ଚନ୍ଦ୍ରଯାନ- ୩କୁ ନେଇ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଆନ୍ତୁ ଗୋଟିଏ କ୍ଲିକରେ..  

1 min read

ନନ୍ଦିଘୋଷ ବ୍ୟୁରୋ: ଜହ୍ନରେ ଭାରତ ଲେଖିବ ନାଁ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରଯାନ ୩ । ଆଜି ଏହି ଇତିହାସ ରଚିବାକୁ ଯାଉଛି ISRO । ତେବେ ଚନ୍ଦ୍ରଯାନ-୩କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଆଉ ଚନ୍ଦ୍ରଯାନ ସମ୍ପର୍କରେ ଅଜଣା କଥା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ଭରି ରହିଛି । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଯାନ ୩ ସମ୍ପର୍କରେ..

ଚନ୍ଦ୍ରଯାନ ୨ ବିଫଳ ହେବା ପରେ ନୂଆ ମିଶନରେ ସଫଳ ହେବାର ଆଶା ରଖିଛି ଇସ୍ରୋ । ବିଶ୍ବର ପ୍ରଥମ ଦେଶଭାବେ ଭାରତ ଦକ୍ଷିଣ ମେରୁରେ ଅବତରଣ କରିବ । ତାହା ପୁଣି ସଫ୍ଟ ଲ୍ୟାଣ୍ଡି । ଯାହା ଉପରେ ବିଶ୍ବର ସବୁ ଦେଶର ନଜର ରହିଛି ।

ଲ୍ୟାଣ୍ଡର ଏବଂ ରୋବର କ’ଣ?  ଏମାନଙ୍କର କଣ ଭୂମିକା ରହିଛି?

ଚନ୍ଦ୍ରଯାନ-୩ର ତିନୋଟି ପ୍ରମୁଖ ଅଂଶ ରହିଛି । ପ୍ରଥମଟି ହେଲା ପ୍ରମ୍ପୁଲ ମଡ୍ୟୁଲ, ଦ୍ବିତୀୟଟି ହେଲା ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ ଏବଂ ତୃତୀୟଟି ହେଲା ରୋଭର ପ୍ରଜ୍ଞାନ । ୧୭ ଅଗଷ୍ଟରେ ପ୍ରପୁଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବା ପରେ ବିକ୍ରମ ରୋଭର ପ୍ରଜ୍ଞାନ ସହିତ ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ର ଆଡକୁ ଗଲା | ଅଗଷ୍ଟ 23 ରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ | ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ବୁଲିବ, ନମୁନା ସଂଗ୍ରହ କରିବ ଏବଂ ବୈଜ୍ଞାନିକ ପରୀକ୍ଷଣ କରିବ ।

କିପରି ହେବ ଅବତରଣ, ଅବତରଣ ପରେ କ’ଣ ହେବ?

ବୁଧବାର ସନ୍ଧ୍ୟା ୬ଟା ୪ରେ ସପ୍ଟ ଲ୍ୟାଣ୍ଡିଂ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ୧୫ ମିନିଟ ଅତ୍ୟନ୍ତ ସ୍ବତନ୍ତ୍ର ରହିବ । କାରଣ ସେହି ସମୟରେ ଲ୍ୟାଣ୍ଡର ନିଜେ କାମ କରିବ । ISRO ର ବୈଜ୍ଞାନିକଙ୍କୁ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ । ଚତୁର୍ଥ ପର୍ଯ୍ୟାୟରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ପାଦ ଦେବ । ଏହି ୧୫ ମିନିଟରେ ୧୪୪୦ ଦିନର ପରିଶ୍ରମର ଫଳାଫଳ ସେଠାରେ ରହିବ ।

କେଉଁ ମାର୍ଗ ଦେଇ ଚନ୍ଦ୍ରଯାନ ୩ ଚନ୍ଦ୍ରରେ ପହଞ୍ଚିଥିଲା ?

ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ରିସର୍ଚ୍ଚ ସେଣ୍ଟରରୁ ଲଞ୍ଚ ଯାନ ମାର୍କ-୩ ମାଧ୍ୟମରେ ଚନ୍ଦ୍ରଯାନ-୩ ପୃଥିବୀର କକ୍ଷ ପଥରେ ପହଞ୍ଚିଥିଲା । ଏହାପରେ ଇସ୍ରୋରେ ବସିଥିବା ବୈଜ୍ଞାନିକମାନେ ମହାକାଶଯାନକୁ ଜାଳିବା ପ୍ରକ୍ରିୟା ମାଧ୍ୟମରେ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତର କଲେ ।

ବିକ୍ରମ ଚନ୍ଦ୍ର ପୃଷ୍ଠରେ କେଉଁଠାରେ ଅବତରଣ କରିବ?

ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦଣିକ୍ଷରେ ଅବତରଣ କରିବ । ତେବେ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଦକ୍ଷିଣ ପାଶ୍ବରେ ଅବତରଣ କରିନାହାନ୍ତି । ଚନ୍ଦ୍ର ମିଶନରେ ଇସ୍ରୋ ୧୪ଦିନ କାମ କରିବ । ଏହି ୧୪ ଦିନ ରହିବଦ୍ବାରା ଜଳ, ଖଣିଜ ସମ୍ପଦ, ଉତାପ ଏବଂ ମାଟି ସମ୍ପର୍କରେ ଅଧ୍ୟୟନ କରିବ ।

ଚନ୍ଦ୍ରଯାନକୁ ଦକ୍ଷିଣ ମେରୁକୁ କାହିଁକି ପଠାଇଲା ଇସ୍ରୋ?

ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ସହ ସମାନ । ଏହା ଅତ୍ୟଧିକ ଥଣ୍ଡା ଏବଂ ଏଠାରେ କମ ସୂର୍ଯ୍ୟ କିରଣ ପଡ଼େ । ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ ଅବତରଣ କରିଥିବାବେଳେ ଚୀନ ଉତ୍ତର ମେରୁରେ ଅବତରଣ କରିଥିଲା ।

ଅବତରଣ ସମୟରେ ଗତି କେତେ ରହିବ?

ବୁଧବାର ଚନ୍ଦ୍ରଯାନ-୩ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡି କରିବ । ଏହି ସମୟରେ ଏହାର ବେଗ ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ହେବ ଯଥା ଘଣ୍ଟାପ୍ରତି ୬୦୪୮ ବେଗ ରହିବ ।