ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ । ୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ । ସେପଟେ ଲ୍ୟାଣ୍ଡିଂ ପାଇଁ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ । ଅନ୍ୟ ମହାକାଶ ଯାନ ସହ ଧକ୍କା ଏଡାଇବା ଲାଗି ୨୦୧୯ରେ ପ୍ରେରିତ ଚନ୍ଦ୍ରଯାନ-୨ରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ସଫଳତା ମିଳି ନଥିବାବେଳେ ବର୍ତ୍ତମାନ ଚନ୍ଦ୍ରଯାନ-୩ରେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି । ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି । ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରି ଫଟୋ ପଠାଉଛି ।