ଲାଞ୍ଚନେବା ବେଳେ ସିମୁଳିଆ ମେଡିକାଲର ମୁଖ୍ୟ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ମେଡିକାଲର ମୁଖ୍ୟ କିରାଣୀ । ମେଡିକାଲ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ମେଡିକାଲର ମୁଖ୍ୟ କିରାଣୀ ମନୋଜ ଭଞ୍ଜ ଆଜି ମେଡିକାଲର 4 ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ବକେୟା ବୃଦ୍ଧି ଟଙ୍କା କରିଦେବା ପାଇଁ ଏହି କର୍ମଚାରୀ ମାନଙ୍କୁ ଦୁଇ ହଜାର ଲେଖାଏଁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମନୋଜ । ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସର 6 ଜଣିଆ ଟିମ ଦ୍ୱାରା ଟ୍ରାପ ହୋଇଛନ୍ତି ମନୋଜ । ଭିଜିଲାନ୍ସ ନିଜ ହେପାଜତକୁ ନେଇ ମନୋଜଙ୍କୁ ଅଧିକ ପଚରାଉଚରା କରିଛି ।