spot_img
Home Blog Page 2742

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନଙ୍କ ନାଁରେ ନାମିତ ହେଲା ଅନୁଗୁଳର ବ୍ରାହ୍ମଣୀ ନଦୀ ସେତୁ

ଭୁବନେଶ୍ୱର: ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାଁରେ ନାମିତ ହୋଇଛି ଅନୁଗୁଳ ଜିଲ୍ଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗତ ଜୁଲାଇ ୧୧ ତାରିଖରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ତାଙ୍କ ନାମରେ ନାମିତ କରିବାକୁ ଜନସାଧାରଣ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ । ତାଙ୍କ ସ୍ମୃତିରେ ସେତୁର ନାମକରଣ କରିଛନ୍ତି ରାଜ୍ୟ ସରକାର । ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ସିଲିଙ୍ଗଠାରୁ ତାଳପଦା ରାସ୍ତାକୁ ଯୋଡୁଛି । ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ସେତୁର ନିର୍ମାଣ କରାଯାଇଛି ।

କାଉଡ଼ିଆଙ୍କୁ ନେଇ ଯାଉଥିବା ଅଟୋ ଉପରେ ଚଢିଗଲା କଣ୍ଟେନର, ୩ଜଣଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇ ଯାଉଥିବା ଅଟୋ ଉପରେ ଚଢିଗଲା କଣ୍ଟେନର । ୩ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ଘରେ ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । କାଉଡ଼ିଆମାନେ ପାଟଣା ଶିବ ମନ୍ଦିରରେ ଜଳଲାଗି କରି ଅଟୋରେ ଘରକୁ ଫେରୁଥିଲେ । ଖିରେଇଟାଙ୍ଗିରି ଟୋଲଗେଟ ନିକଟରେ ଅଟୋକୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ତିନି ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ପୃଥିବୀଠୁ ଦୂରଉଛି ଚନ୍ଦ୍ର, ବଢ଼ୁଛି ଚନ୍ଦ୍ର ଏବଂ ପୃଥିବୀ ଭିତରେ ଦୂରତା

ନୂଆଦିଲ୍ଲୀ: ୨୩ ଅଗଷ୍ଟରେ ଚନ୍ଦ୍ରରେ ପାଦ ଦେବ ଭାରତ । ଏବେଠୁ ସମସ୍ତେ ଉତ୍ସାହିତ । ଚନ୍ଦ୍ରପୃଷ୍ଠର ଦକ୍ଷୀଣ ମେରୁରେ ଚନ୍ଦ୍ରଯାନ-୩ ପାଦ ଥାପିବ ।  ଏବେ ଲୋକେ ଚନ୍ଦ୍ରର ନିକଟତର ହେଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଚନ୍ଦ୍ର ଏବେ ପୃଥିବୀଠୁ ଦୂରେଇ ଦୂରେଇ ଯାଉଛି । ଚନ୍ଦ୍ର ପୃଥିବୀଠୁ ଦୂରେଇ ଯିବା ଘଟଣା କାହିଁ କେତେ ବର୍ଷ ପୂର୍ବରୁ ଚାଲି ଆସିଛି ।

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ଚନ୍ଦ୍ର ପ୍ରତି ବର୍ଷ ୩.୮ସେମି ପୃଥିବୀଠୁ ଦୂରକୁ ଯାଉଛି । ଏହାର କାରଣ ହେଉଛି ମହାକାଶରେ ଗ୍ରହର ଭାରୀପଣ । ପ୍ରତେକ ଗ୍ରହର ନିଜର ଓଜନ ରହିଛି । ସମସ୍ତ ଗ୍ରହ ପରସ୍ପରକୁ ଆକର୍ଷିତ କରୁଛନ୍ତି । ଏହି କାରଣରୁ ଚନ୍ଦ୍ର ପୃଥିବୀଠୁ ଦୂରେଇ ଯାଉଛି । ଏହାକୁ ନେଇ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଆକର୍ଷିତ କାରଣରୁ ପୃଥିବୀରୁ ଡାଇନୋସର୍ ପ୍ରଜାତି ଲୋପ ପାଇଛନ୍ତି ।

