍ଧି ପାଇ ୧୧.୫୧ପ୍ରତିଶତରେ ପହଞ୍ଚିଛି । ଏହା ଜୁନରେ ୪.୪୯ ପ୍ରତିଶତରେ ଥିଲା ।

ଲୋନ୍ ଫ୍ରଡ ମାମଲାରେ ଆଉ ଜଣଙ୍କୁ ଗିରଫ କଲା EOW

କଟକ: ୪.୧୩ କୋଟି ଲୋନ ଫ୍ରଡ ମାମଲାରେ ଆଉ ଜଣେ ଗିରଫ । କଟକରୁ ମହମ୍ମହ ଇଫତେଖର ଅସିଫ ଖାନକୁ ଗିରଫ କଲା EOW । ଠକେଇ ନେଇ କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କ CEO ଅଭିଯୋଗ କରିଥିଲେ । ୨୦୧୯-୨୧ ମଧ୍ୟରେ ନୂଆପାଟଣା ଶାଖାରେ ହୋଇଥିଲା ଠକେଇ । ତତ୍କାଳୀନ ଶାଖା ପରିଚାଳକ ଓ ସିନିଅର ଆସିଷ୍ଟାଣ୍ଟଙ୍କ ସହଯୋଗରେ ଠକେଇ ହୋଇଥିଲା । ନକଲି LIC ପଲିସିରେ ୪.୧୩ କୋଟି ଟଙ୍କା ହୋଇଥିଲା ଠକେଇ । ୩ ଜଣଙ୍କ ନାଁରେ ୨୫ଟି ଲୋନରେ ୪.୧୩କୋଟି ମଂଜୁର କରିଥିଲା ବ୍ୟାଙ୍କ । ୩ଋଣ ଗ୍ରହିତାଙ୍କ ମଧ୍ୟରେ ଇଫତେଖର ଅସିଫ ଖାନ ଜଣେ ପୂର୍ବରୁ ବ୍ୟାଙ୍କର ୨କର୍ମଚାରୀଙ୍କ ସହ ୩ଜଣଙ୍କୁ ଗିରଫ କରିସାରିଛି EOW ।

କଲେଜରୁ ଫେରୁଥିବା ବେଳେ ମାଡ଼ିଗଲା ଟ୍ରକ୍, ୨ ଛାତ୍ରୀଙ୍କର ମୃତ୍ୟୁ

ବରଗଡ଼: ବରଗଡ଼ ଲରମ୍ଭା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଦୋବାହାଲ କଲେଜରୁ ଫେରୁଥିବା ସମୟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ୨ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତଛାତ୍ରୀ ହେଲେ ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା । ଗୁରୁତର ଛାତ୍ରୀ ପ୍ରିୟା ମଞ୍ଜରୀ ପଣ୍ଡା । ସମସ୍ତ ଛାତ୍ରୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ମଧ୍ୟାହ୍ନରେ କ୍ଲାସ ସାରି ଘରକୁ ଫେରିବାବେଳେ ସମସ୍ତଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା । ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଲାଞ୍ଚନେବା ବେଳେ ସିମୁଳିଆ ମେଡିକାଲର ମୁଖ୍ୟ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ମେଡିକାଲର ମୁଖ୍ୟ କିରାଣୀ । ମେଡିକାଲ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ମେଡିକାଲର ମୁଖ୍ୟ କିରାଣୀ ମନୋଜ ଭଞ୍ଜ ଆଜି ମେଡିକାଲର 4 ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ବକେୟା ବୃଦ୍ଧି ଟଙ୍କା କରିଦେବା ପାଇଁ ଏହି କର୍ମଚାରୀ ମାନଙ୍କୁ ଦୁଇ ହଜାର ଲେଖାଏଁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମନୋଜ । ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସର 6 ଜଣିଆ ଟିମ ଦ୍ୱାରା ଟ୍ରାପ ହୋଇଛନ୍ତି ମନୋଜ । ଭିଜିଲାନ୍ସ ନିଜ ହେପାଜତକୁ ନେଇ ମନୋଜଙ୍କୁ ଅଧିକ ପଚରାଉଚରା କରିଛି ।

