ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନଙ୍କ ନାଁରେ ନାମିତ ହେଲା ଅନୁଗୁଳର ବ୍ରାହ୍ମଣୀ ନଦୀ ସେତୁ

1 min read

ଭୁବନେଶ୍ୱର: ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାଁରେ ନାମିତ ହୋଇଛି ଅନୁଗୁଳ ଜିଲ୍ଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗତ ଜୁଲାଇ ୧୧ ତାରିଖରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ତାଳଚେର ଗସ୍ତରେ ଯାଇଥିବା ବେଳେ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ରକ୍ଷା ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ତାଙ୍କ ନାମରେ ନାମିତ କରିବାକୁ ଜନସାଧାରଣ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା ତଥା ଓଡିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ । ତାଙ୍କ ସ୍ମୃତିରେ ସେତୁର ନାମକରଣ କରିଛନ୍ତି ରାଜ୍ୟ ସରକାର । ୫୧୧ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ସିଲିଙ୍ଗଠାରୁ ତାଳପଦା ରାସ୍ତାକୁ ଯୋଡୁଛି । ୪୫ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ସେତୁର ନିର୍ମାଣ କରାଯାଇଛି ।