ବର୍ତ୍ତମାନ ଚନ୍ଦ୍ରଠାରୁ ଆମେ ୩ ଲକ୍ଷ ୮୪ ହଜାର ୪ଶହ କିମି ଦୂରରେ ଅଛୁ । ବୈଜ୍ଞାନିକଙ୍କ କହିବା ଅନୁସାରେ, ପ୍ରାୟ ୨୪୫ କୋଟି ବର୍ଷ ପୂର୍ବରୁ ଚନ୍ଦ୍ର ଆମଠୁ ୩ ଲକ୍ଷ ୨୧ ହଜାର ୮୬୯ କିମି ଦୂରରେ ଥିଲା । ଏବେ ଏହି ଦୂରତା ୬୨ ହଜାର ୫୩୧ କିମି ବୃଦ୍ଧି ହୋଇଛି ।

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ୨୪୫ ନିୟୁତ ବର୍ଷ ପୂର୍ବରୁ ଚନ୍ଦ୍ର ଯେତେବେଳେ ପୃଥିବୀର ନିକଟରେ ଥିଲା ସେତେବେଳେ ଗୋଟିଏ ଦିନ ୧୬. ୯ ଘଣ୍ଟାର ଥିଲା । ସମୟ ବିତିବା ପରେ ଏହା ୨୪ ଘଣ୍ଟାରେ ପହଞ୍ଚିଛି ।

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହେଲା ଚାର୍ଜଫ୍ରେମ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ଆଉ ଦୁଇ ଜଣଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ ହୋଇଛି । ଦୁଇ ଜଣ ହେଲେ ଆକାଶ ପାଠକ ଏବଂ ସର୍ବେଶ୍ବର ରାଓ । ଆକାଶ ହେଉଛନ୍ତି ବହିଷ୍କୃତ IFS ଅଭୟ ପାଠକଙ୍କ ପୁଅ ଓ ସର୍ବେଶ୍ୱର ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ । ସର୍ବେଶ୍ବରଙ୍କ ଜରିଆରେ ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।

ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁଥିଲେ ବୋଲି ମିଛ କହିଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରକୃତରେ ଟାଟା ମୋଟର୍ସରେ ଆକାଶ ପାଠକ ଚାକିରି କରୁନଥିଲେ । ପବ୍ଲିକ ସର୍ଭାଣ୍ଟ ହୋଇ ଲୋକଙ୍କଠୁ ପ୍ରଦୀପ ଆଦାୟ କରିଥିଲେ ଟଙ୍କା । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପ୍ରଦୀପ ପାଣିଗ୍ରାହୀ, ସର୍ବେଶ୍ବର ଏବଂ ଆକାଶ ପାଠକ ଗିରଫ ହୋଇଥିଲେ । ଜାମିନରେ ଆସିବା ପରେ ସ୍ବତନ୍ତ୍ର କୋର୍ଟରେ ପ୍ରଦୀପ କରିଥିଲେ ଡିସଚାର୍ଜ ପିଟିସନ । ଡିସଚାର୍ଜ ପିଟିସିନକୁ ଖାରଜ କରିଥିଲେ ସ୍ବତନ୍ତ୍ର କୋର୍ଟ । ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରଦୀପ । ହାଇକୋର୍ଟ ମଧ୍ୟ ପ୍ରଦୀପଙ୍କ ଆବେଦନକୁ କରିଥିଲେ ଖାରଜ । ଆବେଦନ ଖାରଜ ହେବା ପରେ ଆଜି ହୋଇଛି ଚାର୍ଜଫ୍ରେମ । ଚାର୍ଜଫ୍ରେମ ବେଳେ ସ୍ବତନ୍ତ୍ର ଅଦାଲତରେ ପ୍ରଦୀପ ହାଜର ହୋଇଥିଲେ । ଚାର୍ଜଫ୍ରେମ ପରେ ମାମଲାର ଶୁଣାଣି ଆରମ୍ଭ ହୋଇଛି ।

