ଗରିବଙ୍କ ରକ୍ଷା କବଚ ମୁଖ୍ୟମନ୍ତ୍ରୀ ନବୀନ, ଖବର ଦେଖିବା କ୍ଷଣି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଯୋଗାଇଲେ ସାହାଯ୍ୟ

ବଲାଙ୍ଗୀର: ଦରଦୀର ବନ୍ଧୁ । ଗରିବଙ୍କ ରକ୍ଷା କବଚ । ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନନ୍ଦିଘୋଷ ଟିଭରେ ଖବର ଦେଖି ଜଣେ ଅସହାୟ ପରିବାରକୁ ତୁରନ୍ତ ସହାୟତା ଯୋଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତାରା ପଞ୍ଚାୟତର ଦୁଇ ଶିଶୁଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ । ଶିଶୁଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ଉଭୟଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଛି । ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଉଛି ।

ଆସନ୍ତା ଦୁଇଦିନ ମଧ୍ୟରେ ଭାଇ ଭଉଣୀଙ୍କ ପାଇଁ ଅଧିକ ଚିକିତ୍ସାର ବନ୍ଦୋବସ୍ତ କରାଯିବ ବୋଲି ଜଣାପଡ଼ିଛି । ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ଦେଖି ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ସୁଭଦ୍ରା ସ୍ବାମୀକୁ ହରାଇଥିବା ବେଳେ ଏବେ ତାଙ୍କ ସାତ ବର୍ଷର ପୁଅ ବୈଦନାଥ ଓ ଦୁଇ ବର୍ଷର ଝିଅ ପୂର୍ଣ୍ଣି ରୋଗାଗସ୍ତ । ଜଣେ ଆଖି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଜଣେ କାନ ରୋଗରେ ପୀଡିତ ଅଛନ୍ତି ।