ପ୍ରଧାନମନ୍ତ୍ରୀଙ୍କ ସହ ଏମାନଙ୍କ ପାଇଁ ରାକ୍ଷୀ ପଠାଇଲେ ସୀମା ହାଇଦର

ନୂଆଦିଲ୍ଲୀ: ପାକିସ୍ତାନରୁ ଆସି ଭାରତରେ ବୋହୂ ସାଜିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବରମାନ ସମାନାକୁ ଆସୁଛି । ରାକ୍ଷୀ ପୂର୍ଣ୍ଣିମା ଆସୁଥିବାବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି ସୀମା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତାଙ୍କ ପାଇଁ ସେ ରାକ୍ଷୀ ପଠାଇଥିବା ଏହି ଭିଡିଓରେ କହିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୀମା ଏହି ଭିଡିଓରେ କହିଛନ୍ତି କି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜନାଥ ସିଂ, ମୋହନ ଭାଗତ, ଅମିତ ଶାହା ଏବଂ ଏପି ସିଂଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଜୟ ଶ୍ରୀରାମରୁ ନିଜର ଭିଡିଓ ଆରମ୍ଭ କରିଥିବାବେଳେ ହିନ୍ଦୁସ୍ଥାନ ଜିନ୍ଦାବାଦରେ ସରେଇଛନ୍ତି । ସେ ପୋଷ୍ଟାଲରେ ଏମାନଙ୍କ ପାଇଁ ରାକ୍ଷୀ ପଠାଇଥିବା ଭିଡିଓରେ କହିଛନ୍ତି ।