କ୍ରୀଡା କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ତିନି ଆଇରନମ୍ୟାନଙ୍କୁ ସମ୍ମାନିତ କଲା କ୍ରୀଡା ଓ ଯୁବଶକ୍ତି ବିଭାଗ

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ତିନି ଆଇରନମ୍ୟାନଙ୍କୁ ସମ୍ମାନିତ କଲା କ୍ରୀଡା ଓ ଯୁବଶକ୍ତି ବିଭାଗ । ସୌଭାଗ୍ୟ କୁମାର ରଥ, ଡକ୍ଟର ରଞ୍ଜନ କୁମାର ସାହୁ ଏବଂ ବିଜୟ କୁମାର ଦାସଙ୍କୁ ଆଜି ବିଭାଗ ପକ୍ଷରୁ ସମ୍ମାନୀତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଶ୍ବ ଟ୍ରାଇଥୋଲୋନ୍ କ୍ଷେତରେ ସମସ୍ତେ ଆଇରନ୍ ମ୍ୟାନ ଟାଇଟଲ ହାସଲ କରିଛନ୍ତି । ୨୦୧୯ ଓ ୨୦୨୨ରେ ହମବର୍ଗ ଏବଂ କାଜିକିସ୍ତାନରେ ଆୟୋଜିତ ଟ୍ରାଇଥୋଲୋନ୍ ପ୍ରତିଯୋଗିତାରେ ସୌଭାଗ୍ୟ କୁମାର ରଥ ଆଇରନମ୍ୟାନ ଟାଇଟଲ ହାସଲ କରିଛନ୍ତି । ୨୦୧୩ରେ ମଧ୍ୟ ମାଉଣ୍ଟ ଇଲବ୍ରୁସରେ ଟାଇଟଲ ହାସଲ କରିଛନ୍ତି ସୌଭାଗ୍ୟ । ସେହିଭଳି ବିଜୟ କୁମାର ଦାସ କାଜିକାସ୍ତାନରେ ୨୦୨୨ରେ ଆଇରନମ୍ୟାନ ଟାଇଟଲ ହାସଲ କରିଛନ୍ତି । ରଞ୍ଜନ କୁମାର ସାହୁ କାଜିକିସ୍ତାନରେ ୨୦୨୩ରେ ଏହି ଟାଇଟଲ ହାସଲ କରିଛନ୍ତି । ଓଡ଼ିଶା ପାଇଁ ସମସ୍ତେ ଗୌରବ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ।