CWCରେ ଓଡ଼ିଶା ନେତାଙ୍କୁ ସ୍ଥାନ ଦେବାକୁ ପ୍ରସ୍ତାବ ଦେବେ ପିସିସି ସଭାପତି

1 min read

ଭୁବନେଶ୍ବର: ଓଡ଼ିଶା କଂଗ୍ରେସକୁ AICCର ଅଣଦେଖା । ଗତକାଲି AICC ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂ କମିଟି ଗଠନ କରିଥିବା ବେଳେ ଏଥିରେ ରାଜ୍ୟ କଂଗ୍ରେସର କେହି ବି ଜଣେ ନାହାନ୍ତି । କେବଳ ଇନଚାର୍ଜ ଭାବେ ଭକ୍ତଚରଣ ଦାସଙ୍କୁ CWCରେ ସ୍ଥାନ ମିଳିଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଓଡ଼ିଶାକୁ AICC ସବୁବେଳେ ଉପେକ୍ଷା କରୁଥିବା ରାଜ୍ୟ କଂଗ୍ରେସ ନେତାମାନେ କହିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଓ ଖଡ଼ଗେଙ୍କୁ ଚିଠି ଲେଖି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେପଟେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ରେସରେ ନ ଥିଲି । CWCରେ ଓଡ଼ିଶା ନେତାଙ୍କ ବୋଧହୁଏ ଆବଶ୍ୟକତା ନାହିଁ । ଓଡ଼ିଶାକୁ ଏଆଇସିସି ଫୋକସ୍‌ କରୁନାହିଁ । ତେବେ CWCରେ ଓଡ଼ିଶାର ଦୁଇ ତିନିଜଣଙ୍କୁ ସ୍ଥାନ ଦେବାକୁ ଦିଲ୍ଲୀ ଯାଇ ଖଡ଼ଗେଙ୍କୁ ପ୍ରସ୍ତାବ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।