ଏସିଆ କପରେ ଦଳକୁ ଫେରିପାରନ୍ତି କେ.ଏଲ ରାହୁଲ ଏବଂ ଶ୍ରେୟସ୍ ଆୟର

ନୂଆଦିଲ୍ଲୀ: ଆହତ କାରଣରୁ ଦୀର୍ଘଦିନ ଧରି ପଡ଼ିଆରୁ ବାହାରେ ରହିଛନ୍ତି ଟିମ ଇଣ୍ଡିଆର ଦୁଇ ଦକ୍ଷ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର । ତେବେ ଏହି ଦୁଇ ଖେଳାଳି ଏସିଆ କପରେ ଦଳରେ ସାମିଲ ହେବାର ସମ୍ଭାବନା ରହିଛି । ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଏସମ୍ପର୍କରେ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, ଖୁବଶୀଘ୍ର ଏହି ଦୁଇ ଖେଳାଳି ଦଳକୁ ଫେରିବେ । ଏସିଆ କପରେ ଦଳରେ ସାମିଲ ହେବେ ବୋଲି କହିଛନ୍ତି । ଏସିଆ କପ ପୂର୍ବରୁ ଅଗଷ୍ଟ ୨୩ରେ ବାଙ୍ଗାଲୋରରେ ଏକ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଆଘାତ ପାଇଁ ଦଳରୁ ବାହାରେ ଥିବା କିଛି ଖେଳାଳି ଏହି ଶିବିରରେ ଯୋଗ ଦେବେ । ଫିଟ୍ ଥିବା ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ବୋଲି ରାହୁଲ ଦ୍ରାବିଡ କହିଛନ୍ତି ।

 

 

 

 

ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ନୀଳାଞ୍ଚଳ ପଟେଲ, ଆଖି ଲୁହରେ ଭିଜିଲା ବାଘପାଲି ଶ୍ମଶାନ

ବରଗଡ଼: ସହିଦ ଯବାନ ନୀଳାଞ୍ଚଳ ଅମର ରହେ….ଓଡ଼ିଆ ଯବାନ ଅମର ରହେ । ବନ୍ଦେ ମାଆତରମ । ଭାରତ ମାତା କି ଜୟ । ଦେଶ ମନେ ରଖିବ ଆପଣଙ୍କ ସର୍ବୋଚ୍ଚ ବଳିଦାନ । ହିରୋ ଯବାନ ନୀଳାଞ୍ଚଳ ପଟେଲ ଅମର ରହେ । ଏହି ନାରାରେ ପ୍ରକମ୍ପିତ ହୋଇଥିଲା ବରଗଡ଼ର ବାଘପାଲି ଗାଁର ଶ୍ମଶାନ । ମଣିପୁରରେ ପ୍ରାଣ ହରାଇଥିବା  ସହିଦ ଓଡ଼ିଆ ବୀର ଯବାନ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟରେ ଆଖି ଲୁହରେ ଭିଜିଥିଲା ବାଘପାଲିର ଶ୍ମଶାନ ।

ବରଗଡ଼ ବାଘପାଲି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରାଯାଇଛି । ବଡ଼ ଝିଅ ରାଣୀ ପଟେଲ ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ ହଜାର ହଜାର ଲୋକ । ନୀଳାଚଳ ଅମର ରହେ ଧ୍ବନିରେ କମ୍ବିଉଠିଥିଲା ପରିବେଶ । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଜିଲ୍ଲାପାଳ, ଏସପିଙ୍କ ସହ ରାଜନେତା ସହିଦଙ୍କୁ ବିଦାୟ ଜଣାଇଥିଲେ । ବାଇକ ରାଲିରେ ପାର୍ଥିବ ଶରୀରକୁ ପୂରାଅଞ୍ଚରେ ପରିକ୍ରମା କରାଯାଇଥିଲା । ଗତ ଶୁକ୍ରବାର ଦିନ ରାତ୍ରୀକାଳୀନ ପାଟ୍ରୋଲିଂ ବେଳେ ଦୁର୍ଘଟଣାରେ ନୀଳାଚଳ ପଟେଲଙ୍କ ବିୟୋଗ ହୋଇଥିଲା । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳଙ୍କ ଘର । ଆଜି ମଧ୍ୟାହ୍ନରେ ଜନ୍ମ ମାଟି ବାଘପାଲି ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆରେ ହୋଇଛି ଶେଷକୃତ୍ୟ ।

