spot_img
Home Blog Page 2733

ଏସିଆରେ ତିନିଥର ହୋଇଛି ବିଶ୍ୱକପର ଆୟୋଜନ, ୨ ଥର ଚମ୍ପିଆନ ହୋଇଛନ୍ତି ଏସୀୟ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଦିନିଆକିଆ ବିଶ୍ୱକପ୍ ୨୦୨୩ର ଆରମ୍ଭ ୫ ଅକ୍ଟୋବରରୁ ଭାରତର ଅହମ୍ମଦାବାଦ ଷ୍ଟାଡିମୟରେ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚମ୍ପିଆନ ଏବଂ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହା ଚତୁର୍ଥ ଥର ଅଟେ ଯେବେ ଦିନିକିଆ ବିଶ୍ୱକପର ଆୟୋଜନ ଏସୀୟ ମାଟିରେ ହେଉଛି । ଏହା ପୂର୍ବରୁ ତିନିଥର ଏସିଆରେ ଦିନିକିଆ ବିଶ୍ୱକପ୍ ଖେଳାଯାଇଛି ଏବଂ ଭାରତୀୟ ଦଳ ପ୍ରତିଥର ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଛି । ଗୋଟେଥର ଭାରତ ଫାଇନାଲରେ ସ୍ଥାନ ବନାଇବା ସହ ଟାଇଟଲ୍ ମଧ୍ୟ ନିଜ ନାଁରେ କରିଥିଲା । ତେବେ ଆସନ୍ତୁ ଜାଣିବା ଏସିଆରେ ହୋଇଥିବା ବିଶ୍ୱକପରେ କେଉଁ ଦଳ କିଭଳି ପ୍ରଦର୍ଶନ କରିଥିଲେ ।

୧୯୮୭ରେ ପ୍ରଥମ ଥର ପାଇଁ ଦିନିଆକିଆ ବିଶ୍ୱକପର ଆୟୋଜନ ଏସୀୟ ମାଟିରେ ହୋଇଥିଲା । ଭାରତ ଏବଂ ପାକିସ୍ତାନ ମିଶି ଟୁର୍ଣ୍ଣାମେଣ୍ଟର ଆୟୋଜନ କରଥିଲେ । ଦୁଇଦଳ ସେମିଫାଇନାଲରେ ପହଞ୍ଚିବାରେ ସଫଳ ମଧ୍ୟ ହୋଇଥିଲେ । ଅବସ୍ୟ, ଉଭୟଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଟାଇଟଲ୍ ପାଇଁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହୋଇଥିଲା । ଅଷ୍ଟ୍ରେଲିଆ ୭ ରନ୍ ବ୍ୟବଧାନରେ ମ୍ୟାଚ୍ ଟିକୁ ଜିତିନେଇଥିଲା ଏବଂ ପ୍ରଥମ ଥର ବିଶ୍ୱକପ୍ ଟାଇଟଲ ନିଜ ନାଁରେ କରିଥିଲା । ଏହି ବିଶ୍ୱକପରେ ସବୁଠୁ ଅଧିକ ୪୭୧ ରନ୍ ଇଂଲଣ୍ଡର ଗ୍ରାହମ ଗୁଚ ବନାଇଥିଲେ । ସେହିପରି ସବୁଠୁ ଅଧିକ ୱିକେଟ୍ ଅଷ୍ଟ୍ରେଲିଆର କ୍ରାଗ ମାକଡରମାଟ ନେଇଥିଲେ ।

