ନନ୍ଦିଘୋଷ ବ୍ୟୁରୋ: ଆଉ ଅଳ୍ପ ସମୟର ଅପେକ୍ଷା । ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ସାରା ବିଶ୍ବର ନଜର ରହିଛି ଏହି ମୁନ୍ ମିଶନ ଉପରେ । ସନ୍ଧ୍ୟା ୬ଟା ୪ରେ ସଫ୍ଟ ଲ୍ୟାଣ୍ଡି ହେବାକୁ ଥିବାବେଳେ ISRO କମାଣ୍ଡ ସେଣ୍ଟର ସମସ୍ତ ପାରାମିଟର ଉପରେ ତୀକ୍ଷ୍ଣ ନଜର ରଖିଛି । ସମସ୍ତ ପାରାମିଟର ଯାଞ୍ଚ କରିବା ଏବଂ ଅବତରଣ ବିଷୟରେ ନିଷ୍ପତି ନେବା ପରେ ଇସ୍ରୋ ନିର୍ଦ୍ଧାରିତ ସମୟର କିଛି ଘଣ୍ଟା ପୂର୍ବରୁ ବାୟାଲୁରେ ଥିବା IDSN LMରେ ଆବଶ୍ୟକୀୟ ନିର୍ଦ୍ଦେଶ ଅପଲୋଡ ହେବ । ଲ୍ୟାଣ୍ଡିଂ ପାଇଁ ଆଉ ମାତ୍ର କିଛି କ୍ଷଣ ବାକି ଥିବାବେଳେ ସମସ୍ତ ପାରା ମିଟର ଉପରେ ନଜର ରହିଛି ।
୧୩ ଦିନରେ ’ଜେଲର’ ଏବଂ ’ଗଦର-୨’ କେତେ କଲେଣି ବ୍ୟବସାୟ?
ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ ମଚାଉଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ ଏବଂ ମେଗାଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ’ଜେଲର’ । ଭାରତ ଏବଂ ବିଶ୍ବବ୍ୟାପୀ କଲେକ୍ସନରେ ଉଭୟ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ଭାରତରେ ଗଦର-୨ ଭଲ ରୋଜଗାର କରିଥିବାବେଳେ ବିଶ୍ବବ୍ୟାପୀ କଲେକ୍ସନରେ ଆଗରେ ରହିଛି ’ଜେଲର’ । ଜେଲର ଭାରତରେ ୨୯୧. କୋଟି ରୋଜଗାର କରିଥିବାବେଳେ ଗଦର ୨ ୫ଶହ କୋଟିର ଅତି ନିକଟତର ହୋଇଛି ।
ଇସ୍ରୋର ସଫଳତା ଉପରେ ସାରା ବିଶ୍ବର ନଜର
ନନ୍ଦିଘୋଷ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଇସ୍ରୋର ସଫଳତା ଉପରେ ସାରା ବିଶ୍ବର ନଜର । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ଆଜି ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଲାଗି ଇସ୍ରୋ ପକ୍ଷରୁ ଦିଆଯାଇଛି ବିଶେଷ ଧ୍ୟାନ । ସାରା ଦେଶରେ ଲ୍ୟାଣ୍ଡିଂର ଟେଲିକାଷ୍ଟ ହେବ । ବିଭିନ୍ନ ସ୍ଥାନରେ ଶିକ୍ଷା ପ୍ରତିଷ୍ଠାନ ଖୋଲାରହିଛି । ଋଷର ଲୁନା ୨୫ ମିଶନ ଫେଲ ହେବା ପରେ ସାରା ବିଶ୍ବରେ ପଶିଥିଲା ଛନକା । ତେବେ ସମସ୍ତ କଳ୍ପନାଜଳ୍ପନାକୁ ମାତ୍ ଦେବାକୁ ଇସ୍ରୋ ଯୋଜନା ଚଳାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିବ । ଅପରାହ୍ଣ ୫ଟା ୨୦ରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୂଜାପାଠ । କାଶ୍ମୀରରୁ କଲ୍ୟାକୁମାରୀ ସବୁଠି ଚନ୍ଦ୍ରଯାନର ଚର୍ଚ୍ଚା ।
