ପୃଥିବୀଠୁ ଦୂରଉଛି ଚନ୍ଦ୍ର, ବଢ଼ୁଛି ଚନ୍ଦ୍ର ଏବଂ ପୃଥିବୀ ଭିତରେ ଦୂରତା

1 min read

ନୂଆଦିଲ୍ଲୀ: ୨୩ ଅଗଷ୍ଟରେ ଚନ୍ଦ୍ରରେ ପାଦ ଦେବ ଭାରତ । ଏବେଠୁ ସମସ୍ତେ ଉତ୍ସାହିତ । ଚନ୍ଦ୍ରପୃଷ୍ଠର ଦକ୍ଷୀଣ ମେରୁରେ ଚନ୍ଦ୍ରଯାନ-୩ ପାଦ ଥାପିବ ।  ଏବେ ଲୋକେ ଚନ୍ଦ୍ରର ନିକଟତର ହେଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଚନ୍ଦ୍ର ଏବେ ପୃଥିବୀଠୁ ଦୂରେଇ ଦୂରେଇ ଯାଉଛି । ଚନ୍ଦ୍ର ପୃଥିବୀଠୁ ଦୂରେଇ ଯିବା ଘଟଣା କାହିଁ କେତେ ବର୍ଷ ପୂର୍ବରୁ ଚାଲି ଆସିଛି ।

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ଚନ୍ଦ୍ର ପ୍ରତି ବର୍ଷ ୩.୮ସେମି ପୃଥିବୀଠୁ ଦୂରକୁ ଯାଉଛି । ଏହାର କାରଣ ହେଉଛି ମହାକାଶରେ ଗ୍ରହର ଭାରୀପଣ । ପ୍ରତେକ ଗ୍ରହର ନିଜର ଓଜନ ରହିଛି । ସମସ୍ତ ଗ୍ରହ ପରସ୍ପରକୁ ଆକର୍ଷିତ କରୁଛନ୍ତି । ଏହି କାରଣରୁ ଚନ୍ଦ୍ର ପୃଥିବୀଠୁ ଦୂରେଇ ଯାଉଛି । ଏହାକୁ ନେଇ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଆକର୍ଷିତ କାରଣରୁ ପୃଥିବୀରୁ ଡାଇନୋସର୍ ପ୍ରଜାତି ଲୋପ ପାଇଛନ୍ତି ।

ବର୍ତ୍ତମାନ ଚନ୍ଦ୍ରଠାରୁ ଆମେ ୩ ଲକ୍ଷ ୮୪ ହଜାର ୪ଶହ କିମି ଦୂରରେ ଅଛୁ । ବୈଜ୍ଞାନିକଙ୍କ କହିବା ଅନୁସାରେ, ପ୍ରାୟ ୨୪୫ କୋଟି ବର୍ଷ ପୂର୍ବରୁ ଚନ୍ଦ୍ର ଆମଠୁ ୩ ଲକ୍ଷ ୨୧ ହଜାର ୮୬୯ କିମି ଦୂରରେ ଥିଲା । ଏବେ ଏହି ଦୂରତା ୬୨ ହଜାର ୫୩୧ କିମି ବୃଦ୍ଧି ହୋଇଛି ।

ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ୨୪୫ ନିୟୁତ ବର୍ଷ ପୂର୍ବରୁ ଚନ୍ଦ୍ର ଯେତେବେଳେ ପୃଥିବୀର ନିକଟରେ ଥିଲା ସେତେବେଳେ ଗୋଟିଏ ଦିନ ୧୬. ୯ ଘଣ୍ଟାର ଥିଲା । ସମୟ ବିତିବା ପରେ ଏହା ୨୪ ଘଣ୍ଟାରେ ପହଞ୍ଚିଛି ।