୧୯୯୬ ମସିହାରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପର ଆୟୋଜନ ଏସୀୟ ମାଟିରେ ହୋଇଥିଲେ । ଏଥର ଭାରତ ଏବଂ ପାକିସ୍ତାନ ସହ ଶ୍ରୀଲଙ୍କାକୁ ମଧ୍ୟ ଆୟୋଜନର ସୁଯୋଗ ମିଳିଥିଲା । ଭାରତ ଏବଂ ଶ୍ରୀଲଙ୍କା ଦଳ ସେମିଫାଇନାଲରେ ସ୍ଥାନ ବନାଇବାରେ ସଫଳ ହୋଇଥିଲେ, କିନ୍ତୁ ପାକିସ୍ତାନର ଯାତ୍ରା ଏହା ପୂର୍ବରୁ ହିଁ ସମାପ୍ତ ହୋଇଯାଇଥିଲା । ପୁଣି ଗୋଟେଥର ଭାରତକୁ ସେମିଫାଇନାଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଫାଇନାଲ୍ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଶ୍ରୀଲଙ୍କା ଦଳ ୭ ୱିକେଟରେ ବିଜୟୀ ହୋଇଥିଲା । ଏହି ବିଶ୍ୱକପରେ ସର୍ବାଧିକ ୫୨୩ ରନ୍ ସଚିନ ତେନ୍ଦୁଲକର କରିଥିଲେ । ସେହିପରି ସବୁଠୁ ଅଧିକ ୧୫ଟି ୱିକେଟ୍ ଅନିଲ କୁମ୍ବଲେ ନେଇଥିଲେ ।

୨୦୧୧ରେ ତୃତୀୟ ଥର ଦିନିକିଆ ବିଶ୍ୱକପର ଆୟୋଜନ ଏସିଆରେ ହୋଇଥିଲା । ଏଥର ଭାରତ ସହ ଶ୍ରୀଲଙ୍କା ଏବଂ ବାଂଲାଦେଶ ସହ ଆୟୋଜକ ଥିଲେ । ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ସ୍ଥାନ ବନାଇଥିଲେ । ସେମିରେ ଭାରତ ପାକିସ୍ତାନକୁ ଏବଂ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଥିଲେ । ଫାଇନାଲ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ଦ୍ୱିତୀୟଥର ବିଶ୍ୱକପ୍ ନିଜ ନାଁରେ କରିଥଲା । ସବୁଠୁ ଅଧିକ ୨୧ ୱିକେଟ୍ ଜାହିର ଖାନ ଏବଂ ଶାହିଦ ଆଫ୍ରିଦୀ ନେଇଥିଲେ । ସେହିପରି ସର୍ବାଧିକ ୫୦୦ ରନ୍ ତିଲକରତ୍ନେ ଦିଲଶାନ ବନାଇଥିଲେ ।

ଏବେ ଚତୁର୍ଥଥର ପାଇଁ ଦିନିକିଆ ବିଶ୍ୱକପର ଆୟୋଜନ ଏସିଆରେ ହେଉଛି । ଏପରି ସ୍ଥିତିରେ ଗତ ରେକର୍ଡକୁ ଦେଖିଲେ ଏହା କୁହାଯାଇପାରେ ଯେ ଭାରତୀୟ ଦଳ ସହଜରେ ସେମିଫାଇନାଲରେ ସ୍ଥାନ ବନାଇନେବ । ଏହାପରେ ଭାରତ ପାଇଁ ସମସ୍ୟା ଆସିପାରେ । କାରଣ ଗତ କିଛି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ନକାଉଟ୍ ମୁକାବିଲାରେ ପରାଜୟର ସାମ୍ନା ହେଉଛି । ଚଳିତଥର ଟିମ ଇଣ୍ଡିଆକୁ ଏହି ଦୂର୍ବଳତାକୁ ଦୂର କରିବାକୁ ହେବ । ଭାରତୀୟ କ୍ରୀଡ଼ା ପ୍ରଶଂସକ ଆଶା କରଛନ୍ତି ଯେ ଚଳିତଥର ଭାରତ ବିଶ୍ୱକପ୍ ବିଜୟୀ ହେବ ।