ଭାରତକୁ ଚେତାବନୀ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତକୁ ଚେତାବନୀ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ,ମୁଁ ଯଦି ରାଷ୍ଟ୍ରପତି ହୁଏ ତାହାଲେ ଭାରତରୁ ଆମଦାନୀ ହେଉଥିବା ଜିନିଷ ଉପରେ ଅଧିକ ଟ୍ୟାକ୍ସ ଲଗାଇବି । କେବଳ ଏତିକି ନୁହେଁ ଆମେରିକାର ପ୍ରଡକ୍ଟ ହାରଲେ ଡେଭିଡସନ୍ ବାଇକ୍ ଉପରେ ଲଗାଯାଉଥିବା ଟ୍ୟାକ୍ସ କଥା ବି କହିଛନ୍ତି ଟ୍ରମ୍ପ ।

୨୦୨୪ ରାଷ୍ଟ୍ରପତି ନର୍ବାଚନରେ ସେ ଯଦି ଜିତନ୍ତି ତାହାଲେ ହାରଲେ ଡେଭିଡସନ୍ ବାଇକ ଉପରେ ଭାରତ ଲଗାଇଥିବା ଟ୍ୟାକ୍ସ ଭଳି ଭାରତର ବିଭିନ୍ନ ପ୍ରଡକ୍ଟ ଉପରେ ସେ ମଧ୍ୟ ଟ୍ୟାକ୍ସ ଲଗାଇବେ ବୋଲି ଧମକ ଦେଇଛନ୍ତି । ଏହା ସହ ଯେ କହିଛନ୍ତି ଯେ, ଯଦି ଭାରତ ଆମ ପ୍ରଡକ୍ଟ ଉପରେ ଟ୍ୟାକ୍ସ ଲଗାଉଛି ଏଭଳି ପରିସ୍ଥିତିରେ କିପରି ବ୍ୟାପାର କରିବୁ । ଭାରତ ଆମ ଉପରେ ଶହେ ପ୍ରତିଶତ, ୧୫୦ ପ୍ରତିଶତ ଏବଂ ୨ଶହ ପ୍ରତିଶତ ଟ୍ୟାକ୍ସ ଲଗାଉଛି । ଭାରତ ତାର ମୋଟର ସାଇକେଲ ବିନା କୌଣସି ଟ୍ୟାକ୍ସରେ ଆମ ଦେଶରେ ବିକି ପାରିବ । କିନ୍ତୁ ଆମ କଥା ଆସିଲା ବେଳକୁ ଭାରତ ବହୁତ ଟ୍ୟାକ୍ସ ଲଗାଉଛି । ଏଥିପାଇଁ ଆମ ବାଇକ୍ କେହି କିଣିବାକୁ ପସନ୍ଦ କରୁନାହାନ୍ତି । ଏଥିପାଇଁ ଟ୍ରମ୍ପ ରାଷ୍ଟ୍ରପତି ହେଲେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବେ ବୋଲି କହିଛନ୍ତି ।

ବାଲେଶ୍ବର ରେଳଷ୍ଟେସନ ରୋଡରୁ କୋଟିଏ ୧୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ

ବାଲେଶ୍ୱର: କୋଟିଏ ୧୦ ଲକ୍ଷର ବ୍ରାଉନସୁଗାର ଜବତ । ବାଲେଶ୍ବର ରେଳଷ୍ଟେସନ ରୋଡରୁ ଜବତ କଲା ଏସଟିଏଫ । ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ବାଲୁବଜାରର ସେକ୍ ଫୟାଜ, ସେକ୍ ସାମସେଦ, ସେକ୍ ମୁରାଦ ଓ ପାତ୍ରପଡ଼ାର ସନ୍ଦୀପ ନାୟକ । ବ୍ରାଉନସୁଗାର ବ୍ୟବସାୟ ଚାଲୁଥିବା ଖବର ପାଇଁ ଛଦ୍ମବେଶରେ ଜଗି ରହିଥିଲା ଏସଟିଏଫ । ଅଭିଯୁକ୍ତଙ୍କ ନିକଟରୁ ୧ କେଜି ୧୦୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅଭିଯୁକ୍ତଙ୍କ ଘରର ବାଲେଶ୍ବର ଜିଲ୍ଲାରେ ବୋଲି ଜଣାପଡିଛି ।