ଆଫଗାନିସ୍ତାନର ହୋଟଲରେ ହମଲା, ୩ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନର ଏକ ହୋଟେଲରେ ଆକ୍ରମଣ ହୋଇଥିବା ଖବର ସାମନାକୁ ଆସିଛି । ଏହି ହମଲାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଛନ୍ତି । ହୋଟେଲକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରାଯାଇଥିବା କୁହାଯାଇଛି । ତେବେ କିଏ ଏହି ଏୟାରଷ୍ଟ୍ରାଇକ୍ କରିଛି ତାହା ସ୍ପଷ୍ଠ ହୋଇନାହିଁ ।

 

ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ନନ୍ଦିଘୋଷ ବ୍ୟୁରୋ: ଆଜି ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ । ୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ । ସେପଟେ ଲ୍ୟାଣ୍ଡିଂ ପାଇଁ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ । ଅନ୍ୟ ମହାକାଶ ଯାନ ସହ ଧକ୍କା ଏଡାଇବା ଲାଗି ୨୦୧୯ରେ ପ୍ରେରିତ ଚନ୍ଦ୍ରଯାନ-୨ରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସଫଳତା ମିଳି ନଥିବାବେଳେ ବର୍ତ୍ତମାନ ଚନ୍ଦ୍ରଯାନ-୩ରେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି । ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି । ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରି ଫଟୋ ପଠାଉଛି ।

ଅନ୍ଧାର କୋଠରୀରେ ୧୨ ବର୍ଷ ବନ୍ଦୀ ରଖିଥିଲେ ସ୍ବାମୀ, କ୍ଷତ ବିକ୍ଷତ, ଉଲଗ୍ନ ହୋଇ ଅଭିଶପ୍ତ ଜୀବନ ଜିଇଁଥିବା ମହିଳାଙ୍କ କରୁଣ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୧୨ ବର୍ଷ ତାଙ୍କ ଦେହରେ ପଡ଼ି ନଥିଲା ସୂର୍ଯ୍ୟ କିରଣ । ଶରୀର ଅନେକ ଅଙ୍ଗ କ୍ଷତି ବିକ୍ଷତ ହୋଇ ରହିଥିଲା । ଏପରିକି ହାଡ଼ ଯେମିତି କି ହାତ, ଆଙ୍ଗୁଠି ଆାଦି ଭାଙ୍ଗ ଯାଇଥିଲା । ଶରୀରରେ ଆଘାତ ଚିହ୍ନ । ମହିଳାଙ୍କୁ ବନ୍ଦୀ ବନାଇ ରଖିଥିଲେ ତାଙ୍କ ସ୍ବାମୀ । ଯେତେବେଳେ ତାଙ୍କୁ ବାହାରକୁ ଅଣାଯାଇଥିଲା ମୁହଁରେ ଖୁସି ଝଲସି ଉଠିଥିଲା । ଶାନ୍ତ ଆଖି ବାହାର ଦୁନିଆକୁ ଦେଖିଥିଲା । ଯେତେବେଳେ ମହିଳା ଜଣକ ଏହି ବନ୍ଦ କୋଠାରୀରୁ ବାହାରି ଥିଲେ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ବନ୍ଦ କୋଠରୀରେ କେବଳ ଏକ ଖଟ ରହିଥିଲା । ଚାରି ପାଖରେ ତାର ଜାଲି ବାନ୍ଧିଥିଲେ ମହିଳାଙ୍କ ସ୍ବାମୀ । ମହିଳା କୁହନ୍ତି ଯେତେବେଳେ ବି ତାଙ୍କ ସ୍ବାମୀ ଆସନ୍ତି ସେ କେବଳ ଅତ୍ୟାଚାର ଓ ମାଡ଼ ମାରନ୍ତି । ଏମିତି ମାଡ଼ ମାରୁଥିଲେ କି, ଶରୀରର ଅନେକ ହାଡ଼ ଭାଙ୍ଗ ଯାଇଥିଲା । ଏପରକି ତାଙ୍କ ଦେହରେ କୌଣସି ପୋଷାକ ନଥିଲା । ଉଲଗ୍ନ ଭାବେ ଅନ୍ଧାର କୋଠରୀରେ ଅଭିଶପ୍ତ ଜୀବନ ବଞ୍ଚୁଥିଲେ ମହିଳା । ଜର୍ମାନର ଜଣେ ମହିଳାଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଯିଏ ବି, ତାଙ୍କ କାହାଣୀ ଶୁଣେ ଆଖିରୁ ଆପେ ଆପେ ଲୁହ ବାହାରି ଆସିଥାଏ ।