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ମାମଲା; ଡିଏନଏ ଟେଷ୍ଟ ପାଇଁ ପଠାଗଲା ନମୁନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲା । ଡିଏନଏ ଟେଷ୍ଟ ପାଇଁ ଛୁଆ ଓ ମା’ ଙ୍କର ହେଲା ସାମ୍ପଲ କଲେକ୍ସନ । ଫୋରେନ୍ସିକ ଲ୍ୟାବ ଡାକ୍ତର ଏମ୍ .ଏମ୍. ଗିରି ଏହି ଡିଏନ୍ଏ ସାମ୍ପଲ ସଂଗ୍ରହ କରିଛନ୍ତି । ସାମ୍ପଲ କଲେକ୍ସନ ପରେ ପୋଲିସକୁ କ୍ୟାପିଟାଲ ହସ୍ପିଟାଲ ହସ୍ତାନ୍ତର କରିଛି । ପୋଲିସ୍ ଏହାକୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ନେଇଛି । ୧୦ ଦିନ ମଧ୍ୟରେ ଏହି ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ଏହି ରିପୋର୍ଟ ଭୁବନେଶ୍ବର କୋର୍ଟରେ ଦାଖଲ କରିବ ପୋଲିସ । ଏହାପରେ ସତ୍ୟାସତ୍ୟ ପଦାକୁ ଆସିବ । ଶିଶୁ ଅଦଳବଦଳ ନେଇ କ୍ୟାପିଟାଲ ହସପିଟାଲ ଓ ଥାନାରେ ଅଭିଯୋଗ କରିଥିଲେ ପ୍ରାଣକୃଷ୍ଣ ବିଶ୍ବାଳ । ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ ।

ବିହାର ଜାତିଗତ ଜନଗଣା ରିପୋର୍ଟ ଜାରି, ରାଜ୍ୟରେ କେତେ ହିନ୍ଦୁ, କେତେ ମୁସଲିମ୍? ଜାଣନ୍ତୁ

ପାଟନା: ବିହାରରେ ଜାତିଗତ ଜନଗଣନା ରିପୋର୍ଟ ଜାରି । ରିପୋର୍ଟ ଅନୁଯାୟୀ, ବିହାରରେ ୬୦ ପ୍ରତିଶତରୁ ଅଧିକ OBC । ବିହାର ମୋଟ ଜଂନସଖ୍ୟାର ୬୩. ୧ ପ୍ରତିଶତ ଜନସଂଖ୍ୟା ପଛୁଆ ବର୍ଗ ଶ୍ରେଣୀର । ନିକଟରେ ଶେଷ ହୋଇଥିବା ଅନ୍ୟ ପଛୁଆ ବର୍ଗ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବିହାରରେ ମୋଟ ଜନସଂଖ୍ୟାର ୩୬ ପ୍ରତିଶତ ହେଉଛନ୍ତି ଅତି ପଛୁଆ ବର୍ଗ ଶ୍ରେଣୀର । ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ ଶ୍ରେଣୀର । ଏହି ଦୁଇ ବର୍ଗଙ୍କୁ ମିଶାଇଲେ ବିହାରରେ ମୋଟ ପଛୁଆ ବର୍ଗଙ୍କ ସଂଖ୍ୟା ୬୩.୧ ପ୍ରତିଶତ ରହିଛି । ଅନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ସର୍ବାଧିକ ରହିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏହି ଯାଦବ ସମ୍ପ୍ରଦାୟର ।

ଅନ୍ୟ ପଛୁଆ ବର୍ଗଙ୍କ ମଧ୍ୟରେ ଯାଦବ ସଂପ୍ରଦାୟଙ୍କ ସଂଖ୍ୟା ୧୪. ୨୭ ପ୍ରତିଶତ । ବିହାରରେ ୧୯. ୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ଓ ୧. ୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ସାଧାରଣ ବର୍ଗ ଜନସଂଖ୍ୟା ହେଉଛି ୧୫. ୫ ପ୍ରତିଶତ । ରାଜ୍ୟରେ ବ୍ରାହ୍ମଣ ୩.୬୫ ପ୍ରତିଶତ । ରାଜପୁତ (ଠାକୁର) ୩.୪୫ ପ୍ରତିଶତ ଅଛନ୍ତି । ସେହିପରି ସବୁଠୁ କମ୍ କାୟସ୍ଥ ସମ୍ପ୍ରଦାୟ ୦.୬୦ ପ୍ରତିଶତ ରହିଛନ୍ତି । ବିହାର ସରକାରଙ୍କ ପ୍ରଭାରୀ ମୁଖ୍ୟ ସଚିବ ବିବେକ କୁମାର ସିଂ ଜାତୀୟ ଗଣନା ଉପରେ ଏକ ପୁସ୍ତକ ଜାରି କରିଛନ୍ତି । ସେ କହିଛନ୍ତି ଯେ ବିହାରର ମୋଟ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ ୨୫ ହଜାର ୩୧୦ ରହିଛି । ଏଥିରେ ୨ କୋଟି ୮୩ ଲକ୍ଷ ୪୪ ହଜାର ୧୬୦ ପରିବାର ରହିଛନ୍ତି ।