କ୍ରୀଡା କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ତିନି ଆଇରନମ୍ୟାନଙ୍କୁ ସମ୍ମାନିତ କଲା କ୍ରୀଡା ଓ ଯୁବଶକ୍ତି ବିଭାଗ

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ତିନି ଆଇରନମ୍ୟାନଙ୍କୁ ସମ୍ମାନିତ କଲା କ୍ରୀଡା ଓ ଯୁବଶକ୍ତି ବିଭାଗ । ସୌଭାଗ୍ୟ କୁମାର ରଥ, ଡକ୍ଟର ରଞ୍ଜନ କୁମାର ସାହୁ ଏବଂ ବିଜୟ କୁମାର ଦାସଙ୍କୁ ଆଜି ବିଭାଗ ପକ୍ଷରୁ ସମ୍ମାନୀତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଶ୍ବ ଟ୍ରାଇଥୋଲୋନ୍ କ୍ଷେତରେ ସମସ୍ତେ ଆଇରନ୍ ମ୍ୟାନ ଟାଇଟଲ ହାସଲ କରିଛନ୍ତି । ୨୦୧୯ ଓ ୨୦୨୨ରେ ହମବର୍ଗ ଏବଂ କାଜିକିସ୍ତାନରେ ଆୟୋଜିତ ଟ୍ରାଇଥୋଲୋନ୍ ପ୍ରତିଯୋଗିତାରେ ସୌଭାଗ୍ୟ କୁମାର ରଥ ଆଇରନମ୍ୟାନ ଟାଇଟଲ ହାସଲ କରିଛନ୍ତି । ୨୦୧୩ରେ ମଧ୍ୟ ମାଉଣ୍ଟ ଇଲବ୍ରୁସରେ ଟାଇଟଲ ହାସଲ କରିଛନ୍ତି ସୌଭାଗ୍ୟ । ସେହିଭଳି ବିଜୟ କୁମାର ଦାସ କାଜିକାସ୍ତାନରେ ୨୦୨୨ରେ ଆଇରନମ୍ୟାନ ଟାଇଟଲ ହାସଲ କରିଛନ୍ତି । ରଞ୍ଜନ କୁମାର ସାହୁ କାଜିକିସ୍ତାନରେ ୨୦୨୩ରେ ଏହି ଟାଇଟଲ ହାସଲ କରିଛନ୍ତି । ଓଡ଼ିଶା ପାଇଁ ସମସ୍ତେ ଗୌରବ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ।

ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ବୃଦ୍ଧି ହୋଇଛି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ନବୀନ ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଉପକୃତ ହେବେ ଅଧିକ ଚାଷୀ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବୀମା ପ୍ରିମିୟମ ସମ୍ପୂର୍ଣ୍ଣ ବହନ କରିବେ ରାଜ୍ୟ ସରକାର । ପୂର୍ବ ବର୍ଷ ୧୦ରୁ ୧୧ ଲକ୍ଷ ଚାଷୀ ପଞ୍ଜିକୃତ ହେଉଥିଲେ । ଚଳିତ ବର୍ଷ ଖରିଫରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ୨୩ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଛନ୍ତି । ପ୍ରଥମ ଥର ପାଇଁ ୧ ଟଙ୍କା ପ୍ରିମିୟମରେ ୫ ଏକର ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ ଟଙ୍କା ପ୍ରିମିୟମ୍‌ରେ ବୀମାଭୁକ୍ତ ହେବେ । ପ୍ରିମିୟମ ବାବଦ ଅର୍ଥ ସମ୍ପୂର୍ଣ୍ଣ ବହନ କରିବେ ରାଜ୍ୟ ସରକାର ।

