spot_img
Home Blog Page 2743

ଗରିବଙ୍କ ରକ୍ଷା କବଚ ମୁଖ୍ୟମନ୍ତ୍ରୀ ନବୀନ, ଖବର ଦେଖିବା କ୍ଷଣି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଯୋଗାଇଲେ ସାହାଯ୍ୟ

ବଲାଙ୍ଗୀର: ଦରଦୀର ବନ୍ଧୁ । ଗରିବଙ୍କ ରକ୍ଷା କବଚ । ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନନ୍ଦିଘୋଷ ଟିଭରେ ଖବର ଦେଖି ଜଣେ ଅସହାୟ ପରିବାରକୁ ତୁରନ୍ତ ସହାୟତା ଯୋଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତାରା ପଞ୍ଚାୟତର ଦୁଇ ଶିଶୁଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ । ଶିଶୁଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ଉଭୟଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଛି । ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଉଛି ।

ଆସନ୍ତା ଦୁଇଦିନ ମଧ୍ୟରେ ଭାଇ ଭଉଣୀଙ୍କ ପାଇଁ ଅଧିକ ଚିକିତ୍ସାର ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି । ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ଦେଖି ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ସୁଭଦ୍ରା ସ୍ବାମୀକୁ ହରାଇଥିବା ବେଳେ ଏବେ ତାଙ୍କ ସାତ ବର୍ଷର ପୁଅ ବୈଦନାଥ ଓ ଦୁଇ ବର୍ଷର ଝିଅ ପୂର୍ଣ୍ଣି ରୋଗାଗସ୍ତ । ଜଣେ ଆଖି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଜଣେ କାନ ରୋଗରେ ପୀଡିତ ଅଛନ୍ତି ।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପାଇଁ କାହିଁକି ୨୩ ତାରିଖକୁ ବାଛିଲା ଇସ୍ରୋ?

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ନିକଟତର ହେଉଛି । ଆଉ ମାତ୍ର କେଇ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତ । ଏବେ ମାତ୍ର ୨୫ କିମି ଦୂରରେ ରହିଛି ଚନ୍ଦ୍ର । ଏବେ ଚନ୍ଦ୍ରଯାନ-୩ର ଗତି କମ୍ କରିବାକୁ ଚେଷ୍ଟା କରାଯାଉଛି । ଯାହା ଫଳରେ କି ଚନ୍ଦ୍ରଯାନ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିପାରିବ ।

ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ୨୩ ଅଗଷ୍ଟରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । କାହିଁକି ୨୨ ତାରଖ କିମ୍ବା ୨୪ ତାରିଖ ନୁହେଁ  । ଏହି ତାରିଖକୁ ବାଛିବା ପଛରେ କ’ଣ ରହିଛି କାରଣ ?

କହବାକୁ ଗଲେ, ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋବର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ମିଶନ ଆରମ୍ଭ ହେବ । ଏହି କାମ କରିବାକୁ ସେଠାରେ ସୂର୍ଯ୍ୟଙ୍କ କିରଣ ଥିବା ନିହାତି ଜରୁରୀ । ଚାନ୍ଦରେ ୧୪ ଦିନ ରାତି ଏବଂ ତା ପର ୧୪ ଦିନ ସୂର୍ଯ୍ୟଙ୍କ କିରଣ ପଡ଼େ । ଯଦି ଚନ୍ଦ୍ରଯାନ ଲ୍ୟାଣ୍ଡ କରିବା ପରେ ସେଠାରେ ରାତି ଥିବ ତାହାଲେ ଠିକରେ କାମ କରି ପାରିବ ନାହିଁ । ଚନ୍ଦ୍ରଯାନ ଛଡ଼ା ହେଲା ବେଳୁ ହିଁ ଏହି ଗଣନା କରି ଛଡ଼ାହୋଇଛି । ୨୨ ତାରିଖ ଯାଏ ସେଠାରେ ରାତି ରହିବ ତା ପରେ ୨୩ ତାରିଖରେ ସୂର୍ଯ୍ୟଙ୍କ କିରଣ ପଡ଼ିବ । ଏଥିପାଇଁ ଇସ୍ରୋ ଏହି ୨୩ ତାରିଖକୁ ହିଁ ବାଛିଛି ।