ବିହାରର ମୋଟ ଜନସଂଖ୍ୟାର ପ୍ରାୟ ୮୨ ପ୍ରତିଶତ ହିନ୍ଦୁ ଏବଂ ୧୭.୭ ପ୍ରତିଶତ ମୁସଲମାନ ରହିଛନ୍ତି । ବିହାରରେ ୨୦୧୧ରୁ ୨୦୨୨ ମଧ୍ୟରେ ହିନ୍ଦୁମାନଙ୍କ ଜନସଂଖ୍ୟା ହ୍ରାସ ପାଇଛି । ୨୦୧୧ର ଜନଗଣନା ଅନୁସାରେ ହିନ୍ଦୁ ଜନସଂଖ୍ୟା ୮୨.୭ ପ୍ରତିଶତ ଏବଂ ମୁସଲିମ ଜନସଂଖ୍ୟା ୧୬.୯ ପ୍ରତିଶତ ଥିଲା । ବର୍ତ୍ତମାନ ବିହାରରେ ହିନ୍ଦୁ ଜନସଂଖ୍ୟା ୧୦ କୋଟି ୭୧ ଲକ୍ଷ ୯୨ ହଜାର ୯୫୮ ରହିଛି । ସେହିପରି ମୁସଲିମ ଜନସଂଖ୍ୟା ୨ କୋଟି ୩୧ ଲକ୍ଷ ୪୯ ହଜାର ୯୨୫ ରହିଛି । ୨୦୧୧ ଜନଗଣନା ଅନୁସାରେ ବିହାରରେ ହିନ୍ଦୁ ଜନସଂଖ୍ୟା ୮ କୋଟି ୬୦ ଲକ୍ଷ ୭୮ ହଜାର ୬୮୬ ଥିଲା । ସେହିପରି ମୁସଲିମ ଜନସଂଖ୍ୟା ୧ କୋଟି ୭୫ ଲକ୍ଷ ୫୭ ହଜାର ୮୦୯ ଥିଲା ।

ବିହାରର ଜନସଂଖ୍ୟାରେ ସବୁଠୁ ଅଧିକ ଅତ୍ୟନ୍ତ ପଛୁଆ ବର୍ଗ ୩୬ପ୍ରତିଶତ ରହିଛନ୍ତି । ସେମାନଙ୍କୁ ଚାକିରି କ୍ଷେତ୍ରରେ ବର୍ତ୍ତମାନ ୧୮ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ୨୭ ପ୍ରତିଶତ ଓବିସିଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । ବର୍ତ୍ତମାନ ସମୟରେ ବିହାରରେ ଇବିସି ଏବଂ ଓବିସିକୁ ମିଶାଇ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏଥିରେ ୧୮ ପ୍ରତିଶତ ଇବିସିଙ୍କୁ ଏବଂ ୧୨ ପ୍ରତିଶତ ଓବିସିଙ୍କୁ ସଂରକ୍ଷଣ ମିଳୁଛି । ଏବେ ଜାତି ଆଧାରିତ ଗଣନା ମୁତାବିକ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଯାଇଛି ।

