ତିରୁପତିରେ ଆତଙ୍କ ଖେଳାଇଥିଲା କଲରାପତରିଆ, ଆଜି ଧରିିଲା ବନ ବିଭାଗ

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଏକ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । କିଛିଦିନ ତଳେ ତିରୁମାଲା ମନ୍ଦିର ନିକଟରେ ଜଣେ ୬ ବର୍ଷ ବାଳିକାକୁ ମାରିଦେଇଥିଲା ବାଘ । ବାଘକୁ ଧରିବା ଲାଗି ପ୍ରାୟ ଡଜନେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିଲା । ବାଳିକାଟିକୁ ମାରିଦେଇଥିବାରୁ ସ୍ଥାନୀୟ ଅଞ୍ଚଳଲେ ବାଘକୁ ନେଇ ଆତଙ୍କ ଜାରି ରହିଥିଲା । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛି ତିରୁମାଲା ତିରୁପତି ଦେବସ୍ଥାନମ କର୍ତ୍ତୃପକ୍ଷ ।

ଏହା ସହ ସନ୍ଧ୍ୟା ୬ଟାରୁ ଭୋର ୬ଟା ଯାଏ ଦୁଇ ଚକିଆ ଯାନରେ ଚଳାଚଳ ନ କରିବା ଲାଗି ବି ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ବାପାମାଙ୍କ ସହ ଜଙ୍ଗଲରେ ଟ୍ରେକିଂ କରୁଥିବାବେଳେ ଲକ୍ଷିତା ନାମ୍ନୀ ଜଣେ ବାଳିକାକୁ ବାଘ ଟାଣି ନେଇ ମାରିଦେଇଥିଲା । ଅନ୍ୟ ଏକ ମନ୍ଦିର ନିକଟରେ ତାର ମୃତଦେହ ଠାବ କରାଯାଇଥିଲା । ଗତ ଜୁନରେ ବି ଜଣେ ୩ ବର୍ଷ ବୟସ୍କ ବାଳକକୁ ବି ଏକ କଲରାପତରିଆ ବାଘ ଟାଣି ନେଇଥିଲା । ମାତ୍ର ପରେ ତାକୁ ଉଦ୍ଧାର କରାଯାଇଥିଲା ।