ଭାରତକୁ ଚେତାବନୀ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତକୁ ଚେତାବନୀ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ,ମୁଁ ଯଦି ରାଷ୍ଟ୍ରପତି ହୁଏ ତାହାଲେ ଭାରତରୁ ଆମଦାନୀ ହେଉଥିବା ଜିନିଷ ଉପରେ ଅଧିକ ଟ୍ୟାକ୍ସ ଲଗାଇବି । କେବଳ ଏତିକି ନୁହେଁ ଆମେରିକାର ପ୍ରଡକ୍ଟ ହାରଲେ ଡେଭିଡସନ୍ ବାଇକ୍ ଉପରେ ଲଗାଯାଉଥିବା ଟ୍ୟାକ୍ସ କଥା ବି କହିଛନ୍ତି ଟ୍ରମ୍ପ ।

୨୦୨୪ ରାଷ୍ଟ୍ରପତି ନର୍ବାଚନରେ ସେ ଯଦି ଜିତନ୍ତି ତାହାଲେ ହାରଲେ ଡେଭିଡସନ୍ ବାଇକ ଉପରେ ଭାରତ ଲଗାଇଥିବା ଟ୍ୟାକ୍ସ ଭଳି ଭାରତର ବିଭିନ୍ନ ପ୍ରଡକ୍ଟ ଉପରେ ସେ ମଧ୍ୟ ଟ୍ୟାକ୍ସ ଲଗାଇବେ ବୋଲି ଧମକ ଦେଇଛନ୍ତି । ଏହା ସହ ଯେ କହିଛନ୍ତି ଯେ, ଯଦି ଭାରତ ଆମ ପ୍ରଡକ୍ଟ ଉପରେ ଟ୍ୟାକ୍ସ ଲଗାଉଛି ଏଭଳି ପରିସ୍ଥିତିରେ କିପରି ବ୍ୟାପାର କରିବୁ । ଭାରତ ଆମ ଉପରେ ଶହେ ପ୍ରତିଶତ, ୧୫୦ ପ୍ରତିଶତ ଏବଂ ୨ଶହ ପ୍ରତିଶତ ଟ୍ୟାକ୍ସ ଲଗାଉଛି । ଭାରତ ତାର ମୋଟର ସାଇକେଲ ବିନା କୌଣସି ଟ୍ୟାକ୍ସରେ ଆମ ଦେଶରେ ବିକି ପାରିବ । କିନ୍ତୁ ଆମ କଥା ଆସିଲା ବେଳକୁ ଭାରତ ବହୁତ ଟ୍ୟାକ୍ସ ଲଗାଉଛି । ଏଥିପାଇଁ ଆମ ବାଇକ୍ କେହି କିଣିବାକୁ ପସନ୍ଦ କରୁନାହାନ୍ତି । ଏଥିପାଇଁ ଟ୍ରମ୍ପ ରାଷ୍ଟ୍ରପତି ହେଲେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବେ ବୋଲି କହିଛନ୍ତି ।