ବିହାର ବାହାରେ ରହୁଥିବା ଲୋକଙ୍କ ସଂଖ୍ୟା ୫୩ ଲକ୍ଷ ୭୨ ହଜାର ୨୨ ରହିଛି । ବିହାରରେ ବର୍ତ୍ତମାନ ରହୁଥିବା ଲୋକଙ୍କ ମୋଟ ଜନସଂଖ୍ୟା ୧୨ କୋଟି ୫୩ ଲକ୍ଷ ୫୩ ହଜାର ୨୮୮ ଅଟେ । ଏଥିରେ ପୁରୁଷଙ୍କ ସଂଖ୍ୟା ୬ କୋଟି ୪୧ ଲକ୍ଷ ୩୧ ହଜାର ୯୯୦ ଅଟେ । ସେହିପରି ମହିଳାଙ୍କ ସଂଖ୍ୟା ୬ କୋଟି ୧୧ ଲକ୍ଷ ୩୮ ହଜାର ୪୬୦ ଅଟେ । ଅନ୍ୟଙ୍କ ସଂଖ୍ୟା ୮୨ ହଜାର ୮୩୬ ରହିଛି । ଜନଗଣନା ଅନୁସାରେ ୧୦୦୦ପୁରୁଷରେ ୯୫୩ ମହିଳା ଅଛନ୍ତି ।

ମେଡିସିନରେ କାଟାଲିନ କାରିକୋ ଓ ଡ୍ରିଉ ଓ୍ବିସମ୍ୟାନଙ୍କୁ ମିଳିଲା ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ମେଡିସିନ ଲାଗି ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା । ଦୁଇ ଜଣଙ୍କୁ ପାଇବେ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ହେଲେ କାଟାଲିନ କାରିକୋ ଓ ଡ୍ରିଉ ଓ୍ବିସମ୍ୟାନ । କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ତିଆରି କ୍ଷେତ୍ରରେ ନ୍ୟୁକ୍ଲିଓସାଇଡି ବେସ୍ ପ୍ରସ୍ତୁତି ଲାଗି ସେମାନଙ୍କୁ ମିଳିଛି ନୋବେଲ ପୁରସ୍କାର । ଏନେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି- ଶରୀରର ପ୍ରତିରୋଧକ ବ୍ୟବସ୍ଥା କ୍ଷେତ୍ରରେ ଏମଆରଏନଏ କିପରି କାମ କରିଥାଏ ତାହା ଗବେଷଣାରୁ ସ୍ପଷ୍ଟ ହୋଇଥିଲା ।

ମଣିଷ ପ୍ରତି ଦେଖାଯାଇଥିବା ବିପଦଗୁଡିକର ମୁକାବିଲା ଲାଗି ସେମାନେ ଟିକା ଅଭିବୃଦ୍ଧି ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କଗବେଷଣା କୋଭିଡ ମହାମାରୀ ବିରୋଧରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା । ହଙ୍ଗେରୀରେ ଜନ୍ମିତ କାରିକୋ ଓ ଓ୍ବେସମ୍ୟାନ ଆମେରିକାରେ ବସବାସ କରୁଥିବାବେଳେ ୨୦୨୦ ଶେଷ ଭାଗରେ ସେମାନେ ଏମଆରଏନଏଭିତ୍ତିକ କୋଭିଡ ଟିକା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଟିକା କୋଭିଡ ମହାମାରୀ କାଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା ।

ଗୁଗୁଲ ମ୍ୟାପରେ ବାଟବଣା ହୋଇ ନଦୀରେ ପଶିଗଲେ, ଡାକ୍ତର ମୃତ

କୋଚି: ଭୁଲ୍ ବାଟ ଦେଖାଇଲା ଜିପିଏସ୍। ରାସ୍ତା ଭାବି ନଦୀରେ ପଶିଲା ଗାଡ଼ି । କେରଳ ଏର୍ଣ୍ଣାକୁଲମରେ ୨ଡାକ୍ତରଙ୍କ ମୃତ୍ୟୁ। ମୃତକ ହେଉଛନ୍ତି ଡାକ୍ତର ଅଦ୍ବୈତ ଓ ଡାକ୍ତର ଅଜମଲ ଅସିଫ୍ । ଗତକାଲି ରାତି ସାଢେ ୧୨ଟାରେ ଏର୍ଣ୍ଣାକୁଲମ ଜିଲ୍ଲାର ଗୋଥୁରୁଥ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଅନ୍ୟ ୩ ଜଣଙ୍କୁ ଗାଡ଼ିରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତ ଶନିବାର ଅଦ୍ବୈତଙ୍କ ଜନ୍ମଦିନ ଥିଲା।