ସାରାଦେଶରେ ଚନ୍ଦ୍ରଯାନ ପାଇଁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦରଘାରେ ନମାଜ ପାଠ କରାଯାଉଛି । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ରାମେଶ୍ବରମରେ ସମୁଦ୍ର ଆଳତି ସହ ଗୋପୂଜା କରାଯାଇଛି । ଦିଲ୍ଲୀ, କୋଲକାତା, ନାଗପୁର, ସୁରଟରେ ବିଭିନ୍ନ ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ହୋମଯଜ୍ଞ ସହ ମିଶନର ସଫଳତା ନେଇ ପ୍ରାର୍ଥନା କରାଯାଇଛି । ରାଜସ୍ଥାନର ଅଜେମେର ସରିଫ ଦରଘାରେ ମୁସଲମାନ ଭାଇମାନେ ସମୁହ ନମାଜ ପାଠ କରି ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ଦୁଆ ମାଗିଛନ୍ତି । ସାରାଦେଶର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନେ ଇସ୍ରୋ ବୈଜ୍ଞାନିକଙ୍କୁ ଚିୟର ଅପ୍ କରିବା ସହ ମୁନ ମିଶନର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ରାଜେନୖତିକ ଦଳର ନେତା ମଧ୍ୟ ମୁନ ମିଶନର ସଫଳତା କାମନା କରିଛନ୍ତି ।
ପୁଣି ହିମାଚଳ ପ୍ରଦେଶରେ ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ
ସିମଲା: ଦେବଭୂମିରେ କୁମନି ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସରାଜରେ ବଡ଼ ଧରଣର ଭୂସ୍ଖଳନ । ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ଏକ ଘର ଉପରେ ମାଡ଼ି ବସିଛି । ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତି ରହିଛନ୍ତି । ସେମାନେ ଘରେ ରହିଥିବାବେଳେ ହଠାତ ଭୂସ୍ଖଳନ ହୋଇଥିଲା । ଏମାନେ ଝାରଖଣ୍ଡରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲେ ।
ପାଣିପାଗ ବିଭାଗର ଶିମଲା ସେଣ୍ଟର ଅନୁଯାୟୀ, ହିମାଚଳ ପ୍ରଦେଶର ସିରମୁର, ସୋଲାନ, ଶିମଲା ବିଳାସପୁର, ମାଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଠାରେ ବୁଧବାର ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ଗୁରୁବାର ରାଜ୍ୟର ୭ ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ହେବ। ଗତ ୧୨ ଘଣ୍ଟା ମଧ୍ୟରେ ବିଳାସପୁରରେ ସର୍ବାଧିକ ୨୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପରେ ଶିମଲାରେ ୧୩୨ ମିଲିମିଟର ବର୍ଷା ଦେଖିବାକୁ ମିଳିଛି। ଶିମଲାରେ ସକାଳ ୧ ଘଣ୍ଟା ମଧ୍ୟରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଦନ୍ତା ହାତୀ
ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳି ସେକ୍ସନରେ ରେଙ୍ଗାଳୀ ଦକ୍ଷୀଣ କେନାଲରେ ଫସିଛି ଏକ ହାତୀ । କେନାଲ୍ ମଧ୍ୟକୁ ପଶି ଯାଇଥବା ବେଳେ ଆଉ ବାହାରି ପାରିନାହିଁ । ପ୍ରାୟ 4 ଘଣ୍ଟା ଧରି ପାଣିରେ ଫସି ରହିଛି ହାତୀ । କଂକ୍ରିଟ୍ କେନାଲ୍ ବନ୍ଧରୁ ଉଠିପାରିନଥିବା ବେଳେ ଶେଷରେ ଗୋଟିଏ ସ୍ଥାନରେ ପଡ଼ି ରହିଛି । ହାତୀକୁ ଦେଖିବାକୁ ଲୋକେ କେନାଲ୍ ବନ୍ଧରେ ଭିଡ଼ ଜମାଇଛନ୍ତି । ସୂଚନା ଅନୁଯାୟୀ ସୋମବାର ସଂଧ୍ୟାରେ ଦନ୍ତାହାତୀଟି ମେରାମଣ୍ଡଳି ଗାଁ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ରାତିରେ ଚିନ୍ତାପୋଖରୀ, ନଗାରୀ, ରଞ୍ଜାସିଂହା, ବିଡ଼ୋ, ତାଳଡ଼ଙ୍ଗା ଅଞ୍ଚଳରେ ଥିବା ଚାଷ ଜମି ପଶି ତାଳ ଓ ଧାନ ଫସଲ ଖାଇ ନଷ୍ଟ କରିଥିଲା ।
ମଙ୍ଗଳବାର ସକାଳ ପ୍ରାୟ ୬ ଟା ସମୟରେ ଚିନ୍ତାପୋଖରୀ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇ ନିମିଧା ଗାଁ ଜଙ୍ଗଲ ଆଡ଼କୁ ମୁହାଁଇ ଥିଲା । ମେରାମଣ୍ଡଳି ଗାଁ ନିକଟରେ ଥିବା ରେଙ୍ଗାଳୀ ଦକ୍ଷୀଣ କେନାଲ ପୋଲ ନିକଟରେ ଥିବା ପାହାଚ ଦେଇ କେନାଲର ପାଣିରେ ଦନ୍ତାହାତୀ ପଶିଥିଲା । ତେବେ ହାତୀ କେନାଲ ଭିତରେ ଗାଧୋଉଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭିଡ଼ ଜମେଇ ଥିଲେ । ଯାହାଫଳରେ ଦନ୍ତାହାତୀଟି ବାହାରକୁ ବାହାରି ନପାରି ପାଣି ଭିତରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।
ଚନ୍ଦ୍ରଯାନ ଅବତରଣ ନକରିବା ଯାଏଁ ଅନ୍ନ, ଜଳ ସ୍ପର୍ଶ କରିବେ ନାହିଁ ସୀମା
ନୂଆଦିଲ୍ଲୀ: ସୀମା ହାଇଦର । ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିବା ସୀମା ହାଇଦରଙ୍କ ଭାରତ ପ୍ରେମ । ଚନ୍ଦଯାନ-୩ ଆଜି ଅବତରଣ କରିବାକୁ ଥିବାବେଳେ ସାରା ବିଶ୍ବର ନଜର ରହିଛି । କେଉଁଠି ହୋମ ଯଜ୍ଞ ହେଉଛି ତ, ଆଉ କେଉଁଠି ଭଗବାନଙ୍କୁ ଡାକୁଛନ୍ତି ଲୋକେ । ସୀମା ହାଇଦର ଚନ୍ଦ୍ରଯାନ-୩ର ଅବତରଣକୁ ନେଇ ମଙ୍ଗଳକାମନା କରିଛନ୍ତି । ସେ କହିଛନ୍ତି କି, ଚନ୍ଦ୍ରଯାନ-୩ ଅବତରଣ ନକରିବା ଯାଏଁ ସେ ପାଣି କିମ୍ବା ଅନ୍ନ ଗ୍ରହଣ କରିବେ ନାହିଁ ।
ଏହାସହ ସୀମା କହିଛନ୍ତି କି, ମୁଁ ପ୍ରାର୍ଥନା କରୁଛି ଯେ ଆମ ଦେଶର ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରୁ । ମୁଁ ରାଧାକୃଷ୍ଣଙ୍କ ସହ ସମସ୍ତ ଠାକୁରଙ୍କୁ ବିଶ୍ବାସ କରେ । ଏଣୁ ଠାକୁର ନିଶ୍ଚିତ ମୋ କଥା ଶୁଣିବେ ।
ପ୍ରଧାନମନ୍ତ୍ରୀଙ୍କ ସହ ଏମାନଙ୍କ ପାଇଁ ରାକ୍ଷୀ ପଠାଇଲେ ସୀମା ହାଇଦର
