ପୁଣି ମହଙ୍ଗା ମାଡ଼; ୧୫ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବୋଚ୍ଚସ୍ତରରେ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ଖୁଚୁରା ମୁଦ୍ରୀସ୍ଫୀତି ହାର । ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ୭.୪୪ ପ୍ରତିଶତ ହୋଇଛି । ତେବେ ଏହା ଜୁନରେ ୪.୮୭ ପ୍ରତିଶତ ଥିଲା । ଗତ ୧୫ ମାସରେ ଏହା ସବୁଠୁ ଅଧିକ ବୃଦ୍ଧି ଭାବେ ରେକର୍ଡ ହୋଇଛି । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି । ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ଆରବିଆଇ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ମୁଦ୍ରାସ୍ଫୀତିର ବ୍ୟାଣ୍ଡ ୨ରୁ୬ ପ୍ରତିଶତ ନିୟନ୍ତ୍ରଣ ସୀମାର ବାହାରକୁ ଚାଲିଯାଇଛି । ପରିବା ଖାସକରି ଟମାଟୋ ସମେତ ଖାଇବା ପିଇବା ସାମଗ୍ରୀର ମୂଲ୍ୟରେ ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ଜୁଲାଇ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇ ୭ ପ୍ରତିଶତ ପାର୍ କରିଛି ବୋଲି ଅର୍ଥନୀତିକ ବିଶେଷଜ୍ଞ କହିଛନ୍ତି ।

ପରିସଂଖ୍ୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ଖାଦ୍ୟ ବସ୍ତୁଗୁଡ଼ିର ମୁଦ୍ରାସ୍ଫୀତି ହାର ରେ ମଧ୍ୟ ଅଧିକ ମାତ୍ରାରେ ବୃଦ୍ଧି ରେକର୍ଡ ହୋଇଛି । ଜୁଲାଇ ମାସରେ ଖୁଚୁରା ମୁଦ୍ରୀସ୍ଫୀତିର ରିଡିଂ ମଇ ୨୦୨୨ ପରେ ସବୁଠୁ ଅଧିକ ବୋଲି ଜଣାଯାଇଛି । ସେ ସମୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତ ରେକର୍ଡ କତରାଯାଇଥିଲା । ଜୁଲାଇ ୨୦୨୩ରେ ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ ହାର ବୃଦ୍ଧି ପାଇ ୧୧.୫୧ପ୍ରତିଶତରେ ପହଞ୍ଚିଛି । ଏହା ଜୁନରେ ୪.୪୯ ପ୍ରତିଶତରେ ଥିଲା ।