ସେଲିବ୍ରେସନ୍ ପରେ କୋଚିରୁ ସମସ୍ତେ କୋଡୁଙ୍ଗାଲୁର ଫେରୁଥିଲେ। ପ୍ରବଳ ବର୍ଷା, ଅନ୍ଧାର ରାତି ଓ ଅଜଣା ଜାଗା ଯୋଗୁଁ ଠିକ୍ ରାସ୍ତା ଜାଣିବା ପାଇଁ ଜିପିଏସ୍ ଉପରେ ଭରସା କରିଥିଲେ। ରାସ୍ତା ଦେଖାଉଥିବା ଆପ୍ ସାହାଯ୍ୟରେ ବାଟ ଖୋଜିଥିଲେ। ଗାଡ଼ି ସାମନାରେ ପାଣି ଭର୍ତ୍ତି ରାସ୍ତା ଥିଲା। ତେବେ ମ୍ୟାପ୍ ଅନୁସାରେ ଆଗକୁ ବଢିଥିଲେ ଡାକ୍ତର ଅଦ୍ବୈତ। ହେଲେ ସେମାନଙ୍କ ଅଜାଣତରେ ଗାଡ଼ି ନଦୀ ଭିତରେ ପଶି ଯାଇଥିଲା। ଫଳରେ କାରଟି ପାଣିରେ ବୁଡ଼ି ଯାଇଥିଲା।

ସ୍ଥାନୀୟ ଲୋକେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୋଚି ହସପିଟାଲରେ ଭର୍ତ୍ତି କରାଯାଇଛି ।

ଆଜିଠୁ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ନବୀନ କହିଲେ ଲୋକଙ୍କ ଖୁସି ଆମ ଖୁସି

ଭୁବନେଶ୍ବର: ପ୍ରତି ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା । ଜନତାଙ୍କ ପାଖକୁ ଯିବେ ବିଜେଡି ନେତା, ବିଧାୟକ ମନ୍ତ୍ରୀ ଓ ସାଂସଦ । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ବର ବଡ଼ଗଡ଼ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ସାଧାରଣ ଲୋକଙ୍କ ଖୁସି, ଆମର ସବୁଠାରୁ ବଡ଼ ଖୁସି । ବିଜେଡି ଗରିବ ଲୋକ, ମହିଳା, ଯୁବବର୍ଗ ଓ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଛି ।

ମାଆମାନଙ୍କୁ ସଶକ୍ତ କରିବା ପାଇଁ କାମ କରୁଛି ବିଜେଡି । ସେହିପରି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବାକୁ ଆଇନ ଆସିଛି । ବିଜେଡିର ପ୍ରୟାସ ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କ ଆତ୍ମବିଶ୍ବାସ ହୋଇଛି । ରୂପାନ୍ତର ଓଡ଼ିଶା ପାଇଁ ଶକ୍ତି ଦେଇଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବରଦାନ ସାଜିଛି BSKY । ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର ହୋଇଛି । ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସାରା ଦେଶ ପାଇଁ ରୋଲ ମଡେଲ ସାଜିଛି ଓଡ଼ିଶା । ନିଯୁକ୍ତିର ନୂଆ ସୁଯୋଗ ଆସିଛି ।

ହେଲେ ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବାରେ ସେମାନେ ଖୁସି ହୁଅନ୍ତି । ନିର୍ବାଚନ ଆସିଲେ ବିରୋଧୀ ସବୁବେଳେ ଏମିତି କାମ କରିଥାନ୍ତି ବୋଲି ନବୀନ କହିଛନ୍ତି । ତେଣୁ ଜନତା ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକ ଠିକ ବୁଝିଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ କାମ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ । ଲୋକ ସେମାନଙ୍କୁ କ୍ଷମା ଦେବେନି ।