ନୂଆଦିଲ୍ଲୀ: ପାକିସ୍ତାନରୁ ଆସି ଭାରତରେ ବୋହୂ ସାଜିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବରମାନ ସମାନାକୁ ଆସୁଛି । ରାକ୍ଷୀ ପୂର୍ଣ୍ଣିମା ଆସୁଥିବାବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି ସୀମା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତାଙ୍କ ପାଇଁ ସେ ରାକ୍ଷୀ ପଠାଇଥିବା ଏହି ଭିଡିଓରେ କହିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୀମା ଏହି ଭିଡିଓରେ କହିଛନ୍ତି କି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜନାଥ ସିଂ, ମୋହନ ଭାଗତ, ଅମିତ ଶାହା ଏବଂ ଏପି ସିଂଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଜୟ ଶ୍ରୀରାମରୁ ନିଜର ଭିଡିଓ ଆରମ୍ଭ କରିଥିବାବେଳେ ହିନ୍ଦୁସ୍ଥାନ ଜିନ୍ଦାବାଦରେ ସରେଇଛନ୍ତି । ସେ ପୋଷ୍ଟାଲରେ ଏମାନଙ୍କ ପାଇଁ ରାକ୍ଷୀ ପଠାଇଥିବା ଭିଡିଓରେ କହିଛନ୍ତି ।
ଜାଣନ୍ତୁ ରକ୍ଷାବନ୍ଧନର ଶୁଭ ସମୟ
ନନ୍ଦିଘୋଷ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ପାଇଁ ଦିନଟିଏ । ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିଥାଏ ଭଉଣୀ । ଭାଇ ଭଉଣୀର ମଙ୍ଗନକାମନା କରିଥାଏ । ତେବେ ଚଳିତ ବର୍ଷ କେଉଁଦିନ ରକ୍ଷାବନ୍ଧନ? ଏମିତି ଏକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡ଼ିଥିବାରୁ ରକ୍ଷାବନ୍ଧନକୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ । ଅଗଷ୍ଟ ୩୦ରେ ରକ୍ଷା ବନ୍ଧନ ନାଁ ୩୧ରେ । ଏହି ଦୁଇଦିନକୁ ନେଇ ଦ୍ବନ୍ଦରେ ଥିବାବେଳେ ଜ୍ୟୋତିଷମାନେ ନିଜର ମତ ଦେଇଛନ୍ତି ।
୩୦ ତାରିଖରେ ପୂର୍ଣ୍ଣିମା ପଡ଼ୁଥିବାବେଳେ ଭଦ୍ରା ତିଥୀ ଆରମ୍ଭ ହେଉଛି । ଭଦ୍ରା ତିଥୀରେ ଶୁଭ କାମ କରାଯାଏ ନାହିଁ । ଏଣୁ ୩୧ ଅଗଷ୍ଟରେ ରକ୍ଷାବନ୍ଧନର ଉଚିତ ସମୟ ବୋଲି ଅନେକ ଜୋତିର୍ବିଦ ମତ ଦେଇଛନ୍ତି । ୩୦ ତାରିଖର କିଛି ସମୟ ଶୁଭ ସମୟ ରହିଛି । ରାତିରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ବୋଲି କୁହାଯାଏ । ୩୦ ତାରିଖ ଦିନସାରା ଭଦ୍ରା ତିଥୀ ରହୁଛି । ଦିନରେ ରାକ୍ଷୀ ବାନ୍ଧିବା ଶୁଭ । ତେବେ ୩୦ ତାରିଖରେ ଭଦ୍ରା ତିଥୀ ଦିନସାରା ରହୁଥିବା ଜେ୍ୟାତିର୍ବିଦମାନେ ମତ ଦେଇଛନ୍ତି । ଏଣୁ ଆପଣ ୩୧ ତାରିଖ ଦିନସାରା ରାକ୍ଷୀ ବାନ୍ଧିପାରିବେ ।
ଚନ୍ଦ୍ରଯାନ- ୩କୁ ନେଇ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଆନ୍ତୁ ଗୋଟିଏ କ୍ଲିକରେ..
ନନ୍ଦିଘୋଷ ବ୍ୟୁରୋ: ଜହ୍ନରେ ଭାରତ ଲେଖିବ ନାଁ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରଯାନ ୩ । ଆଜି ଏହି ଇତିହାସ ରଚିବାକୁ ଯାଉଛି ISRO । ତେବେ ଚନ୍ଦ୍ରଯାନ-୩କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଆଉ ଚନ୍ଦ୍ରଯାନ ସମ୍ପର୍କରେ ଅଜଣା କଥା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଯାନ ୩ ସମ୍ପର୍କରେ..
ଚନ୍ଦ୍ରଯାନ ୨ ବିଫଳ ହେବା ପରେ ନୂଆ ମିଶନରେ ସଫଳ ହେବାର ଆଶା ରଖିଛି ଇସ୍ରୋ । ବିଶ୍ବର ପ୍ରଥମ ଦେଶଭାବେ ଭାରତ ଦକ୍ଷିଣ ମେରୁରେ ଅବତରଣ କରିବ । ତାହା ପୁଣି ସଫ୍ଟ ଲ୍ୟାଣ୍ଡି । ଯାହା ଉପରେ ବିଶ୍ବର ସବୁ ଦେଶର ନଜର ରହିଛି ।
ଲ୍ୟାଣ୍ଡର ଏବଂ ରୋବର କ’ଣ? ଏମାନଙ୍କର କଣ ଭୂମିକା ରହିଛି?
ଚନ୍ଦ୍ରଯାନ-୩ର ତିନୋଟି ପ୍ରମୁଖ ଅଂଶ ରହିଛି । ପ୍ରଥମଟି ହେଲା ପ୍ରମ୍ପୁଲ ମଡ୍ୟୁଲ, ଦ୍ବିତୀୟଟି ହେଲା ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ ଏବଂ ତୃତୀୟଟି ହେଲା ରୋଭର ପ୍ରଜ୍ଞାନ । ୧୭ ଅଗଷ୍ଟରେ ପ୍ରପୁଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବା ପରେ ବିକ୍ରମ ରୋଭର ପ୍ରଜ୍ଞାନ ସହିତ ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ର ଆଡକୁ ଗଲା | ଅଗଷ୍ଟ 23 ରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ | ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ବୁଲିବ, ନମୁନା ସଂଗ୍ରହ କରିବ ଏବଂ ବୈଜ୍ଞାନିକ ପରୀକ୍ଷଣ କରିବ ।
କିପରି ହେବ ଅବତରଣ, ଅବତରଣ ପରେ କ’ଣ ହେବ?
ବୁଧବାର ସନ୍ଧ୍ୟା ୬ଟା ୪ରେ ସପ୍ଟ ଲ୍ୟାଣ୍ଡିଂ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ୧୫ ମିନିଟ ଅତ୍ୟନ୍ତ ସ୍ବତନ୍ତ୍ର ରହିବ । କାରଣ ସେହି ସମୟରେ ଲ୍ୟାଣ୍ଡର ନିଜେ କାମ କରିବ । ISRO ର ବୈଜ୍ଞାନିକଙ୍କୁ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ । ଚତୁର୍ଥ ପର୍ଯ୍ୟାୟରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ପାଦ ଦେବ । ଏହି ୧୫ ମିନିଟରେ ୧୪୪୦ ଦିନର ପରିଶ୍ରମର ଫଳାଫଳ ସେଠାରେ ରହିବ ।
କେଉଁ ମାର୍ଗ ଦେଇ ଚନ୍ଦ୍ରଯାନ ୩ ଚନ୍ଦ୍ରରେ ପହଞ୍ଚିଥିଲା ?
ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ରିସର୍ଚ୍ଚ ସେଣ୍ଟରରୁ ଲଞ୍ଚ ଯାନ ମାର୍କ-୩ ମାଧ୍ୟମରେ ଚନ୍ଦ୍ରଯାନ-୩ ପୃଥିବୀର କକ୍ଷ ପଥରେ ପହଞ୍ଚିଥିଲା । ଏହାପରେ ଇସ୍ରୋରେ ବସିଥିବା ବୈଜ୍ଞାନିକମାନେ ମହାକାଶଯାନକୁ ଜାଳିବା ପ୍ରକ୍ରିୟା ମାଧ୍ୟମରେ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତର କଲେ ।
ବିକ୍ରମ ଚନ୍ଦ୍ର ପୃଷ୍ଠରେ କେଉଁଠାରେ ଅବତରଣ କରିବ?
ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦଣିକ୍ଷରେ ଅବତରଣ କରିବ । ତେବେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଦକ୍ଷିଣ ପାଶ୍ବରେ ଅବତରଣ କରିନାହାନ୍ତି । ଚନ୍ଦ୍ର ମିଶନରେ ଇସ୍ରୋ ୧୪ଦିନ କାମ କରିବ । ଏହି ୧୪ ଦିନ ରହିବଦ୍ବାରା ଜଳ, ଖଣିଜ ସମ୍ପଦ, ଉତାପ ଏବଂ ମାଟି ସମ୍ପର୍କରେ ଅଧ୍ୟୟନ କରିବ ।
ଚନ୍ଦ୍ରଯାନକୁ ଦକ୍ଷିଣ ମେରୁକୁ କାହିଁକି ପଠାଇଲା ଇସ୍ରୋ?
ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ସହ ସମାନ । ଏହା ଅତ୍ୟଧିକ ଥଣ୍ଡା ଏବଂ ଏଠାରେ କମ ସୂର୍ଯ୍ୟ କିରଣ ପଡ଼େ । ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ ଅବତରଣ କରିଥିବାବେଳେ ଚୀନ ଉତ୍ତର ମେରୁରେ ଅବତରଣ କରିଥିଲା ।
ଅବତରଣ ସମୟରେ ଗତି କେତେ ରହିବ?
ବୁଧବାର ଚନ୍ଦ୍ରଯାନ-୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡି କରିବ । ଏହି ସମୟରେ ଏହାର ବେଗ ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ହେବ ଯଥା ଘଣ୍ଟାପ୍ରତି ୬୦୪୮ ବେଗ ରହିବ ।
ମିଶନ ମୁନ୍: ରେସ୍ରେ ବିଶ୍ବ, ୩୩ ଥର ଋଷ ୩୧ ଥର ଆମେରିକା କରିଛି ପ୍ରୟାସ
ନନ୍ଦିଘୋଷ ବ୍ୟୁରୋ: ୭ ଦଶକରେ ଚନ୍ଦ୍ରରେ ହୋଇଛି ୧୧୧ ମିଶନ । ୬୬ ଟି ମିଶନକୁ ସଫଳତା ମିଳିଥିବାବେଳେ ୪୧ଟି ମିଶନ ଅସଫଳ ହୋଇଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ୩୮ ଥର ଚେଷ୍ଟା ହୋଇଛି । ୫୨% ସଫଳତା ମିଳିଛି । ଆମେରିକା, ଋଷ ଓ ଚୀନ ୩ଟି ଦେଶକୁ ସଫ୍ଟ ଲ୍ୟାଣ୍ଡିଂରେ ମିଳିଛି ସଫଳତା ।
ଋଷର ଲୁନା ୨ ମିଶନ ମୁନ ପାଇଁ ଦୁନିଆର ପ୍ରଥମ ମହାକାଶ ଯାନ ଅଟେ । ୧୨ ସେପ୍ଟେମ୍ବର ୧୯୫୯ରେ ପ୍ରଥମ ଥର ଏହାକୁ ଲଞ୍ଚ କରିଥିଲା ଋଷ ।୩ ଫେବୃଆରୀ ୧୯୬୬ରେ ଲୁନା ୯ ଚନ୍ଦ୍ର ଉପରେ ଅବକରଣ କରିଥିବା ପ୍ରଥମ ମିଶନ ଅଟେ । ଦୁଇଟି ମିଶନରେ ଲୁନା ଚନ୍ଦ୍ରପୃଷ୍ଠରୁ ମାଟି ଆଣିବାରେ ସକ୍ଷମ ହୋଇଥିଲା । ୧୯୭୬ରେ ଲୁନା ୨୪ ଚନ୍ଦ୍ରପୃଷ୍ଠରୁ ୧୭୦ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଥିଲା । ଏହାର ୪୭ ବର୍ଷ ପରେ ଋଷ ଲୁନା ୨୫ କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା । କିନ୍ତୁ ଅଗଷ୍ଟ ୨୧ରେ କ୍ରାସ ହୋଇଯାଇଥିଲା ଲୁନା । ଋଷ ଚନ୍ଦ୍ରପୃଷ୍ଠକୁ ୩୩ଟି ମିଶନ ପଠାଇଥିବା ବେଳେ ୨୬ଟି ଫେଲ୍ ହୋଇଯାଇଛି ।
ସେହିପରି ଆମେରିକା ଆପୋଲୋ ୧୧ ଜରିଆରେ ପ୍ରଥମ ଥର ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା । ପ୍ରଥମେ ୧୯୬୯ ପରେ ୧୯୭୨ରେ ଆପୋଲୋକୁ ଚନ୍ଦ୍ର ଅଭିମୁଖେ ଲଞ୍ଚ କରିଥିଲା ଆମେରିକୀୟ ସ୍ପେଶ ଏଜେନ୍ସୀ ନାସା । ରାତିରେ ଲଞ୍ଚ ହୋଇଥିବା ଏହା ପ୍ରଥମ ମିଶନ ଥିଲା । ଆମେରିକା ଚନ୍ଦ୍ରପୃଷ୍ଠକୁ ୩୧ଟି ମିଶନ ପଠାଇ ଥିବାବେଳେ ୧୭ ଟିରେ ବିଫଳ ହୋଇଛି ।
ଚନ୍ଦ୍ରପୃଷ୍ଠକୁ ୨୦୦୭ରେ ପ୍ରଥମ ମିଶନ ଲଞ୍ଚ କରିଥିଲା ଚୀନ । ଚୀନ ବର୍ତ୍ତମାନ ସୁଦ୍ଧା ୫ଟି ମିଶନ ଲଞ୍ଚ କରିଛି । ୭ ଡିସେମ୍ବର ୨୦୧୮ରେ ଚୀନ ପଠାଇଥିବା ଚୋଙ୍ଗାଇ ୪ରେ ଚୀନ ଏକ ବାକ୍ସ ପଠାଇଥିଲା । ଯେଉଁଥିରେ କପା ଓ ଆଳୁ ସମେତ ଅନେକ ଚାରା ଥିଲା । ଚୀନ ପଠାଇଥିବା ଏହି ଚାରା ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ମଧ୍ୟ କରାଯାଇଛି । ସେହିପରି ଚୀନର ଚାଙ୍ଗୋଇ ୫ ମିଶନ ୨୦୨୦ରେ ଚନ୍ଦ୍ରପୃଷ୍ଠରୁ ୧୭୩୧ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ଫେରିଛି ।