ଚଳିତ ବର୍ଷଠାରୁ ଖରିଫରେ ଅଣଧାନ ଫସଲ ଯେପରିକି ଶସ୍ୟ, ଡାଲି ଜାତୀୟ, ତୈଳବୀଜ ଚାଷ ବାବଦରେ ବୀମାଭୁକ୍ତ ରାଶି ବାବଦରେ ଚାଷୀଙ୍କୁ ଦେବାକୁ ପଡ଼ିବ ମାତ୍ର ୨ ପ୍ରତିଶତ । ଅର୍ଥକରୀ ଫସଲ ପାଇଁ ବୀମାଭୁକ୍ତ ରାଶି ବାବଦରେ ଚାଷୀଙ୍କୁ ଦେବାକୁ ପଡ଼ିବ ମାତ୍ର ୫ ପ୍ରତିଶତ । ସେହିପରି ରବି ଋତୁ ପାଇଁ ଖାଦ୍ୟଶସ୍ୟ ଫସଲ ପାଇଁ ବୀମାଭୁକ୍ତ ରାଶି ବାବଦରେ ଚାଷୀ ଦେବେ ୧.୫ ପ୍ରତିଶତ ଓ ଅର୍ଥକରୀ ଫସଲ ବାବଦରେ ଚାଷୀ ପ୍ରିମିୟମ ବାବଦରେ ପ୍ରଦାନ କରିବେ ୫ ପ୍ରତିଶତ । ଅଦିନିଆ ବର୍ଷା ଜନିତ ବନ୍ୟା, ନିଅଣ୍ଟିଆ ବର୍ଷା ଜନିତ ମରୁଡ଼ି ଓ ବାତ୍ୟା ପରି ଦୁର୍ବିପାକରେ ଫସଲ ନଷ୍ଚ ହେଲେ ଚାଷୀ ପାଇବେ କ୍ଷତିପୂରଣ ।

ପୂର୍ବରୁ ରାଜ୍ୟରେ ଏତେ ସଂଖ୍ୟକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା କରୁନଥିଲେ । ହିସାବ ଅନୁଯାୟୀ ୫୦ ଲକ୍ଷ ଚାଷୀ ପରିବାର ଭିତରୁ ମାତ୍ର ୧୦ ବୀମା କରୁଥିଲେ । ମୋଟ ୪୫ ହେକ୍ଟର ଜମିରୁ ମାତ୍ର ୧୦ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତି ଭରଣା ପାଇଁ ବୀମାଭୁକ୍ତ ହେଉଥିଲା । କିନ୍ତୁ ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମବାୟ ବିଭାଗ ଓ ରାଜ୍ୟ ସରକାର ସଂସ୍କାରମୂଳକ ପଦକ୍ଷେପ ସ୍ବରୁପ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କର ୨ ହେକ୍ଟର ଜମି ପର୍ଯ୍ୟନ୍ତ ବୀମା ରାଶି ପ୍ରିମିୟମ୍‌ ସମ୍ପୂର୍ଣ୍ଣ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୩ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ପାଇଁ ଜୁଲାଇ ୩୧ ତାରିଖ ଧାର୍ଯ୍ୟ କରାଯାଇଥିଲା ।

କିନ୍ତୁ ଗରିବ ଚାଷୀଙ୍କ ସୁବିଧା ପାଇଁ ଏହାକୁ ଆଉ ଅଧିକ ୫ ଦିନ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର । ଚାଷୀଙ୍କ ପ୍ରିମିୟମ ବାବଦରେ ସରକାର ବହନ କରିବେ ୮୫୦ କୋଟି ଟଙ୍କା । ୨୦୧୬ରୁ ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ ହେବା ପରଠୁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ବହନ କରୁଥିବାବେଳେ ରାଜ୍ୟ ସରକାର ବହନ କରିଆସୁଛନ୍ତି ବାକି ୫୦ ପ୍ରତିଶତ । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଚଳିତବର୍ଷଠାରୁ ଉପକୃତ ହେବେ ୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହାସହିତ ୪ ଲକ୍ଷ ମହିଳା ଚାଷୀ ବୀମା କରିବାକୁ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି । ଫସଲ ବୀମା ନେଇ ଚାଷୀଙ୍କ ଭିତରେ ସଚେତନତା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଓଡ଼ିଶାରୁ ଅଧିକରୁ ଅଧିକ ଚାଷୀ ବୀମାଭୁକ୍ତ ହେବ ବୋଲି ଆଶା ରଖିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