୨୩ରେ ଲ୍ୟାଣ୍ଡ କରିବା ପରେ ଆଗାମୀ ୧୪ ଦିନ ଯାଏ ରୋଭର ସେଠାରେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିବ । ଯଦି ଏହି ମିଶନ ସଫଳ ହୁଏ ତାହାଲେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫ୍ଟ ଲାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ହେବ ।

ଏହା ସହ ଦକ୍ଷିଣ ମେରୁରେ ତାପମାତ୍ରା -୨୩୦ ଡିଗ୍ରୀ ଯାଏ ଚାଲିଯାଇଥାଏ । ଏହି ସମୟରେ ଚନ୍ଦ୍ରଯାନ ଠିକ୍ ଭାବେ କାମ କରିବା ସମ୍ଭବ ନୁହେଁ । ସେଥିପାଇଁ ଚନ୍ଦ୍ରଯାନ ନିକଟରେ କେବଳ ୧୪ ଦିନ ସମୟ ଅଛି । ସୂର୍ଯ୍ୟଙ୍କ କିରଣ ଥିବା ସମୟରେ ହିଁ ରୋଭର ତାର ସବୁ କାମ ସାରିବାକୁ ପଡ଼ିବ ।

ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ ମଧ୍ୟରେ ସମ୍ପର୍କ ସ୍ଥାପନ, ବିକ୍ରମ ଲ୍ୟାଣ୍ଡରକୁ ସ୍ୱାଗତ କଲା ଚନ୍ଦ୍ରଯାନ-୨ ଅର୍ବିଟର

ନନ୍ଦିଘୋଷ ବ୍ୟୁରୋ: ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଭାରତର ଏହି ମିଶନ ଲଗାତାର ବିନା ବାଧାରେ ଆଗକୁ ବଢ଼ିଚାଲିଛି । ଧୀରେ ଧୀରେ ଚନ୍ଦ୍ରରେ ଅବତରଣ କରିବାର ସମୟ କମି କମି ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ୍ ଦେଇଛି ଇସ୍ରୋ । ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ସମ୍ପର୍କ ସ୍ଥାପନ ହୋଇଛି । ଚନ୍ଦ୍ରାଯାନ-୨ର ଅର୍ବିଟର ଚନ୍ଦ୍ରାଯନ-୩କୁ ସ୍ୱାଗତ କରିଛି । ଉଭୟ ଯାନ ମଧ୍ୟରେ ସମ୍ବାଦ ହୋଇଛି । ଇସ୍ରୋ ଏଥିସହିତ ଚନ୍ଦ୍ରଯାନ-୩ର ଚନ୍ଦ୍ର ଉପରେ ଲ୍ୟାଣ୍ଡିଂକୁ ନେଇ ତାଜା ଅପଡେଟ୍ ମଧ୍ୟ ଦେଇଛି ।

ଉଲ୍ଲେଖଯୋଗ୍ୟ, ରବିବାର ସକାଳେ ଡିବୁଷ୍ଟିଂ କରାଯିବା ପରେ ଚନ୍ଦ୍ରପୃଷ୍ଠରୁ ମାତ୍ର ୨୫ କିମି ଦୂରରେ ଥିଲା ଚନ୍ଦ୍ରଯାନ-୩ । ଆଜି ଏହା ଆହୁରି କମିଯାଇଛି । ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖରେ ଚକର ଲଗାଇବା ସହ ତା ପାଖକୁ ଆସୁଛି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ନେଇ ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ ନିରଦ୍ଧାରିତ କରାଯାଇଛି । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ଯାନକୁ ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂ କରାଇବା ନେଇ ପ୍ରୟାସ କରାଯିବ । ତେବେ ଏହି ଲ୍ୟାଣ୍ଡିଂ ସମୟର ସିଧାପ୍ରସାରଣ ମଧ୍ୟ ଇସ୍ରୋର ଅଫିସିଆଲ ୱେବସାଇଟ୍, ୟୁଟ୍ୟୁବ୍ ଏବଂ ପେସବୁକରେ କରାଯିବ । ଏହି ଐତିହାସିକ ମୂହୁର୍ତ୍ତକୁ ଉତ୍ସାହର ସହ ଚାହିଁ ରହିଛନ୍ତି ପ୍ରତ୍ୟେକ ଭାରତୀୟ ।

ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ମନ୍ତ୍ର, ଦିନକୁ ୧୫ମିନିଟ ଧ୍ୟାନରେ ବସନ୍ତୁ ସ୍ମୃତି ଶକ୍ତି ବଢ଼ିବ

ଖୋର୍ଦ୍ଧା: ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ମନ୍ତ୍ର । କ୍ରୀଡା, ଯୋଗ, ସାଇକ୍ଲିଂ କରି ଫିଟ ରହିବାକୁ ଖୋର୍ଦ୍ଧା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ଵାସ ବଢିବ। ଏବେ ପ୍ରତିଯୋଗିତାର ସମୟ, ତେଣୁ ପରିଶ୍ରମ କରିବାକୁ ପଡିଵ। ୧୫ମିନିଟ ଧ୍ୟାନରେ ବସିଲେ ସ୍ମୃତି ଶକ୍ତି ବଢିବ । ଗତ ବର୍ଷ ବିଶ୍ୱକପ ହକି ଦେଖିବାକୁ ସଚିନ, ସେହବାଗ, ଶାହରୁଖ ଆସିଥିଲେ। କଠିନ ପରିଶ୍ରମ ଶାହାରୁଖଙ୍କ ସଫଳତା ମାପଦଣ୍ଡ ବୋଲି କହିଥିଲେ। କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ଶାହାରୁଖ କହିଥିଲେ। ନିଜେ 5T ସଚିବ ବି ୧୪ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଜୀବନରେ ବିଜୟ ପରାଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ଆତ୍ମବିଶ୍ୱାସ ।

ଜୀବନରେ ଯାହା ପରିସ୍ଥିତି ଆସିବ, ମୁକାବିଲା କରିବାକୁ ପଡିଵ । ଜୀବନରେ ଭଲ ସାଙ୍ଗର ବହୁତ ପ୍ରଭାବ ଥାଏ। ତେଣୁ ଭଲ ସାଙ୍ଗ ବାଛନ୍ତୁ । ଆତ୍ମବିଶ୍ୱାସ କମାଉ ଥିବା ସାଙ୍ଗ ଠାରୁ ଦୂରରେ ରହିବାକୁ 5T ସଚିବ କହିଛନ୍ତି । ଗୁରୁ ଓ ଭଗବାନ ଏକା ସମୟରେ ଆସିଲେ, ଗୁରୁଙ୍କୁ ଆଗ ମୁଣ୍ଡିଆ ମାରିବେ । କାରଣ ସେମାନେ ପିଲାଙ୍କୁ ଭଗବାନଙ୍କ ସହ ପରିଚୟ କରନ୍ତି ବୋଲି 5T ସଚିବ କହିଛନ୍ତି । କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି । ଗୁରୁମାନେ ଲିଡର ବାହାର କରନ୍ତି । ପିଲାମାନେ ନିଶା, ସୋସିଆଲ ମିଡିଆ, ମଦଠାରୁ ଦୂରରେ ରୁହିବାକୁ 5T ସଚିବ କହିଛନ୍ତି ।

