ପୁଣି ହିମାଚଳ ପ୍ରଦେଶରେ ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ସିମଲା: ଦେବଭୂମିରେ କୁମନି ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ସରାଜରେ ବଡ଼ ଧରଣର ଭୂସ୍ଖଳନ । ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ଏକ ଘର ଉପରେ ମାଡ଼ି ବସିଛି । ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଦମ୍ପତି ରହିଛନ୍ତି । ସେମାନେ ଘରେ ରହିଥିବାବେଳେ ହଠାତ ଭୂସ୍ଖଳନ ହୋଇଥିଲା । ଏମାନେ ଝାରଖଣ୍ଡରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲେ ।

ପାଣିପାଗ ବିଭାଗର ଶିମଲା ସେଣ୍ଟର ଅନୁଯାୟୀ, ହିମାଚଳ ପ୍ରଦେଶର ସିରମୁର, ସୋଲାନ, ଶିମଲା ବିଳାସପୁର, ମାଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଠାରେ ବୁଧବାର ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ଗୁରୁବାର ରାଜ୍ୟର ୭ ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ହେବ। ଗତ ୧୨ ଘଣ୍ଟା ମଧ୍ୟରେ ବିଳାସପୁରରେ ସର୍ବାଧିକ ୨୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପରେ ଶିମଲାରେ ୧୩୨ ମିଲିମିଟର ବର୍ଷା ଦେଖିବାକୁ ମିଳିଛି। ଶିମଲାରେ ସକାଳ ୧ ଘଣ୍ଟା ମଧ୍ୟରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।