କ୍ୟାପିଟାଲ ହସ୍ପିଟାଲରେ ଦୁଇଜଣ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

1 min read

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ହସ୍ପିଟାଲ କାଜୁଆଲଟିରେ ଡ୍ୟୁଟି କରୁଥିବା ୨ଜଣ ଡାକ୍ତରଙ୍କ କଲାର ଧରି ଘୋଷାଡ଼ିବା ସହିତ ମାଡ଼ ମରାଯାଇଥିବା ନେଇ କ୍ୟାପିଟାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଅଭିଯୋଗ ଅନୁସାରେ କ୍ଷୀରୋଦ ଦେଓ ନାମକ ଜଣେ ଯୁବକ ତାଙ୍କ ମା’ଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ କାଜୁଆଲଟିରେ ପହଞ୍ଚିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କାଜୁଆଲଟିରେ ଭର୍ତି କରାଯାଇଥିଲା । ନିର୍ଦ୍ଦେଶକଙ୍କ କହିବା ଅନୁସାରେ ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ କ୍ଷୀରୋଦଙ୍କ ମା’ଙ୍କ ମୃତ୍ୟୁ ହୋଇସାରିଥିଲା ।

ଡାକ୍ତରମାନେ ତାଙ୍କୁ ରିସିଭ୍ ତେଡ୍ ଘୋଷଣା କରିବାରୁ କ୍ଷୀରୋଦ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ଘଟଣାରେ କ୍ଷୀରୋଦ ଦେଓ ନାମକ ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲର ଫାଣ୍ଡିରେ ଅଟକ ରଖାଯାଇଛି । ସେପଟେ କ୍ଷୀରୋଦଙ୍କ କହିବା ଅନୁସାରେ ମା’ଙ୍କୁ ରାତି ସାଢ଼େ ୧୨ଟା ସମୟରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରିଥିଲେ । ବାରମ୍ବାର କହିବା ସତ୍ତ୍ବେ ଡାକ୍ତର ଶୁଣି ନଥିଲେ । ମା’ଙ୍କ ମୃତ୍ୟୁ ଖବର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ଡାକ୍ତରଙ୍କୁ ମାଡ଼ମାରିଥିବା ସ୍ୱୀକାର କରିଛନ୍ତି । ମୃତ ମା’ଙ୍କ ଶେଷକୃତ୍ୟ ପାଇଁ ଗଣମାଧ୍ୟମ ଆଗରେ ନେହୁରା ହୋଇଛନ୍ତି କ୍ଷୀରୋଦ । ଅନ୍ୟପଟେ OMSA ସଭାପତି କହିଛନ୍ତି ଡାକ୍ତରଙ୍କୁ ମାଡ଼ ମାରିବା ଧର୍ତ୍ତବ୍ୟ ଅପରାଧ । ଏହି ଘଟଣାରେ NSA ଭଳି ସଙ୍ଗୀନ ଦଫା ଲାଗିବ ।