ନୂତନ ଓଡ଼ିଶା ଗଠନ ପାଇଁ ଷ୍ଟୁଡେଣ୍ଟ ହେଲ୍ପଲାଇନ ପାଇଁ ଆସିଥିବା ପ୍ରସ୍ତାବକୁ ପାଇବେ । କଠିନ ପରିଶ୍ରମ କରିବେ, ଉଜ୍ଜ୍ୱଳ ହେବେ, ସଫାଳ ଜୀବନ ପାଇ ତାଙ୍କୁ ଇମେଲ୍ କରିବାକୁ 5T ସଚିବ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ 5Tରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5Tରେ କଲେଜରେ ସମ୍ପୂର୍ଣ୍ଣ ରୂପାନ୍ତର ୬ମାସ ଭିତରେ ହେବ । ପିଲାମାନେ ଭଲ ପାଠ ପଢିବେ, କଠିନ ପରିଶ୍ରମ କରିବେ, ସ୍ୱପ୍ନ ସାକାର ପାଇଁ ଦିନ ରାତି କାମ କରିବାକୁ 5T ସଚିବ କହିଛନ୍ତି । ଏହା ହିଁ ହେବ ରିଟର୍ଣ୍ଣ ଗିଫ୍ଟ ।

କାହିଁକି ପ୍ରତିବର୍ଷ ଅଗଷ୍ଟରେ ବଢ଼େ ପିଆଜ ଦର? କ’ଣ ରହିଛି ଏହା ପଛର କାରଣ?

ଭୁବନେଶ୍ବର: ଟମାଟୋ ପରେ ଏବେ ପିଆଜ ଦର ବଢ଼ିବାରେ ଲାଗିଛି । ଲାଗୁଛି କିଛି ଦିନ ପରେ ଦର ଶହେ ଛୁଇଁବ । ହେଲେ ସବୁ ବର୍ଷ ଏହି ସମୟରେ ପିଆଜ ଦରରେ କାହିଁକି ନିଆଁ ଲାଗେ? ଏହି ଦର ବଢ଼ି ନଭେମ୍ବରରେ ଆକାଶ ଛୁଆଁ ହୋଇଥାଏ । ଏବେ ପିଆଜ ଦର ପ୍ରତି କେଜି ପିଛା ୧୦ ଟଙ୍କା ବଢ଼ିଛି । ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହାର ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଟମାଟୋ ଚିନ୍ତା ଗଲା ପରେ ଏବେ ପିଆଜ ପୁଣି ଚିନ୍ତା ବଢ଼ାଇଛି । ଏବେ ଧୀରେ ଧୀରେ ପିଆଜ ଦର ବଢ଼ିବା ସହ ଏହାକୁ ନେଇ ରାଜନୀତି ବି ଆରମ୍ଭ ହେଇ ଗଲାଣି ।

କାହିଁକି ବଢ଼ୁଛି ଦର?

ପ୍ରତିବର୍ଷ ପିଆଜ ଦର ବଢ଼ିବାକୁ ରୋକିବା ପାଇଁ ପଦକ୍ଷେପ ବି ନିଆଯାଏ । ପିଆଜର ରପ୍ତାନୀ ଉପରେ ବି ବ୍ୟାନ୍ ଲଗାଇବା ସହ ଷ୍ଟକ୍ ଉପରେ ବି ରୋକ ଲଗାଯାଏ । ସରକାର ଏଜେନ୍ସି ବି ପିଆଜ ବିକ୍ରି ଆରମ୍ଭ କରି ଦେଇଛନ୍ତି । ଚଳିତ ବର୍ଷ ପିଆଜର ରପ୍ତାନୀ ଶୁଳ୍କ ୪୦ ପ୍ରତିଶତ ବଢ଼ାଇ ଦିଆଯାଇଛି । ଯାହାକୁ ନେଇ ଏବେ ବଡ଼ ବେପାରୀ ଏବଂ ଚାଷୀ ଦୁହେଁ ନାରାଜ ଅଛନ୍ତି । ସେମାନେ ପିଆର କାରବାର ନ କରିବାକକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ଫଳ ଏବେ ବଜାର ଉପରେ ପଡ଼ିଛି ।

ଏହା ଛଡ଼ା କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଏହି ସମୟରେ ଖରିଫ ପିଆଜ ବଜାରକୁ ଆସିଥାଏ । ଚଳିତ ଥର ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ହୋଇଥିବା ବର୍ଷା ଫସଲକୁ ଖରାପ କରିଦେଇଛି । ପ୍ରବଳ ବର୍ଷା ଷ୍ଟକ୍ ଉପରେ ବି ପ୍ରଭାବ ପକାଇଛି । ଯାହା ଫଳରେ ବଢ଼ୁଛି ଦର । ଏବେ ନୂଆ ଫସଲ ବଜାରକୁ ଆସିବା ବେଳକୁ ନଭେମ୍ବର ହୋଇଯିବ । ସେତେବେଳ ଯାଏ ପିଆଜ ଦର ଚଢ଼ା ରହିବା ଆଶଙ୍କା କରାଯାଉଛି ।

ଘର ଭିତରେ ଝୁଲି ପଡିଲେ ମା’ ପୁଅ, କାରଣ ଅସ୍ପଷ୍ଟ

ସମ୍ବଲପୁର: ଅଇଁଠାପାଲି ଥାନା ଟାଙ୍ଗରପାଲିରେ ଘରଭିତରୁ ମାଆ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ସେନେଇ ଛାନବିନ ଚଳାଇଛି ପୋଲିସ । ଘରେ କେବଳ ମା ଓ ପୁଅ ରହୁଥିବା ବେଳେ ମାଆ ଜ୍ୟୋତ୍ସ୍ନାରାଣୀ ଦାସ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।

ଆତ୍ମହତ୍ୟା କରିଥିବା ପୁଅ ହେଲେ ସୁଧିର ପଣ୍ଡା । କାହିଁକି ଓ କଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ଘରେ କାମ କରୁଥିବା ଜଣେ ଝିଅ କହିବା ଅନୁସାରେ ଆଜି ସେ ଘରକାମ ପାଇଁ ଯାଇଥିବାବେଳେ ଘର ଭିତରୁ କବାଟ ବନ୍ଦ ରହିଥିଲା । ସେ ଅନ୍ୟ ଏକ ରାସ୍ତାରେ ଯାଇ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପଡୋଶୀଙ୍କୁ ଖବର ଦେଇଥିଲା ।

ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ, ସ୍ତ୍ରୀ ଦେଉଥିଲେ ଗର୍ଭପାତ ବଟିକା

0

ନୂଆଦିଲ୍ଲୀ: ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ । ସ୍ତ୍ରୀ ଦେଉଥିଲେ ଗର୍ଭପାତ ବଟିକା । ସାହାରା ନାଁରେ ଶୋଷଣ କରୁଥିଲେ ସ୍ବାମୀ, ସ୍ତ୍ରୀ । ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଜଘନ୍ୟ ଅପରାଧ ମାମଲାରେ ଦିଲ୍ଲୀ ମହିଳା ଓ ଶିଶୁ ବିକାଶ ବିଭାଗ ଡେପୁଟି ଡାଇରେକ୍ଟରଙ୍କୁ ନୋଟିସ ଜାରି କରିଛି ପୋଲିସ । ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ବାବୁଙ୍କ ଏଭଳି କଳା କାରନାମାକୁ ନେଇ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।

୨୦୨୦ ମସିହା ଅକ୍ଟୋବରରେ ପୀଡ଼ିତା ନାବାଳିକାଙ୍କ ବପାଙ୍କ ମୃତ୍ୟୁ ପରେ ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ ଘରେ ରହି ପାଠ ପଢ଼ୁଥିଲେ । ୨୦୨୦ ନଭେମ୍ବରରୁ ୨୦୨୧ ଜାନୁଆରୀ ମଧ୍ୟରେ ଅଭିଯୁକ୍ତ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ଦୁଇ ମାସ ମଧ୍ୟରେ ଶାରୀରିକ ଓ ଯୌନ ନିର୍ଯାତନା ସହ ଏକାଧିକ ବାର ଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଏପରିକି ନାବାଳିକାଙ୍କ ଗର୍ଭନଷ୍ଟ ପାଇଁ ଅଭିଯୁକ୍ତଙ୍କ ସ୍ତ୍ରୀ ଔଷଧ ଖୁଆଇଥିଲେ ବୋଲି ପୀଡ଼ିତା କହିଛନ୍ତି ।