ସେହପରି ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଓ ଘରେ ଘରେ ଶଙ୍ଖ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ । ଜନସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା । ବିଜେଡି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛି । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଏହାସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆଜିଠାରୁ ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଚାଲିବ ।

ଚିଲିକା ଓ ବାଣପୁରରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

ଖୋର୍ଦ୍ଧା: ଚିଲିକା ଓ ବାଣପୁରରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ। ଏଥିରେ ସାଂସଦ ମାନସ ମଙ୍ଗରାଜ ଯୋଗଦେଇ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଛନ୍ତି।

ମାଆ ଭଗବତୀଙ୍କ ପୀଠରେ ପହଞ୍ଚି, ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ପ୍ରାୟ ୩ ହଜାରରୁ ଅଧିକ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା କରିଥିଲେ । ପଦଯାତ୍ରା ଭଗବତୀ ମନ୍ଦିରରୁ ବାହାରି ମେଡିକାଲ ଛକ, ବିଜୁ ପଟ୍ଟନାୟକ ପାର୍କ ଦେଇ ପଲଟନ ପଡିଆରେ ଶେଷ ହୋଇଥିଲା।

ପଦଯାତ୍ରା ସମୟରେ ମେଡିକାଲ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଦିରେ ମାଲ୍ୟାର୍ପଣ କରିଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।ପଦଯାତ୍ରାକୁ ବାଣପୁର ନଗରପାଳ ମିଟୁ ନାୟକ ସଂଯୋଜନା କରିଥିବାବେଳେ ଏଥିରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଆଗଧାଡ଼ିର ନେତୃବୃନ୍ଦ, କର୍ମୀ, ଛାତ୍ରନେତା ପ୍ରମୁଖ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଵଛ ଓ ନିର୍ମଳ ଶାସନର ବାର୍ତ୍ତା ପ୍ରଦାନ କରିଛନ୍ତି। ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସଦ ମାନସ ମଙ୍ଗରାଜ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଥିଲେ।

ଦାନା ସହ ସୁନା ଚେନ୍ ଖାଇଦେଲା ମଇଁଷି,ଏମିତି ବାହାରିଲା ଚେନ୍

ୱାସିମ: ମହାରାଷ୍ଟ୍ରର ୱାସିମ ଜିଲ୍ଲାର ସରସୀ ଗାଁରେ ଏକ ମଇଁଷି ୩ ରୁ ସାଢେ ତିନି ଲକ୍ଷ ଟଙ୍କାର ଏକ ସୁନା ଚେନ ଗିଳି ଦେଇଛି  । ଚାରା ରଖାଯାଇଥିବା ଏକ ପ୍ଲେଟରେ ସୁନା ଚେନ ଥିବାବେଳେ ମଇଁଷି ଏହାକୁ ଚାରା ଭାବି ଖାଇ ଦେଇଥିଲା  । ସାବଧାନମୂଲକ ସର୍ଜରୀ ପରେ ମଇଁଷି ପେଟରୁ ସୁନା ଚେନ୍‌ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି  । ୱାସିମର ଚାଷୀ ରାମହରି ଭୋୟର ଚାଷ କରିବା ସହ ମଇଁଷି ପାଳନ କରିଥାନ୍ତି  ।

ନିଜ ଜମିରୁ ସେ ସୋୟାବିନ ତୋଳି ଆଣିଥିଲେ  । ତାଙ୍କ ପତ୍ନୀ ସୋୟାବିନ ଚୋପା ଛଡାଇ ଏକ ପ୍ଲେଟରେ ରଖିଥିଲେ । ସୋୟାବିନର ମଞ୍ଜି ଓ ଚୋପାକୁ ଏକ ବଡ ପ୍ଲେଟରେ ଅଲଗା ଅଲଗା କରି ରଖିଥିଲେ  । ରାତିରେ ଶୋଇବା ସମୟରେ ମୁଣ୍ଡ ଉପରେ ଥୋଇଥିବା ପ୍ଲେଟରେ ସେ ପିନ୍ଧିଥିବା ସୁନା ଚେନ ଟିକୁ କାଢି ରଖିଦେଇଥିଲେ  । କିନ୍ତୁ ଏହା ପରଦିନ ପରିବାରର କୌଣସି ସଦସ୍ୟ ମଇଁଷି ପାଇଁ ଚାରା ରଖାଯାଇଥିବା ଭାବି ତା ସାମନାରେ ପ୍ଲେଟଟି ନେଇ ରଖି ଦେଇଥିଲେ  ।