ମହିଳାଙ୍କ ଘର ଜର୍ମାନରେ ହୋଇଥିବାବେଳେ ତାଙ୍କ ସ୍ବାମୀ ଫ୍ରାନ୍ସରେ ରହୁଥିଲେ । କୌଣସି ଉପାୟରେ ମହିଳା ଜଣକ ପୁଲିସକୁ କଲ କରିଥିଲେ । ଜର୍ମାନ ପୁଲିସ ଏସମ୍ପର୍କରେ ଖବର ପାଇବା ପରେ ଫ୍ରାନ୍ସ ପୁଲିସ ସହାୟତାରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସୂର୍ଯ୍ୟ କିରଣ ତାଙ୍କ ଦେହରେ ପଡ଼ିନଥିବାରୁ ସେ ଅନେକ ରୋଗର ଶିକାର ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ପ୍ରତିଦିନ ସେ ଯେଉଁ ଅତ୍ୟାଚାରର ଶିକାର ହେଉଥିଲେ ତାହାକୁ ଏକ ଡାଏରୀ ଲେଖୁଥିଲେ । ପୁଲିସ ଏହି ଡାଏରୀକୁ ଦେଖିବା ପରେ କିଭଳି ମହିଳା ଜଣକ ଏତେଦିନ ବଞ୍ଚି ରହିଥିଲେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 

 

 

 

ତିରୁପତିରେ ଆତଙ୍କ ଖେଳାଇଥିଲା କଲରାପତରିଆ, ଆଜି ଧରିିଲା ବନ ବିଭାଗ

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଏକ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । କିଛିଦିନ ତଳେ ତିରୁମାଲା ମନ୍ଦିର ନିକଟରେ ଜଣେ ୬ ବର୍ଷ ବାଳିକାକୁ ମାରିଦେଇଥିଲା ବାଘ । ବାଘକୁ ଧରିବା ଲାଗି ପ୍ରାୟ ଡଜନେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିଲା । ବାଳିକାଟିକୁ ମାରିଦେଇଥିବାରୁ ସ୍ଥାନୀୟ ଅଞ୍ଚଳଲେ ବାଘକୁ ନେଇ ଆତଙ୍କ ଜାରି ରହିଥିଲା । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛି ତିରୁମାଲା ତିରୁପତି ଦେବସ୍ଥାନମ କର୍ତ୍ତୃପକ୍ଷ ।

ଏହା ସହ ସନ୍ଧ୍ୟା ୬ଟାରୁ ଭୋର ୬ଟା ଯାଏ ଦୁଇ ଚକିଆ ଯାନରେ ଚଳାଚଳ ନ କରିବା ଲାଗି ବି ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ବାପାମାଙ୍କ ସହ ଜଙ୍ଗଲରେ ଟ୍ରେକିଂ କରୁଥିବାବେଳେ ଲକ୍ଷିତା ନାମ୍ନୀ ଜଣେ ବାଳିକାକୁ ବାଘ ଟାଣି ନେଇ ମାରିଦେଇଥିଲା । ଅନ୍ୟ ଏକ ମନ୍ଦିର ନିକଟରେ ତାର ମୃତଦେହ ଠାବ କରାଯାଇଥିଲା । ଗତ ଜୁନରେ ବି ଜଣେ ୩ ବର୍ଷ ବୟସ୍କ ବାଳକକୁ ବି ଏକ କଲରାପତରିଆ ବାଘ ଟାଣି ନେଇଥିଲା । ମାତ୍ର ପରେ ତାକୁ ଉଦ୍ଧାର କରାଯାଇଥିଲା ।