କ୍ୟାପିଟାଲ ହସ୍ପିଟାଲରେ ଦୁଇଜଣ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ହସ୍ପିଟାଲ କାଜୁଆଲଟିରେ ଡ୍ୟୁଟି କରୁଥିବା ୨ଜଣ ଡାକ୍ତରଙ୍କ କଲାର ଧରି ଘୋଷାଡ଼ିବା ସହିତ ମାଡ଼ ମରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଅଭିଯୋଗ ଅନୁସାରେ କ୍ଷୀରୋଦ ଦେଓ ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ କାଜୁଆଲଟିରେ ପହଞ୍ଚିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କାଜୁଆଲଟିରେ ଭର୍ତି କରାଯାଇଥିଲା । ନିର୍ଦ୍ଦେଶକଙ୍କ କହିବା ଅନୁସାରେ ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ କ୍ଷୀରୋଦଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଥିଲା ।

ଡାକ୍ତରମାନେ ତାଙ୍କୁ ରିସିଭ୍ ତେଡ୍ ଘୋଷଣା କରିବାରୁ କ୍ଷୀରୋଦ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଘଟଣାରେ କ୍ଷୀରୋଦ ଦେଓ ନାମକ ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲର ଫାଣ୍ଡିରେ ଅଟକ ରଖାଯାଇଛି । ସେପଟେ କ୍ଷୀରୋଦଙ୍କ କହିବା ଅନୁସାରେ ମା’ଙ୍କୁ ରାତି ସାଢ଼େ ୧୨ଟା ସମୟରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରିଥିଲେ । ବାରମ୍ବାର କହିବା ସତ୍ତ୍ବେ ଡାକ୍ତର ଶୁଣି ନଥିଲେ । ମା’ଙ୍କ ମୃତ୍ୟୁ ଖବର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଡାକ୍ତରଙ୍କୁ ମାଡ଼ମାରିଥିବା ସ୍ୱୀକାର କରିଛନ୍ତି । ମୃତ ମା’ଙ୍କ ଶେଷକୃତ୍ୟ ପାଇଁ ଗଣମାଧ୍ୟମ ଆଗରେ ନେହୁରା ହୋଇଛନ୍ତି କ୍ଷୀରୋଦ । ଅନ୍ୟପଟେ OMSA ସଭାପତି କହିଛନ୍ତି ଡାକ୍ତରଙ୍କୁ ମାଡ଼ ମାରିବା ଧର୍ତ୍ତବ୍ୟ ଅପରାଧ । ଏହି ଘଟଣାରେ NSA ଭଳି ସଙ୍ଗୀନ ଦଫା ଲାଗିବ ।

ଚନ୍ଦ୍ରଯାନ-3କୁ କଟାକ୍ଷ କରି ଟ୍ରୋଲ ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-3କୁ କଟାକ୍ଷ କରି ଟ୍ରୋଲ ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ପରେ ୟୁଜର୍ସ ତାଙ୍କୁ ଜୋରଦାର ଟ୍ରୋଲ କରୁଛନ୍ତି । ଲୁଙ୍ଗି, ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଚା’ ଛାଣୁଥିବାର ଏକ କାର୍ଟୁନ ପୋଷ୍ଟ କରିଛନ୍ତି ପ୍ରକାଶ ରାଜ୍ । କ୍ୟାପସନ ଲେଖିଛନ୍ତି, ବ୍ରକିଂ ନ୍ୟୁଜ୍- ଚନ୍ଦ୍ରମାରୁ ଆସିଥିବା ପ୍ରଥମ ଫଟୋ । ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି । ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରୁଥିବା ବେଳେ କେତେଜଣ ତାଙ୍କ ସମର୍ଥନରେ ମଧ୍ୟ ଟୁଇଟ କରୁଛନ୍ତି । ଦିନକ ପରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ଚନ୍ଦ୍ରଯାନ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଶା ବଢୁଥିବା ବେଳେ ଏବେସୁଦ୍ଧା ସମସ୍ତ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି ।