ଇସ୍ରୋର ସଫଳତା ଉପରେ ସାରା ବିଶ୍ବର ନଜର

1 min read

ନନ୍ଦିଘୋଷ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଇସ୍ରୋର ସଫଳତା ଉପରେ ସାରା ବିଶ୍ବର ନଜର । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ଆଜି ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଲାଗି ଇସ୍ରୋ ପକ୍ଷରୁ ଦିଆଯାଇଛି ବିଶେଷ ଧ୍ୟାନ । ସାରା ଦେଶରେ ଲ୍ୟାଣ୍ଡିଂର ଟେଲିକାଷ୍ଟ ହେବ । ବିଭିନ୍ନ ସ୍ଥାନରେ ଶିକ୍ଷା ପ୍ରତିଷ୍ଠାନ ଖୋଲାରହିଛି । ଋଷର ଲୁନା ୨୫ ମିଶନ ଫେଲ ହେବା ପରେ ସାରା ବିଶ୍ବରେ ପଶିଥିଲା ଛନକା । ତେବେ ସମସ୍ତ କଳ୍ପନାଜଳ୍ପନାକୁ ମାତ୍ ଦେବାକୁ ଇସ୍ରୋ ଯୋଜନା ଚଳାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡିଂ କରିବ । ଅପରାହ୍ଣ ୫ଟା ୨୦ରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୂଜାପାଠ । କାଶ୍ମୀରରୁ କଲ୍ୟାକୁମାରୀ ସବୁଠି ଚନ୍ଦ୍ରଯାନର ଚର୍ଚ୍ଚା ।Chandrayaan-3 landing live updates: ISRO ready to initiate automatic  landing sequence

ସାରାଦେଶରେ ଚନ୍ଦ୍ରଯାନ ପାଇଁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦରଘାରେ ନମାଜ ପାଠ କରାଯାଉଛି । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ରାମେଶ୍ବରମରେ ସମୁଦ୍ର ଆଳତି ସହ ଗୋପୂଜା କରାଯାଇଛି । ଦିଲ୍ଲୀ, କୋଲକାତା, ନାଗପୁର, ସୁରଟରେ ବିଭିନ୍ନ ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ହୋମଯଜ୍ଞ ସହ ମିଶନର ସଫଳତା ନେଇ ପ୍ରାର୍ଥନା କରାଯାଇଛି । ରାଜସ୍ଥାନର ଅଜେମେର ସରିଫ ଦରଘାରେ ମୁସଲମାନ ଭାଇମାନେ ସମୁହ ନମାଜ ପାଠ କରି ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ଦୁଆ ମାଗିଛନ୍ତି । ସାରାଦେଶର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନେ ଇସ୍ରୋ ବୈଜ୍ଞାନିକଙ୍କୁ ଚିୟର ଅପ୍ କରିବା ସହ ମୁନ ମିଶନର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ରାଜେନୖତିକ ଦଳର ନେତା ମଧ୍ୟ ମୁନ ମିଶନର ସଫଳତା କାମନା କରିଛନ୍ତି ।