ଚାରା ସହ ସୁନା ଚେନକୁ ଖାଇନେଇଥିଲା ମଇଁଷି  । ପ୍ରଥମେ ତ ପରିବାରର ସଦସ୍ୟ ଚେନ୍‌ ଚୋରି ହୋଇଯାଇଥିବା ଅନୁମାନ କରିଥିଲେ  । ହେଲେ ପରେ ମଇଁଷି ଗିଳି ଦେଇଥିବା ସେମାନେ ଅନୁମାନ କରିଥିଲେ  । ପଶୁ ଚିକିତ୍ସକ ଧାତୁ ଡିଟେକ୍ଟର ଯୋଗେ ମଇଁଷି ପେଟରେ କୌଣସି ବସ୍ତୁ ଥିବା ଜାଣିବାକୁ ପାଇଥିଲେ  । ଏହାପରେ ସେ ଅସ୍ତ୍ରୋପଚାର କରି ମଇଁଷି ପେଟକୁ ସୁନା ଚେନ କାଢିଥିଲେ  । ମଇଁଷି ଓ ସୁନାଚେନ ସୁରକ୍ଷିତ ପାଇ ଖୁସିରେ ଚାଷୀ ପରିବାର  ।

ମୃତ୍ୟୁ ପୂର୍ବରୁ ହୋଟେଲରୁ ଏକା ବାହାରିଥିଲେ ଆସିଷ୍ଟାଣ୍ଟ କଲେକ୍ଟର, ତଦନ୍ତରେ ସହଯୋଗ କରୁନାହାନ୍ତି ପରିବାର

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି ଡିଏସପି ବନିତା ମାଝୀ । ଦୁଇଟି ସିସିଟିଭି ଫୁଟେଜ ଜବତ କରାଯାଇଛି। ମୃତ ଆସିଷ୍ଟାଣ୍ଟ କଲେକ୍ଟର ହୋଟେଲରୁ ଏକୁଟିଆ ବାହାରି ଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ହୋଟେଲରେ ଆଉଥରେ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିବା ସହ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।

ମୃତ୍ୟୁ ପୁର୍ବରୁ ଦେଇଥିବା ଲିଖିତ ବୟାନ ଓ ଭିଡିଓ ଜବତ କରିଛି ପୋଲିସ । ଆଜି ପୋଲିସ, ସାଇଣ୍ଟିଫିକ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆଉଥରେ ପୋଖରୀ ଯାଞ୍ଚ କରାଯିବ। ରାଉରକେଲା ସେନସୋରୀ ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଵା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ।

ତେବେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ଓ ପରିବାର ଲୋକ ଏଥିରେ ସନ୍ଦେହ ପ୍ରକାଶ କରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ପରିବାରର ତିନି ଜଣଙ୍କୁ ନୋଟିସ କରାଯାଇଥିଲା । ତେବେ ପରିବାର ଲୋକ ପୋଲିସକୁ ସହଯୋଗ କରୁନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦଶ ବର୍ଷ ପୂର୍ବେ ନିଖୋଜ ଥିଲେ

ଆନନ୍ଦପୁର: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସ୍କୁଲ ପରିସରରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘଷିପୁରା ଥାନା ବସନ୍ତପୁରା ବଳଦେବଜୀଉ ସ୍କୁଲ ପରିସରରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ସ୍ଥାନୀୟ ତୋରାଣିଆପାଳ ଗାଁର ବାସନ୍ତୀ ଜେନା ବୋଲି ଜଣାପଡିଛି। ଦଶବର୍ଷ ପୂର୍ବେ କେଉଁଆଡେ ଚାଲିଯାଇଥିଲେ ବାସନ୍ତୀ। ଏବେ ସ୍କୁଲ ପରିସରରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।