ବେଙ୍ଗାଲୁରୁର ରାସ୍ତା କଡ଼ରୁ କଞ୍ଚାଲଙ୍କା କିଣିଲେ ଜର୍ମାନୀ ମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

1 min read

ବେଙ୍ଗାଲୁରୁ: ରାସ୍ତା କଡ଼ରେ ବସିଥିବା ପରିବା ଦୋକାନୀଠୁ କଞ୍ଚାଲଙ୍କା କିଣିଲେ ଜର୍ମାନୀ ମନ୍ତ୍ରୀ । ସେ କେବଳ ପରିବା କିଣି ନାହାନ୍ତି ୟୁପିଆଇରେ ପେମେଣ୍ଟ କରି କରିଛନ୍ତି । ଜର୍ମାନୀ ମନ୍ତ୍ରୀଙ୍କ ପରିବା କିଣିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ଯୁପିଆଇକୁ ସମସ୍ତ ଗ୍ରହଣ କରୁଥିବାରୁ ଆମେ ଯେଉଁଠି ଚାହିଁଲେ ଯେତେବେଳେ ଚାହିଁଲେ ୟୁପିଆଇ କରିଦେଉଛୁ । ଏବେ ଜର୍ମାନୀକୁ ବି ଏହି ୟୁପିଆଇ ବହୁତ ପସନ୍ଦ ଆସିଛି । G20 ଶିଖର ସମ୍ମିଳନୀକୁ ଆସିଥିବା ଜର୍ମାନୀର କେନ୍ଦ୍ରୀୟ ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ଓ୍ବିସିଙ୍ଗ ଭାରତର ୟୁପିଆଇକୁ ସଫଳ ବୋଲି କହିଛନ୍ତି । ୟୁପିଆଇ ପେମେଣ୍ଟକୁ ସେ ବହୁତ ସହଜ ଅନୁଭବ କରି ଏହାର ଫ୍ୟାନ୍ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ୧୯ ଅଗଷ୍ଟ ବେଙ୍ଗାଲୁରୁରେ G20 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ମନ୍ତ୍ରୀ ଭୋଲକର ଓ୍ବିସିଙ୍ଗ । ସମ୍ମିଳନୀ ସରିବା ପରେ ସେ ରାସ୍ତାରେ କିଛି ସମୟ ବୁଲାବୁଲି କରିବା ପରେ ପରିବା ଦୋକାନୀଙ୍କ ପାଖରୁ ପରିବା କିଣିଥିଲେ । ଏହା ପରେ ସେ କ୍ୟାସ୍ ନଦେଇ ୟୁପିଆଇ କରିଥିଲେ । ମନ୍ତ୍ରୀଙ୍କର ପରିବା କିଣିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ଏହା ଟ୍ରେଣ୍ଡ କରିବା ସହ ଅନେକ ଏହାକୁ ବହୁତ ପସନ୍ଦ ବି କରିଛନ୍ତି ।