ମାନସିକ ଭାବେ ଅସୁସ୍ଥ ଥିବାରୁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି କାଉନସେଲିଂ ପରେ ସେ ଡାକ୍ତରଙ୍କୁ ଏସମ୍ପର୍କରେ କହିଛନ୍ତି । ଏ ନେଇ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସରକାରୀ ଅଫିସରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଦୁଇ ଦିନ ପରେ ବି ଗିରଫ କରା ନଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ।

ବେଙ୍ଗାଲୁରୁର ରାସ୍ତା କଡ଼ରୁ କଞ୍ଚାଲଙ୍କା କିଣିଲେ ଜର୍ମାନୀ ମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ବେଙ୍ଗାଲୁରୁ: ରାସ୍ତା କଡ଼ରେ ବସିଥିବା ପରିବା ଦୋକାନୀଠୁ କଞ୍ଚାଲଙ୍କା କିଣିଲେ ଜର୍ମାନୀ ମନ୍ତ୍ରୀ । ସେ କେବଳ ପରିବା କିଣି ନାହାନ୍ତି ୟୁପିଆଇରେ ପେମେଣ୍ଟ କରି କରିଛନ୍ତି । ଜର୍ମାନୀ ମନ୍ତ୍ରୀଙ୍କ ପରିବା କିଣିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଯୁପିଆଇକୁ ସମସ୍ତ ଗ୍ରହଣ କରୁଥିବାରୁ ଆମେ ଯେଉଁଠି ଚାହିଁଲେ ଯେତେବେଳେ ଚାହିଁଲେ ୟୁପିଆଇ କରିଦେଉଛୁ । ଏବେ ଜର୍ମାନୀକୁ ବି ଏହି ୟୁପିଆଇ ବହୁତ ପସନ୍ଦ ଆସିଛି । G20 ଶିଖର ସମ୍ମିଳନୀକୁ ଆସିଥିବା ଜର୍ମାନୀର କେନ୍ଦ୍ରୀୟ ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ଓ୍ବିସିଙ୍ଗ ଭାରତର ୟୁପିଆଇକୁ ସଫଳ ବୋଲି କହିଛନ୍ତି । ୟୁପିଆଇ ପେମେଣ୍ଟକୁ ସେ ବହୁତ ସହଜ ଅନୁଭବ କରି ଏହାର ଫ୍ୟାନ୍ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ୧୯ ଅଗଷ୍ଟ ବେଙ୍ଗାଲୁରୁରେ G20 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ମନ୍ତ୍ରୀ ଭୋଲକର ଓ୍ବିସିଙ୍ଗ । ସମ୍ମିଳନୀ ସରିବା ପରେ ସେ ରାସ୍ତାରେ କିଛି ସମୟ ବୁଲାବୁଲି କରିବା ପରେ ପରିବା ଦୋକାନୀଙ୍କ ପାଖରୁ ପରିବା କିଣିଥିଲେ । ଏହା ପରେ ସେ କ୍ୟାସ୍ ନଦେଇ ୟୁପିଆଇ କରିଥିଲେ । ମନ୍ତ୍ରୀଙ୍କର ପରିବା କିଣିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ଏହା ଟ୍ରେଣ୍ଡ କରିବା ସହ ଅନେକ ଏହାକୁ ବହୁତ ପସନ୍ଦ ବି କରିଛନ୍ତି ।

