କାଉଡ଼ିଆଙ୍କୁ ନେଇ ଯାଉଥିବା ଅଟୋ ଉପରେ ଚଢିଗଲା କଣ୍ଟେନର, ୩ଜଣଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇ ଯାଉଥିବା ଅଟୋ ଉପରେ ଚଢିଗଲା କଣ୍ଟେନର । ୩ କାଉଡ଼ିଆଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ଘରେ ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । କାଉଡ଼ିଆମାନେ ପାଟଣା ଶିବ ମନ୍ଦିରରେ ଜଳଲାଗି କରି ଅଟୋରେ ଘରକୁ ଫେରୁଥିଲେ । ଖିରେଇଟାଙ୍ଗିରି ଟୋଲଗେଟ ନିକଟରେ ଅଟୋକୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ତିନି ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।