ଏସିଆ କପରେ ଦଳକୁ ଫେରିପାରନ୍ତି କେ.ଏଲ ରାହୁଲ ଏବଂ ଶ୍ରେୟସ୍ ଆୟର

ନୂଆଦିଲ୍ଲୀ: ଆହତ କାରଣରୁ ଦୀର୍ଘଦିନ ଧରି ପଡ଼ିଆରୁ ବାହାରେ ରହିଛନ୍ତି ଟିମ ଇଣ୍ଡିଆର ଦୁଇ ଦକ୍ଷ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର । ତେବେ ଏହି ଦୁଇ ଖେଳାଳି ଏସିଆ କପରେ ଦଳରେ ସାମିଲ ହେବାର ସମ୍ଭାବନା ରହିଛି । ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଏସମ୍ପର୍କରେ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, ଖୁବଶୀଘ୍ର ଏହି ଦୁଇ ଖେଳାଳି ଦଳକୁ ଫେରିବେ । ଏସିଆ କପରେ ଦଳରେ ସାମିଲ ହେବେ ବୋଲି କହିଛନ୍ତି । ଏସିଆ କପ ପୂର୍ବରୁ ଅଗଷ୍ଟ ୨୩ରେ ବାଙ୍ଗାଲୋରରେ ଏକ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଆଘାତ ପାଇଁ ଦଳରୁ ବାହାରେ ଥିବା କିଛି ଖେଳାଳି ଏହି ଶିବିରରେ ଯୋଗ ଦେବେ । ଫିଟ୍ ଥିବା ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ବୋଲି ରାହୁଲ ଦ୍ରାବିଡ କହିଛନ୍ତି ।