ଅଗଷ୍ଟ ୩୦ରୁ ଏସିଆ କପ୍, ସେପ୍ଟେମ୍ବର ଦୁଇରେ ଭାରତ-ପାକ୍‌ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ୧୭ଜଣିଆ ସ୍କ୍ବାଡରେ ନବାଗତ ତିଲକ ବର୍ମା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ତେବେ କ୍ୟାପଟେନ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ଇଶାନ କିଷାନ, ମହମ୍ମଦ ସାମି, ମହମ୍ମଦ ସିରାଜ ପ୍ରମୁଖ ସାମିଲ ହୋଇଛନ୍ତି । ଆଘାତ ପରେ ଟିମକୁ ଫେରିଛନ୍ତି ଶ୍ରେୟଶ ଆୟର, କେ ଏଲ ରାହୁଲ । ଆୟର୍ଲାଣ୍ଡ ସହ ଖେଳୁଥିବା ପେସ ବୋଲର ଯଶପ୍ରୀତ ବୁମରା ମଧ୍ୟ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଟିମର ଉପଅଧିନାୟକ ଦାୟିତ୍ବ ତୁଲାଇବେ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ଚାଲିବ ଏସିଆ କପ । ସେପ୍ଟେମ୍ବର ଦୁଇରେ ଭାରତ-ପାକ ମୁକାବିଲା ହେବ ।

ରୋହିତ ଶର୍ମା (ଅଧିନାୟକ)
ଶୁଭମନ ଗିଲ
ବିରାଟ କୋହଲି
ଶ୍ରେୟସ ଆୟର
କେ ଏଲ ରାହୁଲ
ତିଲକ ବର୍ମା
ଇଷାନ କିଶାନ
ସୂର୍ଯ୍ୟ କୁମାର ଯାଦବ
ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ)
ରବୀନ୍ଦ୍ର ଜାଡେଜା
ଅକ୍ଷର ପଟେଲ
ଶାର୍ଦ୍ଦୁଲ ଠାକୁର
କୁଲଦୀପ ଯାଦବ
ମହମ୍ମଦ ସିରାଜ
ଯଶପ୍ରୀତ ବୁମରା
ମହମ୍ମଦ ସାମି
ପ୍ରସିଦ୍ଧ କ୍ରିଷ୍ଣା
ବ୍ୟାକ ଅପ ଖେଳାଳି- ସଞ୍ଜୁ ସାମସନ

CWCରେ ଓଡ଼ିଶା ନେତାଙ୍କୁ ସ୍ଥାନ ଦେବାକୁ ପ୍ରସ୍ତାବ ଦେବେ ପିସିସି ସଭାପତି

0

ଭୁବନେଶ୍ବର: ଓଡ଼ିଶା କଂଗ୍ରେସକୁ AICCର ଅଣଦେଖା । ଗତକାଲି AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂ କମିଟି ଗଠନ କରିଥିବା ବେଳେ ଏଥିରେ ରାଜ୍ୟ କଂଗ୍ରେସର କେହି ବି ଜଣେ ନାହାନ୍ତି । କେବଳ ଇନଚାର୍ଜ ଭାବେ ଭକ୍ତଚରଣ ଦାସଙ୍କୁ CWCରେ ସ୍ଥାନ ମିଳିଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଓଡ଼ିଶାକୁ AICC ସବୁବେଳେ ଉପେକ୍ଷା କରୁଥିବା ରାଜ୍ୟ କଂଗ୍ରେସ ନେତାମାନେ କହିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଓ ଖଡ଼ଗେଙ୍କୁ ଚିଠି ଲେଖି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେପଟେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ରେସରେ ନ ଥିଲି । CWCରେ ଓଡ଼ିଶା ନେତାଙ୍କ ବୋଧହୁଏ ଆବଶ୍ୟକତା ନାହିଁ । ଓଡ଼ିଶାକୁ ଏଆଇସିସି ଫୋକସ୍‌ କରୁନାହିଁ । ତେବେ CWCରେ ଓଡ଼ିଶାର ଦୁଇ ତିନିଜଣଙ୍କୁ ସ୍ଥାନ ଦେବାକୁ ଦିଲ୍ଲୀ ଯାଇ ଖଡ଼ଗେଙ୍କୁ ପ୍ରସ୍ତାବ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।