ଅନ୍ଧାର କୋଠରୀରେ ୧୨ ବର୍ଷ ବନ୍ଦୀ ରଖିଥିଲେ ସ୍ବାମୀ, କ୍ଷତ ବିକ୍ଷତ, ଉଲଗ୍ନ ହୋଇ ଅଭିଶପ୍ତ ଜୀବନ ଜିଇଁଥିବା ମହିଳାଙ୍କ କରୁଣ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୧୨ ବର୍ଷ ତାଙ୍କ ଦେହରେ ପଡ଼ି ନଥିଲା ସୂର୍ଯ୍ୟ କିରଣ । ଶରୀର ଅନେକ ଅଙ୍ଗ କ୍ଷତି ବିକ୍ଷତ ହୋଇ ରହିଥିଲା । ଏପରିକି ହାଡ଼ ଯେମିତି କି ହାତ, ଆଙ୍ଗୁଠି ଆାଦି ଭାଙ୍ଗ ଯାଇଥିଲା । ଶରୀରରେ ଆଘାତ ଚିହ୍ନ । ମହିଳାଙ୍କୁ ବନ୍ଦୀ ବନାଇ ରଖିଥିଲେ ତାଙ୍କ ସ୍ବାମୀ । ଯେତେବେଳେ ତାଙ୍କୁ ବାହାରକୁ ଅଣାଯାଇଥିଲା ମୁହଁରେ ଖୁସି ଝଲସି ଉଠିଥିଲା । ଶାନ୍ତ ଆଖି ବାହାର ଦୁନିଆକୁ ଦେଖିଥିଲା । ଯେତେବେଳେ ମହିଳା ଜଣକ ଏହି ବନ୍ଦ କୋଠାରୀରୁ ବାହାରି ଥିଲେ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ବନ୍ଦ କୋଠରୀରେ କେବଳ ଏକ ଖଟ ରହିଥିଲା । ଚାରି ପାଖରେ ତାର ଜାଲି ବାନ୍ଧିଥିଲେ ମହିଳାଙ୍କ ସ୍ବାମୀ । ମହିଳା କୁହନ୍ତି ଯେତେବେଳେ ବି ତାଙ୍କ ସ୍ବାମୀ ଆସନ୍ତି ସେ କେବଳ ଅତ୍ୟାଚାର ଓ ମାଡ଼ ମାରନ୍ତି । ଏମିତି ମାଡ଼ ମାରୁଥିଲେ କି, ଶରୀରର ଅନେକ ହାଡ଼ ଭାଙ୍ଗ ଯାଇଥିଲା । ଏପରକି ତାଙ୍କ ଦେହରେ କୌଣସି ପୋଷାକ ନଥିଲା । ଉଲଗ୍ନ ଭାବେ ଅନ୍ଧାର କୋଠରୀରେ ଅଭିଶପ୍ତ ଜୀବନ ବଞ୍ଚୁଥିଲେ ମହିଳା । ଜର୍ମାନର ଜଣେ ମହିଳାଙ୍କୁ ପୁଲିସ ଉଦ୍ଧାର କରିଥିବାବେଳେ ଯିଏ ବି, ତାଙ୍କ କାହାଣୀ ଶୁଣେ ଆଖିରୁ ଆପେ ଆପେ ଲୁହ ବାହାରି ଆସିଥାଏ ।

ମହିଳାଙ୍କ ଘର ଜର୍ମାନରେ ହୋଇଥିବାବେଳେ ତାଙ୍କ ସ୍ବାମୀ ଫ୍ରାନ୍ସରେ ରହୁଥିଲେ । କୌଣସି ଉପାୟରେ ମହିଳା ଜଣକ ପୁଲିସକୁ କଲ କରିଥିଲେ । ଜର୍ମାନ ପୁଲିସ ଏସମ୍ପର୍କରେ ଖବର ପାଇବା ପରେ ଫ୍ରାନ୍ସ ପୁଲିସ ସହାୟତାରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସୂର୍ଯ୍ୟ କିରଣ ତାଙ୍କ ଦେହରେ ପଡ଼ିନଥିବାରୁ ସେ ଅନେକ ରୋଗର ଶିକାର ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ପ୍ରତିଦିନ ସେ ଯେଉଁ ଅତ୍ୟାଚାରର ଶିକାର ହେଉଥିଲେ ତାହାକୁ ଏକ ଡାଏରୀ ଲେଖୁଥିଲେ । ପୁଲିସ ଏହି ଡାଏରୀକୁ ଦେଖିବା ପରେ କିଭଳି ମହିଳା ଜଣକ ଏତେଦିନ ବଞ୍ଚି ରହିଥିଲେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।